ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।

ଅାଠମଲ୍ଲିକ(IYA NEWS:04/04/2020):
ଭୁବନେଶ୍ୱର ସ୍ଥିତ ବମିଖାଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱର ସହ କିଛି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ କରାଯାଇଛି ।ସୂଚନାନୁସାରେ ବମିଖାଲର ଜଣେ ବ୍ୟକ୍ତିଙ୍କ ଘରେ କାମ କରୁଥିବା ଜଣେ ଯୁବକ ଗୁରୁବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କାଦପଡା ଗ୍ରାମକୁ ଯାଇଛନ୍ତି । ଏ ନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ କିଆକଟା ପୋଲିସ, ରାଜସ୍ୱ କର୍ମଚାରୀ ଶନିବାର ସେଠାରେ ପହଞ୍ଚି ଯୁବକଙ୍କୁ ପଚରାଉଚରା କରିଛନ୍ତି । କିଅାକଟା ପୋଲିସ ଓନାମ ଲାକ୍ରାଙ୍କ କହିବା ମୁତାବକ ସେହି ବ୍ୟକ୍ତିଙ୍କୁ ଅଲଗା ରହିବାକୁ ପରାମର୍ଶ ଦିଅାଯିବା ସହ ସ୍ୱାସ୍ଥ୍ୟପରୀକ୍ଷା ପାଇଁ କୁହାଯାଇଛି ।
ତାହାସହ ଦିଲ୍ଲୀର ନିଜାମୁଦ୍ଦିନ ସଭାରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମାଧପୁର ଅଞ୍ଚଳର ଏକ ଦମ୍ପତି ଯୋଗ ଦେଇଥିବା ନେଇ ଅାଜି ଅଞ୍ଚଳବାସୀ ପୋଲିସକୁ ସୂଚନା ଦେଇଛନ୍ତି । ସେମାନେ ସେହି ଧର୍ମସଭାରୁ ଓଡ଼ିଶା ଫେରିଥିଲେ ହେଁ ମାଧପୁର ଆସିନାହାନ୍ତି । ଉଭୟେ ସମ୍ବଲପୁରରେ ରହିଥିବା ନେଇ ଲୋକେ ପୋଲିସକୁ ଖବର ଦେଇଛନ୍ତି । ସେମାନଙ୍କୁ ଠାବ କରିବାକୁ ସ୍ଥାନୀୟ ଲୋକେ ପୋଲିସକୁ ନିବେଦନ କରିଛନ୍ତି । ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ଅାଠମଲ୍ଲିକ ପୋଲିସ କହିଛି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

  1. ସରକାର ଙ୍କୁ ଅନୁରୋଧ ,ଏତେ ସବୁ ହେଲା ପରେ ବି କଣ ପାଇଁ ସଭା ହେଲା ଯଉଁମାନେ ଯାଇଥିଲେ ତାଙ୍କୁ ବାଡେଇ ବାଡେଇ ସତ ବାହାର କରାଯାଉ।ଏମାନଙ୍କ ପାଇଁ ସାଧାରଣ ଲୋକ ଅସୁବିଧା ପାଉଛନ୍ତି।ଯଦି ଜଣେ ବ୍ୟକ୍ତି କିଛି କାମରେ ବାହାରକୁ ଆସିଲା ପୋଲିସ ମାଡ ମାରିଥିବା ର ଦୃଶ୍ୟ ଦେଖିବାକୁ ମିଳିଛି।ଏମାନଙ୍କୁ କଣ ପାଇଁ ଛାଡ଼।🙏🙏🙏🙏🙏🙏

    ReplyDelete

Post a Comment

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।