Posts

Showing posts from September, 2020

ନିର୍ବାଚନ ମଣ୍ଡଳୀର କେତେ ଗ୍ରାମକୁ ପାଇପ ପାନୀୟ ଜଳ ଯୋଗାଣ ହୋଇଛି : ସରକାରଙ୍କୁ ତଥ୍ୟ ମାଗିଲେ ଅାଠମଲ୍ଲିକ ବିଧାୟକ ।

Image
ଭୁବନେଶ୍ୱର/ଅନୁଗୋଳ(IYA NEWS:30/09/2020): ଜଳ ହିଁ ଜୀବନ । ଖରାଦିନେ ଜଳର ବହୁ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି ଲୋକେ । ଜଳର ଅସୁବିଧାକୁ ଦେଖି ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋରନଗର,ଅାଠମଲ୍ଲିକ ଓ ଅନୁଗୋଳ ବ୍ଲକ (୯ଟି ଗ୍ରାମ ପଞ୍ଚାୟତ)ର ମୋଟ୍ ଗ୍ରାମ ମଧ୍ୟରୁ କେତୋଟି ଗ୍ରାମକୁ ପାଇପ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ଷମ ହୋଇଛି,କେତୋଟି ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି ଓ ପ୍ରସ୍ତାବ ମଂଜୁର ହୋଇଛି ଓ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମକୁ ପାଇପ ଜଳଯୋଗାଣ ସୁବିଧା ଯୋଗାଇ ଦେବାକୁ କି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ବିଧାନସଭାର ପ୍ରଶ୍ନକାଳ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଛନ୍ତି । ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ଜେନା ଉତ୍ତରରେ କହିଛନ୍ତି ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅାଠମଲ୍ଲିକ,କିଶୋରନଗର ଓ ଅନୁଗୋଳ ବ୍ଲକ ଅନ୍ତର୍ଗତ ୫୬ଗୋଟି ଗ୍ରାମପଞ୍ଚାୟତ ଅଧୀନରେ ଥିବା ୬୧୪ଟି ଗ୍ରାମକୁ ନେଇ ଗଠିତ ।ଏଥି ମଧ୍ୟରୁ ୧୨୦ଟି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଅାଯାଇଛି ।ଅନ୍ୟ ୩୭ଟି ଗ୍ରାମରେ ପାନୀୟ ଜଳ ପାଇଁ ପ୍ରକଳ୍ପ ଜାରି ରହିଛି । ଅବଶିଷ୍ଟ ୪୫୭ ଟି ଗ୍ରାମକୁ ୨୦୨୪ ପୂର୍ବରୁ ଜଳ ଯୋଗାଇ ଦିଅାଯିବ ବୋଲି ମନ୍ତ୍ରୀ କହିଛନ୍ତି ।  ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅାଠମଲ୍ଲ

ମଦ ଜବତ, ଜଣେ ଗିରଫ

Image
ଅାଠମଲ୍ଲିକ(IYA NEWS:01/10/2020): ବଇଣ୍ଡା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୋଲଣ୍ଡା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ୧୦ ଲିଟର ମହୁଲି ମଦ ସହ ୨୮ଶହ କିଲୋ ପୋଚ ଜବତ କରାଯାଇଛି ।ଏଥିସହ ଏହି ଚୋରା କାରବାରରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ବବିତା ମିର୍ଜା । ତାଙ୍କୁ ଗିରଫ କରଯାଇ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ସହକାରୀ ଉପନିରୀକ୍ଷକ ସୂଚନା ଦେଇଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅାନ୍ତଜାତୀୟ ୟୁଥ ଆଇକନ୍ ଆୱାର୍ଡ ପ୍ରତିଯୋଗିତାରେ ଶର୍ମିଷ୍ଠାଙ୍କ ସଫଳତା

Image
ଅାଠମଲ୍ଲିକ(IYA NEWS:23/09/2020): କିଶୋରନଗର ବ୍ଲକ ଅନ୍ତର୍ଗତ ଘୋଷର ଗ୍ରାମର ଯୁବ ପ୍ରତିଭା ଶର୍ମିଷ୍ଠା ସାହୁ ଅନ୍ତର୍ଜାତୀୟ ୟୁଥ ଆଇକନ୍ ଆୱାର୍ଡ- ୨୦୨୦ ପ୍ରତିଯୋଗିତାର ସର୍ବଭାରତୀୟ ତାଲିକାରେ ୩୯ ଏବଂ ରାଜ୍ୟସ୍ତରରେ ୧୯ ନମ୍ବର ସ୍ଥାନ ଅଧିକାର କରି ଭାଷା ସାହିତ୍ୟ ପ୍ରତିଷ୍ଠାନ ସୂର୍ଯ୍ୟୋଦୟ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଉକ୍ତ ପ୍ରତିଯୋଗିତାରେ ୩୫ଟି ଦେଶର କବି, ଗାଳ୍ପିକ ଓ ନାଟ୍ୟକାର ଅଂଶଗ୍ରହଣ କରିଥିଲେ । ଛାତ୍ରଜୀବନରୁ ନିଜର ସାହିତ୍ୟ ସାଧନାରେ ବ୍ରତୀ ଯୁବା ଶର୍ମିଷ୍ଠାଙ୍କ ଅନେକ ନାରୀଚେତନାଧର୍ମୀ କବିତା ଓ ଗଳ୍ପ ବିଭିନ୍ନ ପ୍ରତିଷ୍ଠିତ ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ଅବସରରେ ତାଙ୍କର ସାହିତ୍ୟ ସାଧନା ପାଇଁ ବିଭିନ୍ନ ମହଲର ବହୁ ପ୍ରତିଷ୍ଠିତ କବି, ସାହିତ୍ୟିକ ଶର୍ମିଷ୍ଠାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଅନ୍ତର୍ଜାତୀୟ ୟୁଥ ଆଇକନ୍ ଆୱାର୍ଡ- ୨୦୨୦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେଇଥିବା ସୂର୍ଯ୍ୟାଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ମନୋଜ କୁମାର ପଣ୍ଡା ଓ ସୌଜନ୍ୟ ସମ୍ପାଦକ ଦୀପକ କୁମାର ସ୍ବାଇଁଙ୍କୁ ଶର୍ମିଷ୍ଠା କୃତଜ୍ଞତା ଜଣାଇଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

୩୫ ଲିଟର ମଦ ଜବତ, ୫ ଗିରଫ ।

Image
ଆଠମଲ୍ଲିକ(IYA NEWS:23/09/2020): ଆଠମଲ୍ଲିକ ଅବକାରୀ ବିଭାଗ ମଙ୍ଗଳବାର ଆଠମଲ୍ଲିକ ଓ ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ାଉ କରି ୩୫ ଲିଟର ଦେଶୀମଦ ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଆଠମଲ୍ଲିକ ମୋଚି ସାହିର ଅମ୍ବିକା ମେହେରଙ୍କ ସହିତ ଠାକୁରଗଡ଼ ଥାନା ଅଞ୍ଚଳର ବୁବୁନ୍ ସେଠୀ, ତ୍ରିନାଥ ମାଝୀ, ଭୀମସେନ ନାଏକ ଓ ସାମନ୍ତ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅବକାରୀ ନିରୀକ୍ଷକ ଅନୀତା ଓଝାଙ୍କ ନେତୃତ୍ବ ରେ ଉପନିରୀକ୍ଷକ ପ୍ରଫୁଲ୍ଲ କୁମାର ପତି ଓ ବିଭାଗୀୟ କର୍ମଚାରୀ ଚଢ଼ଉରେ ସାମିଲ ଥିଲେ । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ପାଲଲହଡା ବିଧାୟକ କରୋନା ପଜିଟିଭ ।

Image
ଅନୁଗୋଳ(IYA NEWS:20/09/2020):ଅନୁଗୋଳ ଜିଲ୍ଲା ପାଲଲହଡା ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ଆଜି ଜଣାପଡ଼ିଛି । ପାଲଲହଡ଼ା ବିଧାୟକ ମୁକେଶ ପାଲ ଆଜି କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ନିଜ ଫେସବୁକ ଆକାଉଣ୍ଟରେ ସେ ଏ ନେଇ ସୂଚନା ଦେଇଥିବା ବେଳେ ଲକ୍ଷଣ ନଥିବାରୁ ନିଜ ବାସଭବନରେ ସଙ୍ଗରୋଧରେ ଥିବା ଲେଖିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ଼ ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି ।  IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅନୁଗୋଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ

Image
ଅନୁଗୋଳ(IYA NEWS:14/09/2020): ଅନୁଗୋଳ ଜିଲ୍ଲ‍ାରେ ନୂତନ ଜିଲାପାଳ ଭାବେ ୨୦୧୪ ବ୍ୟାଚ୍‌ର ଆଇଏଏସ୍‌ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅାଜି କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲ୍ଲା କାର୍ଯ୍ୟାଳୟଠାରେ ସେ ପୂର୍ବତନ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ ଅବସରରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଅବଲମ୍ବନ ପାଇଁ ଉପସ୍ଥିତ ପଦାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ସହ ହିତାଧିକାରୀମାନଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନୁଗୋଳ ଜିଲାରେ କୋଭିଡ୍‌ ମୁକାବିଲା ସଠିକ୍‌ ଭାବେ କିପରି କରାଯିବ ସେନେଇ ଉଦ୍ୟମ କରାଯିବ ବୋଲି ନୂତନ ଜିଲାପାଳ କହିଛନ୍ତି।  IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ତୃଣମୂଳ ସ୍ତରରୁ ସଂଗଠନ ମଜଭୁତ କରିବାକୁ ବିଧାୟକଙ୍କ ବୈଠକ ।

Image
ଅାଠମଲ୍ଲିକ(IYA NEWS:13/09/2020): ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅାଠମଲ୍ଲିକ ବ୍ଲକର ଟୁସର,ବାସୁଦେବପୁର,କିଅାକଟା ଗ୍ରାମପଞ୍ଚାୟତରେ ଦଳୀୟ କର୍ମୀ ମାନଙ୍କୁ ନେଇ ଅାଜି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଧାୟକ ଉପସ୍ଥିତ ରହି ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ଓ ତୃଣମୂଳ ସ୍ତରରୁ ସଂଗଠନ ମଜଭୁତ କରିବା  ନେଇ ଅାଲୋଚନା ହୋଇଛି । ତାହସହ କୋଭିଡ ନିୟମକୁ କିଭଳି ପାଳନ କରିବା ସେ ନେଇ ଲୋକଙ୍କ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବାକୁ କର୍ମୀ ମାନଙ୍କୁ ଅନୁରୋଧ କରିଛନ୍ତି ବିଧାୟକ । ଏହି ବୈଠକର ଦଳର ବହୁ କର୍ମୀ ଉପସ୍ଥିତ ଥିଲେ । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ବନ୍ୟାରେ କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କଲେ ଅାଠମଲ୍ଲିକ ବିଧାୟକ ।

Image
ଅାଠମଲ୍ଲିକ(IYA NEWS:13/09/2020): ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅାଠମଲ୍ଲିକ ବ୍ଲକରେ ଗତ ବନ୍ୟାରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଥିଲା ।ଜଳମଗ୍ନରେ ଚାଷୀ ଭାଇ ମାନଙ୍କର ଫସଲ ଉଜୁଡିଯାଇଥିବା ନେଇ ଅାଜି ଜଳମଗ୍ନ ହୋଇଥିବା ଅଞ୍ଚଳର ଚାଷ ଜମି ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଅାଲୋଚନା କରିଛନ୍ତି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । କ୍ଷତିଗ୍ରସ୍ତ ଚାଷୀ କିଭଳି ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ସହାୟତା ପାଇପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୂଚନା ମିଳିଛି  । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ହାତ ବଢାଇଲେ ଗ୍ରାମବାସୀ ।

Image
ଅାଠମଲ୍ଲିକ(IYA NEWS:13/09/2020): ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ବିଲେଇନାଳୀ ଗ୍ରାମପଞ୍ଚାୟତର ଗ୍ରାମବାସୀଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ  ଅାଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଅାରେ ୪ହଜାର ଟଙ୍କା ଦାନ କରିଛନ୍ତି ।ଏହି ଟଙ୍କା ପ୍ରଦାନ ସମୟରେ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।ଗ୍ରାମବାସୀ ମାନଙ୍କ ଏଭଳି ଦାନକୁ ବିଧାୟକ ସାଧୁବାଦ ଜଣାଇଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ,ଅାଠମଲ୍ଲିକ ବିଧାୟକ ଅାଶୁ ଅାରୋଗ୍ୟ କାମନା କଲେ ।

Image
ଅନୁଗୋଳ(IYA NEWS:13/09/2020):ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଧାୟକ ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ସୁସ୍ଥ ଥିବା କହିଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ କରୋନା ଟେଷ୍ଟ କରାଇବା ସହ  ଆଇସୋଲେସନରେ ରହିବା ପାଇଁ କହିଛନ୍ତି। ଆଜି ଭୁବନେଶ୍ୱରରେ କରୋନା ଟେଷ୍ଟ କରାଇଥିଲେ। ସେଥିରେ ତାଙ୍କର ପଜିଟିଭ ଆସିଛି। ପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଖବର ଜାଣିବା ପରେ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ବହୁ ଶୁଭେଚ୍ଛୁ ଶୀଘ୍ର ଆସୁ ଆରୋଗ୍ୟ କାମନା କରିଛନ୍ତି। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଗାଁ ମାଟିରେ ମିଶିଲା ଶହୀଦ ଦେବାଶିଷଙ୍କ ମରଶରୀର : ଜନପ୍ରତିନିଧିଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

Image
ଅନୁଗୋଳ(IYA NEWS:11/09/2020): ବୁଧବାର କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିକି ଜଙ୍ଗଲରେପୁଲିସ୍ ମାଓବାଦୀଙ୍କ ଗୁଳିବିନିମୟରେ ୫ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୨ ଜଣ ଯବାନ ସହିଦ୍ ହୋଇଥିଲେ। ୨ ଜଣଙ୍କ ହେଉଛନ୍ତି ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅଙ୍ଗପଡ଼ା ଗାଁର ଏସଓଜି ଯବାନ ଦେବାଶିଷ ସେଠୀ(୨୭) ଓ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ବାଘଡ଼ା ପଞ୍ଚାୟତ ଅନ୍ତର୍ଗତ ସାନଭଦୁଆ ଗ୍ରାମର ସୁଧୀର କୁମାର ଟୁଡୁ (୨୮)। ଦୁହିଁଙ୍କ ମୃତ୍ୟୁରେ ନିଜ ନିଜ ଜନ୍ମମାଟିରେ ଶୋକର ଛାୟା ଖେଳିଯାଇଛି। ଦେବାଶିଷଙ୍କ ବନ୍ଧୁବତ୍ସଳତା, ସାହସିକତାକୁ ଗ୍ରାମବାସୀ ଝୁରୁଥିବାବେଳେ ଗ୍ରାମବାସୀ ବି ସହିଦ୍ ପୁଅ ପାଇଁ ସୁଧୀରଙ୍କ ଗାଁ ଲୋକ ଲୁହ ଗଡ଼ାଉଛନ୍ତି। ଗତକାଲି ରାତି ସାଢ଼େ ୮ଟାବେଳେ ସହୀଦ ଦେବାଶିଷଙ୍କ ମରଶରୀର ଗାଁରେ ପହଞ୍ଚିଥିଲା। ବହୁ ଲୋକ ଲୁହଭରା ଆଖିରେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ । ମରଶରୀର ପହଞ୍ଚିବା ପରେ ଜ୍ଞାତିକୁଟୁମ୍ବ ତଥା ସାଥୀ ସହୋଦରଙ୍କ କାନ୍ଦବୋବାଳିରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ‘ଦେବାଶିଷ ଅମର ରହେ ‘ଆମ ମାଟିର ଗୌରବ ଦେବାଶିଷ, ତୁମକୁ ଶହେ ସଲାମ ଆଦି ଧ୍ବନିରେ ସମଗ୍ର ଅଂଚଳ ଉଛୁଳି ଉଠିଥିଲା । ଅଙ୍ଗପଡ଼ା ଗାଁର ସନାତନ ସେଠୀଙ୍କର ୩ଟି ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ବଡ଼ପୁଅ ହେଉଛନ୍ତି ଦେବାଶିଷ ୮ ବର୍ଷ ହେଲା ଏସଓଜି ଯବାନ ଭାବେ କାର୍ଯ୍ୟ କରୁଥିଲେ ।

କନ୍ଧମାଳରେ ମାଓବାଦୀଙ୍କ ଗୁଳିବିନମୟରେ ଅନୁଗୋଳ କିଶୋରନଗରର ଯବାନ ଦେବାଶିଷ ସହୀଦ ।

Image
କନ୍ଧମାଳ/ଅନୁଗୋଳ(IYA NEWS:10/09/2020): କନ୍ଧମାଳରେ ମାଓବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ, ୫ ମାଓବାଦୀ ନିପାତ; କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିରିକ ଜଙ୍ଗରେ ହୋଇଥିଲା ଏନକାଉଣ୍ଟର । କନ୍ଧମାଳର ବାଲିଗୁଡାରେ ୨ ଜବାନ ସହିଦ । କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ହୋଇଥିଲା ଏହି ଗୁଳି ବିନିମୟ । ମାଓ ଅପରେସନରେ ଗତକାଲି ୫ ଜଣ ମାଓବାଦୀ ନିପାତ ହୋଇଥିଲେ । ଏଥିରେ ଗୁରୁତର ଆହତ ହୋଇଥିବା ୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଦୁଇ ସହିଦ ଯବାନଙ୍କ ନାଁ ଦେବାଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁ ବୋଲି ସୂଚନା ମିଳିଛି । ସେହି ଦୁଇ ଜଣଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନମଣ୍ଡଳୀ କିଶୋରନଗର ବ୍ଲକ ଅଙ୍ଗପଡା ଗ୍ରାମର ଦେବାଶିଷ ସେଠୀ (୨୭) । ବୁଧବାର  ସକାଳ ୧୧ ଟା ବେଳେ ମାଓବାଦୀ ଗତିବିଧି ନେଇ ଗୁଇନ୍ଦା ସୂଚନା ଆଧାରରେ କଳାହାଣ୍ଡି ଓ କନ୍ଧମାଳ ପୁଲିସ ସହାୟତାରେ କମ୍ବିଂ ଅପରେସନ କରାଯାଇଥିଲା ।  କମ୍ବିଂ ଅପରେସନରେ   ସମୟରେ ଉଭୟ  ପୁଲିସ ଓ ମାଓବାଦୀଙ୍କ  ଉଭୟ ପଟୁ ଗୁଳିବିନିମୟ  ହୋଇଥିଲା । ପରେ ସର୍ଚ୍ଚ ଅପରେସନ ବେଳେ  ୫ ମାଓବାଦୀଙ୍କ ମୃତ୍ୟୁ ଦେହ ଠାବ ହୋଇଥିଲା । ନିହତ ୫ ମାଓବାଦୀଙ୍କ ମଧ୍ୟରୁ  ୩ ଜଣ ମହିଳା ଓ ଦୁଇ ଜଣ ପୁରୁଷ ମାଓବାଦୀ ଥିବା କଳାହାଣ୍ଡି ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ଏହି ଗୁଳିବିନିମୟ ବେଳେ  ଜଣେ ଯବାନ  ଆହତ ହୋଇଛନ୍

ବଦଳିଲେ ଅନୁଗୋଳ ଜିଲ୍ଲାପାଳ : ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ ନୂତନ ଜିଲ୍ଲାପାଳ

Image
ଅନୁଗୋଳ ( IYA NEWS, ୦୯.୦୯.୨୦୨୦ ) :- ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ ଅନୁଗୋଳ ଜିଲ୍ଲାପାଳ । ଆଇଏଏସ ସିଦ୍ଧାର୍ଥ ପୂର୍ବରୁ ଗଞ୍ଜାମ ପିଡ଼ି ଡିଆରଡିଏ ଭାବରେ କାର୍ଯ୍ୟ ତୁଲାଇ ଥିବା ହେତୁ ଏବେ ଅନୁଗୋଳ ଜିଲ୍ଲାପାଳ ରୂପେ ନିଯୁକ୍ତି ପାଇଲେ । ସେ ଜଣେ ଦକ୍ଷ ପ୍ରଶାସକ ଅଟନ୍ତି । ତାଙ୍କର ପୂର୍ବ ଦକ୍ଷତା ଯୋଗୁଁ ତାଙ୍କୁ ଡିଷ୍ଟିକ୍ ମାଜିଷ୍ଟ୍ରେଟ / ଜିଲ୍ଲାପାଳ ଭାବରେ ନିଯୁକ୍ତି ପାଇଛନ୍ତି । ଅନୁଗୋଳ ବାସୀ ଆଶା କରିଛନ୍ତି ନୂତନ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ଗୁଡିକ ସୁରୁଖୁରୁରେ ସମାଧାନ ହୋଇପାରିବ । ନୂତନ ଜିଲ୍ଲାପାଳଙ୍କ ଆଗମନକୁ ଜିଲ୍ଲାବାସୀଙ୍କ ଅପେକ୍ଷା ।  Report By:- Nipu Bhutia , IYA NEWS IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଆଜି ଅନୁଗୁଳ ଜିଲ୍ଲାରୁ ୭୫ ଜଣ କରୋନା ପଜିଟିଭ ଚିହ୍ନଟ:ପଜିଟିଭ ସଂଖ୍ୟା ପହଁଚିଲା ୧୨୧୧ ରେ

Image
ଅନୁଗୋଳ(IYA NEWS:05/09/2020): ଆଜି ଅନୁଗୁଳ ଜିଲ୍ଲାରୁ ୭୫ ଜଣ କରୋନା ପଜିଟିଭ ବାହାରି ପଜିଟିଭ ସଂଖ୍ୟା ୧୨୧୧ ରେ ପହଞ୍ଚିଛି।ସେମାନଙ୍କ ମଧ୍ୟରେ ତାଳଚେର ପୋୖରାଞ୍ଚଳରୁ ଚିହ୍ନଟ ହୋଇଥିବା ୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି।କଣିହାଁ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣ ପୁରୁଷ, ୨ ଜଣ ବାଳକ, ୪ ଜଣ ମହିଳା ଓ ୨ ଜଣ ବାଳିକା ଅଛନ୍ତି।ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୯ ଜଣଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି।।ପାଲହଡା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୯ ଜଣଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ବନରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୯ ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି।ଅନୁଗୁଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସମସ୍ତ ୫ ଜଣ ଆକ୍ରାନ୍ତ ପୁରୁଷ ଅଟନ୍ତି।ଅନୁଗୁଳ ପୋୖରାଞ୍ଚଳରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ୨ ଜଣ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ କିଶୋରନଗର ବ୍ଲକ ଅଞ୍ଚଳରୁ ଚିହ୍ନଟ ଜଣେ ଆକ୍ରାନ୍ତ ପୁରୁଷ ଅଟନ୍ତି।ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡିଛି। ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ବେଳ

ଅାଜି ଅନୁଗୋଳ ଜିଲ୍ଲାରୁ ୮୬ ଜଣ କରୋନା ପଜିଟିଭ ଚିହ୍ନଟ । ସମୁଦାୟ ଅାକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୯୮୫ ରେ ।

Image
ଅନୁଗୋଳ(IYA NEWS:02/09/2020): ଆଜି ଜିଲ୍ଲାରେ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮୫ ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଲକରୁ ସର୍ବାଧିକ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଓ ୧୨ ଜଣ ମହିଳା ଅଛନ୍ତି ।  ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୯ ଜଣଙ୍କ ମଧ୍ୟରେ ୧୪ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି । କଣିହାଁ ବ୍ଲକ ଅଞ୍ଚଳରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୮ ଜଣଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ତାଳଚେର ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ସେହିପରି ଅନୁଗୋଳ ବ୍ଲକ ଅଞ୍ଚଳରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଜଣେ ପୁରୁଷ ଜଣେ ବାଳିକା ଅଛନ୍ତି । କିଶୋରନଗର ବ୍ଲକ ଅଞ୍ଚଳରୁ ୨ ଜଣ ପୁରୁଷ ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।ଏହା ଭିତରେ

ଭାରତୀୟ ବାୟୁସେନାର ନିଯୁକ୍ତି ରାଲି ନିମନ୍ତେ ପ୍ରସ୍ତୁତି ବୈଠକ । ସେପ୍ଟେମ୍ବର ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଅନଲାଇନ ପଞ୍ଜିକରଣ ।

Image
ଅନୁଗୋଳ(IYA NEWS:02/09/2020): ରାଜ୍ୟର ୩୦ଟି ଜିଲ୍ଲାର ପିଲାମାନଙ୍କୁ ନେଇ ଚଳିତ ମାସ ୨୩ ତାରିଖରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅନୁଗୋଳର ପିଟିସି ପଡିଆରେ ଭାରତୀୟ ବାୟୁସେନାର ନିଯୁକ୍ତି ରାଲି ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତା କରି ବିଭାଗୀୟ ଅଧିକାରୀ ମାନେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇଦେଇ ଏହି ରାଲିକୁ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି । ସମ୍ପ୍ରତି ରାଜ୍ୟର କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ନିୟମାବଳୀ ଆଧାରରେ ଏହି ରାଲିକୁ ଆୟୋଜନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ଏହି ନିଯୁକ୍ତ ରାଲି ପାଇଁ ଚଳିତ ମାସ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇ ୨୩ ତାରିଖରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ୩ଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ । ସୋଲଜର ଟେକ୍‌ନିକାଲ ପାଇଁ ଯୁକ୍ତ ୨ ବିଜ୍ଞାନ ପାସ୍ ଯୋଗ୍ୟତା ଥିବା ବେଳେ ସୋଲଜର୍ ନନ୍ ଟେକ୍ନିକାଲ ପାଇଁ ଅନ୍ୟ ବିଷୟରେ ଯୁକ୍ତ ୨ ପାସ୍ କରିଥିବା ଆବଶ୍ୟକ । ପିଲାମାନେ ଅନଲାଇନ୍‌ରେ ପଞ୍ଜିକରଣ କରିବା ପରେ ପାଇଥିବା ଆଡମିଟ କାର୍ଡ ଦେଖାଇଲେ ପ୍ରଥମେ ସେମାନଙ୍କର ଥର୍ମାଲ ସ୍କାନିଂ କରାଯିବ। ସନ୍ଦେହ ହେଲେ ସଂପୃକ୍ତ ପିଲାକ

ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଘଟଣା : ଗିରଫ ହେଲା ହତ୍ୟା ଅଭିଯୁକ୍ତ ବାପୁନ ସାହୁ ।

Image
ଅନୁଗୋଳ ( IYA NEWS, ୦୨.୦୯.୨୦୨୦ ) : - ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଟୁସର ପଞ୍ଚାୟତ ଓରଡା ନାଳରେ ଗତ ୩୧ ତାରିଖ ଦିନ ସକାଳ ସମୟରେ ଏକ ଯୁବତୀଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା  । ସ୍ଥାନୀୟ ଲୋକ ଏହା ଦେଖିବା ପରେ କିଆକଟା ଥାନାକୁ ଖବର ଦେଇଥିଲେ । ଖବର ପାଇ କିଆକଟା ଥାନା ଅଧିକାରୀ ଅନାମ ଲାକ୍ରା, ଏଏସଆଇ ସଞ୍ଜୟ ବେହେରା ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଯୁବତୀଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବାର ଜଣା ପଡୁଛି ।  ଉକ୍ତ ମୃତ  ଯୁବତୀଙ୍କ ଘର କିଶୋରନଗର ବ୍ଳକ କଦଳୀମୁଣ୍ଡା ଗ୍ରାମ ପଞ୍ଚାୟତ ଭୀମପୁର ଗାଁର ଅଚ୍ୟୁତାନନ୍ଦ ନାଏକଙ୍କ କନ୍ୟା ସୁଜାତା ନାଏକ । ପୋଲିସ ତଦନ୍ତ ପରେ ହଣ୍ଡପା ଥାନା ଅନ୍ତର୍ଗତ ଲାବନ୍ୟ ସାହୁଙ୍କ ୨୫ ବର୍ଷୀୟ ପୁଅ ବାପୁନ ସାହୁ ଓରଫ ବାପି ( ଅଭିଯୁକ୍ତ ) ଙ୍କୁ ଗିରଫ କରିଅଛି । ବାପି ବିବାହିତ ହୋଇଥିଲେ ମଧ୍ୟ ତାଙ୍କର ଉକ୍ତ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଗତ ୩୦ ତାରିଖ ରାତି ପ୍ରାୟ ୧୦ .୩୦ ମିନିଟ ସମୟରେ ବାପୁନ ଏକ ଡିସ୍କଭର ବାଇକ ଯୋଗେ ଉକ୍ତ ନାଳ ନିକଟକୁ ଯୁବତୀଙ୍କୁ ଡାକି ନେଇଥିଲେ ।  କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ବାପି ଏକ ଧାରୁଆ ଅସ୍ତ୍ରରେ ସୁଜାତାର ବେକ କାଟି ଦେଇଥିଲା । ଆଜି ପୋଲିସ ଅଭିଯୁକ୍ତ ବାପୁନ ସାହୁଙ୍କୁ ଗିରଫ କରି ହତ୍ୟା ଅଭିଯୋଗରେ କୋର୍ଟ ଚାଲଣ କରିଅ

୨୫ ଲିଟର ଦେଶୀମଦ ଜବତ, ୪ ଗିରଫ

Image
ଆଠମଲ୍ଲିକ(IYA NEWS:02/09/2020): ଅବକାରୀ ବିଭାଗର ଚଢ଼ାଉ ଜାରି ରହିଥିବା ବେଳେ ଆଠମଲ୍ଲିକ ବ୍ଳକରେ ମଙ୍ଗଳବାର ୨୫ଲିଟର ଦେଶୀମଦ ଜବତ ହୋଇଛି ଓ ୪ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ନୀରିକ୍ଷକ ଅନିତା ଓଝାଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଆଠମଲ୍ଲିକ ଥାନା ଅଂଚଳରୁ ୨୫ଲିଟର ଦେଶୀ ମହୁଲି ମଦ ଜବତ ଓ ଏଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ହରିହରପୁର ଗ୍ରାମର ଗଣେଶ ସାହୁଙ୍କ ଠାରୁ ୧୦ ଲିଟର, ହରିଡ଼ାନାଳୀର ମନୋଜ ସ୍ବାଇଁଙ୍କ ଠାରୁ ୫ଲିଟର, ହିଣ୍ଡଳ ସାହିର ଚୈତନ୍ୟ ପ୍ରଧାନଙ୍କ ଠାରୁ ୫ ଲିଟର, ରାମେଶ୍ୱରପାଟଣାର ଅଶୋକ ପାଣ୍ଡେଙ୍କ ଠାରୁ ୫ଲିଟର ମଦ ଜବତ ହୋଇଥିବା ବେଳେ ଅବକାରୀ ବିଭାଗ ୪ଜଣଙ୍କୁ ଗିରଫ କରିଛି ।ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରଫୁଲ୍ଲ ପତି, ସହକାରୀ ଉପନିରୀକ୍ଷକ ରମାକାନ୍ତ ଡାନ୍ଦ, ଆରକ୍ଷୀ ହରିହର ପରିଡ଼ା, ମନୋଜ ବେହେରା, ସୌମ୍ୟା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର