Posts

Showing posts from March, 2020

ସରକାରୀ ଘୋଷଣା ଓ କାର୍ଯ୍ୟକାରିଣୀ ରେ ଅନ୍ତର।

Image
ଅାଠମଲ୍ଲିକ(IYA NEWS:01/04/2020): କେରୋନା କୋଭିଡ-୧୯ ର କରାଳଛାୟା ମହାମାରୀ ଯୋଗୁଁ ଉପୁଜୁଥିବା ସାରା ଦେଶରେ ବନ୍ଦ ଆସର।ଗରିବ ସ୍ଥାନାନ୍ତରିତ ହୋଇ ଆସୁଥିବା ଶ୍ରମିକଙ୍କ ଉପରେ ଜଘନ୍ୟ ଭୋକ ଓ ବେମାର ସଂକ୍ରମଣ ଦ୍ଵାରା ଅସୁରକ୍ଷିତ ସ୍ୱାସ୍ଥ୍ୟ ଅବସ୍ଥାର ସମସ୍ୟା ଦେଖାଯାଉଛି।ସରକାରଙ୍କ ଦ୍ଵାରା ଆଗୁଆ ଘୋଷଣା ଓ ସେମାନଙ୍କ ପାଇଁ ଥିବା ତତ୍କାଳୀନ ଖର୍ଚ୍ଚ ଓ ସ୍ୱାସ୍ଥ୍ୟ ର ସୁରକ୍ଷା କୁ ଯତ୍ନ ନେବା ବ୍ୟବସ୍ଥା ର ବାସ୍ତବରେ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ।ଅଚାନକ ଭାବେ ଅପ୍ରଶ୍ୟାସିତ ବନ୍ଦ ଘୋଷଣା ଦ୍ଵାରା ଗରିବ ଲୋକ ଟିଏ ନିଜ ପାଇଁ ସୁରକ୍ଷା ଦିଗବଳୟରେ କିମ୍ବା ପରିବାର ର ପ୍ରତିପୋଷଣ ର ଦୀର୍ଘ୨୧ ଦିନ ପାଇଁ  ଯୋଜନା କରିବାରେ ଅକ୍ଷମ ହୋଇ ପଡିଥିବା ରୁ ସେମାନେ ଘର ମୁଁହା ହେବା ନିଶ୍ଚିତ।ତେଣୁ ସେମାନଙ୍କ ଘରକୁ ଯିବା ପାଇଁ ବ୍ୟବସ୍ଥା କରିବା ଯଥାର୍ଥ ଥିଲା।ମହାମାରୀ ପ୍ରକୋପ ରୁ ରକ୍ଷା ପାଇବା ପାଇଁ ୨୫ ଜଣ ସ୍ଥାନାନ୍ତର ଶ୍ରମିକ ସୁଦୂର କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟ କରୁଥିବା ଶ୍ରମିକ ତାଙ୍କ ନିଜ ଗ୍ରାମ କେନ୍ଦୁଝର ଯିବା ଉଦ୍ଧେଶ୍ୟ ନେଇ ବାହାରିଥିଲେ।ବଇଣ୍ଡା ଛକ ଠାରେ ସମାଜସେବୀ ରଣଜିତ ପଟ୍ଟନାୟକ ସେମାନଙ୍କୁ ଅଟକାଇ ସତସଙ୍ଗ କେନ୍ଦ୍ର ବଇଣ୍ଡା  ଦ୍ଵାରା ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଇଥିଲା ।ସନ୍ଧ୍ୟା ରେ ତାଙ୍କୁ ବିଶ୍ରାମ ଦିଆ ଯାଇଥିଲା। ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ଅାଜି ଠାର

ଟ୍ରକ ଟ୍ୟାଙ୍କର ମୁହାଁମୁହିଁ ଧକ୍କା-୧ଗୁରୁତର ।

Image
ଅାଠମଲ୍ଲିକ(IYA NEWS:01/04/2020): ବଇଣ୍ଡା-ହଣ୍ଡପା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ନମ୍ବରର ଡେବରାପାଲି ଠାରେ ଗତକାଲି ମଧ୍ୟାହ୍ନରେ ୨ଟି ଟ୍ରକ ମୁହାଁମୁହିଁ ଧକ୍କା ଫଳରେ ଚାଳକ ଗୁରୁତର।ଖବରରୁ ଜଣାଯାଇଛି ଯେ ଅନୁଗୋଳ ରୁ ସମ୍ବଲପୁର ଯାଉଥିବା ଏମ ଏଚ ୪୩ ବିସି ୩୦୯୨ ସହିତ ବିପରୀତ ଦିଗରୁ ଆସୁଥିବା ୧୪ଚକିଆ ଟ୍ରକ ନମ୍ବର ଓଡ଼ି୧୯ଏନ୮୬୦୧ ଟ୍ରକ ସହିତ ମୁହାଁମୁହିଁ ଧକ୍କା ଫଳରେ ଟ୍ୟାଙ୍କର ଚାଳକ ବିଡ୍ରେଶ ବୀମାର ଉପାଧେୟ(୪୦) ମୋତିଗଞ୍ଜ ଉତ୍ତରପ୍ରଦେଶ ର ଗୁରୁତର ଆହତ ହୋଇଥିଲେ।ଖବର ପାଇ ହଣ୍ଡପା ଥାନା ଅଧିକାରୀ ଲବବଡା ଘଟଣା ସ୍ଥଳରେ ପହଞ୍ଚି ଚାଳକ ଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କରି ଚିକିତ୍ସା ପାଇଁ ହଣ୍ଡପା ପଠାଇଥିଲେ।କୋଇଲା ଟ୍ରକ ର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।ହଣ୍ଡପା ପୋଲିସ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛନ୍ତି।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

ଜିଲ୍ଲାରେ କରୋନା ସମ୍ପର୍କରେ ସ୍ଥିତି ପରଖିଲେ ପୋଲିସ ମହା ନିର୍ଦ୍ଦେଶକ ଅଭୟ ।

Image
ଅନୁଗୋଳ ( IYA NEWS, ୩୧.୦୩.୨୦୨୦ ) : -  ଲୋକମାନଙ୍କର ଅତି ସାଧାରଣ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ଆଶୁ ବିଚାର ତଥା ପଦକ୍ଷେପ ନେବାରେ ମାହିର ତଥା ଦକ୍ଷ ପୋଲିସ ଉତ୍ତର କେନ୍ଦ୍ରାଞ୍ଚଳ ଡ଼ିଆଇଜି ତଥା ଆଇଜି ଶ୍ରୀଯୁକ୍ତ ନରସିଂହ ଭୋଳ ଓ ଅନୁଗୋଳ ଏସପି ଶ୍ରୀଯୁକ୍ତ ଜଗମୋହନ ମୀନାଙ୍କ ଉପସ୍ଥିତି ରେ ଡିଜିପି ଶ୍ରୀ ଅଭୟ ଅନୁଗୋଳ ଜିଲ୍ଲାରେ ପହଞ୍ଚି କୋରନା ସଂକ୍ରାନ୍ତିୟ ପୋଲିସ ପଦକ୍ଷେପର ସ୍ଥିତି ପରଖିଛନ୍ତି । ଆଗାମୀ ଦିନର  ଲକ ଡାଉନର ସୁଫଳ ନିମନ୍ତେ ଓ ସାମାଜିକ ସୁରକ୍ଷା ବଜାୟ ନିମନ୍ତେ ଯୋଜନା ଏବଂ ଏହି ସମ୍ଭାନ୍ଧୀୟ ପାଠ୍ୟ ଯୋଜନା ପ୍ରସ୍ତୁତ ହୋଇଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି ।  IYA NEWS ( Visit Us - www.iyanews.com ) / ( Like Us :- www.facebook.com/iyanews ) #ଭାରତୀୟ_ଯୁବକ_ସଂଘ #ସାଧାରଣ_ଜନତାଙ୍କ_ସ୍ୱର

ଘଣ୍ଟପଡା ଗ୍ରାମକୁ ଲକ୍ ଡାଉନ୍ କଲା ତୋଫାନ ଯୁବକ ସଂଘ.

Image
ତାଳଚେର(IYA NEWS:31/03/2020): ଅନୁଗୋଳ ଜିଲ୍ଲ‍ା ତାଳଚେର ତୋଫାନ ଯୁବକ ସଂଘ, ଘଣ୍ଟପଡା ନିଜ ଗ୍ରାମକୁ କେରୋନା ରୋଗରୁ ମୁକ୍ତ କରିବା ପାଇଁ ତାର ଏକ ଅଭିନବ ପ୍ରୟାସ କରି ଘଣ୍ଟପଡା ଗ୍ରାମକୁ ସୁରକ୍ଷିତ ରଖିବା ପାଇଁ ଘଣ୍ଟ ବାଡେଇ ପ୍ରତେକ ସଦସ୍ୟ ଅାଜି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଗାଁ ଲୋକଙ୍କୁ ମାସ୍କ ପରିଧାନ କରିବା ଓ ହାତକୁ ସାବୁନ ଧୋଇବା ବିଷୟରେ ବୁଝାଇ ଥିଲେ। କୌଣସି କାର୍ଯ୍ୟ ନଥାଇ ଘରୁ ବାହାରକୁ ବାହାରି ପାଇଁ ମନା କରିଥିଲେ। ବିଦେଶରୁ ଓ ବାହାର ରାଜ୍ୟରୁ ଆସି ଥିବା ବ୍ୟକ୍ତି  ବିଷୟରେ ସରକାରଙ୍କୁ ଜଣାଇବା ପାଇଁ ଲୋକ ମାନଙ୍କୁ ଅନୁରୋଧ କରିଥିଲେ। ଏଥିରେ ତୋଫାନ ଯୁବକ ସଂଘର ସଭାପତି ଶ୍ରୀ ଧୀରେନ୍ଦ୍ର  ଦାସଙ୍କ ତତ୍ବାବଧାନରେ ପରିଚାଳିତ କରାଯାଇଥିଲା ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ରେଡକ୍ରସ ସଦସ୍ୟ ଶ୍ରୀଯୁକ୍ତ ବଳରାମ ପତି, ସମାଜସେବୀ ଶ୍ରୀଯୁକ୍ତ ସଚିତାନନ୍ଦ ରାଉତ ଘଣ୍ଟପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ମନୋଜ  ବେହେରା, ସମାଜସେବୀ ଶ୍ରୀ ଯୁକ୍ତ କ୍ଷୀରୋଦ ସାହୁ, ଉପ ସଭାପତି ଶ୍ରୀଯୁକ୍ତ କାହ୍ନୁ ଚରଣ ଦାସ,ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ, ମନୋରଞ୍ଜନ ଦାସ, କୃଷ୍ଣ ସାହୁ, ମନୋଜ କୁମାର ଦାସ, ସୌମ୍ୟରଞ୍ଜନ ଦାସ, ପ୍ରଶାନ୍ତ କୁମାର ସାହୁ, ରତନ କୁମାର ଦାସ, ପ୍ରଶାନ୍ତ କୁମାର ଦାସ, ଦୁର୍ଗା ଚରଣ ଦାସ,ସୁବାସ ପ୍ରଧାନ, ଆଶୁକବି ଶ୍ରୀ ସୁନିଲ ସିଂହ ଓ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇ

କାଠ ମାଫିଅା ମାଡରେ ମହିଳା ଫରେଷ୍ଟ ଗାର୍ଡ ଗୁରୁତର ।

Image
ଛେଣ୍ଡିପଦା(IYA NEWS:31/03/2020): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଜଳତାପ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ମହିଳା ଫରେଷ୍ଟ ଗାର୍ଡଙ୍କୁ କାଠ ମାଫିଆଙ୍କ ଅତର୍କିତ ଆକ୍ରମଣ । ଜଙ୍ଗଲରୁ କାଠ ହାଣୁଥିବାବେଳେ ମାଫିଆଙ୍କୁ ପ୍ରତିରୋଧ କରିଥିଲେ ଗାର୍ଡ । ଯାହାଫଳରେ ମହିଳା ଫରେଷ୍ଟର ଗାର୍ଡଙ୍କୁ ମାଫିଆମାନେ କାଠ ଫଶଳିଆରେ ଆକ୍ରମଣ କରିଥିଲେ । ଯାହାଫଳରେ ମହିଳା ଫରେଷ୍ଟ ଗାର୍ଡ ଆହତ ହୋଇଥିଲେ ।ମହିଳା  ସେ ଏନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ।ମହିଳା ଫରେଷ୍ଟ ଗାର୍ଡ ଛେଣ୍ଡିପଦା ବନାଞ୍ଚଳର ଗୀତାଞ୍ଜଳୀ ସାହୁ ବୋଲି ଜଣାପଡିଛି ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

କୂଅରୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର ।

Image
ଅାଠମଲ୍ଲିକ(IYA NEWS:31/03/2020): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ମାମୁରିଝରଣ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଅାଜି ସାନହୁଲା ପଞ୍ଚାୟତ ଜୟପୁର ଗ୍ରାମର ମୋହନ ନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏ ସଂକ୍ରାନ୍ତରେ ଠାକୁରଗଡ ପୋଲିସ ନଂ. ୬/୨୦ରେ ମାମଲା ରୁଜୁ କରିଛି ।ସୂଚନାନୁସାରେ ମୋହନ ତାଙ୍କ ଭିଣୋଇଙ୍କ ଘର ମାମୁରିଝରଣ ଗ୍ରାମରେ କିଛି ଦିନ ପୂର୍ବରୁ ଆସି ଶ୍ରମିକ ଭାବେ କାମ କରୁଥିଲେ। ସେହି ଗ୍ରାମର ଏକ ପରିତ୍ୟକ୍ତ କୂଅରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ଟାପଢୋଲ ଫାଣ୍ଡି ଅଧିକାରୀ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

ସମ୍ବଲପୁର ସୀମାନ୍ତ ରାସ୍ତା କୁ ସିଲ କଲା କିଶୋରନଗର ବ୍ଲକ ପ୍ରଶାସନ

Image
କିଶୋରନଗର(IYA NEWS:30/03/2020): କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଅନେକ ସଚେତନ କରାଉଥିବା ବେଳେ ସାରା ଭାରତକୁ ଲକଡାଉନ କରା ଯାଇଛି ।  ଏହି ପରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲା ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ,ବିଡିଓ ଓ ତହସିଲଦାର ମାନଙ୍କୁ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି । ଏଥିପାଇଁ ଜିଲ୍ଲାର ସୀମାନ୍ତ ଅଞ୍ଚଳ ଗୁଡିକରେ କଡା ନଜର ରଖିବାକୁ ନିର୍ଦେଶ ଦେବା ସହ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ସରକାରୀ କ୍ୱାରାଣ୍ଟାଇନରେ ରଖାଯିବ ବୋଲି କହିଛନ୍ତି ।କରୋନା ସଂକ୍ରମଣକୁ ପ୍ରତିହତ ଉଦ୍ଦେଶ୍ୟରେ ସାମାଜିକ ଦୂରତା ବଜାୟ ରଖିବାରେ ଜନ ଚେତନା ବଢ଼ିବାରେ ଲାଗିଛି । ଏହି କ୍ରମରେ ବାହ୍ୟ ଜିଲ୍ଲାରୁ ଅନୁଗୋଳ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକରେ ପ୍ରବେଶ ଅବରୋଧ କରୁଛନ୍ତି ।ଅାଜି ଅନୁଗୋଳ ଜିଲ୍ଲା କିଶୋରନଗର ତହସିଲଦାର ଡଃ ଲକ୍ଷ୍ମୀପ୍ରସାଦ ସାହୁ,ରେଭିନ୍ୟୁ ସୁପରଭାଇଜର ମାଧୁରୀ ନାଏକ,କିଶୋରନଗର ଥାନା ଏ.ଏସ.ଅାଇ ପବିତ୍ର ମୋହନ ବେହେରାଙ୍କ ଉପସ୍ଥିତିରେ ପଡୋଶୀ ସମ୍ବଲପୁରରୁ ଅନୁଗୋଳ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା କୁଟାସିଙ୍ଗା ଠାରେ ରାସ୍ତା ସିଲ୍‌ କରାଯାଇଛି । ସେହି ରାସ୍ତା ଠାରେ କିଶୋରନଗର ପୋଲିସ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି ବୋଲି କିଶୋ

ମନ୍ଦିର ପରିସରରେ ଚିକେନ କରି ଖାଇବା ଘଟଣା : ୩ ପୂଜକ ଗିରଫ ।

Image
ତାଳଚେର(IYA NEWS:30/03/2020): ମନ୍ଦିର ପରିସରରେ ଚିକେନ କରି ଖାଇବା ପଡ଼ିଲା ମହଙ୍ଗା । ୩ ପୂଜକଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଲା । ଘଟଣାରୁ ପ୍ରକାଶ ଯେ ଅନୁଗୋଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଶୈବପୀଠ ପଶ୍ଚିମେଶ୍ୱର ମନ୍ଦିର ପରିସରରେ ପୂଜକମାନେ ଚିକେନ ରୋଷେଇ କରି ଖାଇବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ବେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସମ୍ପୃକ୍ତ ପୂଜକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ତାଳଚେର ପୋଲିସ ଘଟଣାର ତଦନ୍ତ କରି ୩ ଜଣ ପୂଜକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ତାଳଚେର ବଡ଼ଦାଣ୍ଡସାହିର ମଙ୍ଗୁଳୁ ମହାପାତ୍ର , ସନ୍ତୋଷ ମହାପାତ୍ର , ଲେଙ୍କ ମହାପାତ୍ର । ଗତ ୨୮ ତାରିଖରେ ଏହି ୩ ପୂଜକ ମନ୍ଦିର ପରିସରରେ ଚିକେନ୍‌ ରୋଷେଇ କରୁଥିଲେ । କେତେକ ଯୁବକ ଏହା ଦେଖିବା ପରେ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtS

ସାମାଜିକ ଦୁରତ୍ୱକୁ ଫୁ.... । ମାନୁନ‍ାହାନ୍ତି ଜନତା । ଭତ୍ତା ପାଇଁ ବ୍ୟାଙ୍କ ସମ୍ମୁଖରେ ରୁଣ୍ଡ ।

Image
ଅାଠମଲ୍ଲିକ(IYA NEWS:30/03/2020): କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା କଟକଣା ନ ମାନି ଅାଜି ଅନୁଗୋଳ ଜିଲ୍ଲ‍ା ଆଠମଲ୍ଲିକ ସଦର ମହକୁମା ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଭତ୍ତା ପାଇଁ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇ ଭିଡ଼ ଜମାଇଥିଲେ। ଆଠମଲ୍ଲିକ ବ୍ଲକ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ରୁଣ୍ଡ ହୋଇ ଲୋକେ କଟକଣା ଆଦୌ ମାନି ନ ଥିବା ଦେଖିବାକୁ ମିଳିଛି ।କିନ୍ତୁ କେହି ଜଣେ ସଚେତନତା ଥିବାର ଏଠାରେ ଦେଖିବାକୁ ମିଳିନାହିଁ। ତେବେ ଏଭଳି ଜାଗାରେ ପୋଲିସ କାହିଁକି ମୁତୟନ ହେଉନାହନ୍ତି ତାହାକୁ ନେଇ ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।ବୁଦ୍ଧିଜୀବୀ କହିଛନ୍ତି କେବଳ ରାତିରେ ଘଣ୍ଟାଏ ପିସିଅାର ଭ୍ୟାନରେ ପଇଁତରା ମାରୁଛନ୍ତି ପୋଲିସ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

ଭାଲୁ ଅାକ୍ରମଣରେ ଯୁବକ ଗୁରୁତର ।

Image
ଅନୁଗୋଳ(IYA NEWS:30/03/2020): ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କରତପଟା ବିଟ କରଡ଼ାଶିଙ୍ଗ ଗ୍ରାମରେ ଅାଜି ସକାଳେ ଭାଲୁ ଆକ୍ରମଣରେ ଜିତୁ ଦେହୁରୀ (୨୫) ଗୁରୁତର ହୋଇଛନ୍ତି। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବନ ବିଭାଗ ଜରିଆରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ଜିତୁଙ୍କ ମୁଣ୍ଡ, ବେକ, ଛାତିରେ ଗଭୀର ଆଘାତ ଲାଗିଛି ।ସୂଚନାନୁସାରେ ସକାଳ ପ୍ରାୟ ସାଢେ ୭ଟା ସମୟରେ ତାଙ୍କ ଗଛରୁ ମହୁଲ ଗୋଟାଇବା ପାଇଁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡିଯାଇଥିଲେ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

ଲକଡାଉନକୁ ନମାନି ୨ଗିରଫ ।

Image
ଅାଠମଲ୍ଲିକ(IYA NEWS:30/03/2020): କରୋନା ପାଇଁ ୨୧ ଦିନ ସାରା ଦେଶରେ ଲକଡାଉନ ଜାରି କରିଥିବାବେଳେ ଏହି କଟକଣା ନ ମାନି ଅାଜି ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ତାଳମଳିହା ଗ୍ରାମର ବଲୁସନ ସାହୁ ଓ ହଣ୍ଡପା ଥାନା ଗତିକୃଷ୍ଣପୁର ଗ୍ରାମର ଦୀପକ ପ୍ରଧାନ ।ସୂଚନାନୁସାରେ, ଗିରଫ ଦୁଇ ଜଣ ସରିଗିପାଲି ଛକଠାରେ କୌଣସି କାମ ନ ଥାଇ ବାହାରକୁ ଆସିବା ସହ ଅନ୍ୟ ଲୋକଙ୍କୁ ଡାକି ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ପୋଲିସ ପାଟ୍ରୋଲିଂବେଳେ ସେମାନଙ୍କୁ ଗିରଫ କରିଥିଲେ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

ଗରିବ ଓ ଦିନ ମଜୁରିଆଙ୍କୁ ଖାଦ୍ୟ ବଣ୍ଟନ ।

Image
ତାଳଚେର (IYA NEWS:29.03.2020): ଲକ ଡାଉନ ପରିସ୍ଥିତି ଯୋଗୁଁ ତାଳଚେରର ବିଭିନ୍ନ ଅଞ୍ଚଳରେ ଗରିବ,ଦିନ ମଜୁରିଆମାନେ ଏବେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଏହି ଗରିବ ଶ୍ରେଣୀର ଲୋକେ ବାଧ୍ୟବାଧକତାରେ ଘରେ ବସି ରହିଛନ୍ତି । ପୂର୍ବରୁ ଦୈନିକ ଛୋଟମୋଟ କାମଧନ୍ଦା କରି ପରିବାର ପୋଷୁଥିବା ଏହି ଲୋକମାନେ ଏବେ ଖାଦ୍ୟାଭାବ ଏବଂ ଅଭାବ ଅନଟନ ଦେଇ ଗତି କରୁଛନ୍ତି ।ଏହି ଖବର ପାଇ ସାମାଜିକ ଅନୁଷ୍ଠାନ ସେଣ୍ଟଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେର ପକ୍ଷରୁ ସେମାନଙ୍କୁ ଚୁଡା,ଚିନି ଓ ବିସ୍କୁଟ ବଣ୍ଟନ କରା ଯାଇଥିଲା । ତାଳଚେର ପୌରାଞ୍ଚଳର ୱାର୍ଡ଼ ନଂ-୧୦  ଅନ୍ତର୍ଗତ ଡମ ସାହି ଏବଂ ୱାର୍ଡ଼ ନଂ-୨୦ ଅନ୍ତର୍ଗତ ମୁଣ୍ଡା ବସ୍ତିର ପ୍ରାୟ ଚାରି ଶହ ପରିବାରକୁ ପ୍ରଥମେ କରୋନା ଭୁତାଣୁ ସଂକ୍ରମଣକୁ ବ୍ୟାପିବାରୁ କିପରି ରୋକାଯାଇ ପାରିବ ସେ ସମ୍ପର୍କରେ ସଚେତନତା କରାଯିବା ପରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ସେଣ୍ଟଜନସ ଅନୁଷ୍ଠାନର ଡିଭିଜନ କମାଣ୍ଡର ପ୍ରଦୀପ୍ତ ସ୍ୱାଇଁ ଓ ତାଙ୍କ ସହଯୋଗୀ, ସମାଜସେବୀ ବାପି ମହାନ୍ତି,ମଳୟ ବାରିକ,ମିନତୀ ମହାରଣା,ସୂଚନା ବାରିକ ପ୍ରମୁଖ ଯୋଗ ଦେଇ ଖାଦ୍ୟ ବଣ୍ଟନ କରିବା ସହ ସଚେତନ କରିଥିଲେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢି

କରୋନା କଟକଣାରେ ସାମାଜିକ ଦୂରତା: ଅନ୍ତୁଳିଅା ପଞ୍ଚାୟତରେ ଘରକୁ ଘର ବଣ୍ଟା ଯାଉଛି ଭତ୍ତା ।

Image
 ଅନୁଗୋଳ(IYA NEWS:28/03/2020): କରୋନା କଟକଣା ଯୋଗୁଁ ସାରା ଓଡିଶା ଲକ୍‌ଡାଉନ୍‌ କରାଯାଇଛି।ଏହି ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନତା ସୃଷ୍ଟି କରାଯାଉଛି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାମାଜିକ ସୁରକ୍ଷା ଯୋଜନାରେ ଆଗୁଆ ୪ମାସର ଭତ୍ତା ବଣ୍ଟନ ଚାଲିଛି। ଏହିକ୍ରମରେ ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଅନ୍ତର୍ଗତ ଅନ୍ତୁଳିଅା ପଞ୍ଚାୟତର ବିଭିନ୍ନ ଗାଁର ହିତାଧିକାରୀଙ୍କୁ ଭେଟି ଅାଜି ବିଭାଗୀୟ କର୍ମଚାରୀମାନେ ଭତ୍ତା ବଣ୍ଟନ କରିଛନ୍ତି।ଏହି ଭତ୍ତା ବଣ୍ଟନରେ ସ୍ଥାନୀୟ ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତିସଭ୍ୟ ସଂଜୀବ କିଶୋର ସ୍ୱାଇଁ ଉପସ୍ଥିତ ଥିଲେ। *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ,ଶିକ୍ଷକଙ୍କୁ ଗିରଫ ପରେ କୋର୍ଟଚାଲାଣ ।

Image
ଅାଠମଲ୍ଲିକ(IYA NEWS:28/03/2020): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଅାଜି ଚେରଖଣ୍ଡି ଗ୍ରାମର ଶିକ୍ଷକ ମାନସ ରଞ୍ଜନ ନାୟକଙ୍କୁ ଗିରଫ କରିଛି । ଏ ସଂକ୍ରାନ୍ତରେ ନଂ. ୩୩/୨୦ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ପୋଲିସ କହିଛି, ମାନସ ସମ୍ପୃକ୍ତା ଛାତ୍ରୀଙ୍କୁ ଟିଉସନ କରନ୍ତି । ଏକ ସ୍କୁଲ କୋଠରିରେ ଛାତ୍ରୀଙ୍କୁ ସେ ଅସଦାଚରଣ କରିବା ସହ ଏ ସମ୍ପର୍କରେ କାହାରିକୁ କହିଲେ ହତ୍ୟା ଧମକ ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

ନିୟମକୁ ଫୁ.... ଲକଡାଉନ ସତ୍ତ୍ବେ ଅାଠମଲ୍ଲିକ ବଜାର ମଧ୍ୟରେ ଜମୁଛି ଜନତାଙ୍କ ଗହଳି, ସଚେତନତା ଯାଇଛି ଚୁଲିକି ।

Image
ଅାଠମଲ୍ଲିକ(IYA NEWS:28/03/2020): ସାରା ଦେଶରେ ଚାଳିଛି ଲକଡାଉନ।  ଏହି ସମୟରେ କିଛି ଲୋକ ସଚେତନ ହୋଇ ଘରେ ରହୁଥିବାବେଳେ ଆଉ କିଛି ନିୟମକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି । ଏତେ ସବୁ କଟକଣା କରାଯାଇଥିଲେ ମଧ୍ୟ ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବଜାର ମଧ୍ୟରେ ଜମୁଛି ଜନତାଙ୍କ ଗହଳି ତାହାସହ କୌଣସି କାମନଥିବା ଲୋକ ବାଇକରେ ମାରୁଛନ୍ତି ପଇଁତରା ଲୋକେ ଲକଡାଉନକୁ ଖାତିର କରୁନଥିବା ଦେଖିବାକୁମିଳିଛି। ଯିଏ ଯେମିତି ପାଇଲା ସେମିତି ମନ ଇଚ୍ଛା ବୁଲୁଛନ୍ତି ରାସ୍ତାରେ । କିନ୍ତୁ କେହି ଜଣେ ସଚେତନତା ଥିବାର ଏଠାରେ ଦେଖିବାକୁ ମିଳିନାହିଁ। ତେବେ ଏଭଳି ଜାଗାରେ ପୋଲିସ କାହିଁକି ମୁତୟନ ହେଉନାହନ୍ତି ତାହାକୁ ନେଇ ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।ବୁଦ୍ଧିଜୀବୀ କହିଛନ୍ତି କେବଳ ରାତିରେ ଘଣ୍ଟାଏ ପିସିଅାର ଭ୍ୟାନରେ ପଇଁତରା ମାରୁଛନ୍ତି ପୋଲିସ । *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

କରୋନା ମୁକାବିଲା ପାଇଁ ୪୦,୪୫୦ ଟଙ୍କା ପ୍ରଦାନ କଲେ ବଇଣ୍ଡା ଜନତା ମହାବିଦ୍ୟାଳୟର କର୍ମଚାରୀ ।

Image
ଅାଠମଲ୍ଲିକ(IYA NEWS:28/03/2020): କରୋନା ଭାଇରସ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଜନତା ମହାବିଦ୍ୟାଳୟ ବଇଣ୍ଡାର କର୍ମଚାରୀ ମାନେ  ଦିନକର ଦରମା ୪୦,୪୫୦/- ଟଙ୍କା ମୁକ୍ତ ହସ୍ତରେ ଅନଲାଇନ ମାଧ୍ୟମରେ ପୈଠ କରିଛନ୍ତି ।ବଇଣ୍ଡଅ ମହାବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧାର୍ଥ ପଣ୍ଡା କହିଛନ୍ତି କରୋନା କୁ ମୁକାବିଲା କରିବା ପାଇଁ ହେଲେ ସରକାରଙ୍କ ନିର୍ଦ୍ଦେଶକୁ ମାନି ଚଳିବା । ଘରେ ରହିବା ଓ ନିଜକୁ ସୁରକ୍ଷିତ ରଖିବା । IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)

ଖାଉଟି ସାମଗ୍ରୀକୁ ଚଢ଼ାଦରରେ ବିକ୍ରି ନ କରିବାକୁ ଦୋକାନୀଙ୍କୁ ତାଗିଦ

Image
କିଶୋରନଗର(IYA NEWS:27/03/2020): କରୋନା ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ତଥା ଅତ୍ୟାବଶ୍ୟକ ସାମଗ୍ରୀକୁ ଦୋକାନୀ ଚଢ଼ା ଦରରେ ବିକୁଥିବା ଅଭିଯୋଗ ପାଇ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି । ଆଠମଲ୍ଲିକ ଉପଜିଲ୍ଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ, ହଣ୍ଡପା ଆଇଆଇସି ଲବ ବୋଡା, ତହସିଲର ସୁପରଭାଇଜର ମାଧୁରୀ ନାୟକଙ୍କ ସମେତ ଏକ ଟିମ୍ ଚଢ଼ାଉ କରିଥିଲେ।  ଖାଉଟି ସାମଗ୍ରୀକୁ ଚଢ଼ାଦରରେ ବିକ୍ରି ନ କରିବାକୁ ଦୋକାନୀଙ୍କୁ ତାଗିଦ କରିଥିଲେ। ଏଥିରେ ଖିଲାପ କଲେ ସମ୍ପୃକ୍ତ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।ଚଢ଼ାଉ ଦେଖି କେତେଜଣ ବ୍ୟବସାୟୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଥିବା ଜଣାପଡିଛି। ଏହିପରି ବାରମ୍ବାର ଚଢ଼ାଉ କରାଯାଇ କଳା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ଗ୍ରାମବାସୀ ଦାବି କରିଛନ୍ତି । ସେହିପରି କିଶୋରନଗର ବ୍ଲକକୁ ଅାସିଥିବା ପିଡିଏସ ସାମଗ୍ରୀ ଯାଞ୍ଚ କରାଯାଇଥିଲା ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER

କରୋନା ମୁକାବିଲା : ଜିଲ୍ଲାରେ ରାସନ ସାମଗ୍ରୀ ପାଇବା ପାଇଁ ହୋମ ଡେଲିଭରି ବ୍ୟବସ୍ଥା ।

Image
ଅନୁଗୋଳ(IYA NEWS:27/03/2020): ସମ୍ପ୍ରତି କରୋନା ଭାଇରସ ର ମୁକାବିଲା ପାଇଁ ଚାଲିଥିବା ଲକ ଡାଉନ ପରିପ୍ରେକ୍ଷୀରେ ଲୋକମାନେ ଘରୁ ନ ବାହାରି କିପରି ରାସନ ସାମଗ୍ରୀ ପାଇପାରିବେ ସେଥିପାଇଁ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ବିଭିନ୍ନ ରାସନ ସାମଗ୍ରୀ ଯୋଗାଉଥିବା ବିକ୍ରେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉପରୋକ୍ତ ବିକ୍ରେତାଙ୍କୁ ଜିଲ୍ଲାପାଳ ହୋମ ଡେଲିଭରି ପାଇଁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ,ଯାହା ଫଳରେ ଲୋକଙ୍କୁ ରାସନ ସାମଗ୍ରୀ କିଣିବାକୁ ବାହାରକୁ ଆସିବାକୁ ପଡିବ ନାହିଁ।ସେମାନଙ୍କ ସହମତି ପରେ ଆସନ୍ତା କାଲିଠାରୁ ହୋମ ଡେଲିଭରି ଆରମ୍ଭ କରିବାକୁ ନିର୍ଣ୍ଣୟ ନିଆଗଲା।୫୦୦ ଟଙ୍କା ରୁ କମର ହୋମ ଡେଲିଭରି ହେବନାହିଁ।୫୦୦-୧୦୦୦ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ମଗାଇଲେ ୨୦ ଟଙ୍କା ଡେଲିଭରି ଚାର୍ଜ ଲାଗିବ।୧୦୦୦ ଟଙ୍କାରୁ ଉର୍ଦ୍ଧ୍ବର ସାମଗ୍ରୀ ମଗାଇଲେ ଡେଲିଭରି ଚାର୍ଜ ଲାଗିବ ନାହିଁ।ଜଣେ ଗ୍ରାହକ ଥରକେ ୧୦ କେଜି ଚାଉଳ,୧୦ କେଜି ଅଟା ଓ୨ କେଜି ପରିମାଣର ଡାଲି ମଗାଇପାରିବେ।ସାମଗ୍ରୀ ପାଇଁ ବରାଦ ଦେବାର ୧୨ ଘଣ୍ଟା ମଧ୍ୟରେ ହୋମ ଡେଲିଭରି କରାଯିବ।ଗୁଗୁଲ ପେ, ଫୋନ ପେ ଓ କ୍ୟାସ ଅନ ଡେଲିଭରି ମାଧ୍ୟମରେ ପେମେଣ୍ଟ ହୋଇପାରିବ।ଅନୁଗୋଳ ସହରର ୫ଟି ହୋମ ଡେଲିଭରି ବିକ୍ରେତାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି।ସେମାନେ ଅନୁଗୁଳ ସହର

ଅନୁଗୋଳରୁ ଶ୍ରମିକ ବେଙ୍ଗାଲୋରରେ ପଶିଥିବା ଘଟଣା : IYA NEWSରେ ଖବର ପ୍ରକାଶ ପରେ ସାମାଜିକ କର୍ମୀ ଓ ବେଙ୍ଗାଲୋର ସାଉଥ ସାସଂଦ ତେଜସ୍ୱୀ ବଢାଇଲେ ସହାୟତାର ହାତ ।

Image
ଅନୁଗୋଳ(IYA NEWS:27/03/2020): ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ପାଇଁ ଭାରତ ସରକାରଙ୍କ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି । ତେବେ ଏହି ଲକଡାଉନ ବେଳେ ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନମଣ୍ଡଳୀ କୋଠଭୂଇଁ ପଞ୍ଚାୟତ ଡଲାସିଂହା ଗ୍ରାମରେ ୩୪ ଜଣ ଶ୍ରମିକ ବାଙ୍ଗାଲୋରରେ ଫଶି ରହିଛନ୍ତି । ସେମାନେ କାମ କରୁଥିବା କମ୍ପାନୀ ଏବେ ବନ୍ଦ ହୋଇ ରହିଥିବା ବେଳେ ଫସି ରହିଥିବା ଶ୍ରମିକମାନେ ଖାଇବାକୁ ପାଉ ନଥିବା କଥା ଗତକାଲି IYA NEWS ଗଣମାଧ୍ୟମ ପ୍ରତିନିଧି ଭକ୍ତିପ୍ରସାଦ ପ୍ରଧାନଙ୍କୁ ଜଣାଇଥିଲେ । ଏହି ଖବର ଜାଣିବାପରେ ଏକ ଖବର ପ୍ରକାଶ କରି ପ୍ରଶାସନ,ସାମାଜିକ କର୍ମୀ ମାନଙ୍କୁ ଦୃଷ୍ଟି ଅାକର୍ଷଣ କରାଯାଇଥିଲା । ଏହି ଖବର ପ୍ରକାଶ କରିବାପରେ ଅାଠମଲ୍ଲିକ ଅଞ୍ଚଳର ସାମାଜିକ କର୍ମୀ ସଂଗ୍ରାମ ମହାପାତ୍ର ଅାମ ପ୍ରତିନିଧିଙ୍କ ସହ ଯୋାଗାଯୋଗ କରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ସଂଗ୍ରହ କରିବା ପରେ ଅାଜି ସାମାଜିକ କର୍ମୀ ବେଙ୍ଗାଲୋର ସାଉଥ ସାସଂଦ ତେଜସ୍ୱୀ ସୂର୍ୟାଙ୍କ ସହ ଯୋଗାଯୋଗ କରି ଫସି ରହିଥିବା ଶ୍ରମିକ ମାନଙ୍କୁ ରାସନ ସହ ଅତି ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଅାଯାଇଛି ।ସେହି ଶ୍ରମିକ ମାନଙ୍କ ଦୁଃଖ ସୁଖ କଥା ବୁଝିବାକୁ ସାମାଜିକ କର୍ମୀ ସଦା ସର୍ବଦା ତତ୍ପର ଅଛନ୍ତି ବୋଲି IYA NEWS କୁ ସୂଚନା ଦେଇଛନ୍ତି । *IYA NEWS ( VISIT US :- www.iyanews.

କରୋନା ମୁକାବିଲା ପାଇଁ ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ବିଧାୟକ ପାଲ ।

Image
ଅନୁଗୋଳ(IYA NEWS:27/03/2020): ସମଗ୍ର ବିଶ୍ବରେ ଭୟ ଓ ଆତଙ୍କ ଖେଳାଉଥିବା କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ପାଲଲହଡ‍ା ବିଧାୟକ ମୁକେଶ ପାଲ ମୁଖ୍ୟମନ୍ତ୍ରୀଙ୍କ ଅାହ୍ୱାନକ୍ରମେ ନିଜର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବେ। ବିଧାୟକ ପାଲ କହିଛନ୍ତି ଯେ କୋଭିଡ୍ -୧୯ ସମଗ୍ର ବିଶ୍ୱ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ପର୍ଯ୍ୟାପ୍ତ ପରିମାଣର ପାଣ୍ଠିର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡକୁ ଦାନ କରିବାକୁ ଅପିଲ କରିଛନ୍ତି ବିଧାୟକ ପାଲ। ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିବା କରୋନା ପାଇଁ ବର୍ତ୍ତମାନ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ବତନ୍ତ୍ର ଭାବେ ‘କୋଭିଡ-୧୯ ଫଣ୍ଡ’ ଭାବେ ଉଲ୍ଲେଖ କରାଯିବ। ପ୍ରଭାବିତ ଲୋକମାନଙ୍କୁ ମାନବିକତା ଦୃଷ୍ଟିରୁ ସହଯୋଗ ନିମନ୍ତେ ସମସ୍ତେ ‘କୋଭିଡ-୧୯ ଫଣ୍ଡ’କୁ ସହୃଦୟତାର ସହ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜ

ଛାତ୍ରୀଙ୍କୁ ଅସଦାଚରଣ : ଶିକ୍ଷକ ଅଟକ ।

Image
ଅାଠମଲ୍ଲିକ(IYA NEWS:27/03/2020): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ପରିବାର ପକ୍ଷରୁ ଅାଜି ଠାକୁରଗଡ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ଥାନା ଅଞ୍ଚଳର ସମ୍ପୃକ୍ତ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।ଠାକୁରଗଡ ଥାନାଧିକାରୀ ଗବାକ୍ଷ ନାୟକଙ୍କ ସୂତ୍ରରୁ ପ୍ରକାଶ, ଛାତ୍ରୀଙ୍କୁ ଶିକ୍ଷକ ଜଣକ ଟିଉସନ କରୁଥିବାବେଳେ ବାରମ୍ବାର ତାଙ୍କୁ ଅସଦାଚରଣ କରୁଥିବା ପରିବାର ଲୋକ ଅଭିଯୋଗରେ ଦର୍ଶାଇଛନ୍ତି।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

କରୋନା ମୁକାବିଲା : ଗାଁ ର କୁନି ପିଲା କଲେ ଗାଁ କୁ ଲକ ଡାଉନ ।

Image
ଅାଠମଲ୍ଲିକ(IYA NEWS:27/03/2020): ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ପାଇଁ ଭାରତ ସରକାରଙ୍କ ୨୧ଦିନିଆ ଲକ୍‌ଡାଉନ ଘୋଷଣା ପରେ ଅନୁଗୋଳ ଜିଲ୍ଲାର ସହରାଞ୍ଚଳରେ କଟକଣା ପ୍ରାୟତଃ ଉଲ୍ଲଂଘନ ହେଉଥିବା ବେଳେ ଗାଁ ଗୁଡ଼ିକରେ କିନ୍ତୁ ସଚେତନତା ସୃଷ୍ଟି କରାଯାଉଛି । ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଅଖରକଟା ଗାଁର ମା ଚର୍ଚ୍ଚିକା ୟୁଥ କ୍ଲବ ଗାଁରେ ଆରମ୍ଭ କରିଛି ଲକ୍‌ଡାଉନ୍‌ । ୨୫ ତାରିଖରୁ ୟୁଥ କ୍ଲବ ତରଫରୁ ନିଜ ଗାଁକୁ ଆମେ ଜଗିବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଦେଶ ଓ ବାହାର ରାଜ୍ୟ ଫେରନ୍ତା ଲୋକମାନଙ୍କୁ ଗାଁକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ । ଗାଁକୁ ଭିତରକୁ ପ୍ରବେଶ କରିବା ପୂର୍ବରୁ ଚେକ୍‌ଗେଟ୍‌ଠାରେ ଡେଟଲ୍‌‌ ହ୍ୟାଣ୍ଡ ୱାସ୍‌ରେ ଭଲ କରି ହାତ ଧୋଇବା ପରେ ଗାଁ ଭିତରକୁ ଛଡ଼ାଯାଉଛି ବୋଲି ୟୁଥ କ୍ଲବର ସଦସ୍ୟ ମାନେ କହିଛନ୍ତି । ଗାଁରୁ ଯେଉଁମାନେ ବାହାରକୁ କୌଣସି ଜରୁରୀ କାର୍ଯ୍ୟ ପାଇଁ ଯିବାକୁ ଚାହିଁଲେ ସେମାନଙ୍କ ରେକର୍ଡ ରଖାଯାଉଛି । ଆଉ ବାହାର ଗାଁରୁ ଯେଉଁମାନେ ତାଙ୍କ ଗାଁକୁ ଆସିବାକୁ ଚାହୁଁଛନ୍ତି, ସେମାନଙ୍କ ମଧ୍ୟ ରେକର୍ଡ କରାଯାଉଛି । ଗାଁ ଗାଁ ରେ ଲୋକ ସଚେତନ ହେଉଥିବା ବେଳେ ସହରାଞ୍ଚଳରେ ଲୋକ ମାନଙ୍କ ମଧ୍ୟରେ ସଚେତନତାର ଅଭାବ ଦେଖା ଯାଉଛି । ଏଭଳି କାର୍ଯ୍ୟକ୍ରମକୁ ଜିଲ୍ଲାବାସୀ ବହୁ ପ୍ରଶଂସା କରିଛନ୍ତି ।  *IYA NEWS ( VISIT US :- www.

କରୋନାକୁ ରୋକିବାକୁ ଉପଖଣ୍ଡ ପ୍ରଶାସନର ତତ୍ପରତା । ଅାଠମଲ୍ଲିକ ଉପଜିଲ୍ଲାପାଳଙ୍କ ସହ ବ୍ଲକ ପ୍ରଶାସନର ବିଭିନ୍ନ ଅଞ୍ଚଳ ଗସ୍ତ ।

Image
କିଶୋରନଗର(IYA NEWS:27/03/2020): କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ସରକାରଙ୍କର ଲକ୍ ଡାଉନ ନିୟମକୁ କଡାକଡି ପାଳନ କରିବାକୁ ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଥିବା ବେଳେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଖାଉଟି ରାସନ୍ ସାମଗ୍ରୀ ପାଇଁ ଯେଭଳି ହଇରାଣ ହରକତ ନହୁଅନ୍ତି ସେଥି ପାଇଁ ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଆଠମଲ୍ଲିକ ଉପଜିଲ୍ଲାପାଳ ରଜନୀକାନ୍ତ ବିଶ୍ବାଳ ଗୁରୁବାର କିଶୋରନଗର ବ୍ଲକକୁ ଗସ୍ତ କରି କରୋନା ଭୂତାଣୁ ସଂକ୍ରମଣର ଲକ ଡାଉନ ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି । ଉପଜିଲାପାଳ କିଶୋରନଗର ବ୍ଲକ ସଦର ମହକୁମା ଓ ବାମୁର ପ୍ରଭୃତି ଛକ ଓ ବଜାର ଅଞ୍ଚଳରେ ଖୋଲାଥିବା ତେଜରାତି ଦୋକାନକୁ ଯାଇ ନାକାବନ୍ଦୀ ପରିସ୍ଥିତିରେ ଠିକ୍ ମୂଲ୍ୟରେ ରାସନ ସାମଗ୍ରୀ ଯୋଗାଣ, ଜିନିଷ କିଣାବିକା ସମୟରେ ସାମାଜିକ ଦୁରତ୍ୱ ବଜାୟ ରଖିବା, ଯଥା ସମ୍ଭବ ରାସନ ସାମଗ୍ରୀ ମହଜୁଦ୍ ରଖିବା ପାଇଁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ ଖିଲାପ କଲେ ଆଇନ୍ ଅନୁସାରେ ଦଣ୍ଡ ବିଧାନ କରାଯିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ରହିଥିବା ସୂଚାଇ ଦେଇଥିଲେ । ଏହି ଅବସରରେ ଶ୍ରୀ ବିଶ୍ବାଳ କରୋନା ଚିହ୍ନିତ ବ୍ୟକ୍ତିଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରଖିବା ପାଇଁ କିଶୋରନଗର ସ୍ନାତକ ମହାବିଦ୍ୟାଳୟର ଭିତ୍ତିଭୂମି ବୁଲି ଦେଖିଥିଲେ। ପରିମ

କରୋନା ପାଇଁ ଗାଁ ସିଲ୍ କଲେ ମାଁ ମାଉଳୀ ଯୁବକ ସଂଘ ସଦସ୍ୟ ।

Image
ଅାଠମଲ୍ଲିକ(IYA NEWS:27/03/2020): ସାମାଜିକ ଦୁରତ୍ୱ ଅଭାବରୁ ଦେଶ ବିଦେଶରେ କୋରୋନା କାୟା ବିସ୍ତାର କରି ଚାଲିଛି । ଏହି ସମୟରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତଥାପି ସାମାଜିକ ଦୂରତା ରକ୍ଷା କରୁନାହାନ୍ତି କିଛି ଅମାନିଆ ଲୋକେ । ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକ୍ ଡାଉନ ଘୋଷଣା ହେବାପରେ ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବ୍ଲକ ବେଲାଦୁଲା  ଗାଁର ମାଁ ମାଉଳୀ ଯୁବକ ସଂଘ ଓ ଗ୍ରାମବାସୀଙ୍କ ତରଫରୁ ଗାଁକୁ ଲକ୍ ଡାଉନ୍ କରିବାର ଜିମା ହାତକୁ ନିଆଯାଇଛି  । କିଛି ଲୋକ କାମ ନଥିଲେ ବି ଗାଁ ରେ ମୋଟର ସାଇକେଇ ଧରି ବୁଲୁଥିବା ବେଳେ କିଛି ମେଳି ହୋଇ ବସୁଥିଲେ  । ଏଭଳି ସ୍ଥିତିରେ ମାଁ ମାଉଳୀ ଯୁବକ ସଂଘ ତରଫରୁ ଆମ ଗାଁକୁ ଆମେ ନିଜେ ଜଗିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗାଁ ମୁଣ୍ଡରେ ଜଗି ରହିଛନ୍ତି କିଛି ଯୁବକ । ଗାଁ ଭିରତକୁ ଯିବା ଆସିବା ଲୋକମାନଙ୍କୁ ଡେଟଲ ପାଣିରେ ଧୋଇ ହୋଇ ଗାଁ ଭିତରକୁ ଛଡା ଯାଉଛି । ଗାଁରୁ ଯେଉଁମାନେ ବାହାରକୁ କୌଣସି ଜରୁରୀକାଳୀନ କାର୍ଯ୍ୟ ପାଇଁ ଯିବାକୁ ଚାହିଁଲେ ସେମାନଙ୍କର ରେକର୍ଡ ରଖାଯାଉଛି । ଆଉ ବାହାର ଗାଁରୁ ଯେଉଁମାନେ ତାଙ୍କ ଗାଁକୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କର ମଧ୍ୟ ରେକର୍ଡ କରାଯାଉଛି । ସନ୍ଦେହ ଯୁକ୍ତ ଲୋକମାନଙ୍କ ପାଇଁ ଗାଁ ସମ୍ପୂର୍ଣ୍ଣ ମନା । ଏହି କାର୍ଯ୍ୟକ୍ରମ ଲକଡାଉନ ପର୍ଯ୍ୟନ୍ତ ରହିବ ବୋଲି ମାଁ ମାଉଳୀ ଯୁବକ ସଂଘ ସଦସ୍ୟ ପ୍

ଘରେ ରୁହନ୍ତୁ, ରାମାୟଣ ଦେଖନ୍ତୁ ଦୁରଦର୍ଶନ ଚ୍ୟାନେଲରେ ।

Image
IYA NEWS:27/03/2020: କରୋନା ମୁକାବିଲାକୁ ସାମ୍ନାକରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଅଛନ୍ତି । ରାଜ୍ୟକୁ ସଂପୂର୍ଣ୍ଣ ଭାବେ ଲକଡାଉନ ରଖାଯାଇଛି,ଯେଉଁଥିରେ ଲୋକମାନେ ଘର ବାହାରକୁ ନଅାସି ଘର ଭିତରେ ରହୁଛନ୍ତି । ଜନତାଙ୍କ ଅନୁରୋଧ କ୍ରମେ ୨୮ମାର୍ଚ୍ଚ ଶନିବାର ରୁ ରାମାୟଣ ପୁନଃପ୍ରସାରଣ ଦୁରଦର୍ଶନ ଚ୍ୟାନେଲରେ ଅାରମ୍ଭ ହେବା ସହ ପ୍ରଥମ ଏପିସୋଢ ସକାଳ ୯ଘଟିକାରୁ ୧୦ଘଟିକା ଓ ଦ୍ୱିତୀୟ ଏପିସୋଡ ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରସାରିତ ହେବ । ଲକଡାଉନ ବେଳେ ଲୋକମାନେ ଘର ବାହାରକୁ ନଅାସି ଘରେ ବସି ଟିଭି ସହ ଅନ୍ୟାନ୍ୟ କାମ କରନ୍ତୁ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

ବନ୍ଦ ହେଲା ପାତ୍ରପଡା ବାୟାଣି ଯାତ୍ରା । ଜନସମାଗମ ନହେବାକୁ ପୋଲିସ ପକ୍ଷରୁ ସତର୍କ ଦୃଷ୍ଟି ।

Image
ଅନୁଗୋଳ(IYA NEWS:26/03/2020): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମା’ ବାୟାଣି ଠାକୁରାଣୀଙ୍କ ଗୁରୁବାର ଆୟୋଜିତ ହେବାକୁ ଥିବା ବାର୍ଷିକ ଯାତ୍ରା ବନ୍ଦ କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା ସରକାରୀ ଗାଇଡ୍‌ଲାଇନ ଅନୁଯାୟୀ ଯାତ୍ରା ବନ୍ଦ ରଖାଯାଇଥିବା ଜଣାପଡ଼ିଛି। ତେବେ ନୀତିକାନ୍ତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ପୂଜକଙ୍କ ଦ୍ୱାରା ଅନୁଷ୍ଠିତ ହେବ। ଯାତ୍ରାରେ ଯେପରି ଜନସମାଗମ ନ ହୁଏ ସେଥିପ୍ରତି ପୋଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ଭକ୍ତମାନେ ପୀଠକୁ ଆସିଲେ ଅଯଥାରେ ହଇରାଣ ହେବେ। ତେଣୁ ଶ୍ରଦ୍ଧାଳୁଙ୍କ ନ ଆସିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। କେଉଁ ଆବହମାନ କାଳରୁ ଚୈତ୍ରମାସ ଦ୍ୱିତୀୟା ତିଥିରେ ମା’ଙ୍କ ଯାତ୍ରା ବହୁ ଆଡମ୍ବର ସହକାରେ ପାଳିତ ହୋଇଥାଏ। ଏଥିରେ ଜିଲା ତଥା ଜିଲା ବାହାରୁ ଲକ୍ଷାଧିକ ମାନସିକଧାରୀ, ଶ୍ରଦ୍ଧାଳୁଙ୍କ ସାମାଗମ ହୋଇଥାଏ। ଯାତ୍ରା ପାଇଁ ପାତ୍ରପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଚାଲିଥିଲା। ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଲାଗୁ କରାଯାଇଥିବା ଲକ୍‌ଡାଉନକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଥିବା ଗ୍ରାମବାସୀ କହିଛନ୍ତି।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବ

ଅନୁଗୋଳ : ଲକ ଡ଼ାଉନ କୁ ଫୁଙ୍କିଦେଲେ ସାଧାରଣ ଜନତା । ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ ।

Image
ଅନୁଗୋଳ(IYA NEWS:26/03/2020): କରୋନା ସଂକ୍ରମଣକୁ ନେଇ ସରକାର,ପ୍ରଶାସନ ଚିନ୍ତିତ ଥିବାବେଳେ ସାଧାରଣ ଜନତା ଏହାକୁ ଖାମଖିଅାଲ ଭାବେ ଗ୍ରହଣ କରୁଛନ୍ତି ।ସରକାର  ଲକଡାଉନ ଘୋଷଣ‍ା କରିଥିବାବେଳେ କିନ୍ତୁ ଜିଲ୍ଲାରେ ସାଧାରଣ ଜନତା ଏହି ଘୋଷଣାକୁ ମାନୁନାହାନ୍ତି । ଆସନ୍ତାକାଲି ପେଟ୍ରୋଲ, ଡିଜେଲ ମିଳିବ ନାହିଁ ବୋଲି ଅନୁଗୋଳ ଅଂଚଳରେ ଗୁଜବ ସୃଷ୍ଟି ହୋଇଛି ।ଜିଲ୍ଲାର ବିଭିନ୍ନ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି ।ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଜିଲ୍ଲାରେ ଲକଡାଉନ ଘୋଷଣା ହୋଇଥିଲେ ମଧ୍ୟ ଘରୁ ଲୋକେ କିପରି ପଦାକୁ ବାହାରୁଛନ୍ତି ।ପେଟ୍ରୋଲ ଟାଙ୍କି ଗୁଡିକରେ ଅସମ୍ଭାଳ ଭିଡ ହେବା ପରେ ସଂଗେ ସଂଗେ ଜିଲ୍ଲା ପୋଲିସ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଗୁଜବ ପ୍ରତି ଧ୍ୟାନ ନଦେବା ସହ ପେଟ୍ରୋଲ ପମ୍ପ ଖୋଲାରହିବ ବୋଲି ଡାକବାଜି ଯନ୍ତ୍ରରେ ସୂଚନା ଦେଇଛନ୍ତି ।   ଅାମେ ଏଠି କହିବାକୁ ଚାହୁଁ ଗୁଜବକୁ ବିଶ୍ୱାସ କରନ୍ତି ନାହିଁ,ଅାମ ଜୀବନ ଅାମ ହାତରେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://c

ବୁଲା ଷଣ୍ଢ ଆକ୍ରମଣରେ ପୁଣି ଜଣେ ବୃଦ୍ଧ ଆହତ।

Image
ଅନୁଗୋଳ (IYA NEWS : ୨୬/୦୩/୨୦୨୦) ବଅଁରପାଳ ବ୍ଲକ ଫୁଲପଡା ପଞ୍ଚାୟତ କାଳୀ ମନ୍ଦିର ନିକଟରେ ରହୁଥିବା ପୁଣି ଜଣେ ବୃଦ୍ଧଙ୍କୁ ବୁଲା ଷଣ୍ଢ ଆକ୍ରମଣ କରିଛି। ଏହି ଆକ୍ରମଣ ଫଳରେ ବୃଦ୍ଧ ଜଣକ ଆହତ ହୋଇଛନ୍ତି। ସୂଚନା ମୁତାବକ ଫୁଲପଡା କାଳୀ ମନ୍ଦିର ପାଖରେ ରହୁଥିବା ଅନ୍ତର୍ଯ୍ୟାମୀ ଗଡନାୟକ(ଚଟୁ) (୬୨)ନିଜ ଘର ବାହାରେ ଥିଲେ। ହଠାତ ଏକ ବୁଲା ଷଣ୍ଢ ଆସି ଆକ୍ରମଣ କରିଥିଲା। ଯାହା ଫଳରେ ଅନ୍ତର୍ଯ୍ୟାମୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଅଟୋ ମାଧ୍ୟମରେ ଅନ୍ତର୍ଯ୍ୟାମୀକୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଷଣ୍ଢ ଟି ବାୟା ହୋଇ ଏପରି ଆକ୍ରମଣ କରୁଥିବା ପ୍ରବଳ ଚର୍ଚ୍ଚା ହେଉଛି। ଫଳରେ ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକମାନେ ଅଛନ୍ତି। ଦୁଇ ଜଣଙ୍କୁ ଆକ୍ରମଣ କରିବା ପରେ ଲୋକ ମାନଙ୍କ ନିଦ ହଜିଯାଇଛି। ଗତ ଦୁଇଦିନ ତଳେ ଏକ ଦନ୍ତା ହାତୀ ଆସି ସାରା ପଞ୍ଚାୟତରେ ହାଲା ମଚାଇଥିଲା। ଆଜି ପୁଣି ଏକ ବୁଲା ଷଣ୍ଢ ଲୋକ ମାନଙ୍କୁ ଆତଙ୍କିତ କରିଛି।ଏନେଇ ତଳ ଠାରୁ ଉପର ପର୍ଯ୍ୟନ୍ତ ଯୋଗାଯୋଗ କରିଥିଲେ ମଧ୍ୟ କାହାରି ଦେଖା ମିଳିନାହିଁ। ଷଣ୍ଢଟିକୁ ଉଦ୍ଧାର କରି ଗାଁ ବାହାରକୁ ନେଇଯିବାକୁ ଲୋକମାନେ ଦାବି କରିଛନ୍ତି। REPORT BY : SAMIR SAHOO (IYA NEWS) IYA NEWS ( VISIT US :- www.iyanews.com ) ( LIKE US :- Indian Youth Association - IYA News ) #ସାଧାରଣ_ଜନତ

କରୋନା ପରିଚାଳନା ନିମନ୍ତେ ଜିଲ୍ଲାରେ ନିଯୁକ୍ତି ସୁଯୋଗ ।

Image
ଅନୁଗୋଳ(IYA NEWS:26/03/2020): ଅନୁଗୋଳ ଜିଲ୍ଲା ପାଇଁ COVID-19 (କରୋନା)ର ପରିଚାଳନା ନିମନ୍ତେ ଷ୍ଟାଫନର୍ସ,ଫାର୍ମାସିଷ୍ଟ,ସ୍ୱାସ୍ଥ୍ୟ କର୍ମୀ (ପୁରୁଷ ଓ ମହିଳା),ରେଡ଼ିଓ ଗ୍ରାଫର,ଲାବ୍ରୋଟୋରୀ ଟେକ୍ନିସିଆନ ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି। ଇଛୁକ ପ୍ରାର୍ଥୀ ନିଯୁକ୍ତି ସାକ୍ଷାତକାର (walk-in-interview)ପାଇଁ ତା ୩୦/୩/୨୦୨୦ ଦିନ ସକାଳ ୧୧ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ CDM & PHO ଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ରହିବାକୁ ଜଣାଇ ଦିଆଯାଇଛି ।ଆବେଦନ କରିବା ନିମନ୍ତେ cdmoang@gmail.comରେ ଯୋଗାଯୋଗ କରିବା ସହ ଆବେଦନପତ୍ର ର ଫର୍ମାଟ ପାଇବା ପାଇଁ 9437069194 ଓ 7008271298 ମୋବାଇଲ ନଂ ରେ ଯୋଗାଯୋଗ କରନ୍ତୁ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

ଲକ୍‌ଡାଉନ୍‌ ସ୍ଥିତି: ବେଙ୍ଗାଲୋରରେ ଅନୁଗୋଳ ରୁ ଫସିଛନ୍ତି ୩୪ ଓଡ଼ିଆ ଶ୍ରମିକ ।

Image
ଅନୁଗୋଳ(IYA NEWS:26/03/2020): କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଦେଶରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ବେଙ୍ଗାଲୋରରେ ଅନୁଗୋଳ ଜିଲ୍ଲ‍ା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ କୋଠଭୂଇଁ ଗ୍ରାମପଞ୍ଚାୟତର ୩୪ଜଣ ଯୁବକ ଫସି ରହିଛନ୍ତି।ଫସି ରହିଥିବା ଯୁବକ ମାନେ ତାଙ୍କୁ ଉଦ୍ଧରା କରିବା ପାଇଁ ଜିଲ୍ଲା ପ୍ରଶାସନ,ବିଧାୟକ ଓ ମିଡିଅା ବନ୍ଧୁମାନଙ୍କୁ ନିବେଦନ କରିଛନ୍ତି । *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

କରୋନା ପାଇଁ ଲକଡାଉନ ସଚେତନ କାର୍ଯ୍ୟକ୍ରମ : ବିଦେଶ ଓ ରାଜ୍ୟ ବାହାର ଲୋକଙ୍କୁ ଗାଁ ମନା

Image
ଅାଠମଲ୍ଲିକ(IYA NEWS:26/03/2020): କରୋନା ଡରରେ ଥରୁଛି ବିଶ୍ବ । ସାମାଜିକ ଦୁରତ୍ବ ଅଭାବରୁ ଦେଶ ବିଦେଶରେ କରୋନା ପଞ୍ଝା ମେଲିଲାଣି । ଅଣାୟତ ହେଉଛି ଗାଁରୁ ସହର । ତଥାପି ସାମାଜିକ ଦୂରତା ରକ୍ଷା କରୁନାହାନ୍ତି ଅମାନିଆ ଲୋକେ । ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକଡାଉନ ଘୋଷଣା ହେବାପରେ ଠାକୁରଗଡ଼ ଥାନା ଅନ୍ତର୍ଗତ ରାଣିବନ୍ଧ ଗାଁରେ ଆରମ୍ଭ ହୋଇଛି ତ୍ରିନାଥ ଯୁବକ ସଂଘ ତରଫରୁ ଗାଁ ଲକଡାଉନ କାର୍ଯ୍ୟକ୍ରମ । କିଛି ଲୋକ କାମ ନଥିଲେ ବି ସେଗାଁ ରେ ବାଇକ ଧରି ଚକ୍କର କାଟୁଛନ୍ତି । ରାଣିବନ୍ଧ ତ୍ରିନାଥ ଯୁବକ ସଂଘ ତରଫରୁ ଆମ ଗାଁକୁ ଆମେ ନିଜେ ଜଗିବା  ପଦକ୍ଷେପ ନେଇଛନ୍ତି । ଅନ୍ୟ ଗାଁର, ବିଦେଶ ଓ ବାହାର ରାଜ୍ୟରୁ ଫେରନ୍ତା ଲୋକ ମାନଙ୍କୁ ଗାଁରେ ପ୍ରବେଶ ବନ୍ଦ କରିବା ।ଗାଁ ଭିରତକୁ ଯିବା ଆସିବା ଲୋକମାନଙ୍କୁ ଡେଟଲ ପାଣିରେ ଧୋଇ ହୋଇ ଗାଁ ଭିତରକୁ ଛଡା ଯାଉଥିବାର ଦେଖିବାକୁ ମିଳିଛି । ଗାଁରୁ ଯେଉଁମାନେ ବାହାରକୁ କୌଣସି ଜରୁରୀକାଳୀନ କାର୍ଯ୍ୟ ପାଇଁ ଯିବାକୁ ଚାହିଁଲେ ସେମାନଙ୍କର ରେକର୍ଡ ରଖାଯାଉଛି । ଆଉ ବାହାର ଗାଁରୁ ଯେଉଁମାନେ ତାଙ୍କ ଗାଁକୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କର ମଧ୍ୟ ରେକର୍ଡ କରାଯାଉଛି । ସନ୍ଦେହ ଯୁକ୍ତ ଲୋକମାନଙ୍କ ପାଇଁ ଗାଁ ସମ୍ପୂର୍ଣ୍ଣ ମନା ।ଏହି କାର୍ଯ୍ୟକ୍ରମ ଲକଡାଉନ ପର୍ଯ୍ୟନ୍ତ ରହିବ ବୋଲି ସଂଘ ସଭାପତି ଅନାମ ଚରଣ ସ୍ୱାଇଁ କହିଛନ୍ତି ।କମିଟି ର ଟୁନା ସ୍ଵାଇଁ,ପ୍ରଦୀପ ସାହୁ,ସୁଶ

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବେଳେ କୌଣସି ବାଧା ସୃଷ୍ଟି ହେବ ନାହିଁ : ଏସ.ପି ମୀନା ।

Image
ଅନୁଗୋଳ(IYA NEWS:26/03/2020): ଲକ ଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ସ୍ପଷ୍ଟ ସନ୍ଦେଶ ସାଧାରଣ ଜନତାଙ୍କ ଉଦେଶ୍ୟରେ ତାଙ୍କର ଅଫିସିଆଲ ଫେସବୁକ ଆକାଉଣ୍ଟ ରେ ଦେଇଛନ୍ତି। ସେଥିରେ କୁହାଯାଇଛି ଯେ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ହେଉଥିଲେ ମାଲ ଥିବା ବା ଖାଲିଥିବା ପିକଅପ ଓ ଟ୍ରକ ଗୁଡିକର ଯାତାୟାତ ପାଇଁ କଟକଣା ନାହିଁ।ଏହା ସହିତ ସମାନ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଦୁଇଚାକିଆ ପାଇଁ ମଧ୍ୟ କଟକଣା ନାହିଁ।ଯଦି କାହାକୁ ଅସୁବିଧା ହୁଏ ତେବେ ସେ ତାଙ୍କର ମୋବାଇଲ ନମ୍ବର ୯୪୩୮୯-୧୬୪୩୦ ରେ ଯୋଗାଯୋଗ କରିବା ପାଇଁ କହିଛନ୍ତି।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

କରୋନା ମୁକାବିଲା ପାଇଁ ପେନସନ ଦରମା ଦାନ କଲେ ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ।

Image
ଅନୁଗୋଳ(IYA NEWS:26/03/2020): କରୋନା ଭାଇରସ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାସକର ପେନସନ ଦାନ କରିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦାର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା। ସେ ପେନସନ ବାବଦ ୩୦ ହଜାର ଟଙ୍କାର ଚେକ୍‌ ବୁଧବାର ଜିଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ସୁନୀଲ କେରକେଟାଙ୍କୁ ପ୍ରଦାନ କରିଛନ୍ତି।ବିଧାୟକ ବେହେରା କହିଛନ୍ତି କରୋନା କୁ ମୁକାବିଲା କରିବା ପାଇଁ ହେଲେ ସରକାରଙ୍କ ନିର୍ଦ୍ଦେଶକୁ ମାନି ଚଳିବା ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

ଲକ ଡ଼ାଉନକୁ ଉଲ୍ଲଙ୍ଘନ କରି ୯ ଗିରଫ ସହ ୧୦ ବାଇକ ଜବତ ।

Image
ଅନୁଗୋଳ (IYA NEWS : ୨୬/୦୩/୨୦୨୦) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଲକ ଡ଼ାଉନ ଚାଲିଥିବା ବେଳେ କିଛି ନିୟମ ଉଲ୍ଲଂଘନ କାରୀଙ୍କୁ ବଅଁରପାଳ ପୋଲିସ ସାବାଡ଼ କରିଛନ୍ତି। ପ୍ରତ୍ୟେକ ଦିନ ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କର ବୁଲି ବୁଲି ସଚେତନତାର ବାର୍ତ୍ତା ବାଣ୍ଟୁଥିବା  ସତ୍ତ୍ୱେ, କିଛି ଲୋକ ଖୋଲାଖୋଲି ବେଖାତିର୍ କରୁଥିବା ଦେଖିବାକୁ ମିଳିଛି। ଏନେଇ ବଅଁରପାଳ ଥାନାଧିକାରୀ ଶ୍ରୀ କରଙ୍କ ନେତୃତ୍ୱରେ ୯ ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କୁ ବଅଁରପାଳ ପୋଲିସ ଗିରଫ କରିବା ସହ ୧୦ଟି ବାଇକ କୁ ଜବତ କରିଛନ୍ତି। ସୂଚନା ମୁତାବକ ଗିରଫ ବ୍ୟକ୍ତି ମାନେ ହେଲେ ବୁଢ଼ାପଙ୍କ ଗ୍ରାମର ବିଷ୍ଣୁ ଚରଣ ସାମଲ (୨୯), ପିତା : ବେଣୁଧର ସାମଲ,  ସିପୁନ୍ ସାମଲ (୨୪), ପିତା : ଗୋଲେଖ ସାମଲ, ଅମିୟ ଗଡ଼ନାୟକ (୩୦), ପିତା : ୰ମଙ୍ଗୁଳୁ ଗଡନାୟକ, କାମାକ୍ଷୀ ବେହେରା (୩୩), ପିତା : ପିତା : ଗୌରାଙ୍ଗ ବେହେରା, ସୂର୍ଯ୍ୟକାନ୍ତ ସାମଲ (୩୦), ପିତା : ଶ୍ରୀଧର ସାମଲ, ରାଜେଶ ମାଝୀ (୨୯), ପିତା : ରମେଶ ମାଝୀ ଓ ଗୋତମରା ଗ୍ରାମର ବିନୋଦ କୁମାର ଗୋଚ୍ଛାୟତ (୨୫), ପିତା : ଅରୁଣ ଗୋଛାୟତ, କେଦାରନାଥ ସାମଲ (୪୧), ୰କେଶବ ସାମଲ, ଦୁଷ୍ମନ୍ତ ଗୋଚ୍ଛାୟତ (୨୮), ପିତା : ପ୍ରମୋଦ ଗୋଛାୟତ ବୋଲି ଥାନାଧିକାରୀ ଶ୍ରୀ କର ସୂଚନା ଦେଇଛନ୍ତି। ତତ ସହିତ ୧୦ଟି ବାଇକ କୁ ଜବତ କରିଛନ୍ତି ବଅଁରପାଳ ପୋଲିସ। ଆଗାମୀ ଦିନରେ ଏହି ପ୍ରକ୍

କରୋନା ସଂକ୍ରମଣ : ମା ବାସନ୍ତୀ ଦୁର୍ଗାପୂଜା ସ୍ଥଗିତ ।

Image
ଅନୁଗୋଳ(IYA NEWS:25/03/2020): ମହାମାରୀ କରୋନା ପାଇଁ ଏବେ ଜନଜୀବନ ଠପ ହୋଇପଡିଛି । ପ୍ରତିବର୍ଷ ମା ବାସନ୍ତୀ ଦୁର୍ଗାପୂଜା ବହୁ ଧୂମଧାମରେ ପାଳିତ ହୁଏ ।କରୋନା ମହାମାରୀ ପାଇଁ ଅନୁଗୋଳ ସ୍ଥିତ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ମା ବାସନ୍ତୀ ଦୁର୍ଗା ପୂଜା ସ୍ଥଗିତ ରଖାଯାଇଛି। ଏହି ପ୍ରରିପ୍ରେକ୍ଷୀ ରେ ଦୁର୍ଗା ପୂଜା ରେ ଅନୁଷ୍ଠିତ ହେବାକୁ ଥିବା କଳସ ଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦାଣ୍ଡିଆ ନାଚ ମଧ୍ୟ ସାମୂହିକ ଭାବେ ସ୍ଥଗିତ କରାଯାଇଛି। କେବଳ ପୂଜକଙ୍କ ଦ୍ଵାରା ଯଥା ରୀତିନୀତି ଅନୁସାରେ ମା' ଙ୍କ ପୂଜା ଚାଲୁରହିବ ବୋଲି ପୂଜା କମିଟିର ସଂପାଦକ ସୂଚନା ଦେଇଛନ୍ତି ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

ରାସନ,ପରିବା ଦୋକାନରେ ଭିଡ଼: ଗ୍ରାହକଙ୍କ ପାଇଁ ଲାଗିଲା କଟକଣା

Image
ଅନୁଗୋଳ(IYA NEWS:25/03/2020): ପ୍ରଧାନମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଅାହ୍ୱାନ ପରେ ଅନୁଗୋଳ ଜିଲ୍ଲାର ରାସନ ଓ ପରିବା ଦୋକାନ ଗୁଡ଼ିକରେ ଭିଡ଼ ପରିଲକ୍ଷିତ ହୋଇଥିଲା।ଏହା ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ନରସିଂହ ଭୋଳଙ୍କ ନଜରରେ ଆସିବା ପରେ ସେ ଏହାକୁ ବାରଣ କରିଥିଲେ।ଏଥିପାଇଁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ଏହି ଭିଡ଼କୁ କମାଇବା ପାଇଁ ମାଇକ ଦ୍ୱାରା ପ୍ରଚାର କରାଇବା ସହ ଦୋକାନ ଗୁଡିକ ସମ୍ମୁଖରେ ୧ ରୁ ୨ ମିଟର ଦୂରତା ମଧ୍ୟରେ ଧଳା ଗୋଳେଇ ଚିହ୍ନ ଲଗାଇ ଏହି ଚିହ୍ନ ମଧ୍ୟରେ ଧାଡିରେ ଠିଆ ହୋଇ ପରିବା ଓ ରାସନ ସାମଗ୍ରୀ କିଣିବାକୁ ପରାମର୍ଶ ଦେଇଛନ୍ତି।ଏହି ଚିହ୍ନ ଉଭୟ ଗ୍ରାହକ ଓ ସମ୍ପୃକ୍ତ ବିକ୍ରେତାଙ୍କ ପାଇଁ ଲକ୍ଷ୍ମଣ ରେଖା ସଦୃଶ।ଚିହ୍ନ ବାହାରେ ଜମା ହୋଇଥିବା ଗ୍ରାହକମାନଙ୍କୁ ଏହି ସାମଗ୍ରୀ ଦିଆ ନଯାଇ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ଅାଜିର ଲକ୍ଷ୍ମଣ ରେଖା ବନ୍ତଳା ଛକ ନିକଟରେ ଥିବା ଉଭୟ ରାସନ ଓ ପରିବା ଦୋକାନ,ଜିନ୍ଦଲ ମାର୍କେଟ କମ୍ପଲେକ୍ସ୍,ଜରପଡାର କିଛି ରାସନ ସାମଗ୍ରୀ ଦୋକାନ,ଜିଲ୍ଲା ପୌରପାଳିକା କାର୍ଯ୍ୟାଳୟ ନିକଟରେ ଥିବା ପାଣି ଏଟିଏମ ପାଖରେ ଦେଖିବାକୁ ମିଳିଥିଲା ।ଅାସନ୍ତା ଦୁଇଦିନ ମଧ୍ୟରେ ଜିଲ୍ଲାର ସମସ୍ତ ରାସନ ଓ ପରିବା ଦୋକାନରେ ଏହି ଲକ୍ଷ୍ମଣ ରେଖା ଟଣାଯିବ ।  *IYA NEWS ( VISIT US

ବୁଢାପଙ୍କ ହାଇସ୍କୁଲର ଆଇସୋଲେସନ ଗୃହକୁ ପରିଦର୍ଶନ କଲେ ଉପବାଚସ୍ପତି

Image
ଅନୁଗୋଳ (IYA NEWS : ୨୫/୦୩/୨୦୨୦) ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ଉଚ୍ଚ ବିଦ୍ୟାଳୟର ଆଇସୋଲେସନ ଗୃହକୁ ପରିଦର୍ଶନ କରିଛନ୍ତି ମାନ୍ୟବର ଉପବାଚସ୍ପତି, ଓଡିଶା ବିଧାନସଭା ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ। କରୋନା ଭାଇରସ ସଂକ୍ରମଣକୁ ରୋକିବା ନିମନ୍ତେ ତିଆରି ହୋଇଥିବା ଆଇସୋଲେସନ ଗୃହକୁ ଆସି ଶ୍ରୀ ସିଂ ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ବୁଢ଼ାପଙ୍କ ପଞ୍ଚାୟତର ସରପଞ୍ଚ ଉତ୍ସବ ଦେହୁରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବବ୍ରତ ଭୋଇ, ଦେବାନନ୍ଦ ନାଥ, ବିନୟ କୁମାର ସିଂ, ଗୋପବନ୍ଧୁ ମାଝୀ, ପ୍ରକାଶ ନାହାକ, ଜଗା ଆଇଚ ପ୍ରମୂଖ ଉପସ୍ଥିତ ଥିଲେ। REPORT BY : SHASANKA SEKHAR SAMAL (IYA NEWS)

ଅଗ୍ନିକାଣ୍ଡରେ ଜଳିଗଲା ୩ବଖରା ଘର ।

Image
ଅାଠମଲ୍ଲିକ(IYA NEWS:25/03/2020): ଅନୁଗୋଳ ଜିଲ୍ଲ‍ା ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ନକଟିଦେଉଳ ଗ୍ରାମରେ ଅାଜି ଅଗ୍ନିକାଣ୍ଡ ଘଟିଛି।ସୂଚନାନୁସାରେ ଗ୍ରାମର ରାଜନ ପେରେକଙ୍କ ଦୁଇ ବଖରା ଏବଂ ମୁରଲୀ ପେରେକଙ୍କ ଏକ ବଖରା ଘର ଜଳିଯାଇଛି। ଖବର ପାଇ ଆଠମଲ୍ଲିକ ଅଗ୍ନିଶମ କର୍ମଚାରୀ ଦୁଇଟି ଅଗ୍ନିଶମ ଗାଡ଼ିରେ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ରାଜସ୍ବ ନିରୀକ୍ଷକ ପହଞ୍ଚିି ନ ଥିବାରୁ କ୍ଷୟକ୍ଷତି ଆକଳନ ହୋଇପାରିନାହିଁ, ଅାଠମଲ୍ଲିକ ତହସିଲଦାର  କ୍ଷୟକ୍ଷତି ଅାକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୂଚନା ମିଳିଛି ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

କିଶୋରନଗରରେ ଚତୁର୍ଥ ଦିନ ଲକ ଡାଉନ : ରାସ୍ତା ଘାଟ ଶୂନଶାନ । ସଙ୍ଗରୋଧ ପାଇଁ ୧୪୭ଜଣଙ୍କର ନାମ ପଞ୍ଜିକରଣ ।

Image
କିଶୋରନଗର(IYA NEWS:25/03/2020): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପକୁ ସଠିକ୍ ଭାବରେ ପାଳନ କରିବା ସହିତ ସହଯୋଗ କରିବା ପାଇଁ କିଶୋରନଗର ବ୍ଲକର ଜନସାଧାରଣଙ୍କୁ କିଶୋରନଗର ବ୍ଲକ ପ୍ରଶାସନ ତରଫରୁ ବିଡିଓ ଅମୃତା ପ୍ରିୟମ୍ବଦା ଓ କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ ଅନୁରୋଧ କରିଛନ୍ତି । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ସଚେତନତା ସଙ୍ଗେ ଜନସାଧାରଣ ଘରେ ସୁରକ୍ଷିତ ରହିବାକୁ କୁହାଯାଉଛି ।  କିଶୋରନଗର ବ୍ଳକର ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ଖୋଲାଯାଇଥିବା ବେଳେ ଦେଶ ବାହାରୁ କିମ୍ବା ରାଜ୍ୟ ବାହାରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କର ପଞ୍ଜିକରଣ ଓ ଘରେ ସଙ୍ଗରୋଧରେ ରହିବା ପାଇଁ ସଚେତନ କରାଇବାକୁ ସମସ୍ତ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କିଶୋରନଗର ବ୍ଲକରେ ଅାଜି ପର୍ଯ୍ୟନ୍ତ ସମୁଦାୟ ୧୪୭ ଜଣଙ୍କର ନାମ ପଞ୍ଜିକରଣ କରାଯାଇଥିବା ବେଳେ ସେମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯିବା ସହିତ ସତର୍କ ଦୃଷ୍ଟି ରଖାଯାଇଥିବା ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ ସୂଚନା ଦେଇଛନ୍ତି ।ଅନୁଗୋଳ ଜିଲ୍ଲାକୁ ଲକ ଡାଉନର ଚତୁର୍ଥ ଦିନରେ କିଶୋରନଗର ବ୍ଲକର କିଶୋରନଗର, ବାମୁର, ନାକଚି, ହଣ୍ଡପା,ବଇଣ୍ଡା,ଅଙ୍ଗପଡା ପ୍ରଭୃତି ଜନଗହଳିପୂର୍ଣ୍ଣ ଛକ ଓ ବଜାର ଅଞ

କରୋନା ମୁକାବିଲା : ଦୟାକରି ଅନୁଗୋଳ ଜିଲ୍ଲାବାସୀ ଘରୁ ବାହାରନ୍ତୁ ନାହିଁ : ରମେଶ ସାଏ ।

Image
ଅନୁଗୋଳ(IYA NEWS:25/03/2020): କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କରୋନା ମୁକାବିଲା ପାଇଁ ଅାସନ୍ତୁ ଶପଥ ନେବା,ଘରେ ରହିବା । କରୋନା ଏବେ ଚୀନ ଓ ଆମେରିକା ଡେଇଁ ଭାରତରେ ପହଞ୍ଚିଛି। ଆମ ଘର ପାଖରେ କରୋନା ପହଞ୍ଚିଲାଣି। ସତର୍କ ନହେଲେ ଘରକୁ ପଶିଯିବ। ଏଭଳି ସ୍ଥିତିରେ ଆମେ ନିଜ ପିଲାଛୁଆ ଓ ବାପାମାଙ୍କ ନାଁରେ ଶପଥ ନେବା। କହିବା, ମୁଁ ଶପଥ କରି କହୁଛି ଅତି ଜରୁରୀ କାମ ନଥିଲେ ବାହାରକୁ ଯିବିନି। ବାହାରୁ ଆସିଲେ ଭଲଭାବେ ୨୦ ସେକେଣ୍ଡ ହାତ ଧୋଇବି। ଏମିତି ଶପଥ ଦୈନିକ ଘରର ସମସ୍ତେ ନିଅନ୍ତୁ ଓ କାନ୍ଥରେ ଲେଖି ଲଗାନ୍ତୁ। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ପରେ ଅାଜି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଅନୁଗୋଳ ଜିଲ୍ଲାବାସୀଙ୍କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି । ବିଧାୟକ ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା,ଜିଲ୍ଲ‍ାପରିଷଦ ବନ୍ଧୁ ମାନେ ଭୟଭୀତ ନହେବାକୁ ନିବେଦନ କରିଛନ୍ତି ।  ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କୁ ଏକ ପୃଥକ କୋଠରୀରେ ରହିବାକୁ କୁହନ୍ତୁ ଏବଂ ରଖିବାକୁ ଚେଷ୍ଟା କରନ୍ତୁ ତାହାସହ ଯେଉଁଠାରେ ସମସ୍ୟା ସୃଷ୍ଟି ହୁଏ , ତୁରନ୍ତ ପୋଲିସ୍,ଉପଜିଲ୍ଲାପ‍ାଳ ,ବିଡିଓ ତାହାସହ ମୋ ସହ ଯୋଗାଯୋଗ କରନ୍ତୁ ବୋଲି ବିଧାୟକ ସାଏ କହିଛନ୍ତି ।  *IYA NEWS ( VISIT US :- www.iyanews.

ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର ।

Image
ଅନୁଗୋଳ(IYA NEWS:25/03/2020): ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତୁଳିଅା ପଞ୍ଚାୟତ ଲକ୍ଷ୍ମଣପୁର ନିବାସୀ ରାମଚନ୍ଦ୍ର ପ୍ରଧାନ(୮୦)ଙ୍କର ଗାଁ ପାଖ ମାଙ୍କଡ଼ଖାଇ ନାଳରୁ ଶବ ଉଦ୍ଧାରଚକରାଯାଇଛି। ସେ ଗତ ୧୯ ତାରିଖ ଘୂର୍ଣ୍ଣିଝଡ ଠାରୁ ନିଖୋଜ ଥିଲେ।ଵରାମଚନ୍ଦ୍ର ମାଙ୍କଡ଼ଖାଇ ନାଳ ପାଖରେ ଥିବା ଆମ୍ବ ବିଗିଚାକୁ ବୁଲିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ସନ୍ଧାନ ମିଳିନଥିଲା।ଗତକାଲି ତାଙ୍କ ଶବ ନାଳରେ ଭାସୁଥିବା ଦେଖିବାକୁ ମିଳିଥିଲା।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3

ହୋମ୍ କ୍ୟାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କ ଘର ଚେକିଂ କଲେ ଜିଲ୍ଲାପାଳ ଓ ଏସ.ପି ।

Image
ଅନୁଗୋଳ(IYA NEWS:25/03/2020): ଅନୁଗୋଳ ସହରରେ ବିଦେଶରୁ ଆସି ହୋମ୍ କ୍ୟାରେଣ୍ଟାଇନରେ ରହୁଥିବା ବ୍ୟକ୍ତିମାନଙ୍କ ଘରକୁ ମଙ୍ଗଳବାର ଜିଲାପାଳ ମନୋଜ କୁମାର ମହାନ୍ତି ଓ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ସରପ୍ରାଇଜ୍ ଚେକିଂରେ ଯାଇଥିଲେ। ବିଦେଶରୁ ଆସି ୧୭ ଜଣ ହୋମ୍ କ୍ୱାରେନଣ୍ଟାଇନରେ ଅଛନ୍ତି । ଏହି କ୍ୱାରେଣ୍ଟାଇନ ସମୟ ମଧ୍ୟରେ ଘରୁ ନବାହାରିବା ପାଇଁ କୁହାଯାଇଥିଲେ ମଧ୍ୟ ସେମାନେ ଘରେ ଅଛନ୍ତି ନା କେଉଁଆଡ଼େ ଯାଇଛନ୍ତି ସେ ସଂପର୍କରେ ଅଚାନକ ଜିଲାପାଳ ଓ ଏସ୍‌ପି ପରିଦର୍ଶନ କରିଥିଲେ । ଏହି ୧୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଘରକୁ ଯାଇ ସେମାନେ ଘରେ ଥିବାର ଜାଣିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ଏହିଭଳି ସର୍‌ପ୍ରାଇଜ ଚେକିଂ ସମୟରେ ଅନୁଗୋଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଓ କର୍ମଚାରୀମାନେ ସାଙ୍ଗରେ ଯାଇ ହୋମ୍ କ୍ୟାଲେଣ୍ଟାଇନରେ ଥିବା ବ୍ୟକ୍ତିମାନଙ୍କ ଘର ଦେଖାଇ ଥିଲେ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg3