Posts

Showing posts from May, 2020

ଅନୁଗୋଳ ପୋଲିସକୁ ମିଳିଲା ସଫଳତା : ଜରୁରୀ କାଳୀନ ସେବା ୧୦୦ କୁ ଫୋନ କରି ହଜିଲା ପୁଅକୁ ଫେରି ପାଇଲେ ପରିବାର ଲୋକ

Image
 ଅନୁଗୋଳ ( IYA NEWS, ୩୧.୦୫.୨୦୨୦ ) : - ସଫଳତା ପରେ ସଫଳତା ହାସଲ କରୁଛନ୍ତି ଅନୁଗୋଳ ପୋଲିସ । ଅନୁଗୋଳ ଏସପି ଜଗମୋହନ ମିନାଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୋଳ ପୋଲିସ ଦିନ ରାତି ଏକତ୍ରିତ କରି ଜନ ସାଧାରଣଙ୍କ ସେବାରେ ଜାଗ୍ରତ ପହରୀ ରୂପେ କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି । ଆଜି ପୂର୍ବାହ୍ନ ସମୟରେ ଅନୁଗୋଳ କଲେଜ ଛକ ନିକଟରୁ ଅନୁଗୋଳ ସିମିଳିପଡା ଗ୍ରାମର ପ୍ରବୀଣ କୁମାର ଦାସଙ୍କର ୬ ବର୍ଷର ପୁଅ ସାମ୍ୟଜିତ ଦାସ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ । ଏସମ୍ପର୍କ ପ୍ରବୀଣ ଅନୁଗୋଳ କଣ୍ଟ୍ରୋଲ ରୁମ ୧୦୦ କୁ ଫୋନ ଯୋଗେ ଅଭିଯୋଗ କରିଥିଲେ । ସୂଚନା ପାଇବା ପରେ ଅଭିଯୋଗ ଅନୁଯାୟୀ ଅନୁଗୋଳ ଥାନାକୁ କଣ୍ଟ୍ରୋଲ ରୁମ ତରଫରୁ ନିର୍ଦେଶ ପରେ ଅନୁଗୋଳ ଥାନା ଏ.ଏସ.ଆଇ ଜେ. ଏନ ସିଂହ ସଙ୍ଗେ ସଙ୍ଗେ ପେଟ୍ରୋଲିଂ ଭ୍ୟାନ ଯୋଗେ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଆରମ୍ଭ କରି ଦେଇଥିଲେ । ସହର ସାରା ଘୁରି ବୁଲିଲା ପୋଲିସ ପେଟ୍ରୋଲିଂ ଭ୍ୟାନ । ପରବର୍ତ୍ତୀ ମୁହୂର୍ତ୍ତରେ ଆଉ ଏକ ଫୋନ  ୧୦୦ କୁ ଆସିଲା । ଅନୁଗୋଳ ଲିଙ୍ଗିରାଯୋଡି ନିକଟରେ ଏକ ୫ ରୁ ୬ ବର୍ଷର ବାଳକ କେଉଁଆଡୁ ଚାଲି ଚାଲି ଆସି କାନ୍ଦୁଅଛି । ପୋଲିସକୁ ଅନୁରୋଧ କରାଯାଇଥିଲା କି - ଆସି ବାଳକ ଟିକୁ ଉଦ୍ଧାର କରନ୍ତୁ । ସଙ୍ଗେ ସଙ୍ଗେ ପୋଲିସ କର୍ମଚାରୀ ମାମୁଲି ନାୟକ ଲିଙ୍ଗିରାଯୋଡି ନିକଟରେ ପୋଲିସ ପେଟ୍ରୋଲିଂ ଭ୍ୟାନ ସହ ପହଁଚି ବାଳକକୁ ଉଦ୍ଧାର କରି ଆଇନ ଅନୁଯାୟୀ ପରିବାର

ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପଥଚାରି ଓ ଗାଡି ଚାଳକ ମାନଙ୍କୁ ପାନୀୟ ଜଳ ଓ ରନ୍ଧା ଖାଦ୍ୟ ବଣ୍ଟନ

Image
ଅନୁଗୋଳ (IYA NEWS : ୩୧/୦୫/୨୦୨୦) ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ୫୫ନଂ ଜାତୀୟ ରାଜପଥ ବଅଁରପାଳ ଛକ ଠାରେ ଜିଲ୍ଲା ତଥା ବାହାର ରାଜ୍ୟ ରୁ ଆସୁଥିବା ଭୋକିଲା, ଅସହାୟ ପଥଚାରି ମାନଙ୍କୁ ଥଣ୍ଡା ପାନୀୟ ଜଳ ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନାଙ୍କ ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟ, ଯୁବ କଂଗ୍ରେସ କମିଟିର ସଦସ୍ୟ ଓ ଛାତ୍ର କଂଗ୍ରେସ କମିଟିର ସଦସ୍ୟ, ଟାଉନ୍ କଂଗ୍ରେସ, ଓବିସି ସେଲ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଡହ ଡହ ଖରା ରେ ଏହିଭଳି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ପ୍ରସଂଶା କରିବା ସହ ସାଧୁବାଦ ଜଣାଇଥିଲେ। REPORT BY : SAMIR SAHOO (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ବାମୁର ଗାନ୍ଧୀ ଟ୍ରଷ୍ଟ ପୂର୍ବତନ ସଂପାଦକଙ୍କ ବିୟୋଗରେ ସ୍ମୃତିସଭା ପାଳିତ । ଗାନ୍ଧୀ ମେମୋରିଅାଲ ଟ୍ରଷ୍ଟ ବାମୁରର ଅପୂରଣୀୟ କ୍ଷତି : ବିଧାୟକ ସାଏ ।

Image
ଅାଠମଲ୍ଲିକ(IYA NEWS:31/05/2020): ରଙ୍ଗ ତୂଳୀର ଯାଦୁକର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁନାମଧନ୍ୟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଯାଇଛି ତାଙ୍କୁ ୮୫ବର୍ଷ ହୋଇଥିଲା। କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ଅପରାହ୍ନ ରେ ସେ ଆଖି ବୁଜିଥିଲେ। ସ୍ବର୍ଗତ ପ୍ରଧାନଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ଅାଇ.ୱାଇ.ଏ ନିୟୁଜ ପ୍ରତିନିଧି ଭକ୍ତିପ୍ରସାଦ ପ୍ରଧାନ ଶୋକ ପ୍ରକାଶ କରିଛନ୍ତି ।ସ୍ୱର୍ଗତ ପ୍ରଧାନଙ୍କ ଅମର ଅାତ୍ମାର ସଦଗତି ନିମନ୍ତେ ଅାଜି ଅପରାହ୍ନରେ ମହାତ୍ମାଗାନ୍ଧୀ ମେମୋରିଅାଲ ଟ୍ରଷ୍ଟ ବାମୁର ପକ୍ଷରୁ ସ୍ମୃତି ସଭା ଅାୟୋଜିତ ହୋଇଯାଇଛି । ସ୍ମୃତିସଭାରେ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ଅମର ଅାତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ କିଶୋରନଗର ବ୍ଲକ ତଥା ଗାନ୍ଧୀ ମେମୋରିଅାଲ ଟ୍ରଷ୍ଟ ବାମୁରର ଅପୂରଣୀୟ କ୍ଷତି ବୋଲି କହିଥିଲେ । ବିଧାୟକଙ୍କ ସହ ଏହି ସ୍ମୃତିସଭାରେ ଗାନ୍ଧୀ ମେମୋରିଅାଲ ଟ୍ରଷ୍ଟ ସଂପାଦକ ଗୋକୁଳାନନ୍ଦ ପ୍ରଧାନ,ସହ ସଂପାଦକ ଲବକୁମାର କିଶୋର ସାହିତ୍ୟ ସଂସଦର ସଂପାଦକ ଅଧ୍ୟାପକ ଜୟକୃଷ୍ଣ ପ୍ରଧାନ,ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି,ଅନୁଗୋଳ ଜିଲ୍ଲାର ଯୁବଉଦ୍ୟୋଗୀ, ସମାଜସେବୀ ତଥା ଲାୟନ୍ସ କ୍ଲବ ଅନୁଗୋଳ ୟୁଥ୍ ର ସଭାପତି ଏବଂଠାକୁରଗଡ଼

ଜିଲ୍ଲାରୁ ପୁଣି ୨କରୋନ‍ା ଅାକ୍ରାନ୍ତ ସୁସ୍ଥ ।

Image
ଅନୁଗୋଳ(IYA NEWS:31/05/2020): ଜିଲ୍ଲାରୁ ଅାଜି ପୁଣି ୨ କରୋନା ଅାକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । ପୂର୍ବରୁ ଜିଲ୍ଲାରେ ୧୫ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୨ ଜଣଙ୍କୁ ମିଶାଇ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇ କୋଭିଡ଼ ହସପିଟାଲରୁ ଫେରିଥିବା ଏହି ଆକ୍ରାନ୍ତ ମାନେ ଏବେ ହୋମ କ୍ବାରେଣ୍ଟାଇନରେ ରହିବେ । ୧୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ପରେ ଜିଲ୍ଲାରେ ଆଉ ୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅାରପାରିରେ ରଙ୍ଗ ଓ ତୁଳୀର ଯାଦୁକର ପୂର୍ଣ୍ଣଚନ୍ଦ୍ର ।

Image
କିଶୋରନଗର(IYA NEWS:31/05/2020): ରଙ୍ଗ ତୂଳୀର ଯାଦୁକର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁନାମଧନ୍ୟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଙ୍କ ର ପରଲୋକ ହୋଇଯାଇଛି ତାଙ୍କୁ ୮୫ବର୍ଷ ହୋଇଥିଲା।କଟକ ବଡ ଡାକ୍ତରଖାନା ରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ଅପରାହ୍ନ ରେ ସେ ଆଖି ବୁଜିଥିଲେ।ସ୍ବର୍ଗତ ପ୍ରଧାନଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୋକ ପ୍ରକାଶ କରିଛନ୍ତି ।ଅନ୍ତିମଶଯ୍ୟା ନିକଟରେ ତାଙ୍କର ପୁତ୍ର,କନ୍ୟା ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ। ୧୯୩୫ ମସିହା ସେପ୍ଟେମ୍ବର୨ ତାରିଖରେ କିଶୋରନଗର ବ୍ଲକର କଦଳିମୁଣ୍ଡା ଗ୍ରାମରେ ଶ୍ରୀପ୍ରଧାନ ଜନ୍ମ ଗ୍ରହଣ କରିଥିଲେ।ରଙ୍ଗ ଓ ତୂଳୀ ରେ ଉତ୍କର୍ସ କଳା ପ୍ରଦର୍ଶନ କରି ଜଣେ ଉଚ୍ଚ କୋଟିର ଚିତ୍ରଶିଳ୍ପୀ ଭାବରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।କଳା ଶିକ୍ଷକ ଭାବ ରେ ଚାକିରୀ ଜୀବନ ଆରମ୍ଭ କରିଥିଲେ।ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଚିକିତ୍ସିତ ହେଉଥିଲେ। ଶନିବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା।ହେଲେ ସେଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।ରାତିରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିବା ସୂଚନା ମିଳିଛି।ଆଠମଲ୍ଲିକ ଅଞ୍ଚଳ ର ଯୁବନେତା ତଥା ଠାକୁରଗଡ଼ ୟୁଥ ପାୱାର ସଙ୍ଗଠନର ପ୍ରତିଷ୍

ସ୍ୱର୍ଣ୍ଣ ଲକ୍ଷ୍ମୀପୂଜା କମିଟି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ।

Image
ଅନୁଗୋଳ(IYA NEWS:31/05/2020): କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଶନିବାର ୫ଟା ୩୦ରେ ଅନୁଗୋଳ ଜିଲ୍ଲ‍ା ଶିତଲ ପ୍ଲାଜା ଠାରେ ସ୍ୱର୍ଣ୍ଣ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି। ପୂଜା କମିଟି ସଭାପତି ରତିକାନ୍ତ ଦାସଙ୍କ ନେତୃତ୍ୱରେ ବହୁ ସ୍ୱେଚ୍ଛାସେବି,ପୂଜା କମିଟି ସଦସ୍ୟ,ଛାତ୍ରୀଛାତ୍ର ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। Report By :- Bhaktiprasad Pradhan IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

"ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ ମାଧ୍ୟମରେ କରୋନା ଯୋଦ୍ଧା ଙ୍କୁ ସମ୍ମାନ।

Image
ଅନୁଗୋଳ(IYA NEWS:30/05/2020): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଅନୁଗୋଳ ର ଅଗ୍ରଣୀ ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ନାରୀ ସୁରକ୍ଷା ସମିତି ଆୟୋଜନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରି ଜନ ସଚେତନତା ସୃଷ୍ଟି କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ୫୦ ଜଣ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିବା ସହ ସାମାଜିକ ଦୂରତା ଓ କୋଭିଡ ଯୋଦ୍ଧା ମାନଙ୍କ ତ୍ୟାଗ କୁ ସଂମ୍ମାନ ଜଣା ଯାଇଥିଲା।ଏହି ପରିପ୍ରେକ୍ଷୀରେ ରେ ନାରୀ ସୁରକ୍ଷା ସମିତି ର ସମ୍ପାଦିକା ସ୍ମିତାରଣୀ ପଟ୍ଟନାୟକ, ବିନତା ବିଶ୍ୱାଳ,ଆଇ.ସି.ଡି.ଏସ ସୁପରଭାଇଜର ମନୋରମା ପଣ୍ଡା, ଜୟନ୍ତୀ ସାମଲ, ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ସଚେତନତା ର ବାର୍ତା ରଖିଥିଲେ।ତତସହିତ ସଙ୍ଗଠନ ର କର୍ମୀ ସଞ୍ଜିତ ପଟ୍ଟନାୟକ, ଓ ସୁରେଶ ନାୟକ ଉପସ୍ଥିତ ରହି ଜନ ସଚେତନତା କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।ସଙ୍ଗଠନ ପକ୍ଷରୁ ବିଗତ୧୦ ଦିନ ଧରି ୪ଟି ଗ୍ରାମ ପଞ୍ଚାୟତ ର ୧୨ଟି ଗ୍ରାମରେ ଅସହାୟ ଓ ଗରିବ ମାନଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା। ପରିଶେଷରେ ଅଞ୍ଜନା ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ। Report By :- Bhaktiprasad Pradhan IYA NEWS ( Visit Us :- www.iyanews.com ) / ( Like Us : - Indian Youth Assoc

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ବନବିଭାଗ କର୍ମଚାରୀ ।

Image
ଅନୁଗୋଳ(IYA NEWS:30/05/2020): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅନୁଗୋଳ ଜିଲ୍ଲା ଫରେଷ୍ଟ ରେଂଜ କାର୍ଯ୍ୟଳୟରେ କୋଭିଡ ଯୋଦ୍ଧା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସଙ୍କୁ ସମ୍ମାନ ନେଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରେଂଜ ଅଫିସର ସତ୍ୟବ୍ରତ ପ୍ରଧାନ ସାମିଲ ହେବା ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । Report By :- Bhaktiprasad Pradhan IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

କରୋନା ଯୋଦ୍ଧାଙ୍କ ସମ୍ମାନରେ ଅନୁଗୋଳ ବ୍ଲକ କର୍ମଚାରୀ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

Image
ଅନୁଗୋଳ(IYA NEWS:30/05/2020):କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ତଥା ଅନୁରୋଧ କ୍ରମେ ଅାଜି ଅପରାହ୍ନ ୫.୩୦ ଘଟିକାରେ ବିଭିନ୍ନ କାର୍ଯ୍ୟାଳୟ ଓ ଘରେ ‘ବନ୍ଦେ ଉତ୍କଳ ଜନନୀ‌’ ଗାନ କରାଯାଇଛି। ଏହିକ୍ରମରେ ଅନୁଗୋଳ ବ୍ଲକ କାର୍ଯ୍ୟାଳୟରେ ବିଡିଓ ଅଂଶୁମାନ ଶତପଥୀଙ୍କ ଉପସ୍ଥିତିରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । Report By :- Bhaktiprasad Pradhan IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଠାକୁରଗଡ ୟୁଥ ପାୱାର ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ।

Image
ଅାଠମଲ୍ଲିକ(IYA NEWS :30/05/2020): ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବ୍ଲକ ଠାକୁରଗଡ଼ ଗଣେଶ ବଜ଼ାର ଛକ ଉପରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଠାକୁରଗଡ଼ ୟୁଥ ପାୱାର ଆୟୋଜନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା,ସ୍ଥାନୀୟ ବୁଦ୍ଧିଜିବୀ,ପଞ୍ଚାୟତ ସରପଞ୍ଚ ,ସମିତି ସଭ୍ୟା/ସଭ୍ୟ ଏବଂ ବ୍ୟବସାୟ ପ୍ରତିଷ୍ଠାନର ସଦସ୍ୟ ମାନଙ୍କ ଉପସ୍ଥିତିରେ କରୋନା ଯୋଦ୍ଧା ମାନଙ୍କ ସମ୍ମାନ ପ୍ରଦର୍ଶନ ପାଇଁ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି l କରୋନା ଯୁଦ୍ଧ ରେ ସମ୍ପୃକ୍ତ ଥିବା ସମସ୍ତ ଯୋଦ୍ଧା ଙ୍କୁ ଯଥା ଡାକ୍ତର ,ସ୍ୱାସ୍ଥ୍ୟ ବିଭାଗ ସହିତ ଜଡିତ ସମସ୍ତ କର୍ମଚାରୀ ,ପୋଲିସ କର୍ମଚାରୀ ମାନଙ୍କୁ ସମ୍ମାନ ଜଣାଇ ଥିଲେ l Report By :- Bhaktiprasad Pradhan IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

କରୋନା ଯୋଦ୍ଧାଙ୍କ ସମ୍ମାନରେ କିଶୋରନଗର ପୋଲିସ,ବ୍ଲକ ଓ ତହସିଲ କର୍ମଚାରୀ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

Image
କିଶୋରନଗର(IYA NEWS:30/05/2020): କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ତଥା ଅନୁରୋଧ କ୍ରମେ ଅାଜି ଅପରାହ୍ନ ୫.୩୦ ଘଟିକାରେ ବିଭିନ୍ନ କାର୍ଯ୍ୟାଳୟ ଓ ଘରେ ‘ବନ୍ଦେ ଉତ୍କଳ ଜନନୀ‌’ ଗାନ କରାଯାଇଛି। ଏହିକ୍ରମରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଡଃ ଲକ୍ଷ୍ମୀପ୍ରସାଦ ସାହୁ,କିଶୋରନଗର ଥାନା ପରିସରରେ ଥାନାଧିକାରିଣୀ ପ୍ରତିଭା ମାଝୀ,ବ୍ଲକ କାର୍ଯ୍ୟାଳୟରେ ବିଡିଓ ଅମୃତା ପ୍ରିୟମ୍ବଦାଙ୍କ ଉପସ୍ଥିତିରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଛି। Report By :- Bhaktiprasad Pradhan IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ବାସନ୍ତୀ ଦୁର୍ଗା ପୂଜା କମିଟି ।

Image
ଅନୁଗୋଳ(IYA NEWS:30/05/2020): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟା ୫.୩୦ ଘଟିକା ସମୟରେ ବାସନ୍ତୀ ଦୁର୍ଗା ପୂଜା ମଣ୍ଡପର ସଭାପତି ତଥା ପୂର୍ବତନ ତାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଗୋଳ ସହର ଉପକଣ୍ଠ ଅମଲାପଡା ବାସନ୍ତୀ ଦୁର୍ଗା ପୂଜା ପଡିଆ ପରିସରରେ ସାମାଜିକ ଦୂରତ୍ୱ ରକ୍ଷା କରି #ବନ୍ଦେ_ଉତ୍କଳ_ଜନନୀ ସଙ୍ଗୀତ ଗାନ କରାଯାଇଥିଲା। କରୋନା ଯୁଦ୍ଧା ମାନଙ୍କୁ ସମ୍ମାନ ଜଣାଇ ଏହି ସଙ୍ଗୀତ ଗାନ କରାଯାଇଛି। ଏହି ସଙ୍ଗୀତ ଗାନ ସମୟରେ ଆଇନଜୀବୀ ପ୍ରଦୀପ ଦେବତା, ସୁବାଷ ଚନ୍ଦ୍ର ମିଶ୍ର, ମମତା ପ୍ରଧାନ, ପ୍ରତାପ ମାଝୀ, କୁଲୁ ମହାନ୍ତି, ଚନ୍ଦନ ସାହୁ, କମଲକାନ୍ତ ସାହୁ, ଶୁଭେନ୍ଦୁ ପ୍ରଧାନ, ସମାଜସେବୀ ଶଶାଙ୍କ ଶେଖର ପ୍ରଧାନ, କାଳିଆ ସେଠୀ ପ୍ରମୂଖ ଉପସ୍ଥିତ ଥିଲେ। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ସ୍ୱୟଂସହାୟକ ମହିଳା ।

Image
ଅାଠମଲ୍ଲିକ(IYA NEWS:30/05/2020): ଅନୁଗୋଳ ଜିଲ୍ଲା ନାକଚି ଗ୍ରାମପଞ୍ଚାୟତର ଖାଲପାଳ ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କୁ ଆମର କରୋନା ଯୋଦ୍ଧାଙ୍କ ପାଇଁ ସଙ୍ଗୀତ ଗାନ କରିଲେ।କାର୍ଯ୍ୟକ୍ରମ ବେଳେ ନାକଚିର ଏମ.ବି.କେ ସରୋଜିନୀ ପ୍ରଧାନ,ଜି.ଅାର.ଏସ ନବକିଶୋର ସାହୁଙ୍କ ସହ ବହୁ ମହିଳା ଉପସ୍ଥିତ ଥିଲେ।                *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

‘ବନ୍ଦେ ଉତ୍କଳ ଜନନୀ’: ଭୁବନେଶ୍ୱର ଏଜି ଛକରେ ଗାଇଲେ ଅାଠମଲ୍ଲିକ ବିଧାୟକ ।

Image
ଅାଠମଲ୍ଲିକ(IYA NEWS:30/05/2020): କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇଛନ୍ତିି ପ୍ରତିଟି ଓଡ଼ିଆ।ଅାଜି ଅପରାହ୍ନ ୫.୩୦ ମିନିଟ୍‌ରେ ରାଜ୍ୟ , ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆମାନେ ‘ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି। ଏହି କ୍ରମରେ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଭୁବନେଶ୍ୱର ଏଜି ଛକ ଠାରେ ଅାୟୋଜିତ ସଭାରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଛନ୍ତି । ଏହି ଅବସରରେ ଏଜି ଛକ ଠାରେ ପୋଲିସ,ଟ୍ରାଫିକ ପୋଲିସ,ବହୁ ଜନପ୍ରତିନିଧି,ବିଦ୍ୟାଳୟ ଛାତ୍ରଛାତ୍ରୀ,ବହୁ ବରିଷ୍ଠବ୍ୟକ୍ତି,ସଂଗୀତ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ । ସୂଚନାନୁସାରେ ଅାଠମଲ୍ଲିକ ବିଧାୟକଙ୍କ ଜରୁରୀ କାର୍ଯ୍ୟଥିବାରୁ ଭୁବନେଶ୍ୱର ଯାଇଥିଲେ ସେଠି ରହି ବିଧାୟକ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କରିଥିଲେ । ଅାଜି ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମକର୍ତ୍ତାଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କିପରି କରୋନା ଯୋଦ୍ଧାଙ୍କୁ ଗୀତ ଗାଇ ସମ୍ମାନୀତ କରାଯାଇପାରିବ ସେ ଉପରେ ଅପରାହ୍ନ ୧ଘଟିକାରେ ଅାଲୋଚନା କରିଥିଲେ । *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଅନୁଗୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ,ଶିକ୍ଷୟିତ୍ରୀ ।

Image
ଅନୁଗୋଳ(IYA NEWS:30/05/2020):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧକ୍ରମେ ଅାଜି ଅପରାହ୍ନରେ ଅନୁଗୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ନନ୍ଦଙ୍କ ସହ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ସାମିଲ ହୋଇ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

କରୋନା ଯୁଦ୍ଧର ଯୋଦ୍ଧା ରୂପେ ସାମ୍ବାଦିକ ତପନ ଦାସ ଙ୍କୁ ସମ୍ବର୍ଦ୍ଧନା।

Image
ଅନୁଗୋଳ (IYA NEWS : ୩୦/୦୫/୨୦୨୦) ସିଟୁ ର ପ୍ରତିଷ୍ଠା ଦିବସ ରେ କରୋନା ଯୋଧ୍ୟା ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କ୍ରମରେ ଅନୁଗୋଳ ର ଅନ୍ୟତମ ବିଶିଷ୍ଟ ସାମ୍ବାଦିକ ତପନ ଦାସ ଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସମ୍ମାନିତ କରିଥିଲେ ସିଟୁ ର ସଦସ୍ୟମାନେ । ବିଶେଷ ଭାବେ  ଲକଡାଉନ ର ପ୍ରଥମ ଚରଣ ହିଁ , ସଂକ୍ରମଣ କୁ ଭୟ ନ କରି ଲଗାତାର ଭାବେ ଖବର ସଂଗ୍ରହ ଓ ଖବର ଆଳରେ ଲୋକ ସଚେତନ ଲାଗି ବଳିଷ୍ଠ ଭୂମିକା ଗ୍ରହଣ କରି ଆସିଛନ୍ତି ଶ୍ରୀ ଦାସ। ତାଙ୍କର କାର୍ଯ୍ୟ ଦକ୍ଷତା କୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ଆଜି ସକାଳେ ଅନୁଗୋଳ ସହର ର ହେମସୁରପଡା ଠାରେ ଥିବା କାର୍ଯ୍ୟାଳୟ ରେ କରୋନା ଯୋଧ୍ୟା ଭାବେ ତପନ ଦାସ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। REPORT BY : SAMIR SAHOO (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

କୋଇଲା ଟ୍ରେନରୁ ମୃତ ଦେହ ଉଦ୍ଧାର ।

Image
ଅନୁଗୋଳ(IYA NEWS:30/05/2020): ଅନୁଗୋଳ ଜିଲ୍ଲ‍ା ତାଳଚେର କୋଇଲା ଖଣିରୁ ନାଲ୍‌କୋ ସିପିପି ପ୍ଲାଣ୍ଟକୁ ଆସିଥିବା କୋଇଲା ବୋଝେଇ ଟ୍ରେନରେ ଅାଜି ସକାଳେ ଏକ ଅଜଣା ମୃତହେହ ଦେଖିବାକୁ ମିଳିଛି। କୋଇଲା ଭିତରେ ମୃତଦେହଟି ପୋତି ହୋଇ ଯାଇଥିବା ବେଳେ କେବଳ ମୃତକଙ୍କ ଗୋଡ଼ ଦୁଇଟି କେବଳ ବାହାରକୁ ଦେଖାଯାଉଥିଲା। ପ୍ଲାଣ୍ଟ୍‌କୁ ଭିତରକୁ ଟ୍ରେନ୍‌ ଆସିବା ପରେ ଲୋକେ ଅନ୍‌ଲୋଡିଂ କରିବା ସମୟରେ ଏପରି ଦେଖିବାକୁ ପାଇଥିଲେ। ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।   *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ରେ ବଅଁରପାଳ ଥାନା ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

Image
ଅନୁଗୋଳ (IYA NEWS : ୨୯/୦୫/୨୦୨୦) ଅନୁଗୋଳ ଆରକ୍ଷୀ ଅଧିକ୍ଷକ  ଜଗମୋହନ ମୀନାଙ୍କ ନିର୍ଦ୍ଦେଶ ରେ ବଅଁରପାଳ ଥାନା ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କରାଯାଇଛି। ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କର ଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟରତ ପୋଲିସ କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିନା ମାସ୍କରେ ରାସ୍ତା ରେ ଯାଉଥିବା ଲୋକମାନଙ୍କୁ ବଅଁରପାଳ ଛକ, ସନ୍ତ୍ରୀ ଛକ ସମ୍ମୁଖରେ ମାସ୍କ ବଣ୍ଟନ କରାଯାଇଥିଲା। କରୋନା ଯେମିତି ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ନ ବ୍ୟାପିବ ଓ କରୋନାକୁ ନଡ଼ରିବା, ସେ ବିଷୟରେ ଲୋକମାନଙ୍କୁ ସଚେତନତା ମଧ୍ୟ କରାଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା କରିବା, ଘରୁ ବାହାରିଲେ ମାସ୍କ ପରିଧାନ କରିବା ଓ ସାବୁନ ରେ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେଇଥିଲେ ପୋଲିସ କର୍ମଚାରୀ। ରାସ୍ତାରେ ଯାଉଥିବା ଅଧିକାଂଶ ଲୋକ ମାସ୍କ ପିନ୍ଧି ନଥିବାରୁ ତାଗିଦ କରିବା ସହିତ ସଚେତନତା ବିଷୟରେ ଅବଗତ କରାଇଥିଲେ ପୋଲିସ କର୍ମଚାରୀ। ରାସ୍ତାରେ ଯାଉଥିବା ପଥଚାରୀ ଓ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଥିଲେ ବଅଁରପାଳ ଥାନା ପୋଲିସ। ଆଗକୁ ଆହୁରି ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଥାନା ଅଧିକାରୀ ସୁନୀଲ କୁମାର କର ସୂଚନା ଦେଇଛନ୍ତି। ମାସ୍କ ପାଇ କିଛି ଲୋକ ଖୁସି ହେବା ସହ ଆଗକୁ ଘରୁ ବାହାରିଲେ ମାସ୍କ ପରିଧାନ କରିବେ ବୋଲି କିଛି ଲୋକ

କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଅାଜି ଅପରାହ୍ନରେ ଗାଇବା ବନ୍ଦେ ଉତ୍କଳ ଜନନୀ ।

Image
ଅନୁଗୋଳ(IYA NEWS:30/05/2020) କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଅାଜି ଅପରାହ୍ନରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିବା ବେଳେ ଏହାକୁ ଅନୁଗୋଳ ଜିଲାବାସୀ ପାଳନ କରିବାକୁ ଜିଲାପାଳ ମନୋଜ କୁମାର ମହାନ୍ତି ଅନୁରୋଧ କରିଛନ୍ତି। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲାପାଳ ଏହି ନିବେଦନ କରିବା ସହ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ଜିଲାପାଳ କହିଛନ୍ତି, ସହରାଞ୍ଚଳର ବସ୍ତି ବାସିନ୍ଦା ଓ ବିଭିନ୍ନ ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ଶନିବାର ଅପରାହ୍ନ ୫ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ସମବେତ ଭାବେ ଗାନ କରିବେ। ଏହି ସମୟରେ ଯାନବାହନ ଚଳାଚଳ ଓ ମୋବାଇଲ ବନ୍ଦ ରହିବ।   *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ରେ ମହିଧରପୁର ଫାଣ୍ଡି ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

Image
ଅନୁଗୋଳ (IYA NEWS : ୨୯/୦୫/୨୦୨୦) ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ ରେ ବଅଁରପାଳ ଥାନା ଅଧୀନସ୍ଥ ମହିଧରପୁର ଫାଣ୍ଡି ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କରାଯାଇଛି। ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଫାଣ୍ଡି ର ସମସ୍ତ ପୋଲିସ କର୍ମୀ ଏହି ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିନା ମାସ୍କରେ ରାସ୍ତା ରେ ଯାଉଥିବା ଲୋକମାନଙ୍କୁ ଫାଣ୍ଡି ସମ୍ମୁଖରେ ମାସ୍କ ବଣ୍ଟନ କରାଯାଇଥିଲା। କରୋନା ଯେମିତି ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ନ ବ୍ୟାପିବ ସେ ବିଷୟରେ ଲୋକମାନଙ୍କୁ ସଚେତନତା ମଧ୍ୟ କରାଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା କରିବା, ଘରୁ ବାହାରିଲେ ମାସ୍କ ପରିଧାନ କରିବା ଓ ସାବୁନ ରେ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେଇଥିଲେ ପୋଲିସ କର୍ମଚାରୀ। ରାସ୍ତାରେ ଯାଉଥିବା ଅଧିକାଂଶ ଲୋକ ମାସ୍କ ପିନ୍ଧି ନଥିବାରୁ ତାଗିଦ ମଧ୍ୟ କରାଯାଇଥିଲା। ଲୋକମାନଙ୍କୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରିଥିଲେ ମହିଧରପୁର ପୋଲିସ। ଆଗକୁ ଆହୁରି ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଛନ୍ତି। ମାସ୍କ ପାଇ କିଛି ଲୋକ ଖୁସି ହେବା ସହ ଆଗକୁ ଘରୁ ବାହାରିଲେ ମାସ୍କ ପରିଧାନ କରିବେ ବୋଲି କିଛି ଲୋକ ମଧ୍ୟ କହିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଫାଣ୍ଡି ଅଧିକାରୀ ଦିଲ୍

ଖରିଫ - ୨୦୨୦ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ।

Image
 ଅନୁଗୋଳ(IYA NEWS:28/05/2020): ଚଳିତ ଖରିଫ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟରେ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ସତପଥୀ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅତୁଲ୍ୟ କୁମାର ଚମ୍ପତି ରାୟ ଯୋଗ ଦେଇଥିଲେ। କରୋନା ସଂକ୍ରମଣ ବ୍ୟାପୁଥିବା ରୁ ବାହାରୁ ରାଜ୍ୟରୁ ପ୍ରବାସୀ ଶ୍ରମିକ ମାନେ ଆମ ଜିଲ୍ଲାକୁ ଫେରିଛନ୍ତି। ସେମାନଙ୍କର ଜୀବନ ଜୀବିକାକୁ ଦୃଷ୍ଟି ରେ ରଖି ଚାଷ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରିବା ନିମନ୍ତେ ସମସ୍ତ କୃଷି ଭିତ୍ତିକ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକରି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। କୃଷି ଓ ଏହାର ଆନୁସାଙ୍ଗୀକ ବିଭାଗର କ୍ଷେତ୍ର କର୍ମଚାରୀ ମାନେ ଗ୍ରାମାଞ୍ଚଳକୁ ଫେରୁଥିବା ଶ୍ରମିକ ମାନଙ୍କୁ ବିଭିନ୍ନ୍ ଚାଷ କାର୍ଯ୍ୟ କରି କିପରି ନିଜର ଜୈବିକ ନିର୍ବାହ କରିପାରିବେ। ସେଥିପ୍ରତି ବିଶେଷ ଯତ୍ନବାନ୍ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଭୋଳ ଶଙ୍କର ବେହେରା ସମସ୍ତଙ୍କୁ ସ୍ୱାଗତ୍ ଜଣାଇବା ସହ ଗତ ୨୦୧୯-୨୦୨୦ ରେ କାର୍ଯ୍ୟକାରୀ ହୋଇଥିବା ଯୋଜନାର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। କୃଷି ଓ ଏହାର ଆନୁସାଙ୍ଗୀକ ବ

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କଲେ ଗ୍ରାମବାସୀ ।

Image
କିଶୋରନଗର(IYA NEWS:28/05/2020): ରାଜ୍ୟରେ କରୋନା ସଂକ୍ରମଣ ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ,ବ୍ୟକ୍ତିବିଶେଷ ଓ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଅାସୁଛନ୍ତି ।ଏହି ଅବସରରେ କିଶୋରନଗର ବ୍ଲକ ଅାମ୍ବପାଳ ପଞ୍ଚାୟତ ଖଇରମୁଣ୍ଡା ଗ୍ରାମର ଗ୍ରାମବାସୀ ୧୦ହଜାର ୨ଶହ ୫୫ଟଙ୍କା କିଶୋରନଗର ତହସିଲଦାର ଡଃ ଲକ୍ଷ୍ମୀପ୍ରସାଦ ସାହୁଙ୍କ ଜରିଅାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।ଦାନକରିବା ବେଳେ ଗ୍ରାମର ସଭାପତି ନାରାୟଣ ଧଳ,ସଂପାଦକ ସୁବାଷ ଚନ୍ଦ୍ର ଧଳ ଉପସ୍ଥିତ ଥିଲେ ।କରୋନା ପ୍ରତିହତ ପାଇଁ ସଚେତନତା ବାର୍ତ୍ତା ସହ ସରକାରୀ ନିର୍ଦ୍ଦେଶ ମାନିବା, ମାସ୍କ ବ୍ୟବହାର କରିବାକୁ ତହସିଲଦାରପରାମର୍ଶ ଦେଇଥିଲେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ଶବର ସାହି ବାସିନ୍ଦାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ।

Image
ଢେଙ୍କାନାଳ(IYA NEWS:28/05/2020): ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବାଙ୍ଗୁରସିଂହ ପଞ୍ଚାୟତ ଅନ୍ତର୍ଗତ ଜରଡ଼ା ପନେଇଲୋ ପ୍ରାଥମିକ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଆନୁକୁଳ୍ୟରେ ଗତ ମଙ୍ଗଳବାର ହରେକୃଷ୍ଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟ ଉପଦେଷ୍ଟା ଶ୍ରୀ ପୁରୁଷୋତ୍ତମ ନାୟକ, ଯୁବ ସମ୍ପାଦକ  ଶ୍ରୀ ପଙ୍କଜ ଲୋଚନ ଦାସ,  ସୁବ୍ରତ ପୃଷ୍ଟି, ଗଣେଶ୍ୱର ଦାସ, ବିଜୟ ପୃଷ୍ଟି ଏବଂ ଗୋପବନ୍ଧୁ ସାହୁ ଙ୍କ ସହିତ ଗ୍ରାମର ସମସ୍ତ ଯୁବ ଗୋଷ୍ଠି ଉପସ୍ଥିତ ରହି ପନେଇଲୋ ଶବରସାହି ରେ କରୋନା  ପାଇଁ ସହଯୋଗର ହାତ ବଢ଼ାଇ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରିଥିଲେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ପୋଲିସ ମୁଖ୍ୟାଳୟ ପକ୍ଷରୁ ୧୪ ଜଣ ସବ୍‌ଇନ୍ସପେକ୍ଟର ଓ ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କ ଅଦଳବଦଳ

Image
ଅନୁଗୋଳ(IYA NEWS:28/05/2020): ଅନୁଗୋଳ ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ୧୪ ଜଣ ସବ୍‌ଇନ୍ସପେକ୍ଟର ଓ ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କ ଅଦଳବଦଳ କରାଯାଇଛି। ଅନୁଗୋଳ ହେଡ୍‌ କ୍ବାର୍ଟରରେ ଥିବା ଏସ୍‌ଆଇ ଅରୁଣ କୁମାର ପଣ୍ଡାଙ୍କୁ ବଇଣ୍ଡା ବିଟ୍‌ ହାଉସ୍‌ ଇନ୍‌ଚାର୍ଜ ଭାବେ ବଦଳି କରାଯାଇଥିବାବେଳେ ଦିଲୀପ କୁମାର ପଟ୍ଟନାୟକଙ୍କୁ ଅନୁଗୋଳ ଥାନା, ଧନେଶ୍ୱର ବିଶ୍ୱାଳଙ୍କୁ ନିଶା ଥାନା, ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କୁ ବନ୍ତଳା ଥାନା, ଶକୁନ୍ତଳା ଦେହୁରୀଙ୍କୁ ଜରପଡ଼ା ଥାନା, ଅଜୟ କୁମାର ସାହୁଙ୍କୁ ଛେଣ୍ଡିପଦା ଥାନା, ରାମଚନ୍ଦ୍ର ମହାଳିକଙ୍କୁ ସମଲ ଥାନା, ଲଲାଟେନ୍ଦୁ ନାଏକଙ୍କୁ ଏନ୍‌ଟିପିସି ଥାନା, ରବିନାରାୟଣ ବେହେରାଙ୍କୁ କିଶୋରନଗର ଥାନା, ଦିଗାମ୍ବର ଜେନାଙ୍କୁ ଛେଣ୍ଡିପଦା ଥାନା, କୁମୁଦିନୀ ଷେଣ୍ଢଙ୍କୁ ପାଲଲହଡ଼ା ଥାନା, ବ୍ରହ୍ମାନନ୍ଦ ସାହୁଙ୍କୁ ଆଠମଲ୍ଲିକ ଥାନା, ପୀତବାସ ନାଏକଙ୍କୁ ବନ୍ତଳା ଥାନା ଓ ପଞ୍ଚୁନାଥ ସାହୁଙ୍କୁ ଅନୁଗୋଳର ତଦନ୍ତକାରୀ ବିଭାଗକୁ ବଦଳି କରାଯାଇଛି। ସେହିପରି ବଇଣ୍ଡା ବିଟ୍‌ ହାଉସ୍‌ରେ ଥିବା ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ସନାତନ ମହାରଣାଙ୍କୁ ଜରପଡ଼ା ଥାନାକୁ ବଦଳି କରାଯାଇଛି ବୋଲି ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକ

ରେଲୱ ସାଇଫନରେ ପଡି ୨୧ ବର୍ଷର ଯୁବକ ମୃତ ।

Image
ଅାଠମଲ୍ଲିକ(IYA NEWS:27/05/2020): ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଠେଲକନାଳି ଗ୍ରାମରେ ଆଜି ପୁଣି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି | ଗାଧୋଇବାକୁ ଯାଇ ଏକ ଗଭୀର ସାଇଫନରେ ବୁଡି ୨୧ ବର୍ଷ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ ମୃତକ ଜଣକ ଠେଲକନାଳି ଗ୍ରାମର ଦାମ ମୁଣ୍ଡାଙ୍କ ପୁଅ ସୁରଥ ମୁଣ୍ଡା (୨୧) | ଗତକାଲି ଅପରାହ୍ନ ୨ଟା ବେଳେ ସୁରଥ ଗାଧୋଇବା ପାଇଁ ଘରୁ ଯାଇଥିଲେ ।କିନ୍ତୁ ଦୀର୍ଘ ସମୟ ଧରି ସୁରଥ ଘରକୁ ନଫେରିବାରୁ, ଘରଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସୁରଥଙ୍କ କୌଣସି ଖବର ପାଇନଥିଲେ । ଆଜି ଅପରାହ୍ନ ୧ଟା ବେଳେ ଗ୍ରାମର କିଛି ଲୋକ ରେଲୱେ ସାଇଫନ ଆଡକୁ ଗାଧୋଇବାକୁ ଯାଇଥିବାବେଳେ ମୃତ ଶରୀରକୁ ଦେଖିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ଜାଣିବା ପରେ ହଣ୍ଡପା ଥାନାକୁ ଖବର ଦେଇଥିଲେ ।ଏନେଇ ହଣ୍ଡପା ଥାନାରେ ୧୦/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ବୋଲି ହଣ୍ଡପା ଥାନା ଅଧିକାରୀ କହିଛନ୍ତି ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.what

ସଙ୍ଗରୋଧ କେନ୍ଦ୍ର ପରିବେଶ ସଫା କରି ଉଦାହରଣ ସାଜିଲେ ପ୍ରବାସୀ ଯୁବକ ।

Image
ଅାଠମଲ୍ଲିକ(IYA NEWS:27/05/2020): ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଳକ ରାମଦେଓ ହାଇସ୍କୁଲ ବଇଣ୍ଡାରେ ହୋଇଥିବା ସଙ୍ଗରୋଧ ଗୃହ ପ୍ରବାସୀଙ୍କ ଉଚ୍ଚ ଚିନ୍ତାଧାରା ସବୁଜ ପରିବେଶମୟ ହୋଇଯାଇଛି । ସେଠାରେ ରହୁଥିବା ଅନ୍ତେବାସୀ ବିଭିନ୍ନ ଅଞ୍ଚଳର ହୋଇଥିଲେ ମଧ୍ୟ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ହୋଇ କରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ସଙ୍ଗରୋଧ ଗୃହରେ ରହି ସରକାରଙ୍କୁ ସହଯୋଗ କରୁଛନ୍ତି ।ସମୟ ବିତାଇବା ପାଇଁ ନିଜ ନିଜ ମଧ୍ୟରେ ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦେବାକୁ ଯାଇ ଭାବ ବିନିମୟ କରି ଦୁଃଖ ସୁଖ ବାଣ୍ଟଛନ୍ତି । ବିଭିନ୍ନ ରାଜ୍ୟରୁ ଦାଦନ ଖଟି ପ୍ରବାସୀ ଶ୍ରମିକ ଭାବେ ଏଠାରେ ରହି ଭିନ୍ନ ଭିନ୍ନ ସ୍ଥାନର ହୋଇଥିଲେ ବି ନିଜ ଘର ମଣି ସଙ୍ଗରୋଧ ଗୃହର ସବୁ କାମ ଖୁସିରେ କରୁଥିବା ଜଣାଯାଇଛି । ସ୍ଥାନୀୟ ସରପଞ୍ଚଙ୍କ ସହଯୋଗରେ ପ୍ରବାସୀ ମାନେ ହାତରେ ଦାଅା,କୋଦାଳ ଧରି ବିଦ୍ୟାଳୟ ପରିସର ସଫା କରୁଛନ୍ତି। ନିଜ ଘର ଭଳି ଜଣେ ଅନ୍ୟର କାମ କରିବାରେ ସହଯୋଗ କରୁଛନ୍ତି । ସଙ୍ଗରୋଧ ଗୃହର ପ୍ରବାସୀ ମାନେ କହିଛନ୍ତି ଏଠାରେ ନିଜ ଘର ଭଳି ଲାଗୁଛି । ଛାଡ଼ିଲା ବେଳକୁ ଦୁଃଖ ନିଶ୍ଚିତ ହେବ । ଏହି ପ୍ରବାସୀମାନଙ୍କ ଜୀବନଶୈଳୀ ଯାହା ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ହୋଇପାରେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେ

ଅସହ୍ୟ ଗରମ , ଜନଜୀବନ ଅସ୍ତବ୍ୟସ୍ତ । ସବୁଠୁ ଉତ୍ତପ୍ତ ସହର ଅନୁଗୋଳ ।

Image
ଅନୁଗୋଳ(IYA NEWS:27/05/2020): ଅନୁଗୋଳ ସହର ଓ ଏହାର ଉପକଣ୍ଠରେ ଅସହ୍ୟ ଗରମ ଏବଂ  ଗୁଳଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଅାଜି ଏଠାରେ ତାପମାତ୍ରା ୪୩.୭ ଡିଗ୍ରୀ ଥିବା ରେକର୍ଡ କରାଯାଇଛି।ଅାଜିର ତାପମାତ୍ରାରୁ ଜଣାପାଡିଛି ଅନୁଗୋଳ ସହର ସବୁଠୁ ଉତ୍ତପ୍ତ ସହର । ଲକଡାଉନ କଟକଣା ସହ ସକାଳ ୯ ରୁ  ମଧ୍ୟାହ୍ନ ୧ ବେଳେ ଜନଗହଳି ପୂର୍ଣ୍ଣ ସହର ଖାଁ ଖାଁ ହୋଇଯାଇଥିଲା। ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ବାହାରିଥିବା ଅଧିକାଂଶ ଲୋକେ ମୁଣ୍ଡରେ ଗାମୁଛା, ଷ୍ଟଲ ସହ ଛତା ଧରିଥିବା ଦେଖିବାକୁ ମିଳିଥିଲା।ଗୁଳୁଗୁଳି ଯୋଗୁ ଲୋକେ ଘରେ ମଧ୍ୟ ରହିବା କଷ୍ଟକର ହୋଇପଡିଛି। ଅନ୍ୟପକ୍ଷରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତୃପକ୍ଷ ୨୪ ଘଣ୍ଟିଆ ଅଂଶୁଘାତ ୱାର୍ଡ଼ ଖୋଲା ରଖିବା ସହ କେହି ଅଂଶୁଘାତରେ ଶିକାର ହୋଇ ଚିକିତ୍ସାଳୟକୁ ଆସିଲେ ସେମାନଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ସିତୁରା ସାହିବାସୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ ।

Image
ଅନୁଗୋଳ(IYA NEWS:27/05/2020): ମହାମାରୀ କରୋନା ଏବେ ଭାରତ ବର୍ଷରେ ଅାତଙ୍କ ସୃଷ୍ଟି କରିଛି । କରୋନା ପ୍ରଭାବରେ ଜନଜୀବନରେ ସଙ୍କଟ ଦେଖାଦେଇଛି । ଗରିବ,ଅସହାୟ ପରିବାର ଖାଇବାକୁ ପାଉନାହାନ୍ତି । ଏଭଳି ପରିସ୍ଥିତିରେ ଅନୁଗୋଳ ରାଣୀଗୋଡା ପାଖରେ ଥିବା ଏନ.କେ ପାର୍କ ନିକଟସ୍ଥ ଲୋକମାନଙ୍କ ତତ୍ତ୍ୱାବଧାନରେ ପଞ୍ଚମହଲା ପାଖରେ ଥିବା ସିତୁରା ସାହିରେ ଗତକାଲି ମାସ୍କ ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଅାଯାଇଥିଲା ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ବାଉଁଶ ପାତିଆ କାରିଗରଙ୍କୁ ରିଲିଫ ପ୍ରଦାନ।

Image
ଅାଠମଲ୍ଲିକ(IYA NEWS:26/05/2020): ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ହଣ୍ଡପା ପଞ୍ଚାୟତ ପାପସରା ଏକ ବସ୍ତିରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ପରିବାର ବାଉଁଶ ପାତିଆ ସାହାଯ୍ୟ ରେ ବିଭିନ୍ନ ଜିନିଷ ପତ୍ର ତିଆରି କରି ନିଜ ପରିବାର ର ପ୍ରତିପୋଷଣ କରିଥାନ୍ତି। ଦୁଇ ମାସ ରୁ ଉର୍ଦ୍ଧ୍ବ କରୋନା ଲାକଡାଉନ କଟକଣା ପାଇଁ ବାଉଁଶ ପାତିଆ ରେ ତିଆରି କରିଥିବା ଜିନିଷ ଗୁଡିକ ବିକ୍ରି ନହୋଇ ସମ୍ପୂର୍ଣ୍ଣ ପଡିରହିଛି। ପ୍ରକାଶ ଥାଉକି ବଇଣ୍ଡା ଚନ୍ଦନ ଯାତ୍ରା ,ପାତ୍ରପଡା ବାୟାଣି ମନ୍ଦିର ଯାତ୍ରା ଏବଂ ରବିବାର ହାଟ ବନ୍ଦ ଥିବାରୁ ବାଉଁଶ ପାତିଆ ସାହାର୍ଯ୍ୟରେ କୁଲା ,ଡାଲା, ବୋଝ, ପାଛିଆ, ଗଣ୍ଡୁଆ, ବିଛଣା ପ୍ରଭୁତି ପ୍ରତି ପରିବାର ପିଛା ୧୦୦୦୦ରୁ ଉର୍ଦ୍ଧ୍ବ ବିକ୍ରି ନହୋଇ ପଡିରହିଛି। ଏହି ପରିପ୍ରେକ୍ଷୀରେ ରେ ୟାର ବଇଣ୍ଡା ସଂଗଠନ ତରଫରୁ କିଛି ରିଲିଫ ବ୍ୟବସ୍ଥା କରାଯାଇଥିଲା।ଏହି ଅବସରରେ ପ୍ରାୟ୧୫ ବାଉଁଶ ପାତିଆ ରେ ଚାଲୁଥିବା ପରିବାରକୁ ଶୁଖିଲା ଖାଦ୍ୟ ପଦାର୍ଥ ଯଥା ଚାଉଳ, ଡାଲି, ଚୁଡା, ଗୁଡ଼,ତେଲ, ଲୁଣ ସାବୁନ ଏବଂ ମହିଳା ମାନଙ୍କ ସାନିଟାରୀ ପ୍ୟାଡ଼ ବଣ୍ଟନ କରାଯାଇଥିଲା। ୟାର ସଙ୍ଗଠନ ର ନିର୍ଦ୍ଧେଶକ ରଣଜିତ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅରବିନ୍ଦ ସ୍ୱାଇଁ ଓ ସଞ୍ଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।  *IYA NEWS ( VISIT US :- www.iyanews.com ) / ( LIKE

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଫରେଷ୍ଟ ରେଞ୍ଜର ।

Image
ଅନୁଗୋଳ(IYA NEWS:26/05/2020): ଭିଜିଲାନ୍ସ ଜାଲରେ ରେଞ୍ଜର ବାବୁ ।  ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର୍ ମନମୋହନ ସ୍ବାଇଁଙ୍କୁ ଅାଜି ସକାଳେ ଭିଜିଲାନ୍ସ ବିଭାଗ ଧରିଛି ।ସୂଚନାନୁସାରେ ଏକ ବୋଲେରୋ ଗାଡ଼ି (ଓଡ଼ି ୦୨ ଏପି ୪୨୮୮) ରେ ଛେଣ୍ଡିପଦାରୁ ଭୁବନେଶ୍ୱର ଯାଉଥିବା ବେଳେ ଆଠଗଡ଼ ବ୍ରିଜ୍ ପାଖରେ କଟକ ଭିଜିଲାନ୍ସ ବିଭାଗ ତାଙ୍କୁ ଅଟକାଇ ଗାଡ଼ି ଯାଞ୍ଚ କରିବା ବେଳେ ଗାଡିରୁ ୨ଲକ୍ଷ ୭୯ହଜାର ୩ଶହ ଟଙ୍କା ମିଳିଥିଲା । ଏ ଟଙ୍କାର ହିସାବ କହିବାରେ ରେଞ୍ଜର୍ ସ୍ବାଇଁ ବିଫଳ ହେବା ପରେ ଭିଜିଲାନ୍ସ ଟଙ୍କାକୁ ଜବତ କରିବା ସହ ତାଙ୍କୁ ଅଟକ ରଖିଛି । ଭିଜିଲାନ୍ସ ବିଭାଗ ଦେଇଥିବା ସୂଚନା ଅନୁସାରେ, ବେଆଇନ ଭାବେ ରେଞ୍ଜର ମନମୋହନ ସ୍ୱାଇଁ ପ୍ରଚୁର ଟଙ୍କା ସଂଗ୍ରହ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଦୀର୍ଘ ଦିନ ହେଲା ତାଙ୍କ ଉପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଉପରେ ନଜର ରଖାଯାଇଥିଲା ।ଏହା ପରେ ଛେଣ୍ଡିପଦାସ୍ଥିତ ସରକାରୀ କ୍ବାଟର୍ ଏବଂ କାର୍ଯ୍ୟାଳୟରେ ଚଢ଼ଉ ବେଳେ ୫୦ ହଜାର ଟଙ୍କା ଜବତ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ଚଢ଼ଉ ଚାଲିଥିବା ସୂଚନା ମିଳିଛି ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEW

ଟ୍ରେନ ରୁ ଫେରାର ହେଲେ ପୁଣି ପ୍ରବାସୀ ଓଡିଅା : ୧୮ଜଣଙ୍କୁ କାବୁ କଲେ ଅାର.ପି.ଏଫ ଅଧିକାରୀ ।

Image
ଅନୁଗୋଳ(IYA NEWS:26/05/2020): ଅନୁଗୋଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନ ଠାରୁ ପ୍ରାୟ ୧ କିମି ଦୂର ୫୫ନଂ ଜାତୀୟ ରାଜପଥ ଉପରେ ଥିବା ରେଳ ଫାଟକ ନିକଟରେ ଅହମଦାବାଦ ରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ଟ୍ରେନ ଓଡ଼ିଶାର କଟକ ରେଳ ଷ୍ଟେସନକୁ ଆସୁଥିଲା ।ସୂଚନାନୁସାରେ କୌଣସି କାରଣରୁ ଟ୍ରେନଟିର ହୋସ ପାଇପଟି ଫାଟିଯିବାରୁ ଟ୍ରେନଟି ସେହି ସ୍ଥାନରେ ଅଟକି ଯାଇଥିଲା, ଟ୍ରେନଟି ଅଟକିବା ସୁଯୋଗ ନେଇ ଟ୍ରେନ ଭିତରେ ଥିବା ଆଠମଲ୍ଲିକ ଓ ଠାକୁରଗଡ ଅଞ୍ଚଳର ୧୮ ଜଣ ପ୍ରବାସୀ ଯୁବକ ଟ୍ରେନରୁ ଓଲ୍ହାଇ ନିକଟସ୍ଥ ଜଙ୍ଗଲରେ ଲୁଚିଥିଲେ | ଖବର ପାଇ ସଙ୍ଗେ ସଙ୍ଗେ ବଇଣ୍ଡା ଆରପିଏଫ ଅଧିକାରୀ ଏ.କେ ଗଡ଼ନାୟକ ସଦଳବଳ ନେଇ ଖୋଜାଖୋଜି କରି ସମସ୍ତ ୧୮ ଜଣକୁ କାବୁ କରିଥିଲେ | ବଇଣ୍ଡା ଫାଣ୍ଡି ଅଧିକାରୀ ସନାତନ ମହାରଣା ଘଟଣା ସ୍ଥଳରେ ପହଞ୍ଚି ଗାଁ ବଇଣ୍ଡା ସଙ୍ଗରୋଧ କେନ୍ଦ୍ରକୁ ୧୦ ଜଣ ଓ ଲୁହାମୁଣ୍ଡା ସଙ୍ଗରୋଧ କେନ୍ଦ୍ରକୁ ୮ ଜଣ ପ୍ରବାସୀଙ୍କୁ ପଠାଇଛନ୍ତି |  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ସାଂସଦଙ୍କ ଦ୍ୱାରା ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ ।

Image
ଅନୁଗୋଳ(IYA NEWS:26/05/2020): ଯୁବଶକ୍ତି ଆହ୍ୱାନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁସୁଡା ଗ୍ରାମ ପଞ୍ଚାୟତର ସୁସୁଡା ଗ୍ରାମ ମାଳତି ବିହାର ସାହି ଓ ଅାଙ୍କୁଲା ଗ୍ରାମର ସୁବର୍ଣ୍ଣପୁର ସାହି ଠାରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥିରେ ଅନୁଗୋଳ-ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସହଯୋଗର ହାତ ବଢ଼ାଇବା ସହିତ ପଞ୍ଚାୟତର ସମସ୍ୟା ଖାଦ୍ୟ ଦେବା ସମୟରେ ଲୋକ ମାନଙ୍କ ସହ ଆଲୋଚନା କରି ବୁଝିଥିଲେ। ଯୁବଶକ୍ତି ଆହ୍ୱାନର ସଭାପତି ଆଦିତ୍ୟ ପ୍ରସାଦ ମିଶ୍ର,ଅମ୍ଳାନ ଦାଶ, ସିଦ୍ଧାର୍ଥ ମିଶ୍ର,ସୁଭମ ସୁବୁଦ୍ଧି,ରାକେଶ କୁମାର ପରିଡା,ପ୍ରକାଶ ଭୁତିଆ,ସୁବ୍ରତ ସାହୁ,ସମ୍ୟରଂଜନ ସୁତାର,ତୁହିଁନ ତୁଷାର ତ୍ରିପାଠୀ,ଡମ୍ବରୁଦ୍ଧର ସାହୁ,ରାଜେଶ କୁମାର ପରିଡା,ଆନନ୍ଦ ଶତପଥି,ପୁପୁନ ନାୟକ, ସମାଜ ସେବୀ ପର୍ଶୁରାମ ଦାଶ ଓ ପ୍ରତାପ ମହାପାତ୍ର ଉପସ୍ଥିତ ଥିଲେ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କଲେ ୩ ଗ୍ରାମବାସୀ ।

Image
ଅାଠମଲ୍ଲିକ(IYA NEWS:26/05/2020): ରାଜ୍ୟରେ କରୋନା ସଂକ୍ରମଣ ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ,ବ୍ୟକ୍ତିବିଶେଷ ଓ ଗ୍ରାମପଞ୍ଚାୟତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଅାସୁଛନ୍ତି ।ଏହି ଅବସରରେ ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅାମ୍ବସରମୁଣ୍ଡା ପଞ୍ଚାୟତ ଭୁଗୁରା ଗ୍ରାମବାସୀ ୭ ହଜାର ୫ଶହ ଟଙ୍କା,ତାଳମଳିହା ଗ୍ରାମବାସୀ ୯ହଜାର ୫ଶହ ଟଙ୍କା,ସଞ୍ଜାମୁରା ଗ୍ରାମପଞ୍ଚାୟତ ବ୍ରାହ୍ମଣିଦେଇ ଗ୍ରାମବାସୀ ୫ହଜାର ଟଙ୍କା ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଅାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।କରୋନା ପ୍ରତିହତ ପାଇଁ ସଚେତନତା ବାର୍ତ୍ତା ସହ ସରକାରୀ ନିର୍ଦ୍ଦେଶ ମାନିବା,ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରିବାକୁ ବିଧାୟକ ଶ୍ରୀ ସାଏ ପରାମର୍ଶ ଦେଇଥିଲେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ମାଁ ମାଉଳୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରୋନା ରୋଗ ସମ୍ପର୍କୀୟ ସଚେତନ ବାର୍ତ୍ତା ।

Image
ଅାଠମଲ୍ଲିକ(IYA NEWS:26/05/2020): ବର୍ତ୍ତମାନ ସାରା ବିଶ୍ଵ କରୋନା ରେ ଆକ୍ରାନ୍ତ ଏଭଳି ପରିସ୍ଥିତି ରେ ଲୋକଙ୍କୁ ସଚେତନ କରିବା ପାଇଁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାଁ ମାଉଳୀ ଯୁବକ ସଂଘ ବେଲାଦୁଲା ଆଉ ଏକ ପାଦ ଆଗକୁ ଆସିଛି । ପୂର୍ବରୁ ମାସ୍କ ବିଭିନ୍ନ ଅଂଚଳରେ ବାଣ୍ଟି ଲୋକଙ୍କୁ ସଚେତନତା କରାଇଥିଲେ । ବର୍ତ୍ତମାନ କାନ୍ଥ ରେ ଲେଖି (wall painting ) ସଚେତନ କରାଉଛନ୍ତି । ଭୟ ନ କରି ସଚେତନ ରହିବା , ସରକାରୀ ନିୟମାବଳୀ ଅବଲମ୍ବନ କରିବା , ମାସ୍କ ବ୍ୟବହାର କରିବା , ସାବୁନ୍ ରେ ହାତ ଧୋଇବା , ସାମାଜିକ ଦୂରତା ବଜାୟ ରଖିବା , ଅଧିକ ସୂଚନା ପାଇଁ ୧୦୪ କୁ କଲ୍ କରନ୍ତୁ ।  ଆଦି ସଚେତନ ବାର୍ତ୍ତା ଲେଖିଛନ୍ତି ।  ନେହେରୁ ଯୁବ କେନ୍ଦ୍ର ଅନୁଗୋଳର ଜାତୀୟ ଯୁବ ସ୍ଵେଚ୍ଛାସେବୀ ତଥା ମାଁ ମାଉଳୀ ଯୁବକ ସଂଘ ର ଉପଦେଷ୍ଟା ପ୍ରତାପ ମେହେର ଓ ଅନୁଷ୍ଠାନ କରୁଣା କର ମେହେର ଗାଁ ଗାଁ ଯାଇ ବାର୍ତ୍ତା ଲେଖିଛନ୍ତି । ଆଠମଲ୍ଲିକ,ମାଧପୁର,କନ୍ଧ ପାଲି,କନ୍ଧପଡା,ଭୋଇପଡ଼ା ଛକ , ବେଲାଦୁଲା ଆଦି ସ୍ଥାନରେ ସଚେତନ ବାର୍ତ୍ତା ଅନୁଷ୍ଠାନ ତରଫରୁ ଦିଆଯାଇଛି   ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପା

ପୁଣି ଜଣେ କରୋନା ଅାକ୍ରାନ୍ତ ଚିହ୍ନଟ : ସମୁଦାୟ ୨୬ ।

Image
ଅନୁଗୋଳ(IYA NEWS:26/05/2020): ଅାଜି ରାଜ୍ୟରେ ପୁଣି ନୂଆ ୭୯ କରୋନା ପଜିଟିଭ୍‌ ଚିହ୍ନଟ। ଏହାକୁ ମିଶାଇ ୧୫୦୦ ପାରି କରିଛି ଆକ୍ରାନ୍ତଙ୍କ ସଂଖ୍ୟା।ଅାଜି ସେହି ୭୯ଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଜଣଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ରେ ପହଞ୍ଚିଛି  ଓ ୧୫ ଜଣ କରୋନା ଅାକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରୁ ସୂଚନା ମିଳିଛି । *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ମାସ୍କ ବାଣ୍ଟିଲେ ବିଧାୟକ ।

Image
ଅାଠମଲ୍ଲିକ(IYA NEWS:26/05/2020): ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଅାଠମଲ୍ଲିକ ବ୍ଲକ ଅାମ୍ବସରମୁଣ୍ଡା ପଞ୍ଚାୟତ ମହୀଧରପୁର ଗ୍ରାମରେ ମାସ୍କ ବଣ୍ଟନ କରିଛନ୍ତି ।ମହୀଧରପୁର ଗ୍ରାମକୁ ପରିଭ୍ରମଣରେ ଯାଇ ଲୋକଙ୍କୁ କରୋନା ସଂପର୍କରେ ସଚେତନତା ବର୍ତ୍ତା ଦେଇଛନ୍ତି । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ନିହାତି ଅାବଶ୍ୟକ ବୋଲି ବିଧାୟକ ଶ୍ରୀ ସାଏ ପରାମର୍ଶ ଦେଇଥିଲେ ।ପୂର୍ବରୁ ବିଧାୟକ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତକୁ ସରପଞ୍ଚ ଓ ଦଳୀୟ କର୍ମୀଙ୍କ ସାହାର୍ଯ୍ୟରେ ମାସ୍କ ଦିଅାଯାଇଥିଲା ବୋଲି ବିଧାୟକ ସାଏ କହିଛନ୍ତି ।ଏହି ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ଅଞ୍ଚଳର କିଛି ଦଳୀୟ କର୍ମୀ ଉପସ୍ଥିତ ଥିଲେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ସଙ୍ଗରୋଧ କେନ୍ଦ୍ରରେ ଥିବା ଗଛରେ ପାଣି ଓ ପରିବେଶ ସଫା କରି ଉଦାହରଣ ସାଜିଲେ ପ୍ରବାସୀ ଯୁବକ ।

Image
ଅନୁଗୋଳ(IYA NEWS:25/05/2020): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ତୁକୁଡା ହାଇସ୍କୁଲରେ ହୋଇଥିବା ସଙ୍ଗରୋଧ ଗୃହ ପ୍ରବାସୀଙ୍କ ଉଚ୍ଚ ଚିନ୍ତାଧାରା ସବୁଜ ପରିବେଶମୟ ହୋଇଯାଇଛି । ସେଠାରେ ରହୁଥିବା ଅନ୍ତେବାସୀ ବିଭିନ୍ନ ବ୍ଲକର ହୋଇଥିଲେ ମଧ୍ୟ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ହୋଇ କରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ସଙ୍ଗରୋଧ ଗୃହରେ ରହି ସରକାରଙ୍କୁ ସହଯୋଗ କରୁଛନ୍ତି । ସମୟ ବିତାଇବା ପାଇଁ ନିଜ ନିଜ ମଧ୍ୟରେ ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦେବାକୁ ଯାଇ ଭାବ ବିନିମୟ କରି ଦୁଃଖ ସୁଖ ବାଣ୍ଟଛନ୍ତି । ବିଭିନ୍ନ ରାଜ୍ୟରୁ ଦାଦନ ଖଟି ପ୍ରବାସୀ ଶ୍ରମିକ ଭାବେ ଏଠାରେ ରହି ଭିନ୍ନ ଭିନ୍ନ ସ୍ଥାନର ହୋଇଥିଲେ ବି ନିଜ ଘର ମଣି ସଙ୍ଗରୋଧ ଗୃହର ସବୁ କାମ ଖୁସିରେ କରୁଥିବା ଜଣାଯାଇଛି । ସ୍ଥାନୀୟ ସରପଞ୍ଚ ତପସ୍ୱିନୀ ସାହୁଙ୍କ ସହଯୋଗରେ ବିଦ୍ୟାଳୟ ଏବଂ ପରିସର ସଫା କରି ପରିବେଶ ନିର୍ମଳ ରଖିବା ସହ ବିଦ୍ୟାଳୟର ଚତୁଃପାର୍ଶ୍ୱରେ ଗଛ ଲଗାଉଛନ୍ତି। ଏକାଠି ବସି ବିଭିନ୍ନ ଘଟଣା ସମ୍ପର୍କରେ ଆଲୋଚନା କରୁଛନ୍ତି । ନିଜ ଘର ଭଳି ଜଣେ ଅନ୍ୟର କାମ କରିବାରେ ସହଯୋଗ କରୁଛନ୍ତି । ସଙ୍ଗରୋଧ ଗୃହର ପ୍ରବାସୀ ମାନେ କହିଛନ୍ତି ଏଠାରେ ନିଜ ଘର ଭଳି ଲାଗୁଛି । ଛାଡ଼ିଲା ବେଳକୁ ଦୁଃଖ ନିଶ୍ଚିତ ହେବ । ଏହି ପ୍ରବାସୀମାନଙ୍କ ଜୀବନଶୈଳୀ ଯାହା ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ହୋଇପାରେ ।  *IYA NEW

ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର ।

Image
ଅାଠମଲ୍ଲିକ(IYA NEWS:25/05/2020): ଅାଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ମନ୍ଦରବାହାଳ ଗ୍ରାମର ଏକ ମହୁଲ ଗଛରୁ ଅାଜି ପୋକୁଣ୍ଡା ଗ୍ରାମର ନକୁଳ ନାୟକ(୧୯) ଜଣେ ଯୁବକର ଝୁଲନ୍ତା ଅବସ୍ଥାରେ ଏକ ମୃତ ଦେହ ଠାକୁରଗଡ ପୋଲିସ ଉଦ୍ଧାର କରିଛି ।ନକୁଳଙ୍କ ବାପା ରାଘବଙ୍କ ଅଭିଯୋଗକ୍ରମେ ଠାକୁରଗଡ ପୋଲିସ ଏସଂକ୍ରାନ୍ତ ରେ ନଂ - ୧୦/୨୦୨୦ରେ ଏକ ମାମଲା ରୁଜୁ କରି ନକୁଳଙ୍କର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଅାଠମଲ୍ଲିକ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ପୋଲିସ ସୂଚନାମୁତାବକ ନକୁଳ କିଛି ଦିନ ହେବ ମନ୍ଦରବାହାଳ ଗ୍ରାମକୁ ତାଙ୍କ ଅପାଙ୍କ ଘରକୁ ବୁଲିବାକୁ ଅାସିଥିଲେ ।ରବିବାର ସନ୍ଧ୍ୟାରେ ତାଙ୍କ ମୋବାଇଲ ଫୋନରେ କଥା ହୋଇ ଘର ବାହାରକୁ ପଳାଇ ଅାସିଥିଲେ କିନ୍ତୁ ଘରକୁ ଫେରିନଥିଲେ ।କୌଣସି କାରଣକୁ ନେଇ ସେ ମହୁଲ ଗଛରେ ରଶି ଲଗାଇ ଅାତ୍ମହତ୍ୟା କରିଛନ୍ତି ।ତାଙ୍କ ଶବ ମହୁଲ ଗଛରେ ଝୁଲୁଥିବା ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ ।ଖବର ପାଇ ଟାପଢୋଲ ଫାଣ୍ଡି ଅଧିକାରୀ କରୁଣାକର ବଳ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ ।   *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମା

ଅନୁଗୋଳରେ ଉହ୍ଲାଇଲେ ୬୩୪ଜଣ ପ୍ରବାସୀ ଓଡିଅା ।

Image
ଅନୁଗୋଳ(IYA NEWS:25/05/2020): ଅନୁଗୋଳ ଜିଲ୍ଲାରେ ପ୍ରଥମଥର ସକାଳ ୮ ଟା ୧୦ ମିନିଟ୍ ସମୟରେ  ସ୍ପେସାଲ ଶ୍ରମିକ ଟ୍ରେନ ଆସି ପହଁଞ୍ଚିଛି। ଅନୁଗୋଳ ଜିଲ୍ଲା ପ୍ରଥମ ପ୍ରବାସୀ ଶ୍ରମିକ ମାନଙ୍କୁ ଟ୍ରେନ ରୁ ଓହ୍ଲାଇବା ସହ ତାଙ୍କର ରେଜିଷ୍ଟ୍ରେସନ୍, ଥର୍ମାଲ୍ ସ୍କାନିଂ ଓ ପରବର୍ତ୍ତୀ ସମୟରେ ସକାଳ ଟିଫିନ୍ ବାବଦରେ ଶୁଖିଲା ଖାଦ୍ୟ ଦେଇ ନିଜ ନିଜ ଅଞ୍ଚଳ ପାଇଁ ଲାଗିଥିବା ବସ କୁ ପଠାଇଥିଲେ। ସୂଚନାନୁସାରେ ଏହି ଟ୍ରେନରେ ୨୪ ଟି ଜିଲ୍ଲା ସମେତ ୧୩ ଟି ଉପଖଣ୍ଡର ୧୬୫୦ ରୁ ଅଧିକ ପ୍ରବାସୀ ଗୁଜୁରାଟ ଭଲସାତରୁ ଆସି ପହଞ୍ଚିଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାର ସର୍ବାଧିକ ୬୩୪ ଜଣ ପ୍ରବାସୀ ଅଛନ୍ତି । ଟ୍ରେନ ଷ୍ଟେସନରେ ପହଞ୍ଚିବା ପରେ ପ୍ରବାସୀମାନଙ୍କୁ ସେମାନଙ୍କ ଜିଲ୍ଲା ଓ ଅଞ୍ଚଳକୁ ପଠାଇବା ପାଇଁ ୨୦ ଟି ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇ ଥିଲା । ଅନୁଗୋଳ ଜିଲ୍ଲାପାଳ ମନୋଜ ମହାନ୍ତି ଓ ଏସପି ଜଗମୋହନ ମିନା ଅନୁଗୋଳ ଷ୍ଟେସନରେ ପହଞ୍ଚି ଶ୍ରମିକମାନଙ୍କର ଫେରିବାର ବନ୍ଦୋବସ୍ତର ତଦାରଖ କରିଥିଲେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତ

ବିଧାୟକଙ୍କ ଜରିଅାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ଗ୍ରାମବାସୀ ଓ ସ୍ୱୟଂସହାୟକ ଗୋଷ୍ଠୀ ।

Image
ଆଠମଲ୍ଲିକ(IYA NEWS:25/05/2020): କରୋନା ମୁକାବିଲା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ କିଶୋରନଗର ବ୍ଲକ ନାକଚି ଗ୍ରାମପଞ୍ଚୟାତ ବଡଡଙ୍ଗିଅାଣି ଗ୍ରାମର ଗ୍ରାମବାସୀ ଓ ସ୍ୱୟଂସହାୟକ ଗୋଷ୍ଠୀ ମିଶି ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଅାରେ ୮ହଜାର ଟଙ୍କା ପ୍ରଦାନ କରିଛନ୍ତି ।ଅାଜି ଅାଠମଲ୍ଲିକ ବିଧାୟକଙ୍କୁ ସ୍ୱୟଂସହାୟକ ଗୋଷ୍ଠୀ ଏମ.ବି.କେ ସରୋଜିନୀ ପ୍ରଧାନ,ଗ୍ରାମବାସୀ ଜେନାମଣି ପ୍ରଧାନ,ମନୋରଂଜନ ପ୍ରଧାନ,ଅବିନାଶ ପ୍ରଧାନ,ଯୁଧିଷ୍ଟିର ପ୍ରଧାନ ଭେଟି ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ସଚେତନତା ବାର୍ତ୍ତା ସହିତ ସରକାରୀ ନିର୍ଦ୍ଦେଶ ମାନିବା,ସାମାଜିକ ଦୂରତା ରକ୍ଷା କରିବା ଏବଂ ଘରେ ରହି ସୁରକ୍ଷିତ ରହିବାକୁ ବିଧାୟକ ସାଏ ପରାମର୍ଶ ଦେଇଛନ୍ତି ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ଜଘନ୍ୟ ହତ୍ୟ‍ା କାଣ୍ଡ : ଘଟଣାର ତଦନ୍ତ ଅାରମ୍ଭ ।

Image
ଅନୁଗୋଳ ( IYA NEWS, ୨୫.୦୫.୨୦୨୦ ): ଅନୁଗୋଳ ଜିଲ୍ଲା ତାଳଚେର, କଣିହାଁ ବ୍ଲକ ଅନ୍ତର୍ଗତ କଣ୍ଟାପାଳ ଗ୍ରାମ ନିକଟରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟା କାଣ୍ଡ । ଖବରରୁ ପ୍ରକାଶ କଣ୍ଟାପାଳ ଗ୍ରାମର ସବିତା ବେହେରା ସକାଳ ପ୍ରାୟ ୫ଟା ସମୟରେ ପୋଇପାଳ ଗ୍ରାମ ଅଭିମୁଖେ କାର୍ଯ୍ୟ ପାଇଁ ଯାଉଥିବା ବେଳେ ଦୃବୁତ ତାଙ୍କ ପଛ ପଟୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛି ।ଘଟଣା ସ୍ଥଳରେ ସବିତାଙ୍କର ମୃତ୍ୟୁ ହୋଇଛି ।ବର୍ତ୍ତମାନ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । Report By :- Siba Prasad Behera, IYA NEWS IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଭିଡିଓ କନଫରେନସିଂ ଜରିଅାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଅାଲୋଚନା କଲେ ବିଧାୟକ ।

Image
ଅାଠମଲ୍ଲିକ(IYA NEWS:24/05/2020): ଅନୁଗୋଳ ଜିଲ୍ଲ‍ା ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ଅାଜି ଭିଡିଓ କନଫରେନସିଂ ଜରିଅାରେ କରୋନା ମୁକାବିଲା ଓ ସଚେତନତା ସଂପର୍କରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଅାଲୋଚନା କରିଛନ୍ତି । ଅାଲୋଚନା ପୂର୍ବରୁ କାର୍ଯ୍ୟକର୍ତ୍ତାଙ୍କୁ ବିଧାୟକଙ୍କ ବର୍ଷେ ଅବସରରେ ଶୁଭେଚ୍ଛା ଜଣାଇଥିଲେ । ମହାମାରୀ କରୋନା ଦେଶ ତଥା ରାଜ୍ୟରେ ତାର କାୟା ବିସ୍ତାର କରୁଥିବାରୁ ଏହି ସଂକ୍ରମଣକୁ କିଭିଳି ପ୍ରତିହତ କରିହେବ ଏବଂ ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଥିବା ଗରିବ ପରିବାର ଗୁଡିକୁ କିଭଳି ଭାବେ ସହଯୋଗ କରିହେବ,ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ସହ ଅନୁଗୋଳ ଜିଲ୍ଲାକୁ ଅାସୁଥିବା ପ୍ରବାସୀ ଓଡିଅା ମାନେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଅାଲୋଚନା କରିଥିଲେ । ବିଶେଷ କରି କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିବା ସାମାଜିକ ଦୂରତା ରକ୍ଷାକରିବା,ମାସ୍କ ପିନ୍ଧିବା ସହ କରୋନା ଯୋଦ୍ଧା ଯେପରିକି ଡାକ୍ତର, ନର୍ସ, ମେଡ଼ିକାଲ କର୍ମଚାରୀ, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀ, ସରକାରୀ କର୍ମଚାରୀ, ବ୍ୟାଙ୍କ, ଡାକ କର୍ମଚାରୀ, ସାମ୍ବାଦିକ ତଥା ଏହି ଯୁଦ୍ଧରେ ସାମିଲ ସମସ୍ତ କର୍ମଚାରୀମାନଙ୍କୁ ସମ୍ମାନ ଜଣାଇବା,ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।ବିଧାୟକଙ୍କ ଅଧ୍

କରୋନା ପାଇଁ ମୁଖ୍ୟମନ୍ତ୍ରୀ ରିଲଫ ଫଣ୍ଡକୁ ଦାନ କଲେ ବ୍ଲକ ଅଧ୍ୟକ୍ଷା।

Image
ଅାଠମଲ୍ଲିକ(IYA NEWS:24/05/2020) :               କରୋନା ମୁକାବିଲା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବ୍ଲକ ଅଧ୍ୟକ୍ଷାଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।ଅଧ୍ୟକ୍ଷା ମିନାକ୍ଷୀ ଦଳେଇ ଅାଜି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଅାରେ ୧୦ହଜାର ‍୧ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି।କରୋନା କୁ ମୁକାବିଲା କରିବା ପାଇଁ ହେଲେ ସରକାରଙ୍କ ନିର୍ଦ୍ଦେଶକୁ ମାନି ଚଳିବା । ଘରେ ରହିବା ଓ ନିଜକୁ ସୁରକ୍ଷିତ ରଖିବା ସହ ସାମାଜିକ ଦୂରତା ରକ୍ଷାକରିବାକୁ ଅଧ୍ୟକ୍ଷା କହିଛନ୍ତି ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ବାମୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ ସହ ସମୀକ୍ଷା କଲେ ବିଧାୟକ ।

Image
ଅାଠମଲ୍ଲିକ(IYA NEWS:24/05/2020): ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ,କିଶୋରନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ ଗତକାଲି କିଶୋରନଗର ବ୍ଲକ ବାମୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ ସହ ସରକାରୀ ଯୋଜନା ଗୁଡିକ କିପରି ରୂପାୟନ ହେଉଛି ତାହା ସମୀକ୍ଷା କରିଥିଲେ ।ବାମୁର ବନାଞ୍ଚଳରେ ଜଙ୍ଗଲ ସୃଷ୍ଟି ହୋଇଥିଲେ ମଧ୍ୟ ଘନଜଙ୍ଗଲର ପରିମାଣରେ ହ୍ରାସ ଘଟୁଥିବାରୁ ବିଧାୟକ ଦୁଃଖ ପ୍ରକାଶ କରିଥିଲେ । ହାତୀ ଏବଂ ମନୁଷ୍ୟ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଉଥିବା ଦେଖାଯାଉଛି ଯେଉଁଥିପାଇଁ ଉଚ୍ଚମାନର ବନୀକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉ ।ରାଜ୍ୟ ସରକାରଙ୍କ ପକ୍ଷରୁ ବନୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ କରଞ୍ଜ, ବଡ଼ ଚାକୁଣ୍ଡା, ନିମ, ଜାମୁ, ପିଆଶାଳ, ଗମ୍ଭାରୀ, ଅଁଳା, ମହୁଲ ଆଦି ସ୍ୱତନ୍ତ୍ର ବୃକ୍ଷ ରୋପଣ ବହୁଳ ମାତ୍ରାରେ କରାଯିବାକୁ ରେଂଜ ଅଧିକାରୀ ଚିତ୍ତରଂଜନ ପ୍ରଧାନଙ୍କୁ ବିଧାୟକ କହିଛନ୍ତି ।ତାହାସହ ଜନସାଧାରଣଙ୍କ ସହ ବନ ବିଭାଗର ସମସ୍ତ ଅଧିକାରୀ ଉତ୍ତମ ବୁଝାମଣା ରଖିବାକୁ ପରାମର୍ଶ ଦେଇଥିଲେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ