ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ଅାଠମଲ୍ଲିକ(IYA NEWS:02/04/2020):
ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କର ଦୈନନ୍ଦିନ ଜୀବନ ବେଶ ବ୍ୟସ୍ତବହୁଳ । ସକାଳୁ ରାତି ବାରଟା ଯାଏ ସବୁବେଳେ ଲୋକଙ୍କ ନାନା କଥାବ୍ୟଥାକୁ ନେଇ ସେ ବ୍ୟସ୍ତ ରହିଥାନ୍ତି । ରାଜଧାନୀରେ ରହଣିଠୁ ଆରମ୍ଭ କରି ନିଜ ନିର୍ବାଚନମଣ୍ଡଳୀରେ ରହୁଥିବା ସମୟରେ ସବୁବେଳେ ତାଙ୍କର ଏହି ସ୍ଥିତି । ଲୋକଙ୍କ ସୁବିଧା, ଅସୁବିଧାକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନାର ରୂପରେଖ ପ୍ରସ୍ତୁତ କରିବାଠୁ ଆରମ୍ଭ କରି ଅଧାପନ୍ତରିଆ କାମକୁ ତ୍ବରାନ୍ବିତ କରେଇବା, ଅଧିକାଂଶ ସମୟ ସରକାର, ପ୍ରଶାସନ, ବିଭାଗୀୟ ଅଧିକାରୀ ଓ ବିଧାନସଭାରେ ତାଙ୍କ ଦାବି ରଖନ୍ତି । ଅାଠମଲ୍ଲିକରେ ରହଣି ସମୟରେ ସକାଳେ ଘରେ ପ୍ରତ୍ୟେକ ଦିନ ଶତାଧିକ ଲୋକଙ୍କ ଅଭିଯୋଗ ଶୁଣାଣି କରିବା ସହ ସେମାନଙ୍କର ଭଲ ମନ୍ଦ କଥା ବୁଝନ୍ତି । ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା, ବିଭିନ୍ନଗାଁକୁ ଯାଇ ଲୋକଙ୍କ ସହ ମିଶିବା ସହ ସହରଠୁ ଆରମ୍ଭ କରି ଗାଁ ସ୍ତରରେ ଆୟୋଜନ କରାଯାଉଥିବା ବିଭିନ୍ନ ସଭାସମିତି, କର୍ମଶାଳା, ବୈଠକରେ ଯୋଗଦେଇ ସାରା ଦିନ ଲୋକଙ୍କ ପାଇଁ ବ୍ୟସ୍ତତା ଭିତରେ ଜୀବନ ବିତାଇବାରେ ଆନନ୍ଦ ପାଉଥିବା ବିଧାୟକଙ୍କ ଚକା ଜାମ ହୋଇ ଯାଇଛି । ପରିବାର ସହ ମିଶି ସରକାରଙ୍କ ଲକ ଡାଉନ ନିୟମକୁ ପାଳନ କରୁଥିବା ବେଳେ ଲୋକଙ୍କ ସେବାକୁ ଛାଡିନାହାନ୍ତି । ଘରେ ରହି ମଧ୍ୟ ପ୍ରତ୍ୟେକ ଦିନ ଫୋନରେ ଯୋଗାଯୋଗ କରି ବିକାଶକୁ ତ୍ବରାନ୍ବିତ କରିବା ସହ ।
 ଏ ଘଡିସନ୍ଧି ସମୟରେ ସମାଜକୁ କରୋନା ଦାଉରୁ ସୁରକ୍ଷିତ ରଖିବା ପାଇଁ ବାର୍ତ୍ତା ଦେଇଛନ୍ତି । ଏହି ଦୃଷ୍ଟିରୁ ଲକ ଡାଉନ ସମୟରେ ଘରେ ବସିରହିବା ଆମକୁ ବିଚଳିତ ଲାଗି ପାରେ । କିନ୍ତୁ କରୋନା ଭୂତାଣୁ ସଂକ୍ରମଣ କୁ ରୋକିବା ପାଇଁ ଆମ ସମସ୍ତଙ୍କୁ ସାମାଜିକ ଦୂରତ୍ବ, ସଂଗରୋଧକୁ ମାନିବାକୁ ହେବ ବୋଲି ବିଧାୟକ କହୁଛନ୍ତି । ସକାଳୁ ଯୋଗ, ବ୍ୟାୟାମ ସାରି ବିଲ କାମ ସହ ମାଛ ଧରି ଘରକୁ ଅାସନ୍ତି ବିଧାୟକ ।
ଅାସିବା ପରେ ଘରେ ରହି ଫୋନ ଯୋଗେ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଅଂଚଳରେ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହାସହ ଅଞ୍ଚଳର ଉନ୍ନତି ପାଇଁ ଚିଠି ଲେଖି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି । 
ଘରେ ବାପା, ସ୍ତ୍ରୀ,ଝିଅ,ପୁଅ,ଭାଇଙ୍କ ମେଳରେ ରହି ସମୟ କାଟୁଛନ୍ତି ବିଧାୟକ । 
*IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।