ଜନ ଶିକ୍ଷଣ ସଂସ୍ଥାନର ଜନ ଆନ୍ଦୋଳନ ଶପଥ ପାଠ

ଅନୁଗୋଳ(IYA NEWS:17/10/2020):
ଭାରତ ସରକାରଙ୍କ ଅଧିନସ୍ଥ ଜନ ଶିକ୍ଷଣ ସଂସ୍ଥାନ ଅନଗୁଳ କାର୍ଯ୍ୟାଳୟ ପକ୍ଷରୁ ଜନ ଆନ୍ଦୋଳନ ଶପଥ ପାଠ କାର୍ଯ୍ୟକ୍ରମ ହୋଇଯାଇଅଛି । ବିକାଶ ନଗର୍ ସ୍ଥିତ କାର୍ଯ୍ୟାଳୟ ସଭା ଗୃହ ରେ ସଂସ୍ଥାନର ନିର୍ଦ୍ଦେଶିକା ଡାଃ ପ୍ରଜ୍ଞା ଏଲିନା ଭାଲେଣ୍ଟିନା ମିଶ୍ର ଶପଥପାଠ କରିଥିଲେ । ଜନ ଶିକ୍ଷଣ ସଂସ୍ଥାନ ର ସମସ୍ତ୍ କର୍ମଚାରୀ ଏବଂ କିଛି ପ୍ରଶିକ୍ଷାର୍ଥୀ ମାନେ ମଧ୍ଯ ଶପଥପାଠରେ ଅଂଶ ଗ୍ରହଣ କରିଥିଲେ । ଏହି ମାରାତ୍ମକ ଭୂତାଣୁ କିପରି ଅଧିକ ନବ୍ୟାପିବ ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ପ୍ରଶିକ୍ଷାର୍ଥୀ ପରସ୍ପର ମଧ୍ଯରେ ୬ ଫୁଟ ଦୂରତା ରଖିବା,ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ସହ ବରମ୍ବାର ସାବୁନ୍ ରେ ହାତ ଧୋଇବାର ଶପଥ ନେଇଥିଲେ ।ଏହି ମହାମାରୀ ବିପକ୍ଷ ଯୁଦ୍ଧ ରେ ବିଜୟୀ ହେବାକୁ ସମସ୍ତେ ପରସ୍ପର ସହଯୋଗ କରି ସମସ୍ତ ନିୟମର ପାଳନ କରି ଲବାକୁ ଶପଥ ନେଇଥିଲେ । ଏହି ଶପଥପାଠରେ ଭାଗ ନେଇ ଥିବା ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ କେନ୍ଦ୍ର ସରକାର ଙ୍କ ଜନ ଆନ୍ଦୋଳନ ରେଜିଷ୍ଟ୍ରେସନ୍ ମାଧ୍ୟମ ରେ ଶପଥପାଠ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନର କେତେକ ପ୍ରଶିକ୍ଷଣ କେନ୍ଦ୍ର ରେ ମଧ୍ଯ ପାଳନ କରାଯାଇଥିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।