Posts

Showing posts from June, 2020

ଭୀଷଣ ବର୍ଷାରେ ଭାଙ୍ଗିଲା ଘର । ପରିବାର ଏବେ ବେସାହାରା ।

Image
ଅନୁଗୋଳ(IYA NEWS:01/07/2020): ଭୀଷଣ ବର୍ଷାରେ ଭାଙ୍ଗିଲା ଘର । ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଜଗନ୍ନାଥପୁର ଅଞ୍ଚଳରେ ଗତକାଲି ଭୀଷଣ ବର୍ଷା ହେବା ଫଳରେ ଗ୍ରାମର ୩ଜଣଙ୍କର ଘର ଭାଙ୍ଗିଛି । ଏହି ପରିବାର ଲୋକେ ଏଵେ ବାସହରା ହୋଇପଡିଛନ୍ତି । ସୂଚନାମୁତାବକ ଜଗନ୍ନାଥପୁର ଗ୍ରାମରେ ଥିବା ପାନୀୟ ଜଳ ପ୍ରକଳ୍ପର କାନ୍ଥ ବର୍ଷାରେ ଭାଙ୍ଗି ପଡିଥିଲା । କାନ୍ଥଟି ଗ୍ରାମର କାଳିଅା ଗୋଚ୍ଛାୟତ,ରବି ଗୋଚ୍ଛାୟତ,ଦଣ୍ଡିଅା ଗୋଚ୍ଛାୟତଙ୍କ ମାଟି ଘର ଉପରେ  ପଡିଯିବାରୁ ଘରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଅଛି ।ସେହି କାନ୍ଥ ଭୁଷୁଡିବ  ଫଳରେ ଗ୍ରାମର ଏହି ତିନି ପରିବାର ବେସାହାରା ହୋଇପଡିଛନ୍ତି । ଏଥିପାଇଁ ଅାଜି ସେମାନଙ୍କ ପରିବାର କରତପଟା - ଟିକରପଡା ରାସ୍ତା କିଛି ସମୟ ପାଇଁ ବନ୍ଦ କରିଦେଇଥିଲେ । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

କରୋନା ସଂକ୍ରମଣର ସତର୍କତାକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା । ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ କରୋନା କୋଭିଡ ହୋମ୍ ।

Image
ଅନୁଗୋଳ(IYA NEWS:30/06/2020): ସମ୍ପ୍ରତି ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଥୁବାରୁ ଏହାର ନିୟନ୍ତ୍ରଣ ନିମନ୍ତେ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନଙ୍କୁ କେତୋଟି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ କର୍ମଚାରୀମାନେ ମାସ୍କ ପିନ୍ଧିବା ସହ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରିବେ । କାର୍ଯ୍ୟାଳୟ ଗୁଡିକରେ କୋଭିଡ ନିୟମାବଳୀ ସମ୍ପର୍କରେ ସମସ୍ତ କର୍ମଚାରୀମାନଙ୍କୁ ଅବଗତ କରାଯିବ ।ଜିଲ୍ଲା କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟକୁ ଆସୁଥୁବାଲୋକମାନଙ୍କୁ ଅତି ଜରୁରୀ କାର୍ଯ୍ୟ ନଥିଲେ କାର୍ଯ୍ୟାଳୟକୁ ନ ଆସିବାକୁ ବାହାରେ ଏକ Help Desk ମାଧ୍ୟମରେ ଅବଗତ କରାଯିବ । କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ପ୍ରତି ପଞ୍ଚାୟତରେ ଅତି କମ୍‌ରେ ୨ରୁ ୩ଟି କରୋନା କୋଭିଡ ହୋମ ପ୍ରତିଷ୍ଠା କରାଯିବ ।ସର୍ଦ୍ଦି,କାଶ ଓ ଥଣ୍ଡାରେ ପୀଡିତ ବ୍ୟକ୍ତିମାନଙ୍କୁ ଏଠାରେ ରଖାଯାଇ ସ୍ବାବ୍ ସଂଗ୍ରହ କରାଯିବ । ଘରୋଇ ହସ୍ପିଟାଲ ଗୁଡିକରେ କରୋନା କର୍ଣ୍ଣର କାର୍ଯ୍ୟକାରିତା ଓ କୋଭିଡ ପ୍ରୋଟୋକଲ ପ

ଅନୁଗୋଳ ରୁ ଆଜି ୪ ଜଣ କରୋନା ପଜିଟିଭ । ସମୁଦାୟ ଅାକ୍ରାନ୍ତଙ୍କ ସଂଖ୍ୟା ୭୦ ।

Image
ଅନୁଗୋଳ(IYA NEWS:30/06/2020): ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକ ର ଏକ ଘରୋଇ  ଶିଳ୍ପ ସଂସ୍ଥା ହୋମ କ୍ବାରେଣ୍ଟାଇନ ରେ ଥିବା ଆଜି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ନୂଆଦିଲ୍ଲୀ ଫେରନ୍ତା ଏବଂ ସେମାନଙ୍କ ର ବୟସ 19 ବର୍ଷ ଓ 11 ବର୍ଷ। ସେହିପରି କଣିହାଁ ସ୍ଥିତ ଏକ ଘରୋଇ ଶିଳ୍ପ ସଂସ୍ଥା ହୋମ କ୍ୱାରେଣ୍ଟାଇନ ରେ ଥିବା ଜଣେ କରୋନା ପଜିଟିଭ  ଚିହ୍ନଟ ହୋଇଛନ୍ତି। ସେ ଜଣେ ତେଲେଙ୍ଗାନା ଫେରନ୍ତା ଏବଂ ତାଙ୍କର ବୟସ 62 ବର୍ଷ।ସେମାନଙ୍କର ନମୁନା ଆଜି ପଜିଟିଭ ଜଣାପଡିବା ପରେ ସେମାନଙ୍କୁ ତାଳଚେର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅବସର ନେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ୨ ଜଣ କର୍ମଚାରୀ ।

Image
ଅନୁଗୋଳ(IYA NEWS:30/06/2020): ଆଜି ଗୋଟିଏ ଦିନରେ ୨ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ସରକାରୀ କାର୍ଯ୍ୟରୁ ଅବସର ନେଇଛନ୍ତି । ଶ୍ରୀ ବ୍ରଜବନ୍ଧୁ ପଲେଇ ୧୯୮୦ ମସିହାରୁ ଓ ଶ୍ରୀ ଗଗନ ଚନ୍ଦ୍ର ବେହେରା ୧୯୯୨ ମସିହାରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଯୋଗଦାନ କରି ନିଜର ଦାୟିତ୍ବ ସୂଚାରୁରୂପେ ସମ୍ପାଦନ କରିଛନ୍ତି । ଆଜି ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠୀ ଓ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ ସେମାନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଜିଲ୍ଲାରେ ପ୍ରଥମ : କରୋନା ଅାକ୍ରାନ୍ତ ମୃତ୍ୟୁ ।

Image
ଅନୁଗୋଳ(IYA NEWS:30/06/2020): ଶିଳ୍ପ ସଂସ୍ଥା ନାଲକୋର ୫୭ ବର୍ଷ ବୟସ୍କ ଜଣେ ବରିଷ୍ଠ ଅଧିକାରୀ ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ନମୁନା ପରୀକ୍ଷଣରେ ଗତକାଲି ସେ ପଜିଟିଭ ଥିବାର ଜଣାପଡିଥିଲା। ଆଜି ତାଙ୍କୁ ବୁର୍ଲା ମେଡିକାଲ କଲେଜ ରୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପରେ ସେଠାରେ ତାଙ୍କୁ ମୃତ ଭାବରେ ଗ୍ରହଣ କରାଯାଇଥିଲା। ଆଜି ଆପରାହ୍ନ ରେ ତାଙ୍କର ମୃତ ଶରୀର କୁ ଭୁବନେଶ୍ୱରର ସତ୍ୟ ନଗର ସ୍ଥିତ ସ୍ମଶାନ କୁ ଦାହ ନିମନ୍ତେ ପଠାଯାଇଅଛି। ତାଙ୍କର ୫୨ ବୟସ୍କା ଧର୍ମପତ୍ନୀ ମଧ୍ୟ କରୋନା ପଜିଟିଭ ଥିବାରୁ ତାଙ୍କୁ କଟକ ର ଏକ ଘରୋଇ ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ପଠାଯାଇଛି। ଇତି ମଧ୍ୟରେ ନାଲକୋ ଠାରେ ଏକ ମେଡିକାଲ ଟିମ ପହଞ୍ଚି ତାଙ୍କର ସିଧାସଳଖ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କଣ୍ଟାକ୍ଟ ଟ୍ରେସିଂ କରି ୧୫ ଜଣ ଲୋକଙ୍କୁ ହୋମ କ୍ୱାରେଣ୍ଟାଇନ ରେ ରଖାଯାଇଛି। ନାଲକୋ ହସ୍ପିଟାଲର ଓପିଡ଼ିକୁ ଗୋଟିଏ ଦିନ ପାଈଁ ବନ୍ଦ କରାଯାଇ ବିଶୋଧନ କାର୍ଯ୍ୟ ଆରମ୍ଭ କରାଯାଇଛି।ସେ ବସୁଥିବା ନାଲକୋ ର ବୈଷୟିକ କାର୍ଯ୍ୟାଳୟ କୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇ ବିଶୋଧନ କରାଯାଉଛି।ଏହା ଛଡ଼ା ସେ ରହୁଥିବା କ୍ୱାଟର କୁ ସିଲ ବନ୍ଦ ରଖାଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳକୁ ମଧ୍ୟ ବିଶୋଧନ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଆଜି ଏକ ପ୍ରେସ ବିଜ୍ଞପ୍ତି ମା

ଆଜି ଅନୁଗୋଳରୁ ୨ଜଣ କରୋନା ପଜିଟିଭ୍ ଚିହ୍ନଟ। ପଜିଟିଭ୍ ସଂଖ୍ୟା ୬୬ରେ ପହଞ୍ଚିଲା।

Image
ଅନୁଗୋଳ(IYA NEWS:29/06/2020): ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ରୁ ଜଣେ ୨୧ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ହୋଇଥିବାର ରିପୋର୍ଟ ଆସିଛି।ଚଳିତ ମାସ ୨୫ତାରିଖ ରୁ ଏହି ଯୁବକ ତାମିଲନାଡୁରୁ ଆସି ସଙ୍ଗରୋଧ ରେ ଥିଲେ ଏବଂ ତାଙ୍କ ର ସ୍ୱାବ ନମୁନା ରୁ ପଜିଟିଭ ଜଣା ପଡ଼ିଛି। ତାଙ୍କର କୌଣସି କରୋନା ଲକ୍ଷଣ ନଥିଲା। ଆଜି ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ସେହିପରି ବଅଁରପାଳ ବ୍ଲକ ଅଞ୍ଚଳର ଏକ ୫୨ ବର୍ଷୀୟ ବ୍ୟକ୍ତି କଟକ ର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାବ ପରୀକ୍ଷା ରୁ ପଜିଟିଭ ଜଣାପଡିଛି। ଏହି୨ଜଣ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ଆକ୍ରାନ୍ତ ଙ୍କ ସଂଖ୍ୟା ୬୬ରେ ପହଞ୍ଚିଛି।ଏହା ଛଡ଼ା ଆଜି୪ଜଣ ସୁସ୍ଥ ହୋଇ କରୋନା କେୟାର ସେଣ୍ଟର କୁ ସ୍ଥାନାନ୍ତର ହୋଇ ଥିବା ବେଳେ ପୂର୍ବରୁ କଣିହାଁର ଏକଶିଳ୍ପ ସଂସ୍ଥା ରେ ଚିକିତ୍ସିତ ହେଉଥିବା ଜଣେ ମହିଳା ଓ ତାଳଚେର କୋଭିଡ ହସ୍ପିଟାଲ ରୁ ଜଣେ ଡାକ୍ତର ପଜିଟିଭ ଚିହ୍ନିତ ହେବା ପରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି। ଏହି ୬ଜଣ ସୁସ୍ଥ ଙ୍କୁ ମିଶାଇ ବର୍ତ୍ତମାନ ୫୪ ଜଣ ସୁସ୍ଥ ହୋଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : -

ଗଛ ରୁ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର।

Image
କିଶୋରନଗର(IYA NEWS:୨୮/୦୬/୨୦୨୦) ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ନାକଚି ମାହେଶ୍ୱରୀ ମନ୍ଦିର ନିକଟରୁ ଏକ ବିବାହିତ ଯୁବକଙ୍କର ମୃତ ଦେହ ଉଦ୍ଧାର କରାଯାଇଛି ।ତାଙ୍କ ନାମ ଅନିଲ ସାହୁ ବୟସ (୩୫) ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଖାଇସାହି ଗ୍ରାମ ର ବୋଲି ଜଣାଯାଇଛି।ପୋଲିସ ତାଙ୍କ ର ଝୁଲନ୍ତା ମୃତ ଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହଣ୍ଡପା  ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇଛି।ଏ ସଂକ୍ରାନ୍ତ ରେ ନଂ୧୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।ପୋଲିସ କହିଛି ଯେ ଅନୀଲ ୧୦ ବର୍ଷ  ପୂର୍ବେ  ନାକଚି ଗ୍ରାମରେ ବିବାହ କରିଥିଲେ।ସେ ତାଙ୍କ ଶଶୁର ଘରେ ବହୁ ବର୍ଷ ହେବ ରହୁଥିବା ବେଳେ କୌଣସି କାରଣ କୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ସଂଗ୍ରହ ହୋଇଥିବା ସମସ୍ତ ସ୍ୱାବ୍ ନେଗେଟିଭ୍।

Image
କିଶୋରନଗର(IYA NEWS :28/06/2020): ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକର ବଇଣ୍ଡା ,ଅଙ୍ଗପଡା, ଇଚ୍ଛାପୁର, ଅଞ୍ଚଳରୁ ଶୁକ୍ରବାର ଦିନ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ ସଂଗ୍ରହ କରାଯାଇଥିବା ସମସ୍ତ ସ୍ୱାବ ଗୁଡିକ ନେଗେଟିଭ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ବଇଣ୍ଡା ଏକ ପରିବାର ର ୧୫ ଜଣଙ୍କ ସମେତ ଇଚ୍ଛାପୁର, ଅଙ୍ଗପଡା ଅଞ୍ଚଳ ରୁ ସମୁଦାୟ ୯୨ ଜଣଙ୍କ ର ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ଭୁବନେଶ୍ୱର କୁ ପଠାଯାଇଛି।ଉକ୍ତ ପରିବାର ର ସମସ୍ତ ୧୫ ଜଣଙ୍କ ସମେତ ୯୨ ଜଣଙ୍କ ସ୍ୱାବ ନେଗେଟିଭ ଆସିଥିବା ବଇଣ୍ଡା  ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡାକ୍ତର ସରୋଜ କୁମାର ବଳ, କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର  ଡାକ୍ତର ପ୍ରିୟବ୍ରତ ଦାସ ସୂଚନା ଦେଇଛନ୍ତି।ଏନେଇ ନୁନୁକାପଶି  ସରପଞ୍ଚ ଜଳଧର ସାହୁ କୁହନ୍ତି ଶୁକ୍ରବାର ଦିନ ବଇଣ୍ଡା ର ଏକ ପରିବାର ର ୧୫ ଜଣ ଙ୍କର ସ୍ୱାବ ଟେଷ୍ଟ କରାଯାଇଛି।ସମସ୍ତ ସ୍ୱାବ ନେଗେଟିଭ ରହିଛି। ଏଥି ସହ ସେହି ଅଞ୍ଚଳ କୁ ସାନିଟାଇଜ କରାଯାଇଛି ।ସମସ୍ତଙ୍କୁ ମାକ୍ସ ପିନ୍ଧିବା ପାଇଁ ସଚେତନ କରାଯାଇଛି। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ରାସ୍ତାରେ ବସି ଛତୁ ବିକୁଥିବା ବେଳେ ଚଢିଗଲା ସ୍କୋର୍ପିଓ : ୧ ମୃତ ।

Image
ଅନୁଗୋଳ(IYA NEWS:28/06/2020): ଅନୁଗୋଳ ୬୩ ନଂ. ରାଜ୍ୟ ରାଜପଥର କଙ୍କରେଇ ନିକଟରେ ଅାଜି ଏକ ସ୍କର୍ପିଓ ଧକ୍କାରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛି। ଏହା ସହ ଗାଡ଼ିର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି ।ସୂଚନାମୁତାବକ ଭୁବନେଶ୍ୱରରୁ ଏକ ସ୍କର୍ପିଓ ଦ୍ରୁତଗତିରେ ଛେଣ୍ଡିପଦା ଅଭିମୁଖେ ଆସୁଥିବା ବେଳେ କଙ୍କରେଇ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଛତୁ ବିକୁଥିବା ଦୁଇଶିଶୁଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲା। ଏ ନେଇ ଘଟଣାସ୍ଥଳରେ ନିଶା ଶିଳ୍ପାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଅାରମ୍ଭ କରିଛି। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଶୁଭାରମ୍ଭ ହେଲା ଅନୁଗୋଳ ବନସାଥୀ ଅାପ୍ । ହଟିବ ଏବେ ମନୁଷ୍ୟ ବନ୍ୟପ୍ରାଣୀ ବିବାଦ ।

Image
ଅନୁଗୋଳ(IYA NEWS:28/06/2020): ଅନୁଗୋଳ ବନବିଭାଗ ପକ୍ଷରୁ ଅନୁଗୋଳ ବନସାଥୀ ଅାପ୍ ର ଶୁଭାରମ୍ଭ କରାଯାଇଛି । ଏହି ଅାପ୍ ଅନୁଗୋଳ ଜିଲ୍ଲାର ଅନୁଗୋଳ,ବଅଁରପାଳ,ତାଳଚେର,କଣିହାଁ,ଛେଣ୍ଡିପଦା ବ୍ଲକରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି ।  ବନ୍ୟପ୍ରାଣୀ ସହ ମନୁଷ୍ୟର ସଂଘର୍ଷ ଯୋଗୁଁ ଜନଜୀବନ ବହୁ କ୍ଷତି ହେବାରେ ଲାଗିଛି । ବନ୍ୟପ୍ରାଣୀଙ୍କ ଗତିବିଧି ସଂପର୍କରେ ଅାଗୁଅା ସୂଚନା ପ୍ରଦାନ ଦ୍ୱାରା ବନ୍ୟପ୍ରାଣୀ ଓ ମନୁଷ୍ୟଙ୍କ ମୃତ ଓ ଅାହାତ ଘଟଣା ହ୍ରାସ ପାଇବ,ଏଥିପାଇଁ ଏହି ଅାପ୍ କରାଯାଇଛି । ବନ୍ୟପ୍ରାଣୀଙ୍କ ଗତିବିଧି ସଂପର୍କରେ ସୂଚନା ସଂଗ୍ରହ କରାଯାଇ ଏସଏମଏସ,ଭଏସ କଲ,ମାଧ୍ୟମରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଲୋକମାନେ ନିୟନ୍ତ୍ରଣ କକ୍ଷରେ ଟୋଲଫ୍ରି ନଂ ୧୮୦୦୩୧୫୫୫୫୫ରେ ଏହି ଅାପରେ ନିଜର ମୋବାଇଲ ନମ୍ବର ସାମିଲ କରିବା ପାଇଁ ଯୋଗାଯୋଗ କରିପାରିବେ ।ଏହାସହ ଲୋକମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଅାପ ଡାଉନଲୋଡ ସହ ପଞ୍ଜିକରଣ କରିପାରିବେ । ଏହି ଅାପ ବନ୍ୟପ୍ରାଣୀଙ୍କ ଗତିବିଧି,ଅନ୍ୟାନ୍ୟ ଅଭିଯୋଗ,ଚାରା ଅାବଶ୍ୟକତା ସଂପର୍କରେ ସେବା ଯୋଗାଇବ । ଏହା ମାଧ୍ୟମରେ ଲୋକମାନେ ସମସ୍ୟା ସୃଷ୍ଟିକାରୀ ଜନ୍ତୁ ଓ ଉଦ୍ଧାର ହେବାକୁ ଥିବା ବନ୍ୟପ୍ରାଣୀ ସଂପର୍କରେ ସୂଚନା ଦେଇପାରିବେ । ବନବିଭାଗ ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଥିଲେ ସିଧାସଳଖ ଡି.ଏଫ.ଓ କାର୍ଯ୍ୟାଳୟକୁ ପଠାଯାଇପାରିବ । IYA NEW

କରୋନା ପାଇଁ ମୁଖ୍ୟମନ୍ତ୍ରୀ ରିଲଫ ଫଣ୍ଡକୁ ଦାନ କଲେ ଦଳୀୟ କର୍ମୀ।

Image
ଅାଠମଲ୍ଲିକ(IYA NEWS:28/06/2020) :               କରୋନା ମୁକାବିଲା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବ୍ଲକ ଠାକୁରଗଡ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳ କର୍ମୀଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।ଗତକାଲି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଅାରେ ୧୦ହଜାର ‍୧ ଶହ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି।କରୋନା କୁ ମୁକାବିଲା କରିବା ପାଇଁ ହେଲେ ସରକାରଙ୍କ ନିର୍ଦ୍ଦେଶକୁ ମାନି ଚଳିବା । ଘରେ ରହିବା ଓ ନିଜକୁ ସୁରକ୍ଷିତ ରଖିବା ସହ ସାମାଜିକ ଦୂରତା ରକ୍ଷାକରିବାକୁ ବିଧାୟକ ନିବେଦନ କରିଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

" ଆମ ଅନୁଗୋଳ ଆମ ଗୌରବ " ପ୍ରତୀକ ଥିବା ମାସ୍କ ପରିଧାନ ସହ କରୋନା ସଚେତନ

Image
ଅନୁଗୋଳ (IYA NEWS : ୨୭/୦୬/୨୦୨୦) ' ଆମ ଅନୁଗୋଳ ଆମ ଗୌରବ ' ଜନ ଅନୁଷ୍ଠାନର ସଭାପତି ଚନ୍ଦ୍ରକାନ୍ତ ଧଳଙ୍କ ନେତୃତ୍ବରେ ପ୍ରତୀକ ଥିବା ମାସ୍କ ପରିଧାନ ସହ କରୋନା ସଚେତନତା କରାଯାଇଛି। ଅନୁଷ୍ଠାନର ଉପଦେଷ୍ଟା ଭୁପେଶ୍ ଚନ୍ଦ୍ର ପ୍ରଧାନ, ଶେଖ୍ ରଫିକ୍, ଅଶୋକ ମୋଦି, ସୁଧୀର ରଞ୍ଜନ ସାହୁ, ନିଝାର୍ ଅଲ୍ଲୀ ଓ ସମ୍ପାଦକ ଶ୍ରୀ ଗୋଲକ ଚନ୍ଦ୍ର ସାହୁ ଅନୁଷ୍ଠାନର ନାମ ଲେଖା ଥିବା ମାସ୍କ ପିନ୍ଧିବା ସହିତ କରୋନା ମହାମାରୀର ସାବଧାନତା ଅବଲମ୍ବନ ନିମନ୍ତେ ସମସ୍ତଙ୍କୁ ସଚେତନ କରିବାକୁ ସ୍ଥିର କରିଥିଲେ।REPORT BY : SAMIR SAHOO (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

୩୬ ଜଣ ଭୂତ ଉଠାଉଛନ୍ତି ଭତ୍ତା : କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର।

Image
ଅନୁଗୋଳ (IYA NEWS : ୨୭/୦୬/୨୦୨୦) ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ହଡପ ନେଇ ସାଂପ୍ରତିକ କରୋନା କୋଭିଡ଼ - ୧୯ ଭୂତାଣୁ ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିଚାଲିଥିବା ବେଳେ ଏହା ଆମ ଦେଶରେ ମଧ୍ୟ ସମଦଶା ସାଜିଛି ଓ ଏହାର ପ୍ରଭାବକୁ କବଳିତ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ସେଥିପାଇଁ ସମଗ୍ର ଦେଶର ଲକ୍ ଡାଉନ୍ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ଫଳରେ ଦେଶରେ ଜନତା ପ୍ରଭାବିତ ହେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିଜର ଅସହାୟ ଜନତାକୁ ସୁରକ୍ଷା ଦେବା ସହ ଆର୍ଥିକ ଓ ଶୁଖିଲା ଖାଦ୍ୟ ଯୋଗାଣ କରୁଛନ୍ତି। କିନ୍ତୁ ଏହାର ଫାଇଦା ଉଠାଇଛନ୍ତି ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି। ସଦ୍ୟ ତଥ୍ୟ ନେବାରେ ଜଣାପଡ଼ିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ସାନ୍ତରାପୁର 'ଖ' ପଞ୍ଚାୟତ ପ୍ରତିନିଧି ରାଜ୍ୟ ସରକାର ଦ୍ୱାରା ଗରିବ ଖଟିଖିଆ ମଜୁରିଆଙ୍କ ପାଇଁ ଉଦ୍ଧିଷ୍ଟ ଆର୍ଥିକ ସହାୟତାର ଆତ୍ମସାତ କରିବାକୁ ପଛାଇ ନାହାନ୍ତି। ଆଜିକୁ ୧ ବର୍ଷ ୬ ମାସରୁ ଉର୍ଦ୍ଧ ହେବ ପ୍ରାୟ ୩୬ ଜଣ ମୃତକଙ୍କ ନାମରେ ଟଙ୍କା ଆତ୍ମସାତ କରିଚାଲିଛନ୍ତି। ଖାଉଟି ଖାଦ୍ୟ ଯୋଗାଣର ଅଧିନିୟମ ଅନୁଯାୟୀ ରାସନକାର୍ଡ ଉପଭୋକ୍ତାଙ୍କୁ କୋଭିଡ଼ - ୧୯ ପାଇଁ ଉଦ୍ଧିଷ୍ଟ ଆର୍ଥିକ ସହାୟତାକୁ ବେଖାତିର୍ କରି ସଂପୃକ୍ତ ପଞ୍ଚାୟତ ପ୍ରତିନିଧି ମୃତ ଲୋକଙ୍କ ନାମରେ ଭତ୍ତା ଟଙ୍କା ଉଠା

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏ.ସି କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

Image
ଅନୁଗୋଳ (IYA NEWS : ୨୬/୦୬/୨୦୨୦) ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ି.ଏମ.ଏଫ. ପାଣ୍ଠିରୁ କିଣା ହୋଇଥିବା ୩୮ଏସିରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ କରିଛି। ଗତ କିଛି ଦିନ ତଳେ ମେଡ଼ିକାଲରେ ଲାଗିଥିବା ଏସି ଗୁଡିକ ଯେଉଁ ଜାଗାରେ ଲାଗିଛି ଉକ୍ତ ସ୍ଥାନରେ ଲାଗିବା ପାଇଁ ଜିଇଡି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁମତି ନ ଆଣି ରାତି ଅଧରେ ତରବରିଆ ଭାବରେ ଏସି ଗୁଡିକ ଲଗାଯାଇଥିଲା ଯାହା ଫଳରେ ଉକ୍ତ ଏସି ଗୁଡିକ ରୋଗୀଙ୍କ କାମରେ ଆସୁନାହିଁ। ଏହି ଏସି କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ସ୍ପଷ୍ଟ ଭାବରେ ଜଣାପଡୁଛି। ତେବେ ଡି.ଏମ.ଏଫ. ଟଙ୍କାକୁ ଆତ୍ମସାତ କରିଥିବା ଏନ୍.ଆର.ଏଚ.ଏମର ଠିକା କିରାଣି ଦୀପକ ତ୍ରିପାଠୀଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ଏଥିସହିତ ଗତ ବର୍ଷ ମେଡିକାଲରେ ଲକ୍ଷ ଲକ୍ଷ ଟଙ୍କା ଡିଏ.ଏମ.ଏଫ. ଟଙ୍କା ଖର୍ଚ୍ଚ ହୋଇ ଅକ୍ସିଜେନ ପାଇପ ବିଛା ଯାଇଥିଲା। ଏହି ପାଇପ ବିଛା କୁ ବର୍ଷେ ପୁରିଥିଲେ ମଧ୍ୟ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରୁନାହିଁ। ଏହି ଦୁର୍ନୀତି ଗୁଡିକର ନିରପେକ୍ଷ ତଦନ୍ତ କରାଯାଇ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁଗୋଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବି କରାଯାଇଛି। ନଚେତ ଆଗାମୀ ଦିନରେ ଡ଼ି.ଏମ.ଏଫ. ଟଙ୍କା ଆତ୍ମସାତ ଘଟଣାରେ ବିଜେପି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ

କଂଗ୍ରେସ ତରଫରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

Image
ଅନୁଗୋଳ (IYA NEWS : ୨୬/୦୬/୨୦୨୦) ଆଜି ଅନୁଗୋଳ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଥିବା ଗାନ୍ଧୀ ସ୍ମୃତି ପୀଠ ଠାରେ ବିପ୍ଳବ ଜେନାଙ୍କ ନେତୃତ୍ୱରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିପ୍ଳବ ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ନିରବ ପ୍ରାର୍ଥନା କରାଯାଇଛି। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

୯୨ ଜଣଙ୍କର ସ୍ୱାବ ସଂଗ୍ରହ।

Image
ଅାଠମଲ୍ଲିକ/ବଇଣ୍ଡା(IYA NEWS:୨୬/୦୬/୨୦୨୦): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅାଜି କିଶୋରନଗର ବ୍ଲକ ବଇଣ୍ଡା,ଇଚ୍ଛାପୁର, ଅଙ୍ଗପଡା, ହାଇସ୍କୁଲ ରେ ଥିବା ଫେରନ୍ତା ପ୍ରବାସୀଙ୍କ ସ୍ୱାବ ସଂଗ୍ରହ କରାଯାଇଛି।ବଇଣ୍ଡା ହାଇସ୍କୁଲ ଠାରେ ୬୫ ଜଣ ଓ ବଇଣ୍ଡାର ଏକ ପରିବାର ରୁ ୧୫ଜଣ,ଇଚ୍ଛାପୁର ହାଇସ୍କୁଲ ରୁ ୨୩ ଜଣ, ଅଙ୍ଗପଡା ରୁ ୪୮ଜଣ ସ୍ୱାବ ସଂଗ୍ରହ କରାଯାଇଛି।ବଇଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ସରୋଜ ବଳ,କୋଭିଡର ସତ୍ୟରଞ୍ଜନ ଚାନ୍ଦ,ରୂପସାନା ବେଗମ,ସନ୍ଦୀପ ସାହୁ, ମୋନାଲିସା ଗଡନାୟକ, ଷ୍ଟାଫ ନର୍ସ ନିହାରିକା ନାୟକ,ଏନ.ଏମ ଚନ୍ଦନା ସାହୁ, ନାରାୟଣ ଦେହୁରୀ ପ୍ରମୁଖ ସ୍ୱାବ ସଂଗ୍ରହ କରିଥିଲେ। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅାଠମଲ୍ଲିକ ଓ ଅନୁଗୋଳ ଡି.ଏଫ.ଓ ଙ୍କ ସହ ବଦଳିଲେ ଜିଲ୍ଲା ଫରେଷ୍ଟ ରେଞ୍ଜର କଲେଜରେ ପ୍ରଶିକ୍ଷକ ।

Image
ଅନୁଗୋଳ(IYA NEWS:26/06/2020): ଓଡିଶା ଫରେଷ୍ଟ ସର୍ଭିସ ସ୍ତରରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗତକାଲି ଛୋଟ ଧରଣର ଅଦଳବଦଳ କରାଯାଇଛି । ଏହି ଅଦଳବଦଳ ସ୍ତରରେ ଆଠମଲ୍ଲିକ ଡିଏଫଓ ସମ୍ୟକ ସାମନ୍ତରାଙ୍କର ଖୋର୍ଦ୍ଧା ଡିଭିଜନକୁ ବଦଳି ହୋଇଛି ।ଅନୁଗୋଳ ଡିଏଫଓ ଭି.କାର୍ତ୍ତିକଙ୍କୁ କୋଇମ୍ବାଟୁର ଟ୍ରେନିଂ ସେଣ୍ଟରକୁ ଡେପୁଟେସନରେ ପଠାଯାଇଥିବା ବେଳେ କରଞ୍ଜିଆ ଡିଏଫଓ ପ୍ରସନ୍ନ ବେହେରାଙ୍କୁ ଅନୁଗୋଳ ବନଖଣ୍ଡ ଡିଏଫଓ ଭାବେ ବଦଳି ହୋଇଛି ।ସେହିପରି ଅନୁଗୋଳ ଜିଲ୍ଲା ଫରେଷ୍ଟ ରେଞ୍ଜର କଲେଜରେ ପ୍ରଶିକ୍ଷକ ଥିବା ବଟକୃଷ୍ଣ ପାଢୀଙ୍କର ବାରିପଦା ବଦଳି ହୋଇଥିବା ବେଳେ ଖୋର୍ଦ୍ଧା ଡିଭିଜନରେ ଥିବା ସୁଦୀପ ନାୟକଙ୍କୁ ଓଡିଶା ଫରେଷ୍ଟ ରେଞ୍ଜର କଲେଜକୁ ପ୍ରଶିକ୍ଷକ ଭାବେ ବଦଳି କରାଯାଇଛି ।  IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଆଦିତ୍ୟ ପ୍ରଥମ : ସମ୍ବର୍ଦ୍ଧନା କଲେ ସାସଂଦ ।

Image
ଅନୁଗୋଳ(IYA NEWS:26/06/2020): ଅନୁଗୋଳ ବ୍ଳକ ଚମ୍ପତିମୁଣ୍ଡା ଜବାହର ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଆଦିତ୍ୟ ପ୍ରସାଦ ପ୍ରଧାନ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।ଗତକାଲି ତାଙ୍କୁ ଏହି ସଫଳତା ପରେ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ଗୁରୁବାର ଢେଙ୍କାନାଳ ସାଂସଦ ମହେଶ ସାହୁ ସର୍କିଟ ହାଉସ୍ ଠାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଅନୁଗୋଳ ବ୍ଲକ ବସଲା ଗ୍ରାମର ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଅନୁଗୋଳ ବ୍ଲକ ଉପାଧ୍ୟକ୍ଷା ମମତା ପ୍ରଧାନଙ୍କ ପୁଅ ହେଲେ ଆଦିତ୍ୟ। ସେ ପିତା-ମାତାଙ୍କ ସହ ଅନୁଗୋଳ ସହରରେ ରହୁଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଆଜି ଅନୁଗୋଳରୁ ଜଣେ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ୬୦ ରେ ପହଞ୍ଚିଲା ।

Image
ଅନୁଗୋଳ(IYA NEWS:25/06/2020): ଅନୁଗୋଳ ଜିଲ୍ଲା ଅନ୍ତର୍ଗତ କିଶୋରନଗର ବ୍ଳକ୍ ଅଂଚଳର ଏକ ହୋମ କ୍ୱାରେଣ୍ଟାଇନରେ ଥିବା ଜନୈକ ୩୧ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଆଜି କରୋନା ପଜିଟିଭ ବାହାରିଛି । ଏହି ବ୍ୟକ୍ତି ଚଳିତ ମାସ ୧୮ତାରିଖରୁ ଚେନାଇରୁ ଆସି ହୋମ କ୍ୱାରେଣ୍ଟାଇନ ରେ ଥିଲେ । ତାଙ୍କର କୌଣସି ଲକ୍ଷଣ ନଥାଇ ନମୁନା ପଜିଟିଭ ଜଣାପଡିବା ପରେ ଆଜି ତାକୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଆଜିର ଏହି ଜଣେ ପଜିଟିଭକୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତକ ସଂଖ୍ୟା ୬୦ରେ ପହଞ୍ଚିଛି । ଆଜି ମଧ୍ୟ ୩ ଜଣ ସୁସ୍ଥ ହୋଇ କୋଭିଡ ହସ୍ପିଟାଲରୁ କୋଭିଡ କେୟାର ସେଣ୍ଟର ଆଦର୍ଶ ଆଇଟି ଆଇକୁ ସ୍ଥାନାନ୍ତର ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ୪୭ ଜଣ ସୁସ୍ଥ ହେଲେଣି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ସାମାନ୍ୟ ବର୍ଷାରେ ମହିଧରପୁର ରାସ୍ତାରେ ଜମୁଛି ପାଣି : ପୂର୍ତ୍ତ ବିଭାଗର କାର୍ଯ୍ୟଦକ୍ଷତା ସନ୍ଦେହ ରେ !

Image
ଅନୁଗୋଳ (IYA NEWS : ୨୪/୦୬/୨୦୨୦) ବର୍ଷା ଦିନ ଆସିଲେ ମହିଧରପୁର ଛକରେ ସତେ ଯେମିତି ଦୁଃଖ ବଢି ଯାଉଛି। ସାମାନ୍ୟ ବର୍ଷା ପାଣିରେ ରାସ୍ତାରେ ଜମି ଯାଉଛି ପାଣି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ଯିବା ସହ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ଏହି ରାସ୍ତା ଦେଇ ଅନେକ ଲୋକ କଟକ, ଭୁବନେଶ୍ୱର ଗସ୍ତ କରୁଛନ୍ତି ହେଲେ ଏଥିପ୍ରତି ପୂର୍ତ୍ତ ବିଭାଗ ଦୃଷ୍ଟି ନଦେବା ବଡ଼ ଦୁଃଖର ବିଷୟ। ରାସ୍ତାର ଦୃଶ୍ୟକୁ ଦେଖିଲେ ପୂର୍ତ୍ତ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି କରୁଛି। ଠିକାଦାର ଓ ପୂର୍ତ୍ତବିଭାଗର ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ରେ ଏହି ରାସ୍ତା ନିର୍ମାଣ କରାଯାଇଥିବା ସନ୍ଦେହ କରାଯାଉଛି। ରାସ୍ତାରେ ପାଣି ଜମୁଥିବାରୁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି। ସବୁ ଜାଣିଶୁଣି ଅଧିକାରୀ ମାନେ ଚୁପ ବସିବା ଓ ରାସ୍ତାର ସମସ୍ୟା କୁ ସମାଧାନ ନକରିବା ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଚର୍ଚ୍ଚା ଜୋର ଧରିଛି। ଏହି ରାସ୍ତା କେଉଁ ଗାଁ ଗହଳିର ନୁହଁ। ଅନୁଗୋଳ ରୁ କଟକ ଭୁବନେଶ୍ୱର ଯାଇଥିବା ମହିଧରପୁର ହାଟଛକର ଦୃଶ୍ୟ। ଅନ୍ୟ ପକ୍ଷରେ ଜାତୀୟ ରାଜପଥ କାମ ଚାଲିଥିବାରୁ ଲୋକମାନେ ସେହି ରାସ୍ତା ରେ ନଯାଇ ଏହି ମହିଧରପୁର ଦେଇ ଭୁବନେଶ୍ୱର ଓ କଟକ କୁ ଯାଉଛନ୍ତି। ଅଧିକାଂଶ ସମୟରେ ମେଡିକାଲ ହେଉ କିମ୍ବା ନିଜ ଘରକୁ ସରକାରୀ ବାବୁ ମାନେ ମଧ୍ୟ ଏହି ରାସ୍ତା ଦେଇ ଯାଉଥିବାର ଦେଖା ଯାଉଛି। ହେଲେ ଏହି ରାସ୍ତା ପ୍ରତି

ଆଜି ଅନୁଗୋଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ୫୯ରେ ପହଞ୍ଚିଲା ।

Image
ଅନୁଗୋଳ(IYA NEWS:24/06/2020): ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ତାଳଚେର ପୌରାଞ୍ଚଳର ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୦ ବର୍ଷୀୟ ଏହି ବ୍ୟକ୍ତି ଚଳିତ ମାସ ୧୭ତାରିଖରୁ ପଶ୍ଚିମବଙ୍ଗରୁ ଆସି ସଙ୍ଗରୋଧରେ ଥିଲେ । ସେହିପରି କିଶୋରନଗର ବ୍ଳକ୍ ଅଂଚଳର ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୭ ବର୍ଷିୟ ଏହି ବ୍ୟକ୍ତି ଚଳିତ ମାସ ୧୭ ତାରିଖରୁ ପୁର୍ଣ୍ଣିଆ (ବିହାର)ରୁ ଆସି ସଂଗରୋଧରେ ଥଲେ । ଉଭୟଙ୍କର କୌଣସି ଲକ୍ଷଣ ନଥାଇ ନମୁନା ପଜିଟିଭ ଜଣାପଡିବା ପରେ ଆଜି ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଆଜିର ଏହି ୨ ପଜିଟିଭକୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୯ରେ ପହଞ୍ଚିଛି । ଆଜି ମଧ୍ୟ ୪ ଜଣ ସୁସ୍ଥ ହୋଇ କୋଭିଡ ହସପିଟାଲରୁ କୋଭିଡ କେୟାର ସେଣ୍ଟର ଆଦର୍ଶ ଆଇ ଟି ଆଇକୁ ସ୍ଥାନାନ୍ତର ହୋଇଛନ୍ତି ।ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ୪୪ଜଣ ସୁସ୍ଥ ହେଲେଣି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅବସରପ୍ରାପ୍ତ ଜିଲ୍ଲାଜଜ୍ ଗୀରିଶ କୁମାର ମିଶ୍ରଙ୍କ ପରଲୋକ ।

Image
ଅନୁଗୋଳ(IYA NEWS:24/06/2020): କଳାହାଣ୍ଡି ଜିଲ୍ଲାର ପୂର୍ବତନ ଜିଲ୍ଲାଜଜ୍ ତଥା ବାଲେଶ୍ୱର ଫାମିଲକୋର୍ଟର ଅବସରପ୍ରାପ୍ତ ଜଜ୍ ଶ୍ରୀଯୁକ୍ତ ଗିରୀଶ କୁମାର ମିଶ୍ରଙ୍କ ଗତ ୨୨ ତାରିଖ ରାତ୍ର ୧୨.୧୫ମିନିଟ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ କଟକର ସି.ଡି.ଏ ସ୍ଥିତ ବାସଭବନରେ ୬୫ ବର୍ଷ ବୟସରେ ପରଲୋକ ହୋଇଯାଇଛି ।ତାଙ୍କର ପରିବାର ବର୍ଗ ତଥା ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସତୀଚଉରା ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ।ତାଙ୍କ ବଡଭାଇ ଡଃ.ରମେଶ ଚନ୍ଦ୍ର ମିଶ୍ର ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ବଡ ଭାଇ ଡଃ ରମେଶ ମିଶ୍ର, ଅନୁଗୋଳର ବରିଷ୍ଠ ଓକିଲ ସୁରେଶ କୁମାର ମିଶ୍ର,ପୁତୁରା ଡଃ ରାଜେଶ ମିଶ୍ର ଓ ଭୁବନେଶ୍ୱରୀ ନନ୍ଦନ ମିଶ୍ର ଓ ପରିବାର ବର୍ଗ ଉପସ୍ଥିତ ଥିଲେ ।କଟକ ସି.ଡି.ଏ ୧୦ ସ୍ଥିତ ବିଚାର ବିଭାଗୀୟ ଅବସରପ୍ରାପ୍ତ ବିଭିନ୍ନ ଅଧିକାରୀ,ଓଡିଶା ଉଚ୍ଚ ନ୍ୟାୟାଳୟର ଅବସର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ରଘୁନାଥ ବିଶ୍ୱାଳ ସ୍ୱର୍ଗତ ମିଶ୍ରଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।  ସ୍ୱର୍ଗତ ମିଶ୍ର ଅନୁଗୋଳ ଜିଲ୍ଲା ପୁରୁଣାଗଡର ସ୍ୱର୍ଗତ ସତ୍ୟବାଦୀ ମିଶ୍ର ଓ ସ୍ୱର୍ଗତ ନେତ୍ରମଣୀ ମିଶ୍ରଙ୍କ ୫ମପୁତ୍ର ଥିଲେ । ୧୯୮୫ ମସିହାରେ ଓଡିଶା ଜୁଡିସିଅାଲ ସର୍ଭିସରେ ପ୍ରବେଶ କରି କଳାହାଣ୍ଡି ଜିଲ୍ଲାର ଜି୍ଲାଜଜ୍ ଭାବେ ଅବସ୍ଥାପିତ ହେଲେ । ଶେଷରେ ୨୦୧୬ ମସିହା ଏପ୍ର

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ।

Image
ଅନୁଗୋଳ/ବନ୍ତଳା(IYA NEWS:23/06/2020): ଅଳ୍ପକେ ବର୍ତ୍ତିଲେ ବିଧାୟକ । ଅନୁଗୋଳ ଜିଲ୍ଲାର ବନ୍ତଳା ନିକଟରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଇନୋଭା ସହ ଅନ୍ୟ ଏକ ବାଲେନୋ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଟିଯାକ କାରକୁ ବଡ଼ କ୍ଷତି ପହଞ୍ଚିଛି। ମାତ୍ର ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ସମତେ ପିଏସ୍‌ଓ ରମାକାନ୍ତ ମାଝୀ,ଚାଳକ ଭିକାରୀ ନାୟକ ଓ ବାଲେନୋ କାରର ଅନ୍ୟ ଦୁଇ ବ୍ୟକ୍ତି। ସୂଚନାମୁତାବକ ବିଧାୟକ ସାଏ ନିଜର ଇନୋଭା (ଓଡ଼ି ୦୨ବିଡି-୪୩୨୧)ରେ ଭୁବନେଶ୍ୱରରୁ ଆଠମଲ୍ଲିକ ଫେରିବା ବାଟରେ ବନ୍ତଳା ପେଟ୍ରୋଲ ପମ୍ପ ନିକଟରେ ଅପରାହ୍ନ ପ୍ରାୟ ୩ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲେନୋରେ ଧୀରେଶ କୁମାର ପ୍ରଧାନ ଓ ସୁମନ୍ତ ବାଗ ନାମରେ ଦୁଇ ଜଣ ଯୁବକ ବସିଥିଲେ। ଏମାନେ ସମ୍ବଲପୁର ଜିଲ୍ଲାର ହୀରାକୁଦ ଅଂଚଳର ବୋଲି ଜଣାପଡ଼ିଛି ।ଆଠମଲ୍ଲିକ ବିଧାୟକଙ୍କ କାର ଦୁର୍ଘଟଣା ହେବା ଖବର ମିଳିବା ପରେ ବନ୍ତଳା ଥାନା ଆଇଆଇସି ପୁଲିସ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାଗ୍ରସ୍ତ ୨ଟି କାରକୁ ସେ ଜବତ କରି ତଦନ୍ତ କରିଛନ୍ତି। ତେବେ ଉଭୟ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ଏଥିରେ ଥିବା ବାଲେନୋ ଚାଳକ ନିୟନ୍ତ୍ରଣ କରି ନପାରିବାର ଦୁର୍ଘଟଣା ଘଟିଥାଏ ପାରେ ଅନୁମାନ କରାଯାଉଛି। IYA NEWS ( Visit Us :- www.iyanews.com ) /

ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ : ପଜିଟିଭ ସଂଖ୍ୟା ୫୭ରେ ପହଞ୍ଚିଲା ।

Image
ଅନୁଗୋଳ(IYA NEWS:22/06/2020): ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ବଅଁରପାଳ ବ୍ଳକର ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୬ ବର୍ଷୀୟ ଏହି ଯୁବକ ଚଳିତ ମାସ ୧୩ତାରିଖରୁ ତାମିଲନାଡୁରୁ ଫେରି ସଙ୍ଗରୋଧରେ ଥିଲେ । ତାଙ୍କର କୌଣସି ଲକ୍ଷଣ ନଥାଇ ନମୁନା ପଜିଟିଭ ଜଣାପଡିବା ପରେ ଆଜି ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଆଜିର ଏହି ୧ ପଜିଟିଭକୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୫୭ରେ ପହଞ୍ଚିଛି । ଇତିମଧ୍ୟରେ ୪୦ ଜଣ ସୁସ୍ଥ ହୋଇଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ସରପଞ୍ଚଙ୍କ ଗୁହାଳ ଘର ପ୍ରିତୀ,ପଞ୍ଚାୟତ କାର୍ଯ୍ୟାଳୟ ରୁ ରାତି ଅଧିଆ ବୋହି ନେଲେ ନଳକୂପ ମରାମତି ଲୁହା ପାଇପ ।

Image
ଅାଠମଲ୍ଲିକ(IYA NEWS:21/06/2020): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତରେ ଅନେକ ନଳକୂପ ଖରାପ ହୋଇ ପଡ଼ିଥିବା ବେଳେ ମରାମତି ହୋଇପାରୁନି।ପଞ୍ଚାୟତର ହାଇସ୍କୁଲ ନିକଟରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ରୁ ଥଣ୍ଡା ପାଣି ତ ଦୂର ର କଥା ଗରମ ପାଣି ବାହାରୁ ନଥିବା ଦେଖିବାକୁ ମିଳିଛି।କିନ୍ତୁ ସରପଞ୍ଚ ମହାଶୟ ପଞ୍ଚାୟତରେ ନଳକୂପ ମରାମତି ପାଇଁ ଗଚ୍ଛିତ ଥିବା ଲୁହା ପାଇପ କୁ ରାତି ଅଧିଆ ନିଜ ଘରକୁ ବୋହି ନେଇ ଗୁହାଳ ଘର କାର୍ଯ୍ୟ ରେ ଲଗେଇବା ନେଇ ଅଭିଯୋଗ ହୋଇଛି।ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶତ୍ରୁଘ୍ନ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଛନ୍ତି ମାସେ ତଳେ ଲୁହା ପାଇପ ନିଲାମ ହୋଇଥିଲା।ତେବେ ଶନିବାର ରାତି ଅଧିଆ ସରପଞ୍ଚ ଟ୍ରାକ୍ଟର ରେ ପାଇପ ବୋଝେଇ କରି ନିଜ ଘରକୁ କାହିଁକି ନେଲେ? ଏ ସମ୍ପର୍କ ରେ ସରପଞ୍ଚ ମହେଶ୍ୱର ଦେହୁରୀ କିଛି କହିବାକୁ ମୁହଁ ଖୋଲୁ ନଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱାଳ ବାବୁ ତାଙ୍କ ପାଇଁ ଓକିଲାତି କରୁଛନ୍ତି।ନିଲାମ ରସିଦ କଟାଯାଇଛି କହୁଥିବା ବେଳେ ରସିଦ ଦେଖାଉନାହାନ୍ତି।ଏହାର ବିଧିବଦ୍ଧ ତଦନ୍ତ ସକାଶେ କରୁଣାକର ନାୟକ, ସତ୍ୟନନ୍ଦ ନାୟକ,ପ୍ରଶାନ୍ତ ନାୟକ, ତ୍ରିନାଥ ମାଝୀ ପ୍ରମୁଖ ଦାବି କରିଛନ୍ତି। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ବଡକେରା କଲେଜ ପଡିଆରେ ଅାନ୍ତର୍ଜାତୀୟ ଯୋଗ ଦିବସ ପାଳନ

Image
ଅନୁଗୋଳ (IYA NEWS : ୨୧/୦୬/୨୦୨୦) ଅନୁଗୋଳ ବ୍ଲକ ଅନ୍ତର୍ଗତ ବଡକେରା କଲେଜ ପଡ଼ିଆରେ ଜଗନ୍ନାଥ ଯୋଗ ଗ୍ରୁପ ତରଫରୁ ଅାନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ସମସ୍ତେ ଯୋଗ କରି ଶରୀର ସୁସ୍ଥ ରଖିବାକୁ ଯୁବ ଗୋଷ୍ଠୀ ଅନୁରୋଧ ମଧ୍ୟ କରିଛନ୍ତି। ଏହି ଯୋଗ କାର୍ଯ୍ୟକ୍ରମରେ ଜଗନ୍ନାଥ ଯୋଗ ଗ୍ରୁପ ର ସଭାପତି ପ୍ରତାପ ସାହୁ, ସମ୍ପାଦକ ତାପସ କୁମାର ବାରିକ ଯୋଗ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁ, ସଦସ୍ୟ ନିରାକାର ସାହୁ, ଅଜିତ ରାଉଳ, କାହ୍ନୁ ସାମଲ ଓ ଚିନୁଙ୍କ ସହ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ। REPORT BY : SAMIR SAHOO (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ପୁଣି ଜଣେ କରୋନା ଅାକ୍ରାନ୍ତ ଚିହ୍ନଟ : ସମୁଦାୟ ୫୬ ।

Image
ଅନୁଗୋଳ(IYA NEWS:20/06/2020): ଅନୁଗୋଳ ଜିଲାରୁ ଆଜି ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର । ତେବେ ଜିଲ୍ଲାରୁ ଆଜି ଚିହ୍ନଟ ୫ଜଣଙ୍କୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଁଚିଛି ।ପୁଣି ଏବେ ଜଣେ କରୋନା ଅାକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଅାକ୍ରାନ୍ତ ଜଣକ ତାଳଚେର ଅଞ୍ଚଳରୁ ଜଣେ ଅଠର ବର୍ଷୀୟ ଯୁବକ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ସମୟରେ କରୋନା ପଜିଟିିଭ ବୋଲି ଜଣାପଡିଥିବାର ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ। ସମୁଦାୟ ପଜିଟିିଭ ସଂଖ୍ୟା ୫୬ ରେ ପହଂଚିଛି। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅାଜି ବାହାରିଥିବା କରୋନା ଅାକ୍ରାନ୍ତଙ୍କ ବିବରଣୀ ।

Image
ଅନୁଗୋଳ(IYA NEWS:20/06/2020): ଅନୁଗୋଳ ଜିଲାରୁ ଆଜି ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର । ତେବେ ଜିଲ୍ଲାରୁ ଆଜି ଚିହ୍ନଟ ୫ଜଣଙ୍କୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଁଚିଛି ।ଏମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକର ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ୨୭ ବର୍ଷ ବୟସ୍କ ଯୁବକ ଚଳିତ ମାସ ୮ତାରିଖରୁ ହରିୟାନାରୁ ଆସି ସଙ୍ଗରୋଧ କେନ୍ଦ୍ର ଥିଲେ ।ସେହିପରି ଉକ୍ତ ବ୍ଲକ ଅଂଚଳର ଜଣେ ୨୫ ବର୍ଷିୟ ଯୁବକ ଚଳିତ ମାସ ୧୧ ତାରିଖରୁ ଛତିଶଗଡରୁ ଆସି ସରକାରୀ କ୍ବାରେଣ୍ଟାଇନରେ ଥିଲେ ।ପରେ ସେ ଚଳିତ ମାସ ୧୭ ତାରିଖରେ ହୋମ କ୍ବାରେଣ୍ଟାଇନରେ ରହିଥିବା ଅବସ୍ଥାରେ ତାଙ୍କର ନମୁନା ପଜିଟିଭ ବାହାରିଛି ।ପ୍ରଶାସନ ଦ୍ବାରା ସ୍ଥିରିକୃତ ଅନୁଗୋଳ ସହରର ଏକ ହୋଟେଲରେ ପେଡ କ୍ବାରେଣ୍ଟାଇନରେ ଚଳିତ ମାସ ୧୭ ତାରିଖରୁ ଥିବା ଜଣେ ୩୩ ବର୍ଷିୟ ନୂଆ ଦିଲ୍ଲି ଫେରନ୍ତା ଯୁବକଙ୍କର ସ୍ବାବ ନମୁନା ପଜିଟିଭ ବାହାରିଛି ।ଚତୁର୍ଥ ପଜିଟିଭ ଜଣକ ୧୯ ବର୍ଷିୟ ଯୁବକ ଜଣକ ଚେନାଇରୁ ଫେରି ଅନୁଗୋଳ ବ୍ଲକ ଅଂଚଳର ଏକ ସଂଙ୍ଗରୋଧ କେନ୍ଦ୍ରରେ ଚଳିତ ମାସ ୧୨ ତାରିଖରୁ ରହିଥିଲେ ।ଏହି ୪ଜଣଙ୍କ କୈାଣସି ଲକ୍ଷଣ ନଥାଇ ପଜିଟିଭ ବାହାରିଥିବା ବେଳେ ୫ମ ପଜିଟିଭ ଜଣକ ୨୧ ବର୍ଷିୟ ଯୁବକ କିଶୋରନଗର ବ୍ଲକ ଅଂଚଳର ଏକ ସଙ୍ଗରୋଧ କେନ୍ଦ୍ରରେ ଚଳିତ ମାସ ୧୧ତାରିଖ ଠାରୁ ହାଇଦ୍ରାବାଦ ଫେରି

ତାବଡାରେ ରକ୍ତଦାନ ଶିବିର : ୬୨ ୟୁନିଟ ରକ୍ତ ସଂଗ୍ରହ

Image
ଅନୁଗୋଳ(IYA NEWS:20/06/2020): ଅନୁଗୋଳ ବ୍ଲକ ଅନ୍ତୁଳିଅା ପଞ୍ଚାୟତ ତାବଡା ଗ୍ରାମର ଯୁବଗୋଷ୍ଠୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଅାନୁକୁଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୬୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ସମ୍ମାନୀତ ଅତିଥି ଭାବେ ଅନ୍ତୁଳିଅା ସମିତିସଭ୍ୟ ସଂଜୀବ କିଶୋର ସ୍ୱାଇଁ ଶିବିରରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଯୁବ ନେତା ରମେଶ ଚନ୍ଦ୍ର ସାହୁ,ଲିପୁନ ପ୍ରଧାନ,ଭାଗିରଥୀ ପ୍ରଧାନ,ଜନାର୍ଦ୍ଦନ ସାହୁ,ଅଙ୍ଗନାୱାଡି କର୍ମୀ ଶସ୍ମିତା ସାହୁ,ଅାଶାକର୍ମୀ କାଞ୍ଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।ଅନୁଗୋଳ ରକ୍ତଭଣ୍ଡାର ପକ୍ଷରୁ ଡା.କ୍ଷୀରୋଦ ସାହୁ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ କର୍ମଚାରୀଙ୍କ ଦ୍ୱାରା ରକ୍ତସଂଗୃହୀତ ହୋଇଥିଲା । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ମାଖନା ହାତୀ ମୃତ୍ୟୁ ।

Image
ଛେଣ୍ଡିପଦା(IYA NEWS:20/06/2020): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲର ଗୁଡିମରାଠାରେ ଶନିବାର ଏକ ମାଖନା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ହାତୀଟି ପ୍ରାୟ ୪-୫ ଦିନ ତଳେ ମରିପଡ଼ିିଥିବା ଜଣାପଡ଼ିଛି। ମୃତ ହାତୀଟି ମଖନା ହାତୀ ବୋଲି କୁହାଯାଉଛି। ତେବେ ଉକ୍ତ ହାତୀଟିର କିପରି ମୃତ୍ୟୁ ହେଲା ସେନଇ ଏପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ସୂଚନାଯୋଗ୍ୟ, ଜୁନ ୧୭ ବିଳମ୍ବିତ ରାତିରେ ମୃତ ହାତୀ ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲର ନିକଟବର୍ତ୍ତୀ ଭାଗଲାକଟା ଗ୍ରାମର ନୀଳକଣ୍ଠ ନାଏକଙ୍କ ଘରକୁ ଭାଙ୍ଗିଦେଇଥିଲା। ଏହାପରେ ହାତୀର କୌଣସି ସନ୍ଧାନ ପାଇ ନ ଥିଲା ବନବିଭାଗ। ହାତୀ ସ୍କ୍ବାଡମାନେ ହାତୀର ପାଦ ଚିହ୍ନ ଦେଖି ବହୁ ଖୋଜା ଖୋଜି କରିବା ପରେ ଶନିବାର ହାତୀର ମୃତଦେହ ଗୁଡିମରା ଜଙ୍ଗଲରେ ଠାବ କରାଯାଇଛି। ଏହାପରେ ସେମାନେ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବରପାଇ ବନବିଭାଗର ଫରେଷ୍ଟର, ଡିଏଫ୍‌ଓ ଏବଂ ଏସିଏଫ୍‌ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅବକାରୀ ଚଢ଼ାଉ, ୪ ଗିରଫ

Image
ଅାଠମଲ୍ଲିକ(IYA NEWS:20/06/2020) ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଗତକାଲି ବିଭିନ୍ନ ଗ୍ରାମରେ ଚଢ଼ାଉ କରାଯାଇ ୫୦ ଲିଟର ଦେଶୀ ମଦ ଜବତ ସହ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଆଠମଲ୍ଲିକ ଥାନା ଅନନ୍ତପାଲିର ମୋହନ ବେହେରା,ପୂର୍ଣ୍ଣ ବେହେରା, ସୁରେଶ ସାହୁ,ଶ୍ରୀବତ୍ସ ନାଏକ । ଏମାନେ ବେଆଇନ ଭାବେ ଘରେ ମଦ ବିକ୍ରି କରୁଥିବା ଖବରପାଇ ଆଠମଲ୍ଲିକ ଅବକାରୀ ନିରୀକ୍ଷକ ସୁମତି ତ୍ରିପାଠୀ,ଉପନିରୀକ୍ଷକ ପ୍ରଫୁଲ କୁମାର ପତି ପ୍ରମୁଖ ଚଢ଼ାଉ କରିଥିଲେ। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ସହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ।

Image
ଅନୁଗୋଳ(IYA NEWS:20/06/2020): ଅନୁଗୋଳ ସହର ଉପକଣ୍ଠ ହାକିମପଡା ଅଙ୍ଗନବାଡ଼ି କେନ୍ଦ୍ର ଠାରେ ସହୀଦ ବୀର ଜବାନ ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ସହିତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛୁ ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରସ୍ବତୀ ପୂଜା କମିଟି ସଦସ୍ୟ,ଅଙ୍ଗନବାଡ଼ି ସହାୟିକା ଏବଂ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ ।   IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

Image
ଅନୁଗୋଳ ( IYA NEWS : ୧୯/୦୬/୨୦୨୦)  ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ବାରଗୌଣିଆ ଗ୍ରାମରେ ହାତୀ ଆକ୍ରମଣରେ ଆଜି (ଶୁକ୍ରବାର) ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାରଗୌଣିଆ ଗ୍ରାମର ସୁଦାମ ପ୍ରଧାନ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ସୁଦାମ ଆଜି ସକାଳେ ଗାଁ ପାଖ ଜଙ୍ଗଲକୁ ଛେଳି ପାଇଁ ଡାଳ ସଂଗ୍ରହ କରିବାକୁ ଯାଇଥିଲେ । ସେଠାରେ ସେ ଏକ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ ଓ ଦନ୍ତା ଆକ୍ରମଣରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ଖବର ପାଇ ବନ୍ତଳା ବନାଞ୍ଚଳ ଡେ଼ପୁଟି ରେଞ୍ଜର ଜୟନ୍ତ ସାହୁ, ଫରେଷ୍ଟ ଗାର୍ଡ ବଶିଷ୍ଟ ଦେହୁରୀ ସଦଳବଳେ ପହଂଚି ଶବକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଦନ୍ତା କଚାଡି ମାରିବା ପରେ ସେହି ରାସ୍ତା ଦେଇ ଲୁନାରେ ଯାଉଥିବା ଜଣେ ମୁଢି ବ୍ୟବସାୟୀଙ୍କୁ ମଧ୍ୟ ହାତୀ ଗୋଡ଼ାଇ ଥିଲା । ତେବେ ମୁଢି ବ୍ୟବସାୟୀ ଶ୍ରୀନିବାସ ମହାଳିକ ହାତୀ ଆକ୍ରମଣରୁ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲେ ।  ସୂଚନାଥାଉକି ଯେ ଗତକାଲି ନନ୍ଦପୁର ପଞ୍ଚାୟତ ମାଧପୁର ଗାଁ ବାଘୁଆପାଟ ଜଙ୍ଗଲ ନିକଟରେ  ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା । REPORT BY : KAMADEV DEHURY (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅାଜି ଜିଲ୍ଲାରୁ ଜଣେ କରୋନା ଅାକ୍ରାନ୍ତ ଚିହ୍ନଟ : ସମୁଦାୟ ୫୦ ।

Image
ଅନୁଗୋଳ(IYA NEWS:19/06/2020): ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ବଅଁରପାଳ ବ୍ଳକର ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୮ ବର୍ଷୀୟ ଏହି ଯୁବକ ଚଳିତ ମାସ ୧୩ତାରିଖରୁ ଆନ୍ଧ୍ରପ୍ରଦେଶରୁ ଫେରି ସଙ୍ଗରୋଧରେ ଥିଲେ । ତାଂକର କୌଣସି ଲକ୍ଷଣ ନଥାଇ ନମୁନା ପଜିଟିଭ ଜଣାପଡିବା ପରେ ଆଜି ତ୍ୟକୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଆଜିର ଏହି ୧ ପଜିଟିଭକୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଜିଲ୍ଲାରେ ରଥଯାତ୍ରା ସଂପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରିକଲେ ଜିଲ୍ଲାପାଳ ।

Image
ଅନୁଗୋଳ(IYA NEWS:19/06/2020): ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଜନସାଧାରଣଙ୍କ ଜୀବନ ସୁରକ୍ଷା ତଥା ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁପାଳନ ଅାଧାରରେ ଚଳିତ ବର୍ଷ ଅନୁଗୋଳ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଅାୟୋଜିତ ହେବାକୁ ଥିବା ରଥଯାତ୍ରା ସଂପୂର୍ଣ୍ଣ ବନ୍ଦ ରଖିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ହାତୀ ଆକ୍ରମଣରେ ବୃଦ୍ଧ ମୃତ

Image
ଅନୁଗୋଳ (IYA NEWS : ୧୯/୦୬/୨୦୨୦) ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଗତକାଲି ସକାଳ ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳର ଖିଣ୍ଡା ସେକ୍ସନ ପୋକତୁଙ୍ଗା ବିଟ ଥିବା ନନ୍ଦପୁର ପଞ୍ଚାୟତର ମଧୁପୁର ଗାଁ ବାଘୁଆପାଟ ସାହିର କେତେକ ଗ୍ରାମବାସୀ ସକାଳ ସମୟରେ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ଦେଇଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ୍ତଳା ବନାଞ୍ଚଳ ଡେପୁଟି ରେଞ୍ଜର ଜୟନ୍ତ କୁମାର ସାହୁ ସଦଳବଳେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ପଠାଇ ଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳରୁ ହୋଇ ନଥିବା ହେତୁ ତାଙ୍କର ପରିଚୟ ମିଳି ପାରିନଥିବା ବେଳେ ତାଙ୍କର ଆନୁମାନିକ ବୟସ ୫୦ ବର୍ଷ ହେବ ଏବଂ ମୃତଦେହ ନିକଟରୁ ଗୋଟିଏ ସାଇକେଲ , ରୋଷେଇ ସାମଗ୍ରୀ ଜିନିଷ ଉଦ୍ଧାର ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ମଧ୍ୟକୁ ନଯିବା ପାଇଁ ବନବିଭାଗ ତରଫରୁ ସତର୍କ କରାଯାଇଛି। REPORT BY : KAMADEV DEHURY (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍

ଜୀବନ ବିନ୍ଦୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ।

Image
ଅନୁଗୋଳ (IYA NEWS : ୧୮/୦୬/୨୦୨୦) ଅନୁଗୋଳ ଜିଲ୍ଲା ଅନ୍ତୁଳିଅା ଗ୍ରାମପଞ୍ଚାୟତ ତାବଡା ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳର ବିଶିଷ୍ଟ ସମାଜସେବୀ ତଥା ଅନ୍ତୁଳିଅା ଗ୍ରାମପଞ୍ଚାୟତ ସମିତିସଭ୍ୟ ସଂଜୀବ କିଶୋର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ରକ୍ତଦାନ ଶିବିର ତାବଡା ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ ।  ଆସନ୍ତା ୨୦ ତାରିଖ ଶନିବାର ଦିନ ଆୟୋଜନ କରିବା ପାଇଁ ଏହି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା |ଏହି ବୈଠକରେ ସମାଜସେବୀ ତଥା ସମିତିସଭ୍ୟ ସଂଜୀବ କିଶୋର ସ୍ୱାଇଁଙ୍କ ସହ ବହୁ ଯୁବଗୋଷ୍ଠୀ ଉପସ୍ଥିତ ରହି ସମସ୍ତ ସହଯୋଗ କରିବାକୁ ସମ୍ମତି ଜଣାଇଥିଲେ। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଶହୀଦ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଠାକୁରଗଡ଼ ୟୁଥ ପାୱାର ପକ୍ଷରୁ ଶ୍ରଦ୍ଧାଞ୍ଜଳି,କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଚୀନ ରାଷ୍ଟ୍ରପତିଙ୍କ କୁଶ ପୁତ୍ତଳିକା ଦାହ

Image
ଅାଠମଲ୍ଲିକ(IYA NEWS:18/06/2020): ଆଜି ସନ୍ଧ୍ୟାରେ ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ୟୁଥ ପାୱାର ପକ୍ଷରୁ ଲାଦାଖ ସୀମାରେ ଚୀନ ଆକ୍ରମଣରେ ଭାରତର ୨୦ଜଣ ଯବାନ ଶହୀଦ ହୋଇଥିବାରୁ ସେମାନଙ୍କର ଅମର ଆତ୍ମାର ସଦଗତି ପାଇଁ ଠାକୁରଗଡ଼ ହାଇସ୍କୁଲ ଛକ ଠାରୁ ଲକ୍ଷ୍ମୀ ବଜାର ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ଠାକୁରଗଡ଼ ଲକ୍ଷ୍ମୀ ବଜାର ଠାରେ ଚୀନ ର ରାଷ୍ଟ୍ରପତି କିଙ୍ଗପିନ୍ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।ବନ୍ଦେ ମାତାରମ, ଭାରତୀୟ ସେନା ଅମର ରହେ, ଚାଇନା ଜିନିଷ ବର୍ଜନ କରନ୍ତୁ,କିଙ୍ଗପିନ ମୁର୍ଦ୍ଦାବାଦ ସ୍ଲୋଗାନ ଦେଇ ସ୍ଥାନୀୟ ଅଧିବାସୀ, ୟୁଥ ପାୱାର ସଦସ୍ୟ ,ବଣିକ ସଙ୍ଘ,ନିର୍ବାଚିତ ପ୍ରତିନିଧି, ସ୍ଥାନୀୟ ଯୁବକ ଗୋଷ୍ଠୀ, ସମାଜସେବୀ, ପୂର୍ବତନ ସାମରିକ କର୍ମଚାରୀ ଦୁଃଖ ବନ୍ଧୁ ନାୟକ, ଯୁଧିଷ୍ଠିର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଏଥିରେ ୟୁଥ ପାୱାର ର ସଭାପତି ସୁନୀଲ ସାହୁ, ସମ୍ପାଦକ ଶୁଭକାନ୍ତ ପ୍ରଧାନ ଓ ତାଙ୍କ ସଦସ୍ୟ ବୃନ୍ଦ,ସରପଞ୍ଚ ପ୍ରତାପ ସାହୁ,ପୂର୍ବତନ ସରପଞ୍ଚ ମନୋଜ ରାଉତ ଆଠମଲ୍ଲିକ ବ୍ଲକ ବିଜୁ ଜନତା ଦଳ ସଭାପତି ବୃନ୍ଦାବନ ସାହୁ,ଠାକୁରଗଡ଼ ବିକାଶ ମଞ୍ଚ ର ଆବାହକ ଶତ୍ରୁଘ୍ନ ସାହୁ ଓ ବଣିକ ସଙ୍ଘ ର ସଭାପତି ହେମନ୍ତ କୁମାର ଖୁଣ୍ଟିଆ ପ୍ରମୁଖ ଏହି ସଂଗ୍ରାମୀ ଯୋଦ୍ଧା ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। IYA NEWS ( Visit Us :- w

ମହାବିନାୟକ ୟୁଥ କ୍ଲବ ତରଫରୁ ବୀର ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି

Image
ଅନୁଗୋଳ (IYA NEWS : ୧୮/୦୬/୨୦୨୦) ଭାରତ - ଚୀନ ସୀମାନ୍ତ ଗଲୱାନ ଘାଟିରେ ସହୀଦ ହୋଇଥିବା ଭାରତୀୟ ସେନାର ବୀର ଯବାନଙ୍କୁ ମହାବିନାୟକ ୟୁଥ କ୍ଲବ ତରଫରୁ ସମୂହ ଦ୍ବୀପ ଦାନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିନାୟକ ୟୁଥ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅନୁଗୋଳ ୱାରିୟର୍ସ କ୍ଲବ ଆନୁକୂଲ୍ୟରେ ବୀର ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି

Image
ଅନୁଗୋଳ (IYA NEWS : ୧୮/୦୬/୨୦୨୦) ଭାରତ-ଚୀନ ସୀମା ବିବାଦରେ ମଙ୍ଗଳବାର ଗଲୱାନ ଘାଟିରେ ଶହୀଦ ହୋଇଥିବା ଭାରତୀୟ ଯବାନମାନଙ୍କୁ ଆଜି ୱାରିୟର୍ସ କ୍ଲବ ତରଫରୁ ସାମୁହିକ କ୍ୟା‌ଣ୍ଡଲ୍‌ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭାରତ ପ୍ରତି ଚୀନର ଆଭିମୁଖ୍ୟ ସଦା ସର୍ବଦା ଶତ୍ରୁତା ଆଚରଣ ରହୁଥିବା ବେଳେ ସୀମାରେ ଉତ୍ତେଜନା ପୂର୍ଣ୍ଣ ବାତାବରଣ ସୃଷ୍ଟି କରି ପରିସ୍ଥିତିକୁ ଜଟିଳ କରୁଅଛି। କୌଣସି କାରଣ ନଥାଇ ଚୀନ ସୈନିକ ମାନେ ବୀର ଯବାନମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ତାର ପ୍ରତିତ୍ତୋରରେ ଭାରତୀୟ ଯବାନ ମାନେ ମଧ୍ୟ ଚୀନ ସୈନିକଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ଭାରତୀୟ ଶହୀଦ ଯବାନଙ୍କ ପ୍ରତି ଅନୁଗୋଳ ୱାରିୟର୍ସ କ୍ଲବ ତରଫରୁ କ୍ଲବ୍‌ ସମ୍ମୁଖରେ ସାମୁହିକ କ୍ୟାଣ୍ଡେଲ ଜଳାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ଭକ୍ତିପ୍ରସାଦ ଦାସ ଓ କ୍ଲବର ସଭାପତି  ଗୁନିଲ କୁମାର ନାଏକ, ସମ୍ପାଦକ ଶାନ୍ତନୁ ମିଶ୍ର, ସୁଶୀଲ କୁମାର ନାଏକ, ସୂର୍ଯ୍ୟକାନ୍ତ ଭୁତିଆ, ସୁନୀଲ କୁମାର ନାଏକ, ମିଲନ ସିଂହ, ବିକାଶ ନାଏକ, ବାପୁନ କର୍ମକାର, ଟୁକୁନା ବେହେରା, ସାଗର ପ୍ରଧାନ, ଆନନ୍ଦ ପ୍ରିୟଦର୍ଶନ, ମନୋଜ ନାଏକ, ଜ୍ୟୋତି ପ୍ରକାଶ ନାଏକ, ହାପି ସାହୁ, ଯୋଗେଶ ସାହୁ, ବଳରାମ ବରାଳ, ଲିଟୁନ ପଟ୍ଟନାୟକ, ମଣ୍ଟୁ ପ୍ରଧାନ, ଦିଲ୍ଲୀପ ବେହେରା, ଆଲୋକ ପ୍ରଧାନ, ସୁଶୀଲ କର୍ଣ୍ଣ, ଆଦିତ୍ୟ ମିଶ୍

ଭାରତ-ଚୀନ ସୀମା ବିବାଦରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ।

Image
ଅନୁଗୋଳ(IYA NEWS:18/06/2020): ଭାରତ-ଚୀନ ସୀମା ବିବାଦରେ ମଙ୍ଗଳବାର ଶହୀଦ ହୋଇଥିବା ଭାରତୀୟ ଯବାନ ମାନଙ୍କୁ ଜିଲ୍ଲା ସ୍ବେଚ୍ଛାସେବୀ ମାନଙ୍କ ତରଫରୁ ସାମୁହିକ ଦୀପଦାନ ପୂର୍ବକ ବୈପ୍ଳବୀକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି ।ଭାରତ ପ୍ରତି ଚୀନର ଆଭିମୁଖ୍ୟ ସଦା ସର୍ବଦା ଶତ୍ରୁତା ଆଚରଣ କରିବା ରହୁଥିବା ବେଳେ ସୀମାରେ ଉତେଜନା ପୂର୍ଣ୍ଣ୍ ବାତାବରଣ ସୃଷ୍ଟି କରି ପରିସ୍ଥିତିକୁ ଜଟିଳ କରୁଅଛି ।କୌଣସି କାରଣ ନଥାଇ ଚୀନ ସୈନିକ ମାନେ ଆମ ଯବାନମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ତାର ପ୍ରତିଉତ୍ତୋରରେ ଅମ ଯବାନ ମାନେ ମଧ୍ୟ ଚୀନ ସୈନିକଙ୍କୁ ଉଚିତ୍ ଜବାବ ଦେଇଛନ୍ତି ।ଭାରତର ଶହୀଦ ଯବାନଙ୍କ ପ୍ରତି ଅନୁଗୁଳ ଶହୀଦ ସ୍ମୃତି କମିଟି ତଥା ଜିଲ୍ଲା ସ୍ବେଚ୍ଛାସେବୀ ସମୁହଙ୍କ ତରଫରୁ ଗତକାଲି ଜଗନ୍ନାଥ ମନ୍ଦିର ସମ୍ମୁଖରେ ସାମୁହିକ ଦୀପଦାନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।ଏଥି ସହିତ ଚୀନକୁ ଆର୍ଥିକ ଉପାୟରେ ଦୁର୍ବଳ କରାଗଲେ ତାର ଦମ୍ଭ ଭଙ୍ଗାଯାଇପାରିବ ବୋଲି ସ୍ବେଚ୍ଛାସେବୀ ମାନେ ମତପ୍ରକାଶକରିଛନ୍ତି। ଚୀନ ସାମଗ୍ରୀକୁ ବର୍ଜନ କରିବା ଦ୍ବାରା ଚୀନର ଅର୍ଥନୀତି ଦୂର୍ବଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ଏଣୁ ଚାଇନା ସାମଗ୍ରୀ ବର୍ଜନ ନିମନ୍ତେ ଦେଶବାସୀଙ୍କୁ କମିଟି ତରଫରୁ ଆହ୍ବାନ କରାଯାଇଛି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Associatio

ମରଣଯନ୍ତା ପାଲଟିଛି ତଳମୂଳ - ନୂଆସାହି ରାସ୍ତା । ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ପାଇଁ ହନ୍ତସନ୍ତ ହେଉଛନ୍ତି ଜନତା।

Image
ଅନୁଗୋଳ (IYA NEWS : ୧୮/୦୬/୨୦୨୦)  ଠିକାଦାରଙ୍କ ମନମ୍ମୁଖୀ କାର୍ଯ୍ୟ ପାଇଁ ରାସ୍ତା ପାଲଟିଛି ମରଣଯନ୍ତା। ନିମ୍ନମାନର କାର୍ଯ୍ୟ ପାଇଁ ରାସ୍ତା ର ଅବସ୍ଥା ଏବେ ସାଂଘାତିକ। ଏହି ଦୃଶ୍ୟ ହେଉଛି ବଅଁରପାଳ ତଳମୂଳ ପଂଚାୟତ ନୂଆସାହିର ଗ୍ରାମ୍ୟ ରାସ୍ତା। ମୁଖ୍ୟ ରାସ୍ତା ଟି ଫୁଲପଡା ନୂଆସାହିକୁ ସଂଯୋଗ କରୁଛି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ରାସ୍ତା ର ଅବସ୍ଥା ଦେଖିଲେ ଲାଗୁଛି, ମୃତ୍ୟୁ କୁ ଡାକୁଛି ଏହି ଗ୍ରାମ୍ୟ ରାସ୍ତା। ପ୍ରଶାସନ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ଏହି ରାସ୍ତା ନିର୍ମାଣ କରାଯାଇଥିବାର ସନ୍ଦେହ ଲାଗୁଛି। ଅଭିଯୋଗ ଆସିଲେ ଚିପସ ପକାଇ ରାସ୍ତା ମରାମତି କରୁଛନ୍ତି ସମ୍ପୃକ୍ତ ଠିକାଦାର। ରାସ୍ତାଟି ଏତେ ନିମ୍ନମାନର ହୋଇଛି ଯେ ରାସ୍ତାରୁ ପିଚୁ ବାହାରି ଏବେ କାଦୁଅ ହୋଇଯାଇଛି। ରାସ୍ତାକୁ ଦେଖିଲେ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ସୃଷ୍ଟି କରୁଛି। ଏହି ରାସ୍ତା ଦେଇ ଲୋକମାନେ ଯାତାୟାତ କଲାବେଳେ ଭାବୁଛନ୍ତି ସତେ ଯେମିତି ଯମ ଦ୍ଵାର ଦେଇ ଗତି କରୁଛନ୍ତି। ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତାହେଲେ ଅନେକ ନିରୀହ ଲୋକଙ୍କ ଜୀବନ ଦ୍ୱୀପ ଲିଭି ଯିବାର ଆଶା ଓ ଆକାଂକ୍ଷା। REPORT BY : SAMIR SAHOO (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାର

ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଗାଁ ବିଦ୍ୟାଳୟ ଅବହେଳିତ ଅବସ୍ଥାରେ।

Image
ଅନୁଗୋଳ (IYA NEWS : ୧୮/୦୬/୨୦୨୦) ବଅଁରପାଳ ବ୍ଲକ ସାନ୍ତରାପୁର ' ଖ ' ପଂଚାୟତ କଲଣ୍ଡାପାଳ ଗ୍ରାମରେ ପଦ୍ମଶ୍ରୀ ରାଧାମୋହନ ଗଡନାୟକ ଜନ୍ମ ଗ୍ରହଣ କରିଥିଲେ। କବିଙ୍କ ସଂଘର୍ଷ ରେ ବିଦ୍ୟାଳୟଟି ଅବସ୍ଥାପିତ ହୋଇଥିଲା, କିନ୍ତୁ ଆଜିର ଦିନରେ ସେ ବିଦ୍ୟାଳୟକୁ ପଚାରେ କିଏ। ବିଦ୍ୟାଳୟ ର ଅବସ୍ଥା ଦେଖିଲେ କେହି ବି ବିଶ୍ୱାସ କରିପାରିବେନି , ଏହି ବିଦ୍ୟାଳୟ ଟି ହେଉଛି କବି ଙ୍କ ଜନ୍ମ ଭୂମି ଗାଁ କଲଣ୍ଡାପାଳର। ଏଠି ପ୍ରଶ୍ନ ଉଠେ ଲୋକପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ର ଭୂମିକା କଣ ? ଯେଉଁ କବି ଦିନେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇ ସାରା ଓଡ଼ିଶାରେ ଚହଳ ପକାଇଥିଲେ, ସେଇ କବିଙ୍କ ଗ୍ରାମ୍ୟ ବିଦ୍ୟାଳୟ ଏତେ ଅବହେଳିତ କାହିଁକି। ଏହି ଫଟୋଚିତ୍ର ରୁ ସ୍ପଷ୍ଟ ବାରି ହୋଇପଡୁଛି ବିକାଶ ର ବାସ୍ତବ ଦୃଶ୍ୟ । ଦେଖିବାକୁ ବାକି ରହିଲା କେବେ ଏହାର ସମାଧାନ ହେଉଛି ଓ ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ କେତେ ସୁରକ୍ଷିତ ରହୁଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହୋଇଛି। REPORT BY : SAMIR SAHOO (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

କରୋନା ମୁକାବିଲା ପାଇଁ ବିଧାୟକଙ୍କ ଜରିଅାରେ ମୁଖ୍ୟମନ୍ତ୍ରୀ ପ‍ାଣ୍ଠିକୁ ଦାନ ।

Image
ଅାଠମଲ୍ଲିକ(IYA NEWS:17/06/2020) : ଅନୁଗୋଳ ଜିଲ୍ଲ‍ା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ କନକେଇ ଉଚ୍ଚ ବିଦ୍ୟାପୀଠ ପେଡିପଥର ପ୍ରଧାନ ଶିକ୍ଷକ ୫ହଜାର ୫ ଟଙ୍କା ସମ୍ପ୍ରତି କରୋନା ମୁକାବିଲା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଅାରେ ଦାନ କରିଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଯୁବତୀଙ୍କ ମୃତ ଦେହ ଉଦ୍ଧାର : ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।

Image
ଅନୁଗୋଳ(IYA NEWS:17/06/2020): ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଡଙ୍ଗାପଳ ଗ୍ରାମ ଆଉଁଳୀନଦୀ ପଠାରେ ଥିବା ଏକ ଜାମୁକୋଳି ଗଛରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବତୀଙ୍କ ଘର ସେହି ଗ୍ରାମରେ ହୋଇଥିବା ବେଳେ ଆଦ୍ରତ୍ରାଣ ସାହୁଙ୍କ ଝିଅ ପୁଷ୍ପାଞ୍ଜଳି ସାହୁ ବୋଲି ସୂଚନା ମିଳୁଅଛି । ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଥାନାରେ  ଅଭିଯୋଗ କରିଛନ୍ତି । ଶବକୁ ଜବତ କରି ଛେଣ୍ଡିପଦା ପୋଲିସ ତଦନ୍ତ ଆରମ୍ଭ କରିଅଛି ।  IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ପରକ୍ରିୟା ପ୍ରୀତି ଘଟଣା : ଜାତୀୟ ମାନବାଧିକାର ଅାୟୋଗରେ ପହଞ୍ଚିଲା ମାମଲା, ୨୦ ଲକ୍ଷ କ୍ଷତିପୂରଣ ଦାବି ।

Image
ଅାଠମଲ୍ଲିକ(IYA NEWS:17/06/2020): ଅନୁଗୋଳ ଜିଲ୍ଲା ଠାକୁରଗଡ ଥାନା ଟାପଢୋଲ ଗାଁରେ ବିବାହିତ ମହିଳାଙ୍କୁ ଜଣେ ଯୁବକଙ୍କ ସହ ଜବରଦସ୍ତ ବିବାହ କରାଇବା ଘଟଣା ଏବେ ଜାତୀୟ ମାନବାଧିକାର ଅାୟୋଗରେ ପହଞ୍ଚିଛି । ଜାତୀୟ ମାନଧିକାର ଅାୟୋଗ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ନେସନାଲ ହ୍ୟୁମାନ ରାଇଟ ନାମକ କାଉନସିଲ ନାମକ ଏକ ଅନୁଷ୍ଠାନ ଏନେଇ ଜାତୀୟ ମାନବାଧିକାରଙ୍କ ଦ୍ୱାରସ୍ଥ ହୋଇଥିଲେ ।  କରାଯାଇଥିବା ଅାବେଦନରେ ଜଣେ ବିବାହିତ ମହିଳାଙ୍କୁ ଜଣେ ଅବିବାହିତ ପୁରୁଷଙ୍କ ସହିତ ଯୋରଜବରଦସ୍ତ ବିବାହ କରାଇ ମାନବ ଅଧିକାରର ନିୟମ ଉଲ୍ଲଙ୍ଘନ କରିଛନ୍ତି ବୋଲି ଦର୍ଶାଯାଇଛି । ପିଡୀତାଙ୍କୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରିବାକୁ ଅନୁରୋଧ କରାଯାଇଥିଲା । ଜାତୀୟ ମାନବାଧିକାର ଅାୟୋଗ ଏ ସଂକ୍ରାନ୍ତରେ କେସ ନମ୍ବର ୧୫୭୧/୧୮/୧୬/୨୦୨୦ ଡବ୍ଲ୍ୟୁସିରେ ଏକ ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟଯେ ପୀଡିତା ମହିଳା ଠାକୁରଗଡ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଶାଶୁ,ଶଶ୍ୱୁର,ସ୍ୱାମୀ ଓ ବଡବାପା ଶଶ୍ୱୁର ଓ ଗାଁର ଅନ୍ୟଲୋକମାନଙ୍କ ସହାୟତାରେ ତାଙ୍କ ପିୟୁସୀ ପୁଅ ଭାଇଙ୍କ ସହିତ ବିବାହ କରିଦେଇଛନ୍ତି ।ଏନେଇ ଥାନାରେ ଘରର ଜଣଙ୍କ ସମେତ ଗାଁର ୪୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଗିରଫ ଭୟରେ ଗାଁରେ ପୁରୁଷ ଶୂନ୍ୟ ହୋଇପଡିଛି ।  IYA NEWS ( Visit Us :- www.iyanews.

ମହାବୀର ମଲା , ସୁନ୍ଦରୀ ଯିବ । ବାଘଶୂନ୍ୟ ହୋଇଯିବ କି ସାତକୋଶିଆ ! ବାଘୁଣୀ ଲାଞ୍ଜରେ ଫଙ୍ଗାଲ ଇନଫେକ୍ସନ ।

Image
ଅନୁଗୋଳ(IYA NEWS:17/06/2020): ମହାବୀର ମଲା, ସୁନ୍ଦରୀ ଯିବ, ତଥାପି ଚେତୁନି ବନବିଭାଗ । ବନ ବିଭାଗର ଅବହେଳା ଯୋଗୁଁ ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ବାଘ ମହାବୀରର ମୃତ୍ୟୁ ଘଟିଥିଲା। ବାଘୁଣୀ ସୁନ୍ଦରୀ ରାଇଗୁଡ଼ାର ଏନ୍‌କ୍ଲୋଜର ମଧ୍ୟରେ ଏବେ ବନ୍ଦୀ। କେବେ ବି ମଧ୍ୟପ୍ରଦେଶକୁ ସେ ଫେରିଯିବ। ସୁନ୍ଦରୀ ପ୍ରତି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଆଭିମୁଖ୍ୟ ଉପରେ କଡ଼ା ଆପତ୍ତି ଉଠାଇଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ଖୋଦ୍ ଜାତୀୟ ବାଘ ସଂରକ୍ଷଣ କର୍ତୃପକ୍ଷ। ସାତକୋଶିଆ ଜଂଗଲ ମଧ୍ୟରେ ଥିବା ବୁଢ଼ୀ ବାଘୁଣୀ ଏବେ ଅସୁସ୍ଥ ଥିବା ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଲାଣି। ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ବାଘୁଣୀ ଅସୁସ୍ଥ ଥିବା ଜାଣିବା ପରେ ବି ବନ ବିଭାଗ ଯେତିକି ତତ୍ପରତା ଦେଖାଇବା କଥା, ତାହା ଦେଖାଇନାହାନ୍ତି। ବରଂ ପିସିସିଏଫ୍‌ଙ୍କୁ ଚିଠି ଲେଖି ଏକ ପ୍ରକାର ଚୁପ୍ ହୋଇ ବସିଯାଇଛି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇ ଦେଶର ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନ ହାସଲ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେ ବନ ବିଭାଗର ଅବହେଳା ଯୋଗୁଁ ସାତକୋଶିଆ ବାଘଶୂନ୍ୟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ପ୍ରାପ୍ତ ସୂଚନା ଅନୁସାରେ, ବାଘ ସମେତ ଅନ୍ୟ ବନ୍ୟପ୍ରାଣୀମାନଙ୍କ ଗତିବିଧି ଲକ୍ଷ୍ୟ ରଖାଯିବା ନେଇ ସାତକୋଶିଆ ଜଂଗଲର ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ ଟ୍ରାପ୍ କ୍ୟା‌ମେରା ଲଗାଯାଇ

ଜିଲ୍ଲାରେ ଅାଜି ଜଣେ ପଜେଟିଭ୍ ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି ।

Image
ଅନୁଗୋଳ(IYA NEWS:16/06/2020):ଅାଜି ଜିଲ୍ଲାରୁ ସକାଳେ ଜଣେ କରୋନା ଅାକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅପରାହ୍ନରେ ୨ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୯ରେ ପହଞ୍ଚିଛି। ତେବେ ଏହି ୪୯ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆଉ ୧୫ ଜଣ ଏବେ ତାଳଚେରସ୍ଥିତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହା ବ୍ୟତୀତ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଜଣେ ଡାକ୍ତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଅାଜି ଜଣେ କରୋନା ଅାକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନାନୁଯାୟୀ ଆକ୍ରାନ୍ତ ଜଣଙ୍କ ଛେଣ୍ଡିପଦା ବ୍ଲକର ଏକ ଅସ୍ଥାୟୀ ଶିବିରରୁ ଚିହ୍ନଟ ହୋଇଥିବା ସୂଚନା ମିଳିଥିବା ବେଳେ ସେ ତାମିଲନାଡୁରୁ ଫେରି ସଙ୍ଗରୋଧରେ ଥିଲେ । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର