ବୁଲା ଷଣ୍ଢ ଆକ୍ରମଣରେ ପୁଣି ଜଣେ ବୃଦ୍ଧ ଆହତ।

ଅନୁଗୋଳ (IYA NEWS : ୨୬/୦୩/୨୦୨୦)
ବଅଁରପାଳ ବ୍ଲକ ଫୁଲପଡା ପଞ୍ଚାୟତ କାଳୀ ମନ୍ଦିର ନିକଟରେ ରହୁଥିବା ପୁଣି ଜଣେ ବୃଦ୍ଧଙ୍କୁ ବୁଲା ଷଣ୍ଢ ଆକ୍ରମଣ କରିଛି। ଏହି ଆକ୍ରମଣ ଫଳରେ ବୃଦ୍ଧ ଜଣକ ଆହତ ହୋଇଛନ୍ତି। ସୂଚନା ମୁତାବକ ଫୁଲପଡା କାଳୀ ମନ୍ଦିର ପାଖରେ ରହୁଥିବା ଅନ୍ତର୍ଯ୍ୟାମୀ ଗଡନାୟକ(ଚଟୁ) (୬୨)ନିଜ ଘର ବାହାରେ ଥିଲେ। ହଠାତ ଏକ ବୁଲା ଷଣ୍ଢ ଆସି ଆକ୍ରମଣ କରିଥିଲା। ଯାହା ଫଳରେ ଅନ୍ତର୍ଯ୍ୟାମୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଅଟୋ ମାଧ୍ୟମରେ ଅନ୍ତର୍ଯ୍ୟାମୀକୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଷଣ୍ଢ ଟି ବାୟା ହୋଇ ଏପରି ଆକ୍ରମଣ କରୁଥିବା ପ୍ରବଳ ଚର୍ଚ୍ଚା ହେଉଛି। ଫଳରେ ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକମାନେ ଅଛନ୍ତି। ଦୁଇ ଜଣଙ୍କୁ ଆକ୍ରମଣ କରିବା ପରେ ଲୋକ ମାନଙ୍କ ନିଦ ହଜିଯାଇଛି। ଗତ ଦୁଇଦିନ ତଳେ ଏକ ଦନ୍ତା ହାତୀ ଆସି ସାରା ପଞ୍ଚାୟତରେ ହାଲା ମଚାଇଥିଲା। ଆଜି ପୁଣି ଏକ ବୁଲା ଷଣ୍ଢ ଲୋକ ମାନଙ୍କୁ ଆତଙ୍କିତ କରିଛି।ଏନେଇ ତଳ ଠାରୁ ଉପର ପର୍ଯ୍ୟନ୍ତ ଯୋଗାଯୋଗ କରିଥିଲେ ମଧ୍ୟ କାହାରି ଦେଖା ମିଳିନାହିଁ। ଷଣ୍ଢଟିକୁ ଉଦ୍ଧାର କରି ଗାଁ ବାହାରକୁ ନେଇଯିବାକୁ ଲୋକମାନେ ଦାବି କରିଛନ୍ତି।

REPORT BY : SAMIR SAHOO (IYA NEWS)
IYA NEWS ( VISIT US :- www.iyanews.com ) ( LIKE US :- Indian Youth Association - IYA News ) #ସାଧାରଣ_ଜନତାର_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।