କନ୍ଧମାଳରେ ମାଓବାଦୀଙ୍କ ଗୁଳିବିନମୟରେ ଅନୁଗୋଳ କିଶୋରନଗରର ଯବାନ ଦେବାଶିଷ ସହୀଦ ।

କନ୍ଧମାଳ/ଅନୁଗୋଳ(IYA NEWS:10/09/2020):
କନ୍ଧମାଳରେ ମାଓବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ, ୫ ମାଓବାଦୀ ନିପାତ; କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିରିକ ଜଙ୍ଗରେ ହୋଇଥିଲା ଏନକାଉଣ୍ଟର । କନ୍ଧମାଳର ବାଲିଗୁଡାରେ ୨ ଜବାନ ସହିଦ । କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ହୋଇଥିଲା ଏହି ଗୁଳି ବିନିମୟ । ମାଓ ଅପରେସନରେ ଗତକାଲି ୫ ଜଣ ମାଓବାଦୀ ନିପାତ ହୋଇଥିଲେ । ଏଥିରେ ଗୁରୁତର ଆହତ ହୋଇଥିବା ୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଦୁଇ ସହିଦ ଯବାନଙ୍କ ନାଁ ଦେବାଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁ ବୋଲି ସୂଚନା ମିଳିଛି ।
ସେହି ଦୁଇ ଜଣଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନମଣ୍ଡଳୀ କିଶୋରନଗର ବ୍ଲକ ଅଙ୍ଗପଡା ଗ୍ରାମର ଦେବାଶିଷ ସେଠୀ (୨୭) ।
ବୁଧବାର  ସକାଳ ୧୧ ଟା ବେଳେ ମାଓବାଦୀ ଗତିବିଧି ନେଇ ଗୁଇନ୍ଦା ସୂଚନା ଆଧାରରେ କଳାହାଣ୍ଡି ଓ କନ୍ଧମାଳ ପୁଲିସ ସହାୟତାରେ କମ୍ବିଂ ଅପରେସନ କରାଯାଇଥିଲା ।  କମ୍ବିଂ ଅପରେସନରେ   ସମୟରେ ଉଭୟ  ପୁଲିସ ଓ ମାଓବାଦୀଙ୍କ  ଉଭୟ ପଟୁ ଗୁଳିବିନିମୟ  ହୋଇଥିଲା । ପରେ ସର୍ଚ୍ଚ ଅପରେସନ ବେଳେ  ୫ ମାଓବାଦୀଙ୍କ ମୃତ୍ୟୁ ଦେହ ଠାବ ହୋଇଥିଲା । ନିହତ ୫ ମାଓବାଦୀଙ୍କ ମଧ୍ୟରୁ  ୩ ଜଣ ମହିଳା ଓ ଦୁଇ ଜଣ ପୁରୁଷ ମାଓବାଦୀ ଥିବା କଳାହାଣ୍ଡି ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।
ଏହି ଗୁଳିବିନିମୟ ବେଳେ  ଜଣେ ଯବାନ  ଆହତ ହୋଇଛନ୍ତି । ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପୁଲିସ ପକ୍ଷରୁ ଅଧିକ ଏସଓଜି, ଡିଭିଏଫ  କୋବ୍ରା ଓ ସିଆରପିଏଫ ଫୋର୍ସ କୁ କମ୍ବିଂ ଓ ସର୍ଚ୍ଚ ଅପରେସନ ପାଇଁ ପଠାଯାଇଛି । ଗୁଳିବିନିମୟ ଅଧାଘଣ୍ଟା ପର୍ଯ୍ୟନ୍ତ ହୋଇଥିବା ବେଳେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ସର୍ଚ୍ଚ ଅପରେସନ ବେଳେ ୨ ଟି ଏସଏଲଆର ବନ୍ଧୁକ ଓ ୪ ଟି ଦେଶୀ ବନ୍ଧୁକ ପୁଲିସ ଜବତ କରିଛି ଏବଂ ବିଭିନ୍ନ ମାଓ ବ୍ୟବହାର ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଘଟଣା ସ୍ଥଳରୁ ଉଦ୍ଧାର ହୋଇଥିବା ଜଣାପଡିଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଓ କମ୍ବିଂ କୁ ପୁଲିସ ପକ୍ଷରୁ ଜୋରଦାର କରାଯାଇଛି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।