ବାମୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ ସହ ସମୀକ୍ଷା କଲେ ବିଧାୟକ ।

ଅାଠମଲ୍ଲିକ(IYA NEWS:24/05/2020):
ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ,କିଶୋରନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ ଗତକାଲି କିଶୋରନଗର ବ୍ଲକ ବାମୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ ସହ ସରକାରୀ ଯୋଜନା ଗୁଡିକ କିପରି ରୂପାୟନ ହେଉଛି ତାହା ସମୀକ୍ଷା କରିଥିଲେ ।ବାମୁର ବନାଞ୍ଚଳରେ ଜଙ୍ଗଲ ସୃଷ୍ଟି ହୋଇଥିଲେ ମଧ୍ୟ ଘନଜଙ୍ଗଲର ପରିମାଣରେ ହ୍ରାସ ଘଟୁଥିବାରୁ ବିଧାୟକ ଦୁଃଖ ପ୍ରକାଶ କରିଥିଲେ । ହାତୀ ଏବଂ ମନୁଷ୍ୟ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଉଥିବା ଦେଖାଯାଉଛି ଯେଉଁଥିପାଇଁ ଉଚ୍ଚମାନର ବନୀକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉ ।ରାଜ୍ୟ ସରକାରଙ୍କ ପକ୍ଷରୁ ବନୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ କରଞ୍ଜ, ବଡ଼ ଚାକୁଣ୍ଡା, ନିମ, ଜାମୁ, ପିଆଶାଳ, ଗମ୍ଭାରୀ, ଅଁଳା, ମହୁଲ ଆଦି ସ୍ୱତନ୍ତ୍ର ବୃକ୍ଷ ରୋପଣ ବହୁଳ ମାତ୍ରାରେ କରାଯିବାକୁ ରେଂଜ ଅଧିକାରୀ ଚିତ୍ତରଂଜନ ପ୍ରଧାନଙ୍କୁ ବିଧାୟକ କହିଛନ୍ତି ।ତାହାସହ ଜନସାଧାରଣଙ୍କ ସହ ବନ ବିଭାଗର ସମସ୍ତ ଅଧିକାରୀ ଉତ୍ତମ ବୁଝାମଣା ରଖିବାକୁ ପରାମର୍ଶ ଦେଇଥିଲେ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।