Posts

Showing posts from October, 2020

ଜନ ଶିକ୍ଷଣ ସଂସ୍ଥାନର ଜନ ଆନ୍ଦୋଳନ ଶପଥ ପାଠ

Image
ଅନୁଗୋଳ(IYA NEWS:17/10/2020): ଭାରତ ସରକାରଙ୍କ ଅଧିନସ୍ଥ ଜନ ଶିକ୍ଷଣ ସଂସ୍ଥାନ ଅନଗୁଳ କାର୍ଯ୍ୟାଳୟ ପକ୍ଷରୁ ଜନ ଆନ୍ଦୋଳନ ଶପଥ ପାଠ କାର୍ଯ୍ୟକ୍ରମ ହୋଇଯାଇଅଛି । ବିକାଶ ନଗର୍ ସ୍ଥିତ କାର୍ଯ୍ୟାଳୟ ସଭା ଗୃହ ରେ ସଂସ୍ଥାନର ନିର୍ଦ୍ଦେଶିକା ଡାଃ ପ୍ରଜ୍ଞା ଏଲିନା ଭାଲେଣ୍ଟିନା ମିଶ୍ର ଶପଥପାଠ କରିଥିଲେ । ଜନ ଶିକ୍ଷଣ ସଂସ୍ଥାନ ର ସମସ୍ତ୍ କର୍ମଚାରୀ ଏବଂ କିଛି ପ୍ରଶିକ୍ଷାର୍ଥୀ ମାନେ ମଧ୍ଯ ଶପଥପାଠରେ ଅଂଶ ଗ୍ରହଣ କରିଥିଲେ । ଏହି ମାରାତ୍ମକ ଭୂତାଣୁ କିପରି ଅଧିକ ନବ୍ୟାପିବ ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ପ୍ରଶିକ୍ଷାର୍ଥୀ ପରସ୍ପର ମଧ୍ଯରେ ୬ ଫୁଟ ଦୂରତା ରଖିବା,ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ସହ ବରମ୍ବାର ସାବୁନ୍ ରେ ହାତ ଧୋଇବାର ଶପଥ ନେଇଥିଲେ ।ଏହି ମହାମାରୀ ବିପକ୍ଷ ଯୁଦ୍ଧ ରେ ବିଜୟୀ ହେବାକୁ ସମସ୍ତେ ପରସ୍ପର ସହଯୋଗ କରି ସମସ୍ତ ନିୟମର ପାଳନ କରି ଲବାକୁ ଶପଥ ନେଇଥିଲେ । ଏହି ଶପଥପାଠରେ ଭାଗ ନେଇ ଥିବା ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ କେନ୍ଦ୍ର ସରକାର ଙ୍କ ଜନ ଆନ୍ଦୋଳନ ରେଜିଷ୍ଟ୍ରେସନ୍ ମାଧ୍ୟମ ରେ ଶପଥପାଠ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନର କେତେକ ପ୍ରଶିକ୍ଷଣ କେନ୍ଦ୍ର ରେ ମଧ୍ଯ ପାଳନ କରାଯାଇଥିଲା । IYA NEWS ( Visit Us :- www.iyanews.com ) / ( Like Us : - Indian Youth Associa

ଅନୁଗୋଳର ପ୍ରତ୍ୟୁଷା ଓ ଭୁବନେଶ୍ୱରର ରୋଜା ଓଡିଶାର ଗର୍ବ ।

Image
ଅନୁଗୋଳ(IYA NEWS:13/10/2020): ଅପେରା ମିଡ଼ିଆ ଆନୁକୁଲ୍ୟରେ ମିସ୍ ଏବଂ ମିସେସ୍ ଇଣ୍ଡିଆ ଗ୍ଲୋବାଲ ସବୁ ବର୍ଷ ଆୟୋଜିତ ହୁଏ । ଭାରତୀୟ ଏବଂ ଅଷ୍ଟ୍ରେଲିଆନ୍ ଏଆରଆଇମାନଙ୍କ ମଧ୍ୟରୁ ସୁନ୍ଦରୀ ଏବଂ ସର୍ବଗୁଣ ସମ୍ପର୍ଣ୍ଣ‍ା ନାରୀ ଖୋଜିବାରେ ଏହି ମିଡ଼ିଆ କମ୍ପାନୀର ନାମ ରହିଛି । ଏହି ବର୍ଷ ଶ୍ରୀମତୀ ରୋଜା, ମିସେସ୍ ଇଣ୍ଡିଆ ଗ୍ଲୋବଲ - ୨୦୨୦ ପଦବୀର ବିଜୟନୀ ହେବା ସହ ବିୟୁଟି ୱିଥ ଏ ପରପସ୍ ସବଟାଇଟଲ ମଧ୍ୟ ପାଇ ଓଡ଼ିଶାକୁ ଗର୍ବିତ କରିଛନ୍ତି । ସେ ଅଷ୍ଟ୍ରେଲିଆର ରଞ୍ଜିତ ନାୟରକୁ ପଛରେ ପକାଇ ଏହି ପଦବୀ ଜିତିଛନ୍ତି । ସେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସହାୟକ ପ୍ରବନ୍ଧକ ଭାବେ କାମ କରନ୍ତି । ସେହିଭଳି ଅନୁଗୋଳର ଏକ ଘରୋଇ କଲେଜର ଇଂରାଜୀ ଅଧ୍ୟାପିକା ପ୍ରତ୍ୟୁଷା ଅମାନ୍ତ ମିସ୍ ଇଣ୍ଡିଆ ଗ୍ଲୋବଲ -୨୦୨୦ରେ ଦ୍ୱିତୀୟ ରନର୍ସ ଅପ ର ଟାଇଟଲ ପାଇଛନ୍ତି ।ଆମ ଓଡ଼ିଶା ସର୍ବ ଗୁଣ ସମ୍ପନ୍ନ ବ୍ୟକ୍ତିମାନଙ୍କ ଦ୍ବାରା ପରିପୂର୍ଣ୍ଣ । ଏହି ଗୁଣୀ ନାରୀମାନେ ଖାଲି ଓଡ଼ିଶାକୁ ସେ ଗର୍ବିତ କରିଛନ୍ତି ତାହା ନୁହେଁ । ସେମାନେ ଅନ୍ୟ ଓଡ଼ିଆଣୀମାନଙ୍କ ପାଇଁ ମଧ୍ୟ ଆଦର୍ଶ ପାଲଟିଛନ୍ତି । Report By :- Bhaktiprasad Pradhan* IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଆଠମଲ୍ଲିକରେ ନୂତନ ସାମ୍ବାଦିକ ସଙ୍ଘ ଗଠନ ।

Image
ଅନୁଗୋଳ(IYA NEWS:07/10/2020): "ପଞ୍ଚଧାରା ୟୁନିୟନ ଜର୍ଣ୍ଣାଲିଷ୍ଟ ଆଠମଲ୍ଲିକ"ରେ ନୂତନ ସାମ୍ବାଦିକ ସଙ୍ଘ ଭାବେ ଅାଜି ଗଠନ ହୋଇଛି। ଆଜି କାଲି ସାମ୍ବାଦିକ ମାନଙ୍କ ଉପରେ ପ୍ରତ୍ୟେକ ମୁହୂର୍ତ୍ତରେ ଆକ୍ରମଣ ର ଶିକାର ହେଉଛନ୍ତି । ଏପରିକି କୌଣସି ସାମ୍ବାଦିକ ମାଡ଼ ଖାଉଛି ତ ଆଉ କାହାକୁ ମାରି ଦିଆଯାଉଛି ।ଏପରି ସ୍ଥଳେ ଏହାର ମୁକାବିଲା ଏବଂ ସମସ୍ତଙ୍କର ବିପଦରେ ସାହାଯ୍ୟ କରିବା ଏବଂ ସମାଜ ପାଇଁ ଉତ୍ତମ କାର୍ଯ୍ୟ କରିବା ପାଇଁ ଆଠମଲ୍ଲିକ ସବଡିଭିଜନ ଅଞ୍ଚଳର ସମସ୍ତ ମିଡିଆର ସାମ୍ବାଦିକ ମାନଙ୍କୁ ନେଇ ବନ୍ଧୁ ସମ୍ମିଳନୀ ହୋଇଥିଲା ଏବଂ ଏହି ସମ୍ମିଳନୀରେ ମନୋଜ କୁମାର ପ୍ରଧାନଙ୍କ ଆହ୍ୱାନ କ୍ରମେ ଏକ ସଙ୍ଘ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଏହାକୁ ଯଯାତି କେଶରୀ ସାହୁ ସମର୍ଥନ ଜଣାଇଥିଲେ।ଶେଷରେ ସମସ୍ତଙ୍କ ସମ୍ମତି କ୍ରମେ ଏକ ସଙ୍ଘ ଗଠନ କରାଯାଇଥିଲା ଏବଂ ପଞ୍ଚଧାରା ୟୁନିୟନ ଜର୍ଣ୍ଣାଲିଷ୍ଟ ଆଠମଲ୍ଲିକ ନାମରେ ନାମିତ କରାଯାଇଥିଲା ।ସଭାପତି ଭାବେ ସୁନୀଲ କୁମାର ମହାନ୍ତି,ସମ୍ପାଦକ ମନୋଜ କୁମାର ପ୍ରଧାନ ଉପସଭାପତି ଭାବେ ଯଯାତି କେଶରୀ ସାହୁ ଏବଂ ସହ ସମ୍ପାଦକ ସୁଜିତ କୁମାର କ୍ଷେତୀଙ୍କୁ ଚୟନ କରିଥିବା ବେଳେ ଉପଦେଷ୍ଟା ଭାବେ ଶ୍ୱେତା ରଥ,ବଂଶୀଧର ସେଠୀ,କରୁଣାକର ନାୟକଙ୍କୁ ଚୟନ କରାଯାଇଥିଲା ।ସେହି ଭଳି ଭାବେ ସଙ୍ଘ ର ସଦସ୍ୟ କରୁଣା କରନାୟକ,ହରେକୃଷ୍ଣ ନାୟକ, ନରେଶ କୁମାର ସହୂ, ଦୀପକ କୁମ