" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ସୁନ୍ଦରଗଡ଼ ( IYA NEWS , ୨୨-୮-୨୦୨୦ ) : -
ଆଏଲା ନୂଆ ଖାଇ ନୂଆ ତିହାର , ବବା ବଡି ସହେତେ ସବୁ ଗୁସିଆଁ ମାନକୁ ପାଦ ଛୁଇଁ କରି ଶହେ ଜୁହାର । ପଶ୍ଚିମ ଓଡିଶାବାସୀର ଲାଗି ଇଟା ଗୁଟେ ବଡେ ନି ବଡ ତିହାର ଆଏ  । ଇଥିର ଲାଗି ଦିନା ଦଶେ ଆଗରୁ ବଡ ବଡ ପୁରଖା ଗୁସିଆଁ ମାନେ ବସି କରି ଲଗନଟେ ବହରାସନ । ଯେନ ଲଗନେ ମା ସମଲେଶ୍ବରୀର ଠାନେ ନୂଆ ଚଉଲ ଭୋଗ ଲାଗସି । ଇଟା ପରିବାର ଭିତ୍ତିକ ତିହାର ଆଏ । ଇ ତିହାର ପୂରା ପରିବାର କେ ଗୁଟେ କରିଦେସି । ଯିଏ ଯେନ ଥାଉ ପଛେ ନୂଆ ଖାଇ ଲଗନ ବାହାରିବା କି ଘରର ଗୁସିଁଆର ଡାକ ଶୁନି କରି ତାର ବତରେ ସଜ ବାଜ ହେଇକରି ଦିନେ ଦୁଇ ଦିନର ଆଗରୁ ଘରକେ ଢୁକିଥିବା । ଇ ତିହାର ଗୁଟେ ଏନତା ତିହାର ଆଏଯେ ଯେତେ ପ୍ରକାରେ ଯେନତେଇ ହିସାବେ ଅପଟ ହେଇଥିଲେ ବି ନୂଆ ଖାଇ ତିହାର ସମକୁ ମିଶେଇ ଦେସି । ବରଷକ ଗୁଟେ ତିହାର ଏନତା ଆଏଯେ ସଭେ ଗୁଟେ ଠାନେ ଜମା ହେଇକରି ଘରର ପୁରଖା ମୁନୁଷ ଆଉ ପୂରା ପରିବାର ସାଙ୍ଗେ ବସିକରି ମା ' ର ପରସାଦ ହିସାବେ ନୂଆଁ ଚାଉଲ ନାଇହେଲେ ନୂଆ ଚୂଡା ଭୋଗ ଲଗେଇ କରି ଖାଏସନ । ନୂଆ ଖାଇ ତିହାର ଆଗରୁ ଘର ଦ୍ବାର ସଫା ସୁତରା କରି ନୂଆ ରଙ୍ଗ ଦେଇକରି ଧୁଇ ପୁଛିକରି ରଖସନ । ଗଣେଷ ପୂଜା ଦିନ ଘର ଦ୍ବାର ଗୁବର ଦେଇକରି ଲିପା ପୁଛା କରିଥିସନ । ଇଟା ଗାଁ ଗଁଲି ମାନକେ ତିହାରର ଅଏନ ଜିନିଷଟା ଆଖି ଝଲସି ଯାଏସି । ନୂଆ ଖାଏବାର ଆଗର ଦିନ ବଜାର ହାଟ କରସନ ଯେ ସବୁ ପ୍ରକାରର ପରିବା ସାଙ୍ଗେ ମାଖନ ଶାଗ , ସାରୁ ଶାଗ , ହେଁଡୁଆ ଆଉ କରଡି ଟା ନିଦାନ ଆଏ । ଖଲି ଦନା ଟିପି କରି ନାଇ ହେଲେ ଘିନିକରି ନୂଆ ଖାଇ ଦିନେ ବେଭାର କରସନ । ନୂଆ ଖାଇର ବିଧି ବିଧାନ ଟା ଇଟା ଯେ ଘରର ବଡ ଗୁସିଁଆ , ନାଇ ହେଲେ ବଡ ମୁନୁଷ ପାରଲା ଧରଲା ମୁନୁଷ ପହ ପହ ନୁ ଗାଧିକରି ନୂଆ କପଟା ପିନ୍ଧିକରି ପହେଲା ଯାଏସନ ଯାହାର ଖେତ ଖଲା ଅଛେ ସେମାନେ ଖେତ ପୂଜା କରି ଯାଏସନ । ସବୁ ପୂଜା ସାମାନ ସହେତେ ନୂଆ ଚାଉଲ ଆଉ ଗୁରସ ନେଇଥିସନ । ସେନୁ ଫେରଲେ ଘରର ଗୁଡି ଘରେ ସବୁ ଦିନିଆ ପୂଜା କରସନ । ହେ ପୂଜା ସାଏଲା ବେଲକେ ଘରର ବାକି ମୁନୁଷ ମିଶି କରି ନୂଆ ଚାଉଲ ତିଆର କରବାକେ ମାଏଝି ମାନେ ଗାଧିବୁଡି ସଜ ବାଜ ହେଇକରି ପିଠା ପନା ଖିରି ପୂରି ତିଆର କରି ଦେଇଥିସନ ନ । ଘରର ପୂଜା ସାରି କରି ଗୁସିଆଁ ସମଲେଇ ମନ୍ଦିରର ଭୋଗ ଲଗା ସମିଆକେ ନୂଆ ଚାଉଲ ଭୋଗ ଲଗାସନ । ଘରେ ଯେତକି ଲୋକ ଥିବେ ବେଲେ ଛୁଆ ନୁ ନେଇକରି ବୁଢା ତକ ସମକିରିର ଲାଗି ଅଲଗ ଅଲଗ ଦନା ମାନକେ ଭୋଗ ବଢାହେସି , ଆଉ ମା ସମଲେଇ , କୁଟୁମର ଇଷ୍ଟ ଦେବତା ଆଉ ସବୁ ମାହାପୁରୁକୁ ସମର୍ପଣ କରାହେସି । ନୂଆ ଚାଉଲ ବଏଲେ ସେନ ଗୁରସ , କଦେଲ , ଛେନା , ମହୁ , ଗାଏ ଘି ,  ନୂଆ ଚାଉଲ , ନୂଆ ଚାଉଲର ଖିରି ପକେଇ କରି ଯିଏ ଯେନତା ହିସାବେ ଭୋଗ ସମର୍ପଣ କରସନ ନିଜର ଗୁଡିଘରେ । ସେ ଦିନ ନିହାତି ସବୁ ଘରେ ମା ସମଲେଇର ଫଟୋ ରଖି କରି କଲସ ବସେଇ କରି ମା କେ ଆବାହନ କରି ଗୁସିଆଁ ଭୋଗ ଲଗାସନ । ଘରର ଗୁଡି ପୂଜା ସାଏଲା ଉତାରୁ ଯାହାର ଗୁହାଲ ଅଛେ ସେମାନେ ଗୁହାଲ ପୂଜା କରି ସାଏଲେ ଗୋ ମାତା ମାନକୁ ଖିରି ପୂରୀ ଖାଏ ବାରକେ ଦେସନ । ନୂଆ ଖାଇ ସାଏଲା ଉତାରୁ ଇଟା ଗୁଟେ ବହୁତ ବଡ ପରମ୍ପରା ଚଲି ଅଉଛେ କାହିଁ କେନ ପୂରଖା ଅମଲୁ ଯେ ଯିଏ ଦିନକର ବି ବଡ ହେଇଥିବା ସେ ତାରନୁ ସାନ ପାଖୁ ଯୁହାର ଛିନବା । ଠିଆ ହେଇ କରି ଜୁହାର ନାଇଁ ଚଲେ ପୁରା ପୂରି ଲମ ହେଇକରି ମୁଡିଆ ମାରିକରି ଆଶିର୍ବାଦ ପାଏବା ।
ନୂଆ ଚାଉଲ କି ଚୂଡା ଖାଏବାର ଟା ଗୁଟେ ଅଲଗ କିସମର ମଜା ଆଏ ସେଟା ଅଏନ ଢଙ୍ଗେ ହେସି । ବଏଲେ ଘରର ବଡ ଗୁସିଁଆ ପୂଜା ଗୁଡିନେ ଭୋଗ ଲଗେଇ ସାଏଲେ ଗୁଟେ ଅଏନ ସମିଆଁ ନେ ପରିବାର ସାରା ଗୁଟେ ଠାନେ ବସିକରି ନୂଆ ଖାଏସନ । ଘରର ସବୁ କବାଟ ଝରକା ବନ୍ଦ କରି ଦେଇକରି ମୁନୁଷ ମାନେ ପୁରୁବ ମୁଖା ଆଉ ମାଏଝି ମାନେ ଉତ୍ତର ମୁଖା ହେଇ କରି ବଶସନ ନୂଆ ଖାଏବାର ଲାଗି । ବଡ ଗୁସିଆଁ ଭୋଗ ଦନାକେ ପହିଲ ଧରିକରି ପାଞ୍ଚ ଆଙ୍ଗଠିନେ ସବୁ ଭୋଗକେ ସାଉଁଟି କରି ଅମୃତ କହିକରି ପାଂଚ ଥର ମୁହେଁ ଦେସନ ତେହେରୁ ଘରଯାକିର ସଭେ ସେନତେଇ ହିସାବେ ନୂଆ ଚାଉଲ ଖାଏସନ । ନୂଆ ଚାଉଲ ଖାଏଲା ଉତାରୁ କବାଟ ଝରକା ଖୁଲି ଦେସନ । ନୂଆ ଖାଏଲା ବେଲକେ ବାହାରିଆ ମୁନୁଷ କି ମାଏଝି ଆଏଲେ ବି ଡାଂଡେ ଠାଡ ହେଇଥିବା କବାଟ ଖୁଲା ନାଇଁ ଯାଏ । ନୂଆ ଚାଉଲ ଖାଏଲା ଦନାକେ ଇହାଁ ତିହାଁ ନାଇ ଫିକି କରି ନଦୀ କି ବନ୍ଧେ ଉହୁଲେଇ ଦେସନ । ନୂଆଖାଇ ଦିନେ କେତେ ରକମର ଶାଗ , ତରକାରି , ଆମିଲ ତୁନ ମଗ ମଗେଇ ଯାଉଥିବା , ଖିରି ପୂରି ପିଠା ପନାନେ ଉଛଲି ପଡୁଥିବା ଘର । ଭାତ ତୁନ ଖାଏଲା ଉତାରୁ ରକମ ରକମର ଖେଲ ଖେଲସନ ନୁନି ଆଉ ବାବୁ ମାନେ । ସଞ୍ଜ ବେଲକେ ଗାଁ ମଝାଖୁଲି ନାଇଁ ହେଲେ ଗୁଡି ଘରେ ଭଜନ , କୀର୍ତ୍ତନ , ଗୀତା ଭାଗବତ ପଢା ହେସି । କେନ କେନ ଗାଁ ଗଂଡା ମାନକେ ନାଟ ତାମସା ବି ହେସି । ହେଲେ କାଁ କରବ ଇ ବରଷ ମନ ମାରିକରି ସଭେ ଘରେ ରହିକରି ନୂଆ ଖାଏବେ କାଏଁନ । ହେଲେ ସେ ଛଛଲ ଗୁନ୍ଦଲ , କିରଲା ଗୁଗା ଆଉ ନାଇ ଶୁଭେ । ଇ ଥରର ନୂଆ ଖାଇ ପୁରା ଫିକା ପଡିଗଲା ।  କରୋନା ମହାମାରୀ ଏନତେଇ କରୁନା କରିଛେ ଯେ ଲୁକେ ତ୍ରାହି ତ୍ରାହି ଭଜୁଛନ । ଯାହା ବି ହେଉ ମା ସମଲେଇ କୁରପା କରି ଥାଉନ , ପନତ ଉହାଡି ସମକୁ ଭଲେ ଶୁଭେ ରଖିଥାଉନ । ଯାହା ହେଲେ ବି ନୂଆ ଖାଇ ଲଗନ ଟା ଆଇଛେ ବେଲେ ଭଲେ ଶୁଭେ ମାନି ନେବାର କଥା । ବାକି କଥା ତେନକେ ଥାଉ ନୂଆ ଖାଇ ଟା ଭଲେ ଶୁଭେ ପାର ହେଉ । ପଶ୍ଚିମ ଓଡିଶା ବାସୀର ଇଟା ଗୁଟେ ବଡଖା ତିହାର ଆଏ ଭାଇ ଯିଏ ଯେନଟା କରବ କର ହେଲେ କୋଭିଡ ନୀୟମ କେ ଧ୍ୟାନ ଦେଇ କରି , ସାମାଜିକ ଦୂରତା କେ ଦେଖି କରି ସବୁ ବେବସ୍ତା କର ଆଉ ମା ସମଲେଇର ଆଶିରବାଦନୁ ସଭେ ଖୁସି ବାସି ନେ ନୂଆଖାଇ ତିହାର ଘରେ ରହିକରି ପାଲନ କର । ଜୟ ମା ସମଲେଇ ତୁଇ ସାହା ଭରସା ।
Report By-Sanjeeb Kumar Padhee , BUREAU HEAD , ( IYA 9197 ) IYA NEWS
( VISIT US- www.iyanews.com ) / ( LIKE US- www.facebook.com/iyanews )
# ସାଧାରଣ--ଜନତାର--ସ୍ଵର

Comments

Popular posts from this blog

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।