ସଂଗ୍ରହ ହୋଇଥିବା ସମସ୍ତ ସ୍ୱାବ୍ ନେଗେଟିଭ୍।

କିଶୋରନଗର(IYA NEWS :28/06/2020):
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକର ବଇଣ୍ଡା ,ଅଙ୍ଗପଡା, ଇଚ୍ଛାପୁର, ଅଞ୍ଚଳରୁ ଶୁକ୍ରବାର ଦିନ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ ସଂଗ୍ରହ କରାଯାଇଥିବା ସମସ୍ତ ସ୍ୱାବ ଗୁଡିକ ନେଗେଟିଭ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ବଇଣ୍ଡା ଏକ ପରିବାର ର ୧୫ ଜଣଙ୍କ ସମେତ ଇଚ୍ଛାପୁର, ଅଙ୍ଗପଡା ଅଞ୍ଚଳ ରୁ ସମୁଦାୟ ୯୨ ଜଣଙ୍କ ର ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ଭୁବନେଶ୍ୱର କୁ ପଠାଯାଇଛି।ଉକ୍ତ ପରିବାର ର ସମସ୍ତ ୧୫ ଜଣଙ୍କ ସମେତ ୯୨ ଜଣଙ୍କ ସ୍ୱାବ ନେଗେଟିଭ ଆସିଥିବା ବଇଣ୍ଡା  ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡାକ୍ତର ସରୋଜ କୁମାର ବଳ, କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର  ଡାକ୍ତର ପ୍ରିୟବ୍ରତ ଦାସ ସୂଚନା ଦେଇଛନ୍ତି।ଏନେଇ ନୁନୁକାପଶି  ସରପଞ୍ଚ ଜଳଧର ସାହୁ କୁହନ୍ତି ଶୁକ୍ରବାର ଦିନ ବଇଣ୍ଡା ର ଏକ ପରିବାର ର ୧୫ ଜଣ ଙ୍କର ସ୍ୱାବ ଟେଷ୍ଟ କରାଯାଇଛି।ସମସ୍ତ ସ୍ୱାବ ନେଗେଟିଭ ରହିଛି। ଏଥି ସହ ସେହି ଅଞ୍ଚଳ କୁ ସାନିଟାଇଜ କରାଯାଇଛି ।ସମସ୍ତଙ୍କୁ ମାକ୍ସ ପିନ୍ଧିବା ପାଇଁ ସଚେତନ କରାଯାଇଛି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।