Posts

Showing posts from April, 2020

ଫ୍ୟାନ ରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

Image
ଅନୁଗୋଳ (IYA NEWS : ୩୦/୦୪/୨୦୨୦) ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ହନୁମାନ ମନ୍ଦିର ସମ୍ମୁଖରେ ଥିବା ଏକ ଭଡ଼ା ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଫ୍ୟାନ ରେ ଝୁଲି ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ମୁତାବକ ବନ୍ତଳା ଥାନା ବସଲା ଗ୍ରାମର ବଳରାମ ସାହୁ (୨୬) କିଛି ବର୍ଷ ହେବ କୁଲାଡ଼ ଅଞ୍ଚଳରେ ରହି କାମ କରୁଥିଲେ। କୌଣସି କାମ ଅଛି କହି ଘର ର କବାଟ ବନ୍ଦ କରିଦେଇଥିଲେ, ହେଲେ କିଛି ସମୟ ପରେ ଘରର କବାଟ ନ ଖୋଲିବାରୁ  ସାଥୀଙ୍କର ସନ୍ଦେହ ହୋଇଥିଲା। ଏହାପରେ କବାଟ ଭାଙ୍ଗିବାରୁ ଫ୍ୟାନ୍ ରେ ଗାମୁଛା ଲଗାଇ ବଳରାମ ଝୁଲି ପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ତୁରନ୍ତ ନାଲକୋ ଥାନାରେ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ମୃତ ବଳରାମର ଶବ ଜବତ କରି ନାଲକୋ ଥାନାର କେଶ ନଂ ୮/୨୦୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ଲାଗି ପୋଲିସ ବଳରାମର ଶବକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛି। ତଦନ୍ତ ସରିଲା ପରେ ପ୍ରକୃତ ଆତ୍ମହତ୍ୟାର କାରଣ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି।  (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ନିଅାରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଅାଠମଲ୍ଲିକ ବିଧାୟକ ।

Image
ଅାଠମଲ୍ଲିକ(IYA NEWS:30/04/2020): ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଚନ୍ଦ୍ର ସାଏ ତାଙ୍କର ୫୬ତମ ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ବିଧାୟକ ଶ୍ରୀଯୁକ୍ତ ସାଏ ଘରେ ରହି ନିରାଡମ୍ବର ଭାବେ ଜନ୍ମଦିନ ପାଳନ କରିବା ସହ ଆଜି ମଧ୍ୟାହ୍ନରେ ଅାଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ରୋଗୀ ମାନଙ୍କୁ ଭେଟିଥିଲେ ।ବିଧାୟକଙ୍କ କହିବାନୁଯାଇ ରୋଗୀ ମାନଙ୍କୁ ଭେଟିବା ସହ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ କଥା ବୁଝିଥିଲେ । ତାହାସହ କରୋନାକୁ କିପରି ପ୍ରତିହତ କରିପାରିବା ସେଥିପ୍ରତି ମଧ୍ୟ ରୋଗୀ ମାନଙ୍କୁ ବୁଝାଇଥିଲେ । ସାମାଜିକ ଦୂରତା ରକ୍ଷା କରିବା,ମାସ୍କ ପରିଧାନ କରିବା ଓ ହାତକୁ ବାରମ୍ବାର ସାବୁନ କିମ୍ବା ସାନିଟାଇଜର ରେ ଭଲ ଭାବରେ ଧୋଇବ‍ା । ଅାମର ଏ ସତର୍କତା ଅାମକୁ କରୋନା ମହାମାରୀ କବଳରୁ ବଞ୍ଚାଇପାରିବ ବୋଲି କହିଥିଲେ ।ରୋଗୀ ମାନଙ୍କୁ ଭେଟିବାବେଳେ ବିଧାୟକଙ୍କ ଧର୍ମପତ୍ନୀ ଲୀନା ସାଏଙ୍କ ସହ ଅାଠମଲ୍ଲିକ ଉପଖଣ୍ଡ ଉପଜିଲ୍ଲ‍ାପାଳ ଡଃ ରଜନୀକାନ୍ତ ବିଶ୍ୱାଳ ଓ ଉପଖଣ୍ଡ ଚିକିତ୍ସାଳୟର ଚିକିତ୍ସାଧିକାରୀ ଉପସ୍ଥିତ ଥିଲେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS RE

କରୋନା ଲଢେଇ ପରିପ୍ରେକ୍ଷୀରେ ଅାଠମଲ୍ଲିକ ବିଧାୟକଙ୍କ ବାର୍ତ୍ତା ।

Image
ଅାଠମଲ୍ଲିକ(IYA NEWS:30/04/2020):  ଅାଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଇ ଓ ଭଉଣୀ ମାନେ କୋଭିଡ -୧୯ ର ମୁକାବିଲା ପାଇଁ ଅାପଣମାନଙ୍କ ସହଯୋଗ ଓ ସତର୍କତ‍ା ହିଁ ସଫଳତା ଅାଣିଦେଇଛି ବୋଲି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କହିଛନ୍ତି । ଏଥିସହ ବିଧାୟକ କହିଛନ୍ତିଯେ ଫଳସ୍ୱରୂପ ଅାମ ଅନୁଗୋଳ ଜିଲ୍ଲାରେ ଏଯାବତ କୌଣସି କରୋନ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇପାରିନାହାନ୍ତି ।ଏହା ଅତ୍ୟନ୍ତ ଖୁସିର କଥା । ତଥାପି ବିପଦ ଅାମ ଚାରିପଟେ ଛାଇପରି ଲାଗି ରହିଛି । ଏଣୁ ସାମାଜିକ ଦୂରତା ରକ୍ଷା କରିବା,ମାସ୍କ ପରିଧାନ କରିବା ଓ ହାତକୁ ବାରମ୍ବାର ସାବୁନ କିମ୍ବା ସାନିଟାଇଜର ରେ ଭଲ ଭାବରେ ଧୋଇବ‍ା । ଅାମର ଏ ସତର୍କତା ଅାମକୁ କରୋନା ମହାମାରୀ କବଳରୁ ବଞ୍ଚାଇପାରିବ ।ତାହାସହ ଜିଲ୍ଲାପ୍ରଶାସନ ପକ୍ଷରୁ ନିଅାଯାଇଥିବା ବିଭିନ୍ନ ପଦକ୍ଷେପ ଉଚିତ ମନେ କରି ମାନିବା ଓ ଅାବଶ୍ୟକ ସାମଗ୍ରୀ କିଣିବାକୁ ହେଉ କିମ୍ବା କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଥିଲେ ସଦସର୍ବଦା ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରନ୍ତୁ ।  ତେବେ ଅାସନ୍ତୁ ଅାମେ ସରକାରଙ୍କ ସମସ୍ତ ସତର୍କତା ଓ ନିୟମକୁ ମାନି ଚଳିବା। ଅାମର ଏ ସଂକଳ୍ପ ଦ୍ୱାରା କରୋନା ହାରିବ ଓ ଅାମେ ଜିତିବା । ନିଜ ଜୀବନ କୁ ବାଜି ଲଗାଇ କରୋନା କବଳରୁ ଅାମକୁ ସୁରକ୍ଷା ଦେଉଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ସମାଜସେବୀ, ସାମ୍ବାଦିକ, ପ୍ରଶାସନ ତଥା

କରୋନା ବେଳେ ବନ ବିଭାଗ ସାଜିଲା କାଠ ମାଫିଆ ।ବନକର୍ମଚାରୀଙ୍କ ବୟାନରେ ରହୁନି ତାଳମେଳ ।

Image
ଅନୁଗୋଳ(IYA NEWS:29:04/202020: କରୋନା ପାଇଁ ଜିଲ୍ଲାରେ ଲକଡାଉନ ପରିସ୍ଥିତିରେ ସାତକୋଶିଆ ବନଖଣ୍ଡରେ ଅବାଧ ଗଛ କଟାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଖୋଦ ବନ ବିଭାଗ ନିଜର ଏକ ବିଟ ହାଉସ ନିର୍ମାଣ ପାଇଁ ଶହ ଶହ ମୂଲ୍ୟବାନ ଗଛକୁ କାଟି ପକାଇଥିବା ଅଭିଯୋଗ ପରେ ବିବାଦ ଆରମ୍ଭ ହୋଇଛି । ସାତକୋଶିଆ ବନଖଣ୍ଡର ପମ୍ପାସର ବନାଞ୍ଚଳର ହିଞ୍ଜ‍ଡୋଲି ଠାରେ ଏକ ବିଟ ହାଉସ ନିର୍ମାଣ ଚାଲିଛି । ସରକାରୀ ଏଷ୍ଟିମେଣ୍ଟ ଅନୁଯାୟୀ ବିଭାଗୀୟ କର୍ମଚାରୀ ଏହି ଘର ନିର୍ମାଣ କରୁଥିଲେ ମଧ୍ୟ ସମସ୍ତ ଆବଶ୍ୟକ ଜିନିଷ ପତ୍ର ପାଇଁ ସରକାରୀ ମୁଲ୍ୟ ନିର୍ଦ୍ଧାରଣ କରାଯାଇଛି । କିନ୍ତୁ ଘରର ଛାତ ପଡିବା ପାଇଁ ଆବଶ୍ୟକ ସେଟରିଙ୍ଗ୍ ନିମନ୍ତେ ବିଭାଗୀୟ ଜଗୁଆଳି ମାନଙ୍କ ଦ୍ଵାରା ଶହ ଶହ ଶାଳ ଏବଂ ମୁଲ୍ୟବାନ ଗଛ କାଟି ଦିଆଯାଇଛି । ଏ ସମ୍ପର୍କରେ ବନ ବିଭାଗ କର୍ମଚାରୀ ମାନଙ୍କ ବୟାନ ପରିସ୍ଥିତିକୁ ଗୋଳମାଳିଆ କରିଦେଇଛି ।ପ୍ରଥମେ ଏହିସବୁ କାଠକୁ ଜବତ କାଠ କହିବା ପରେ ଧରା ପଡ଼ିଯିବା ଭୟରେ କଥା ବଦଳାଇ ଭୁଲ ବଶତଃ ବାଉଁଶ ବଦଳରେ ଜଗୁଆଳି ମାନେ କାଠ କାଟିଦେଇଥିବା କମୁରୀ ବନପାଳ ଙ୍କ ସଫେଇ ଦେଇଛନ୍ତି ।ଏପରି ବୟାନ ଦେବାର କିଛି ସମୟ ପରେ ଗଣ ମାଧ୍ୟମ ଆଗରେ ଜଙ୍ଗଲ ବିଭାଗ ନିଜ ଘର ପାଇଁ ଜଙ୍ଗଲରୁ କାଠ କାଟି କିଛି ଭୁଲ କରି ନଥିବା ଦେଇଥିବା ବୟାନବାଜୀ ଏବେ ଚର୍ଚ୍ଚାରେ ରହିଛି । ପ୍ରକାଶ ଥାଉକି ସାତକୋଶିଆ ଅଭୟାରଣ୍ୟରେ ଶୁଖିଲା ପତ୍ର ଟିଏ ମଧ୍ୟ ଛୁ

ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର

Image
ଅନୁଗୋଳ (IYA NEWS :  ୨୯/୦୪/୨୦୨୦): ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା ଓଭରବ୍ରିଜ ଠାରେ ଭାରସାମ୍ୟ ହରାଇ ଇଣ୍ଡେନ ଗ୍ୟାସ ଟ୍ୟାଙ୍କର (CG 04 MS 2663) ଓଲଟି ପଡିଛି। ସୂଚନା ମୁତାବକ ଟ୍ୟାଙ୍କର ଟି ରାୟପୁରରୁ ଗ୍ୟାସ ଅଲୋଡ଼ କରି ପାରାଦ୍ୱୀପ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଯାହା ଫଳରେ ଗାଡି ଚାଳକ ସାମାନ୍ୟ ଆହାତ ହୋଇଛନ୍ତି। ଓଲଟି ପଡିଥିବା ଟ୍ୟାଙ୍କର ରେ ଗ୍ୟାସ ନଥିବା ଟ୍ୟାଙ୍କର ଚାଳକ ମହେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ଅପରାହ୍ନ ୩ଘଟିକା ସମୟରେ ପ୍ରବଳ ବର୍ଷା ହେବା ସହ ପବନ ବୋହିଥିଲା, ଏହି ସମୟରେ ଟ୍ୟାଙ୍କରଟି ଦ୍ରୁତ ଗତିରେ ଆସୁଥିବା ବେଳେ ଅନ୍ୟ ଏକ ଗାଡି ସାଇଡ୍ ମାରିଥିଲା, ଫଳରେ ଭାରସାମ୍ୟ ହରାଇ ଏପରି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଓଲଟିବା ପରେ ଗ୍ୟାସ ଟ୍ୟାଙ୍କର ରୁ ତେଲ ନେଇ ଯାଇଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ରେ ବଅଁରପାଳ ପୋଲିସ ପହଁଚି ତଦନ୍ତ କରୁଛି। ଓଲଟି ପଡିଥିବା ଟ୍ୟାଙ୍କର ରେ ଗ୍ୟାସ ନଥିବା ଡ୍ରାଇଭର ମହେନ୍ଦ୍ର ସୂଚନା ଦେଇଛନ୍ତି। REPORT BY : SHASANKA SEKHAR SAMAL (IYA NEWS) IYA NEWS ( VISIT US :- www.iyanews.com ) ( LIKE US :- www.fb.com/iyanews - IYA News ) #ସାଧାରଣ_ଜନତାର_ସ୍ୱର

ପବିତ୍ର ବୈଶାଖ ଶୁକ୍ଳ ପଞ୍ଚମୀ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ।

Image
ଅନୁଗୋଳ(IYA NEWS:29/04/2020): ପୂଜ୍ଯ ପାଦ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମହାଭାଗଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ରାଜ୍ଯ ଆଦିତ୍ୟ ବାହିନୀ ମାଧ୍ୟମ ରେ ଅନୁଗୋଳ ଶାଖା ଓ ଡ୍ରିମ୍ ଫାଉଣ୍ଡେସନ ସହଯୋଗ ରେ ଖାଦ୍ୟ ସାମାଗ୍ରୀ ପ୍ରଦାନ କରାଯାଇଛି ।ମହାମାରୀ କରୋନା କାରଣ ରୁ ସାରା  ଦେଶରେ ଲକ୍ ଡାଉନ ହୋଇଥିବାରୁ ଏଭଳି ଦୁଃଖଦ ପରିସ୍ଥିତି ରେ ଗ୍ରାମାଞ୍ଚଳରେ  ଥିବା ମନ୍ଦିରର ପୂଜକ ଓ କର୍ମ କାଣ୍ଡ କରୁଥିବା ବ୍ରାହ୍ମଣ ମାନେ ବହୁତ୍ କଷ୍ଟ ରେ ଜୀବନ୍ ଯାପନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଓ ଓଡ଼ିଶା ରାଜ୍ଯ ସରକାର ବ୍ରାହ୍ମଣ ମାନଙ୍କୁ ସହଯୋଗ କରିବା ପାଇଁ ଆଦିତ୍ୟ ବାହିନୀ ର ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଶଙ୍କରାଚାର୍ଯ୍ୟ ଜୟନ୍ତୀ ଅବସରରେ  ପ୍ରେସ୍ ବାର୍ତ୍ତା ମାଧ୍ୟମରେ ନିବେଦନ କରିଅଛନ୍ତି । ଶଙ୍କରାଚାର୍ଯ୍ୟ ଜୟନ୍ତୀ ଅବସରରେ ଆଦିତ୍ୟ ବାହିନୀ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେମନ୍ତ କୁମାର ଦାଶଙ୍କ ନେତୃତ୍ୱ ରେ ଡ୍ରିମ୍ ଫାଉଣ୍ଡେସନ ଅନୁଗୋଳ ଓ ଆଦିତ୍ୟ ବାହିନୀ ଅନୁଗୋଳ ଶାଖା ସହାୟତା ରେ ସାଧୁ, ସନ୍ଥ, ମନ୍ଦିର ପୂଜକ, କର୍ମ କାଣ୍ଡ ବ୍ରାହ୍ମଣ ମାନଙ୍କୁ ଖାଦ୍ୟ ସାମଗ୍ରୀ ପହଞ୍ଚିବା ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ପଣ୍ଡିତ ରୋହିତ ଦାଶ, ମାତୃ ପ୍ରସାଦ ମିଶ୍ର, ଆଦିତ୍ୟ ବାହିନୀ ରାଜ୍ଯ ସହ ସମ୍ପାଦକ ପ୍ରତାପ ଭାରତୀ ଙ୍କ ସହିତ ଅନୁଗୋଳ ଜିଲ୍ଲା ଆଦିତ୍ୟ ବାହିନୀର  ବିଜୟ କୁମାର ତ୍ରିପାଠୀ, ବା

ନାଲକୋ ଥାନାଧିକାରିଣୀଙ୍କୁ କରୋନା ଯୁଦ୍ଧର ଯୋଦ୍ଧା ରୂପେ ସମ୍ମାନୀତ କଲେ ସ୍ବେଚ୍ଛାସେବୀ ।

Image
ଅନୁଗୋଳ ( IYA NEWS, ୨୮.୦୪.୨୦୨୦ ) : -  ନାଲକୋ କର୍ମଚାରୀ ବହୁ ମୁଖି ସମବାୟ ସମିତିର ସଭାପତି ତଥା ନାଲକୋ କର୍ମଚାରୀ ମୁନା ସାମଲଙ୍କ ତତ୍ୱବାଧାନରେ ଗିରାଙ୍ଗ ଅଞ୍ଚଳରୁ ସ୍ୱେଚ୍ଛାସେବୀ, ସମାଜ ସେବୀ ଆଜି ସନ୍ଧ୍ୟାରେ ନାଲକୋ ଥାନା ପରିସରରେ ଥାନାଧିକାରୀ ସରୋଜିନୀ ସାମାଡ଼ଙ୍କୁ କରୋନା ଯୁଦ୍ଧର ମୁଖ୍ୟ ଯୋଦ୍ଧା ଭାବେ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ ନିର୍ବାହ କରୁଥିବା ନେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ଶିକ୍ଷୟତ୍ରୀ ସସ୍ମିତା ରାୟ ଦୀପ ଓ ଅକ୍ଷତ ସହ ବନ୍ଦାପନା କରିଥିଲେ । ମୁନା ସାମଲ ଉତ୍ତରୀୟ ଦେଇ ଥାନା ଅଧିକାରିଣୀଙ୍କୁ ସମ୍ମାନୀତ କରିଥିଲେ । ଏହି ଅବସରରେ ଥାନାର ଏଏସଆଇ ତଥା କରୋନା ଯୁଦ୍ଧା ବ୍ରହ୍ମାନନ୍ଦ ସାହୁ, ପୁଷ୍ପା ଶୁଣ୍ଢି, ଏଏସଆଇ ଜଗନ୍ନାଥ ପଟ୍ଟନାୟକ, କର୍ମଚାରୀ ମଦନ ପ୍ରଧାନ, ମମତା ନାଏକ, ଟୁନା ପ୍ରଧାନ ଆଦି ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ବେଚ୍ଛାସେବୀ ଦୁଃଖବନ୍ଧୁ ଗଡ଼ନାୟକ,   ଦୁଃଶାସନ ସାମଲ, ନାଲକୋ କର୍ମଚାରୀ ପ୍ରକାଶ ବେହେରା, ଶିବରାମ ସେଠୀ, ଗୋପାଳ ମଲ୍ଲିକ ,  ପାର୍ଥ ମିଶ୍ର, ଦୟାନିଧି ସାମଲ, ହାଡ଼ିବନ୍ଧୁ ସାମଲ, ପ୍ରଭାସ ସାମଲ ଙ୍କ ମିଳିତ ଉଦ୍ୟମରେ କରୋନା ସଂକ୍ରମଣକୁ କଡା ମୁକାବିଲା କରୁଥିବା କ୍ଷେତ୍ରରେ  କରୋନା ଯୁଦ୍ଧାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି । Report By : - Nipu Bhutia, IYA NEWS IYA NEWS ( Visi

ଅନ୍ତୁଳିଅା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ମାସ୍କ ବଣ୍ଟନ ।

Image
ଅନୁଗୋଳ(IYA NEWS:28/04/2020): କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବାରେ ଅନୁଗୋଳ ଜିଲ୍ଲା ଅନ୍ତୁଳିଅା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସଂସ୍କାର ଗୃହ ଠାରେ ମାସ୍କ ବଣ୍ଟନ କରାଯାଇଛି । ମାସ୍କ ବଣ୍ଟନ ସହ ସାମାଜିକ ଦୂରତା ସଦସର୍ବଦା ରକ୍ଷା କରିବାକୁ ଅବିଭାବକମାନଙ୍କୁ କୁହାଯାଇଥିଲା । ଏହି ବଣ୍ଟନ ବେଳେ ବିଦ୍ୟାମନ୍ଦିର ସଂପାଦକ ରାଜେନ୍ଦ୍ର ପ୍ରଧାନଙ୍କ ସହ ପ୍ରଧାନ ଅଚାର୍ଯ୍ୟା,ଗୁରୁଜୀ ଓ ଗୁରୁମା ଉପସ୍ଥିତ ଥିଲେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ଲକ୍‌ଡାଉନ୍‌ରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଚାଲିଛି ବେଧଡ଼କ ଚୋରା ମଦ କାରବାର

Image
ଆଠମଲ୍ଲିକ(IYA NEWS:28/04/2020): ଲକ୍‌ଡାଉନ୍‌ରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଚାଲିଛି ବେଧଡ଼କ ଚୋରା ମଦ କାରବାର।  କରୋନା ଭଳି ଅଭାବନୀୟ ପରିସ୍ଥିତିରେ ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଏପ​‌ଟେ ନିଶାଖୋର ଲୋକଙ୍କୁ ମଦ କିମିଆ କରିଛି। ପୁଣି ଏକ ତାଜା ଚିତ୍ର ସାମ୍ନାକୁ ଆସିଛି ଆଠମଲ୍ଲିକ ଏବଂ ବଇଣ୍ଡା ଅଞ୍ଚଳରେ ଚୋରା ମଦକାରବାର କରି ୪ ଗିରଫ ହୋଇଛନ୍ତି। ଆଠମଲ୍ଳିକ ଅବକାରୀ ବିଭାଗ ଚଢ଼ାଉ କରି ସେମାନଙ୍କଠାରୁ ୪୦ ଲିଟର ମଦ ଜବତ କରିଛି। ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦ ସତ୍ତ୍ବେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମଦ କାରବାର ଚାଲିଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ନିରାଡମ୍ବର ଭାବେ ମଧୁ ବାବୁ ଜୟନ୍ତୀ ପାଳିତ ।

Image
ଅନୁଗୋଳ(IYA NEWS:28/04/2020): ଅନୁଗୋଳ ଜିଲ୍ଲା ଅନ୍ତୁଳିଅା ଗ୍ରା.ପ ଅନ୍ତର୍ଗତ ଦଣ୍ଡସିଂହା ଠାରେ ମଧୁବାବୁ ଜୟନ୍ତୀ ସାମାଜିକ ଦୂରତା ରକ୍ଷା କରି ଯୁବ ଅାଇନଜିବୀ ପ୍ରଦୀପ୍ତ କୁମାର ସାହୁ ଓ ଡାଇନାମିକ କ୍ଲବ ସଦସ୍ୟ ମିଶି ନିରାଡମ୍ବର ସହକାରେ ପାଳନ କରିଛନ୍ତି ।ମଧୁବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ଟାଇଁସି ସ୍ଥିତି ସହୀଦ ଶୁସାନ୍ତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।ଅାଜିର ଏହି କାର୍ଯ୍ୟକ୍ରମରେ ଅନ୍ତୁଳିଅା ସମୟ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ ଓ ପ୍ରମେୟ ପ୍ରତିନିଧି ସୌରଚନ୍ଦ୍ର ସାହୁ ଉପସ୍ଥିତ ଥିଲେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ଜିଲ୍ଲା ବାହାରୁ ଆସି ସଙ୍ଗରୋଧ ଶେଷ କରିଥୁବା ୧୭୯ ଜଣଙ୍କର ଘର ବାହୁଡ଼ା ,ଜିଲ୍ଲା କାର୍ଯ୍ୟାଳୟରୁ ବାହାରିଲା ୫ଟି ବସ ।

Image
ଅନୁଗୋଳ(IYA NEWS:28/04/2020): କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୨ ତାରିଖ ରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଦ୍ବାରା ଲକଡାଉନ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଦେଶ ବ୍ୟାପି ତାଲା ବନ୍ଦ ଘୋଷଣା କରାଯାଇଥିଲା ଯାହାକି ୨ଟି ପର୍ଯ୍ୟାୟରେ ମେ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି । ଏହି ସମୟ ମଧ୍ୟରେ କଟକଣାକୁ ନମାନି ଅନ୍ୟ ଜିଲ୍ଲା ଯଥା- ସୁନ୍ଦରଗଡ, ଦେବଗଡ,କେଉଁଝର ଓ କଳାହାଣ୍ଡି ପ୍ରଭୃତି ଜିଲ୍ଲାରୁ ୧୭୯ ଜଣ ବିଭିନ୍ନ କାର୍ଯ୍ୟରେ ଆସି ପର୍ଯ୍ୟାୟକ୍ରମେ ସଙ୍ଗରୋଧରେ ରହିଥିଲେ । ପଞ୍ଚାୟତ ଗୁଡିକରେ ସଙ୍ଗରୋଧରେ ଥିବା ବ୍ୟକ୍ତିମାନଙ୍କୁ ଖାଦ୍ୟପେୟ ଯୋଗାଇ ଦେବା ସହ ଶୌଚାଳୟ,ବିଦ୍ୟୁତ୍ ସେବା ଓ ଚିକିତ୍ସା ସେବା ମାଗଣାରେ ଯୋଗାଇ ଦିଆଯାଉଥିଲା।ସଙ୍ଗରୋଧରେ ଯେଉଁମାନେ ୧୪ ଦିନ ସଫଳତାର ସହିତ ଶେଷକରିଛନ୍ତି ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ବସ୍ ଯୋଗେ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଉଛି । ସୁନ୍ଦରଗଡ ପାଇଁ ୨ଟି ବସ ପାଲଲହଡା,ବଅଁରପାଳ ଓ କଣିହାଁ ବ୍ଲକ୍‌ରେ ସଂଗରୋଧ ଶେଷ କରିବା ୬୯ ଜଣ, ଦେବଗଡ ପାଇଁ ୨ଟି ବସରେ ପାଳଲହଡା,ବଅଁରପାଳ ଓ କଣିହାଁ ବ୍ଲକର ୬୮ ଜଣ ଓ କେଉଁଝର ପାଇଁ ଗୋଟିଏ ବସରେ ବଅଁରପାଳ,ପାଲଲହଡା ଓ କିଶୋରନଗରର ୪୨ ଜଣକୁ ସେମାନଙ୍କ ନ

ଲକ ଡାଉନ ପରେ କାଳ ସାଜିଲା କାଳବୈଶାଖୀ ! ଉଜୁଡ଼ା ଫସଲ ଦେଖି ଚିନ୍ତାରେ ଚାଷୀକୁଳ ।

Image
ଅନୁଗୋଳ (IYA NEWS :୨୭/୦୪/୨୦୨୦) ଅନୁଗୋଳ ବ୍ଲକ ବନ୍ତଳା ଅଞ୍ଚଳ ଏକ କୃଷି ବହୁଳ ଅଞ୍ଚଳ ଭାବରେ ପରିଚିତ। ଏଠିକାର ଚାଷୀମାନେ  ପନିପରିବା, କଦଳୀ ,ଆଖୁ, ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ଚଳିତ ବର୍ଷ ଚାଷୀ ମାନଙ୍କ ଦୁଃଖ କହିଲେ ନ ସରେ। ଚଳିତ ବର୍ଷ କରୋନା ପାଇଁ ବାହାର ଜିଲ୍ଲା କିମ୍ବା ବଜାରକୁ ଫସଲ ବିକ୍ରି କରିବା ପାଇଁ ଯାଇପାରିଲେ ନାହିଁ। ଫଳରେ ପରିବା ଚାଷୀ ଦର ଅଦର ଭାବରେ ପରିବା ବିକ୍ରି କରି ଅନେକ କ୍ଷତି ମଧ୍ୟ ସହିଲେ। କିଏ ବ୍ୟାଙ୍କ ରୁ ଋଣ ଆଣି ଚାଷ କରୁ ଥିବା ବେଳେ କିଛି ଲୋକ ଗ୍ରାମରେ ଗଢ଼ା ଯାଇଥିବା ବିଭିନ୍ନ ସଂଘରୁ ସୁଧକୁ ଟଙ୍କା ଆଣି ଚାଷ କରିଥିଲେ କିନ୍ତୁ କାଳ ବୈଶାଖୀ ର କରାଳ ଆଗରେ ମୁଣ୍ଡ ପୋତି ଠିଆ ହୋଇପାରିଲା ନାହିଁ ଚାଷୀ। ଲଗାଣ ବର୍ଷା ସାଙ୍ଗକୁ ପବନ ହେବାରୁ ବାରଗୌଣିଆ ଗ୍ରାମ ପଞ୍ଚାୟତ ର ବଡହିଂସର ଗ୍ରାମର ମହର୍ଗା ମୁଦୁଲିଙ୍କ ୧୫ଗୁଣ୍ଠ ଆଖୁ, ୧୨ଗୁଣ୍ଠ କଦଳୀ, ସୁଧୀର ସାହୁଙ୍କ ୨୦ଗୁଣ୍ଠ ଆଖୁ, ୧ଏକର କଦଳୀ ବଗିଚା, ବିଶ୍ୱନାଥ ମୁଦୁଲି ଙ୍କ ୧୦ଗୁଣ୍ଠ ଆଖୁ, ୯ଗୁଣ୍ଠ କଦଳୀ ବଗିଚା ଓ ନରେଶ ବେହେରାଙ୍କ ୩୦ଗୁଣ୍ଠ କଦଳୀ ଗଛ ଭାଙ୍ଗି ସୋଇ ପଡିଛି। ତେବେ ସରକାର କରୋନା ମୁକାବିଲା ପାଇଁ ଅନେକ ଯୋଜନା କରୁଥିବା ବେଳେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ଯଦି କୌଣସି ସରକାରୀ ସାହାଯ୍ୟ କରନ୍ତେ ତେବେ ଚାଷୀ ମାନଙ୍କ ଦୁଃଖ କିଛି ମାତ୍ରାରେ ଦୂର ହୁଅନ୍ତା ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।

ନବଦମ୍ପତି ପିଏମ୍‌ ଓ ସିଏମ୍‌ ପାଣ୍ଠିକୁ ଦାନ

Image
ଅନୁଗୋଳ ( IYA NEWS, ୨୭.୦୪.୨୦୨୦ ) : - ନା ବାଜା ବାଜଣା, ନା ବାଣ କି ବରଯାତ୍ରୀ । ବନ୍ଧୁ ବାନ୍ଧବଙ୍କ କୋଳାହଳ ବି ନଥିଲା । ମାତ୍ର ୮/୧୦ ଜଣ ଲୋକଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି । କରୋନା କଟକଣା ଯୋଗୁଁ ନିରାଡ଼ମ୍ବରେ ହୋଇଛି ବାହାଘର । ବରକନ୍ୟା ମୁହଁରେ ମାସ୍କ ପିନ୍ଧି ବିବାହ ରିତିନିତି ଅନୁଯାୟୀ କରିଛନ୍ତି । ପ୍ରପ୍ତ ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ ନତଡା ଗାଁର ପାଣ୍ଡବ ବେହେରାଙ୍କ ପୁଅ ପ୍ରବେଶ ବେହେରାଙ୍କ ସହ ବଅଁରପାଳ ବ୍ଲକ ତଳମୂଳ ଗାଁର ବାଉରୀ ମୁଦୁଲିଙ୍କ ଝିଅ ସୋନାଲି ମୁଦୁଲିଙ୍କ ସହିତ ଆଜି ହାତ ଗଣ୍ଠି ପଡ଼ିଛି । ଏପ୍ରିଲ ୧୫ରେ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଯୋଗୁଁ ଚିନ୍ତାରେ ପଡ଼ିଯାଇଥିଲେ ଉଭୟ ପରିବାର । ଆଗକୁ ଭଲ ସମୟ ନଥିବାରୁ ଶେଷରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ଉଭୟ ପରିବାର ହୋଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଆଜି ବର-କନ୍ୟା ଉଭୟ ପରିବାର ସଦସ୍ୟ, ବ୍ରାହ୍ମଣ ଓ ବାରିକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି । ନବଦମ୍ପତି ଉଭୟରେ  ପ୍ରଧାନମନ୍ତ୍ରୀ    ଓ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧୦ ହଜାର ଟଙ୍କା କରୋନା ମହାମାରୀ ସହାୟତା ପାଇଁ ଅର୍ଥରାଶି ଦାନ କରିଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାର

ଅନୁଗୋଳ ଜିଲ୍ଲାରେ ସପ୍ତାହର ସବୁଦିନେ ଏବେ ଖୋଲିବ ଏହି ସବୁ ଦୋକାନ ।

Image
ଅନୁଗୋଳ(IYA NEWS:27/04/2020) ସମ୍ପ୍ରତି କରୋନା ଭୂତାଣୁ (COVID-19) ଭଳି ମହାମାରୀର ବ୍ୟାପିବାକୁ ପ୍ରତିହତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ଫଳପ୍ରଦ ପଦକ୍ଷେପ ନିଆଯାଇଅଛି । ଲୋକ ମାନଙ୍କର ଆବଶ୍ୟକତା ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କେତେଗୁଡ଼ିଏ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଉପରେ ଲାଗିଥିବା କଟକଣାକୁ କୋହଳ କରିଛନ୍ତି । ପ୍ରକାଶ ଥାଉକି, ଚଳିତ ମାସ ୨୧ ଲ ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଯଥା ବହି ଦୋକାନ, ହାର୍ଡ଼ଓୟାର ଓ ସାନିଟାରୀ ଦୋକାନ ଓ ଇଲେକ୍ଟ୍ରିକାଲ୍ସ ଦୋକାନ (ଲାଇଟ, ଫ୍ୟାନ୍ ଓ ବିଦ୍ୟୁତ ଉପକରଣ) ସପ୍ତାହରେ ଦୁଇ ଦିନ ଲେଖାଁଏ ଖୋଲା ରହୁଥିଲା । ଆଜିର ପରିବର୍ତ୍ତିତ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଉପରୋକ୍ତ ଦୋକାନ ଗୁଡିକ ସପ୍ତାହର ସବୁଦିନେ ଖୋଲିବ। ଏହା ଛଡ଼ା ମ୍ୟୁନିସିପାଲିଟି ଅଞ୍ଚଳ ବହାରେଥିବା ସମସ୍ତ ଦୋକାନ ଖୋଲା ରହିବା ନେଇ ଏକ ପ୍ରେସ୍ ବିଜ୍ଞପ୍ତି ଚଳିତ ମାସ ୨୫ ତାରିଖରେ ଜାରି କରାଯାଇଥିଲା । ସେଥି ମଧ୍ୟରୁ ମଲ୍, ଚା, କଫି ଦୋକାନ, ବିଉଟି ପାର୍ଲର, ସେଲୁନ୍, ଜିମ୍, ଫାଷ୍ଟ ଫୁଡ୍, ପାନ ଓ ଗୁଟଖା ଏବଂ ଅନ୍ୟ ଖାଦ୍ୟ ଦୋକାନ ଯେଉଁଠି ଛାପ ପଡ଼ିବାର ସମ୍ଭାବନା ରହିଛି ସେଗୁଡ଼ିକ ଖୋଲାଯିବ ନାହିଁ । ଖୋଲାଯିବା ପାଇଁ ଅନୁମତି ପ୍ରାପ୍ତ ସବୁ ଦୋକାନ 50

ସଟସର୍କିଟ୍ ରେ ଜଳିଗଲା ୪ ବଖରା ଚାଳଛପର ଘର ।

Image
ଅାଠମଲ୍ଲିକ(IYA NEWS:27/04/2020): ସଟ ସର୍କିଟ କାରଣରୁ ଜଳିଗଲା ୪ ବଖରା ଚାଳଛପର ଘର ।ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ନାକଚି ଗ୍ରାମପଞ୍ଚାୟତ ଅନ୍ତର୍ଗତ କଣ୍ଢାଳ ଗ୍ରାମର ଶରତ ଦେହୁରୀଙ୍କ ଆଜି ଅପରାହ୍ନରେ ୪ ବଖରା ଚାଳ ଛପର ଘର ଜଳି ପୋଡି ପାଉଁଶ ହୋଇଯାଇଛି । ବାମୁର ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ଗ୍ରାମବାସୀଙ୍କ ସହଯୋଗରେ ନିଅାଁକୁ ଅାୟତ୍ତ କରାଯାଇଥିବା ସୂଚନା ମିଳିଛି । ଶରତ ଦେହୁରୀଙ୍କ ବସବାସ ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

#ଜୀବନକୁ_ବାଜିରେ_ଲଗାଇ_ଜଳୁଥିବା_ନିଆଁକୁ_ସାହସର_ସହ_ଲିଭାଇଲେ_କନେଷ୍ଟବଳ_ସନ୍ତୋଷ_କୁମାର_ବେହେରା

Image
ଅନୁଗୋଳ (IYA NEWS : ୨୭/୦୪/୨୦୨୦) ବଅଁରପାଳ ଥାନା ମହୀଧରପୁର ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ସନ୍ତୋଷ ବେହେରା ଏକ ବଡ ବିପଦ ଟାଳିବାକୁ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ। ଡ୍ୟୁଟି ସାରି ଫାଣ୍ଡିକୁ ଫେରିବା ବେଳେ ଜଳୁଥିବା ଚାଳ ଉପରେ ଚଢି ଯାଇ ନିଆଁ ଲିଭାଇଥିଲେ l ସୂଚନା ମୁତାବକ ମହୀଧରପୁର ଗାଁର କହ୍ନେଇ ବେହେରାଙ୍କ ନଡ଼ା ଛପର ଘର ପ୍ରାୟ ଗତକାଲି ଦିନ ୧୦ଟା ବେଳେ ପୋଡି ଯାଇଥିଲା l ଘରେ ରୋଷେଇ କରିବା ସମୟରେ ଗ୍ଯାସ ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିଲା l ତାଙ୍କ ଘର ମହୀଧରପୁର ଫାଣ୍ଡିଠାରୁ ଅଳ୍ପ ଦୂରରେ l ଫାଣ୍ଡି କନେଷ୍ଟବଳ ସନ୍ତୋଷ କୁମାର ବେହେରାଙ୍କର ଗତ କାଲି ରାତିରୁ ଦିନ ୧୦ଟା ପର୍ଯ୍ୟନ୍ତ ଡ୍ୟୁଟି ଥିଲା, ଡ୍ୟୁଟି ସାରି ସେ ଫାଣ୍ଡି କୁ ଫେରୁଥିଲେ l  ଗାଁରେ ନିଆଁ ଲାଗିଥିବା କଥା ଶୁଣି କୌଣସି କଥା ଚିନ୍ତା ନକରି ସେ ଜଳୁଥିବା ଚାଳ ଉପରକୁ ଚଢି ଯାଇ ନଡ଼ା ଟାଣି ପକାଇବା ସହିତ ପାଣି ମାରି ନିଆଁ ଲିଭାଇଥିଲେ l ନିଆଁ ଲାଗିବା ପରେ ସ୍ଥାନୀୟ ଲୋକ ବହୁଥର ଦମକଳ କେନ୍ଦ୍ର କୁ ଫୋନ୍ କରିଥିଲେ କିନ୍ତୁ ଯୋଗା ଯୋଗ ହୋଇ ନପାରିବାରୁ ଦମକଳ ଆସି ନଥିଲା l ସନ୍ତୋଷ ତୁରନ୍ତ ନିଆଁ ଲିଭାଇ ନଥିଲେ ଗ୍ଯାସ ସିଲିଣ୍ଡର ଫାଟି ଉଭାବହ ଅଗ୍ନିକାଣ୍ଡ ଘଟିଥାନ୍ତା ବୋଲି ସୂଚନା ମିଳିଛି l ତାଙ୍କର ଏହି ନିସ୍ୱାର୍ଥପର ସହାୟତା ପାଇଁ ଆଞ୍ଚଳବାସୀ ସନ୍ତୋଷଙ୍କୁ ପ୍ରସଂଶା କରିଥିଲେ l ଅଗ୍ନିକାଣ୍ଡ ଯୋଗୁଁ କହ୍ନେଇଙ୍କର ଘରେ ଥି

ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଯୁବ ସମାଜସେବୀ ମହିମା ଜେନା

Image
ଅନୁଗୋଳ ( IYA NEWS : ୨୭/୦୪/୨୦୨୦) ୨୪ ବର୍ଷ ବୟସରେ ପାଦ ଥାପିଛନ୍ତି ଯୁବ ସମାଜସେବୀ ମହିମା ଜେନା। କୁଲାଡ଼ ଗ୍ରାମର ବରିଷ୍ଠ ସମାଜସେବୀ ବିପ୍ଳବ ଜେନାଙ୍କ ସୁପୁତ୍ର ହେଉଛନ୍ତି ମହିମା। ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ମହିମା। ଅନୁଗୋଳ ଜିଲ୍ଲା ସୁସୁଡା ଗ୍ରାମ ପଞ୍ଚାୟତ ଗୋପୀନାଥପୁର ନିକଟରେ ଏକାଧିକ ଅନ୍ଧ ବ୍ୟକ୍ତିଙ୍କ ପାଇଁ ଏକ ଟ୍ରଷ୍ଟ " କେଦାର ଗୌରୀ ଭୋକେଶନାଲ ଟ୍ରେନିଂ ସେଣ୍ଟର" ତଥା ଦୃଷ୍ଟିହୀନ ଆଶ୍ରମ ଫାଉଣ୍ଡର ପ୍ରଶାନ୍ତ ବେହେରାଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଅଛି । ସଭାପତି ଅରୁଣ ରାଉତ ଏବଂ ସମ୍ପାଦକ ରାନୁ ପ୍ରିୟା ନାୟକଙ୍କ ସୁପ୍ରଚେଷ୍ଟାରେ ଟ୍ରଷ୍ଟ ଗଠନ କରାଯାଇଅଛି। ଉକ୍ତ ଆଶ୍ରମ ପ୍ରତି କୌଣସି ସରକାରୀ ସହାୟତା କିମ୍ବା କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ଏହି ଆଶ୍ରମରେ ମହିମା ଜେନା ପହଁଞ୍ଚି ନିଜ ଜନ୍ମ ଦିବସରେ ଚୂଡ଼ା, ଚିନି, ବିସ୍କୁଟ, କଦଳୀ ଓ ସାବୁନ ପ୍ରଦାନ କରିଛନ୍ତି। କିଛି କିଛି ସ୍ଥାନରେ ଭଜନ ପରିବେଷଣ କରି ତଥା ଭିକ୍ଷା ବୃତ୍ତି କରି ଚଳି ଯାଉଥିଲେ ଦୃଷ୍ଟିହୀନ ବ୍ୟକ୍ତି ବିଶେଷଗଣ। କିନ୍ତୁ ଏହି ଲକ ଡାଉନ ଚାଲିଥିବାରୁ ବାହାରକୁ ଯାଇପାରୁନାହାଁନ୍ତି। ଅବ୍ୟବସ୍ଥା ମଧ୍ୟରେ ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି ଗରିବ ଅସହାୟ ଦୃଷ୍ଟିହୀନ ବ୍ୟକ୍ତିମାନେ। ସେମାନଙ୍କ ଗହଣରେ ନିଜ ଜନ୍ମ ଦିନକୁ ନିଆରା ଭାବରେ ପାଳନ କରିଛନ୍ତି ଯୁବ ସମାଜସେବୀ। ଆଗାମୀ ଦିନରେ

କରୋନା ମୁକାବିଲା ପାଇଁ ଅାଠମଲ୍ଲିକ ବିଧାୟକଙ୍କ ଜରିଅାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ।

Image
ଅାଠମଲ୍ଲିକ(IYA NEWS:27/04/2020): ପୃଥିବୀରେ  ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ପାଇଁ ଦେଶ ଓ ରାଜ୍ୟ ରେ ଦ୍ବିତୀୟ ଲକ୍‌ଡାଉନ ଘୋଷଣା ପରେ ଅନୁଗୋଳ ଜିଲ୍ଲାରେ ଗ୍ରୀନ ସଂକେତ ଥିବା ବେଳେ କଟକଣା ପ୍ରାୟତଃ ଉଲ୍ଲଂଘନ ହେଉଥିବା ବେଳେ ଗାଁ ଗୁଡ଼ିକରେ କିନ୍ତୁ ସଚେତନତା ସୃଷ୍ଟି କରାଯାଉଛି । ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅନ୍ତର୍ଗତ ଅଖରକଟା ଗ୍ରାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ  କରୋନା ମହାମାରୀ ପାଇଁ ନିଜ ଗାଁର ପ୍ରତ୍ୟେକ ପରିବାର ଠାରୁ ପରିବାର ସକ୍ଷମ ଅନୁସାରେ କିଛି ଅର୍ଥ ରାଶି ଅାଦାୟ କରାଯାଇଛି ।  ମୁଖ୍ୟମନ୍ତ୍ରୀ ପାଣ୍ଠି କୁ  ଅନୁଷ୍ଠାନର ସଦସ୍ୟ ମାନେ ଅାଜି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ୫ହଜାର ୫ଶହ ୫୫ ଟଙ୍କା ପ୍ରଦାନ କରିଛନ୍ତି । ଅଖରକଟା ଗ୍ରାମବାସୀ ସହୃଦୟରେ ସହଯୋଗ ର ହାତ ବଢାଇଥିବା ରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ସପ୍ତାହିକ ହାଟରେ ମା ମାଉଳୀ ଯୁବକ ସଂଘ ପକ୍ଷରୁ ମାସ୍କ ବଣ୍ଟନ

Image
ଅାଠମଲ୍ଲିକ(IYA NEWS:26/04/2020): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ର ବେଲାଦୁଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମା ମାଉଳୀ ଯୁବକ ସଂଘ ପକ୍ଷରୁ ଗାଁ ର ସାପ୍ତାହିକ ରବିବାର ହାଟରେ  ମାସ୍କ ବଣ୍ଟନ  କରାଯାଇଛି । ହାଟ କୁ ଆସୁଥିବା ସମସ୍ତ ଚାଷୀ ଙ୍କୁ ମାସ୍କ ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଗାଁ ରେ ପୋଲିସ ଅଧିକାରୀ,ସାମ୍ବାଦିକ ଆଦି ଅନେକ ଙ୍କୁ ଦିଆଯାଇଛି ।  ତା ସହିତ ସାମାଜିକ ଦୂରତା ବ୍ୟବଧାନ ବଜାୟ ରଖିବା , ସାବୁନ ରେ ହାତ ଧୋଇବା ପାଇଁ ସମସ୍ତଙ୍କୁ କହିଥିଲେ ।  ନେହେରୁ ଯୁବ କେନ୍ଦ୍ର ର ଜାତୀୟ ଯୁବ ସ୍ବେଛାସେବୀ ତଥା ଅନୁଷ୍ଠାନ ର ଉପଦେଷ୍ଟା ପ୍ରତାପ ମେହେର ଏହା ନିଜେ ସିଲେଇ କରି ବାଣ୍ଟୁଛନ୍ତି । ଏହି କାର୍ଯ୍ୟକ୍ରମ ରେ ସଭାପତି ସୁନୀଲ ମେହେର , ଦୁଃଖିଶ୍ୟାମ ମେହେର , ଈଶ୍ୱର ମେହେର , ରାଜୀବ ମେହର , ଅକ୍ରୁର , ବିରେନ୍ଦ୍ର ମେହେର , ଧର୍ମୁଧର ମେହେର , ପ୍ରଦୀପ ମେହେର , ପ୍ରଫୁଲ୍ଲ ମେହେର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.w

ନିଆରା ମଣିଷ ବିଜୟ, ପଶୁ ପକ୍ଷୀ ପ୍ରେମୀ ଙ୍କ ନିଆରା ପ୍ରୟାସ

Image
ଅନୁଗୋଳ,ବନ୍ତଳା- IYA NEWS (୨୬/୦୪/୨୦୨୦) ଆଜିର ଆଧୁନିକ ଦିନରେ ପଶୁ, ପକ୍ଷୀ ପ୍ରେମୀ ଦେଖିବା ଖୁବ ନିଆରା। ଦିନକୁ ଦିନ କଳ କାରଖାନା ପ୍ରତିଷ୍ଠା ଓ ବାୟୁ ପ୍ରଦୂଷଣ ବଢିବା ଫଳରେ ଆଉ ଗାଁ ଗଣ୍ଡାରେ ଶୁଭୁ ନାହିଁ କିଚିରି ମିଚିରି ଶବ୍ଦ, ଦେଖିବାକୁ ମିଳୁନାହିଁ ଘର ଚଟି ,ବlୟl ଚଢେଇ ର ବସା। ସୂଚନାଯୋଗ୍ୟ ଅନୁଗୁଳ ଜିଲ୍ଲା ହମlବିରା ଗାଁର ବିଜୟ କୁମାର ଦାସ ନିଜ ଘରେ ତିଆରି କରିଛନ୍ତି ଏକ ଛୋଟ ଚିଡିଆଖାନା ସଦୃଶ। ପେସାରେ ସେ ଜଣେ ଟ୍ୟାକ୍ସି ଡ୍ରାଇଭର। ନିଶା କିନ୍ତୁ ପଶୁ ପକ୍ଷୀ ମାନଙ୍କର ଯତ୍ନ ନେବା। ସେ ଗାଡି ନେଇ ବିଭିନ୍ନ ସ୍ଥାନକୁ ଭଡାରେ ଯାଆନ୍ତି । ଯେଉଁଠି ଯେଉଁ ପକ୍ଷୀ ଦେଖନ୍ତି କିଣି ଆଣି ରଖନ୍ତି ନିଜେ ଗଢିଥିବା ଚିଡ଼ିଆଖାନାରେ। ଦୀର୍ଘ ୭ବର୍ଷ ହେବ ପ୍ରଥମେ ଗୋଟିଏ ଠେକୁଆ ଆଣି ରଖିଥିଲେ ତା ପରେ ମନରେ ଆସିଥିଲା ଅନ୍ୟ କିଛି ପକ୍ଷୀ ଆଣିବାକୁ। ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ରୁ କକଟେଲ, ଜେବ୍ରାଫିନ, ଧଳା ମୂଷା, ଗିନି ପିଗ , ରାବିଟ, ବଦ୍ରୀ,ପ୍ରେମ ପକ୍ଷୀ, ସାତ ପ୍ରକାର ମାଛ ଏବଂ ଦୁଇଟି କୁକୁର ଟମି ଓ ସନୀ।ସନୀ ଏବେ ୭ଟି ଛୁଆର ମାଆ । ଦେଶୀ ବିଦେଶୀ ପକ୍ଷୀଙ୍କ ମଧ୍ୟରେ ନିଜର ବଳକା ସମୟ ଅତିବାହିତ କରନ୍ତି। ପକ୍ଷୀ ମାନେ ମଧ୍ୟ ବୁଝୁଛନ୍ତି ବିଜୟଙ୍କରମନର କଥା କିଚିରି ମିଚିରି ଶବ୍ଦରେ ଦିଅନ୍ତି ଉତ୍ତର। ଗାଡି ଧରି ଯେତେବେଳେ ବାହାରି ଳ୍ପଯାଆନ୍ତି ସେତେବେଳେ ନିଜର ଧର୍ମ ପତ୍ନୀ ଲକ୍ଷ୍ମୀପ୍ରିୟ

ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର ଅାଉ ନାହାନ୍ତି । ଶୋକ ପ୍ରକାଶ ସହ ଅମର ଅାତ୍ମାର ସଦଗତି କାମନା କଲେ ଅାଠମଲ୍ଲିକ ବିଧାୟକ ।

Image
ଅାଠମଲ୍ଲିକ(IYA NEWS:26/04/2020): ବିଶିଷ୍ଟ ନାଟ୍ୟକାର ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ କାହାଣୀକାର, ଚିତ୍ରନାଟ୍ୟ ଲେଖକ ଓ ସଂଳାପକାର ବିଜୟ ମିଶ୍ର ଆଉ ନାହାନ୍ତି । ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ନର୍ସିଂହୋମରେ ତାଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି । ସ୍ୱର୍ଗତ ବିଜୟ ମିଶ୍ର ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ଏବଂ ବହୁ ଟେଲି ଧାରାବାହିକରେ ସଂଳାପ ରଚନା କରିଛନ୍ତି । ୧୯୭୨ ମସିହାରେ ସେ ଯାଯାବର ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ସେ ସେହି ସିନେମାର ସଂଳାପ ରଚନା କରିବା ସହିତ ଏହାର ଅନ୍ୟତମ ନିର୍ଦ୍ଦେଶକ ମଧ୍ୟ ଥିଲେ ।ଶ୍ରୀ ମିଶ୍ର ପରଲୋକ ହେବା ଜାଣିବା ପରେ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୋକ ପ୍ରକାଶ କରିବା ସହ ଅମର ଅାତ୍ମାର ସଦଗତି କାମନା କରିଛନ୍ତି । ସୂଚନାଯୋଗ୍ୟ, ପ୍ରଖ୍ୟାତ ଅଭିନେତା ହେମନ୍ତ ଦାସ, ଗାୟକ ତଥା ସଂଗୀତକାର ଅକ୍ଷୟ ମହାନ୍ତି ଓ ବିଜୟ ମିଶ୍ର ମିଶି ତ୍ରିମୂର୍ତ୍ତି ଛଦ୍ମନାମରେ ଯାଯାବର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଏହା ପରେ ବିଜୟ ମିଶ୍ର ଆଉ ପଛକୁ ଚାହିଁ ଫେରି ନଥିଲେ । ସେ ପରେ ଅଶାନ୍ତ ଗ୍ରହ, ଡୋରା, ଜଗାବଳିଆ, ଧର୍ମ ସହିଲେ ହେଲା, ଲକ୍ଷ୍ମଣ ରେଖା, ଯଶୋଦା, ଯାହକୁ ରଖିବେ ଅନନ୍ତ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ମୋ କୋଳ ତୋ ଝୁଲଣା, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୁର, ଭୀଷ୍ମ ପ୍ରତିଜ୍ଞା, ସୁନା ଚଢ଼େଇ, ଆଇ ଲ

ଭଲ ଖବର : ଦେଶ ସେବା ପାଇଁ ନିଜକୁ ଉତ୍ସାର୍ଗୀକୃତ କରିଛନ୍ତି ପୋଲିସ ଦମ୍ପତ୍ତି ।

Image
ଅନୁଗୋଳ/ଭଦ୍ରକ(IYA NEWS:26/04/2020): ବର୍ତ୍ତମାନ ଭଦ୍ରକ ତିହିଡି ଥାନାରେ କାର୍ଯ୍ୟ କରୁଥିବା ଏସ.ଆଇ ସୁପ୍ରକାଶ ମହାନ୍ତି ଓ ଅନୁଗୋଳ ଥାନାରେ ଏସ.ଆଇ ଥିବା ସୌମ୍ୟା ରାୟ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ଗତବର୍ଷ ଅର୍ଥାତ ୨୦୧୯ ଡିସେମ୍ବର ୩ ତାରିଖରେ । ବିବାହର କିଛି ଦିନ ପରେ ଦୁହେଁ ନିଜ କର୍ମ ପଥକୁ ନିଜର କରି ଲାଗିପଡିଛନ୍ତି ଦେଶର ସେବାରେ । ପୋଲିସ ଚାକିରୀ ଦୁହେଁ କରୁଥିବାରୁ କିଛିଦିନ ପରେ ପରେ ଛୁଟି ରେ ଦେଖା ହେବେ ବୋଲି ଇଚ୍ଛା କରି ରହିଥିଲେ । କର୍ମ ବ୍ୟସ୍ତତା ଭିତରେ ଦୁହେଁ ହୋଇ ଯାଆନ୍ତି ବାନ୍ଧି । ଠିକ ଏହା ପରେ ଆରମ୍ଭ ହୋଇଯାଏ ତାଙ୍କର ଅଗ୍ନିପରୀକ୍ଷା ଅର୍ଥାତ କରୋନା ମୁକାବିଲା ପାଇଁ ପଡ଼ିଯାଏ ଜୋରଦାର ଡ୍ୟୁଟି । ଏହା ଭିତରେ ନିଜର ଦାମ୍ପତ୍ୟ ଅଭିଳାସା କୁ ଭୁଲି ଦୁହେଁ ନିଜର କର୍ମ ପଥରେ ଆଗେଇ ଚାଲନ୍ତି । କରୋନାର ଏହି ଯୋଦ୍ଧା ଦମ୍ପତ୍ତି ସମାଜର ସୁରକ୍ଷା ସହ ମାନବିକ ମୁଲ୍ୟବୋଧକତା ପ୍ରତିପାଦନ କରି ଆସୁଛନ୍ତି ନିଜ ନିଜ କର୍ମକ୍ଷେତ୍ରରେ । ବିବାହର କିଛିଦିନ ପରେ ନିଜ ଠାରୁ ଦୂରରେ ରହି ଆଜିକୁ ୪ ମାସ ଧରି ନିରନ୍ତର ଭାବରେ ସମାଜ ପାଇଁ କରି ଚାଲୁଥିବା କାର୍ଯ୍ୟ ପାଇଁ ତାଙ୍କୁ IYA NEWS ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ରାତି ପାହିଲେ ହେବ ଅକ୍ଷୟ ତୃତୀୟା ।ସେବାସମବାୟ ସମିତି ରେ ପହଞ୍ଚି ପାରିଲା ନାହିଁ ବିହନ । ଅଖିମୁଠି ଅନୁକୂଳ କୁ ନେଇ ଚିନ୍ତାରେ ଚାଷୀ

Image
ଅନୁଗୋଳ/ବନ୍ତଳା(IYA NEWS :୨୫/୦୪/୨୦୨୦): ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟl ଆସିଲେ ଚାଷୀ ମାନଙ୍କ ମନରେ ଭରି ଉଠେ ନୂଆ ଆଶାର ଆଲୋକ।ସକାଳର ପହିଲି କିରଣ ଚାଷୀ ମାନଙ୍କ ଦ୍ୱାରା ନିର୍ମିତ ଗମ୍ଭାରୀ କାଠର ଜୁଆଳି ,ସୁନାରୀ କାଠର ଇଷ,ଖଇର କଣ୍ଟି ,ଶାଳ କାଠରେ ନିର୍ମିତ ଲଙ୍ଗଳ ଓ ମାମୁଁ ଭଣଜା ର ବଳଦ କୁ ନେଇ ପଳାସ କାଠରେ ନିର୍ମିତ ପାଞ୍ଚଣ ଧରି ବାହାରି ପଡେ ନିଜର ଚାଷ କ୍ଷେତକୁ । ପାରମ୍ପରିକ ରୀତିରେ କରାଯାଏ ପୂଜାର୍ଚ୍ଚନା।ପୂଜାର୍ଚ୍ଚନା ପରେ ଗଉଣୀ ରେ ନିଆ ଯାଇଥିବା ବିହନ କୁ ବୁଣି ହଳ କରିଥାଏ କିନ୍ତୁ ଚଳିତ ବର୍ଷ ବିହନ ନ ମିଳିବା ଚିନ୍ତାର ବିଷୟ ପାଲଟିଛି ଚାଷୀଙ୍କ ପାଇଁ। ସୂଚନା ଥାଉକି ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଏକ ଚାଷୀ ବହୁଳ ଅଞ୍ଚଳ। ଚାଷ ଉପରେ ନିର୍ଭର କରନ୍ତି ୧୫ଟି ପଞ୍ଚାୟତ ଚାଷୀ ।  କରୋନା ମହାମାରୀ ସାରାବିଶ୍ୱ ରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାର ଜାରି କରାଯାଇଥିବା ସାମାଜିକ ଦୂରତା ସହ ମୁହଁରେ ମାକ୍ସ ଦ୍ୱାରା ହିଁ କରୋନା ମହାମାରୀ କୁ ହରାଇବା ପରିବା କିନ୍ତୁ ଚାଷ କାର୍ଯ୍ୟ ରେ ଯେମିତି କୋଣସି ଅସୁବିଧା ନ ହୁଏ ସେଥିପ୍ରତି ରାଜ୍ୟ ସରକାର ଗୁରୁତର ନେଇଛନ୍ତି। ଅନୁଗୋଳ ବ୍ଲକ ରେ ୧୮ ଗୋଟି ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ବିହନ ,ସାର ଯୋଗାଇ ଦିଆଯାଇଥାଏ।କିନ୍ତୁ ଚଳିତ ବର୍ଷ ଲକ ଡାଉନ ଯୋଗୁଁ ଗାଡି ମୋଟର ଚଳାଚଳ ହେଉନଥିବାରୁ ଚାଷୀ ମାନଙ

ହାତୀ ଆକ୍ରମଣରେ ଜଙ୍ଗଲ ଜଗୁଆଳି ଙ୍କ ମୃତ୍ୟୁ ।

Image
ଛେଣ୍ଡିପଦା(IYA NEWS:25/04/2020): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ଛେଣ୍ଡିପଦା ବନାଞ୍ଚଳ ଅଧିନ କଣଲୋଇ ଜଙ୍ଗଲ ଇଲାକା ମଧ୍ୟରେ ଥିବା ଆଉଁଳି ଜଳସେଚନ ପ୍ରକଳ୍ପ ନିକଟରେ ଶନିବାର ସକାଳ ପ୍ରାୟ ୧୧ ଟା ବେଳେ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ଜଙ୍ଗଲ ଜଗୁଆଳି ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଣଲୋଇ ମଝିସାହି ବନ ସୁରକ୍ଷା ସମିତି ସଦସ୍ୟ ତଥା ଜଗୁଆଳି କିଶୋର ସାହୁ (୫୦ ବର୍ଷ) ।ସେ ଜଙ୍ଗଲ ମଧ୍ୟରେ ଚାଲି ଚାଲି ଯାଉଥିବା ସମୟରେ ପଛପଟୁ ସେହି ହାତୀ ଆକ୍ରମଣ କରିଥିଲା । ତାଙ୍କୁ ଶୁଣ୍ଢରେ କଚାଡି ମାରି ଦେଇଥିବା ଏପରିକି ପାଦରେ ଦଳି ଚକଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏତଦବ୍ୟତିତ ମୃତକଙ୍କ ସାଙ୍ଗରେ ଜଙ୍ଗଲକୁ ପାଳି କରି ଜଗାରଖା କରିବା ପାଇଁ ଯାଇଥିବା ଅନ୍ୟ ଜଣେ ସହଯୋଗୀ କୁମର ମାଝୀ (୫୦ ବର୍ଷ ) ।ସୈାଭାଗ୍ୟ ବଶତଃ ଅଳ୍ପକେ ହାତୀ କବଳରୁ ବର୍ତ୍ତି ଯାଇଛନ୍ତି । ଖବର ପାଇ ମୃତକଙ୍କ ପରିବାରବର୍ଗଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ତଥା ବନ ସୁରକ୍ଷା ସମିତି ସଦସ୍ୟ ଏବଂ କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ ପହଞ୍ଚି ରକ୍ତମୁଖା ହାତୀକୁ ଛେଣ୍ଡିପଦା ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ମିଳିତ ଭାବରେ  ଘ୍ଉଡାଇ ଥିଲେ । ତେବେ ମୃତକଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସକାଶେ ଗ୍ରାମବାସୀ ଜିଦ କରିଛନ୍ତି,୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ସାଙ୍ଗକୁ ତାଙ୍କ ପୁଅକୁ ଜଙ୍ଗଲ

ସଞ୍ଜୟ ସେବା ଟ୍ରଷ୍ଟ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ ।

Image
ଅାଠମଲ୍ଲିକ(IYA NEWS:25/04/2020): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ଭିନ୍ନକ୍ଷମ ଓ ମାନସିକ ବିକୃତ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି ।କିଆକଟା ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ପ୍ରାୟ ୧୫ଟା  ପଞ୍ଚାୟତ ପାଖାପାଖି ୬୦୦ରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧା ବଣ୍ଟନ କରାଯାଇଥିଲା। ସର୍ବଶେଷରେ ଅଇଡ଼ା ଗ୍ରାମପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ ଶେଷ ହେଇଥିଲା।ଏପରି ରନ୍ଧା ଖାଦ୍ୟ ଆଗାମୀ ଲକଡାଉନ ଥିବା ଯାଏଁ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସଞ୍ଜୟ ସେବା ଟ୍ରଷ୍ଟ ର ପରିଚାଳକ ସଂଜୟ ନାୟକ ସୂଚନା ଦେଇଛନ୍ତି ।କିଆକଟା ସରପଞ୍ଚ ସୋମନାଥ ମାଲିକ, ଗ୍ରାମରୋଜଗାର ସେବକ ସୁନୀଲ କୁମାର ଭୋଇ, ସମାଜସେବୀ ସରୋଜ ପ୍ରଧାନ,ଯୁବ ସାମ୍ବାଦିକ ସୁନୀଲ କୁମାର ମହାନ୍ତି ସହଯୋଗ କରିବା ସହ ଅସହାୟ ଗରିବ ମାନଙ୍କ ଘରେ ବୁଲି ବୁଲି ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । Report By :- Bhaktiprasad Pradhan*   *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ତରଫରୁ ମାସ୍କ ତିଆରି ପ୍ରତି ଯୋଗୀତା ।ଭାଗ ନେବାକୁ ଚାହୁଁଥିଲେ ପଢନ୍ତୁ ।

Image
ଅନୁଗୋଳ(IYA NEWS:25/04/2020): ଭାରତ ସରକାରଙ୍କ ନେତୃତ୍ବ ଧିନ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ତରଫରୁ ବର୍ତ୍ତମାନ ସମୟରେ ଯେଉଁ ମାନେ ମାସ୍କ ତିଆରି କରୁଛନ୍ତି ତାଙ୍କୁ ଉତ୍ସାହିତ କରିବା ପାଇଁ ମାସ୍କ ତିଆରି ପ୍ରତି ଯୋଗୀତା ଆରମ୍ଭ କରିଛନ୍ତି  । ଯେଉଁ ମାନେ ମାସ୍କ ତିଆରି କରୁଛନ୍ତି ୩୦ ସେକେଣ୍ଡ ର ଭିଡିଓ ଓ ୩/୪ ଟା ଫୋଟ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ର ଜିଲ୍ଲା ଯୁବ ସଂଯୋଜକ ନୁମ୍ବର କୁ ପଠେଇ ପାରିବେ । ଏନେଇ ଜିଲ୍ଲା ଯୁବ ସଂଯୋଜକ ପ୍ରଦୀପ କୁମାର ସୂଚନା ଦେଇଛନ୍ତି । ଯେଉଁ ମାନଙ୍କ ଫଟୋ ଓ ଭିଡିଓ ଶ୍ରେଷ୍ଠ ବିବେଚିତ ହେବ ତାଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା କରାଯାଇଛି ଯାହା ଲକ ଡାଉନ ପରେ ଦିଆଯିବ । ଫୋଟୋ ଓ ଭିଡିଓ ପଠେଇବାର ଶେଷ ତାରିଖ ଏପ୍ରିଲ ୩୦ ପର୍ଯ୍ୟନ୍ତ ଅଛି ।  ଭିଡିଓ ଓ ଫୋଟୋ ପଠାଇବାର ଠିକଣା  whatssapp ନମ୍ବର +91 81696 56300 କିମ୍ବା ଇ ମେଲ - nyksangul@gmail. com  ବି.ଦ୍ର- ଭିଡିଓ ୩୦ ସେକେଣ୍ଡ ର ହୋଇଥିବା ଆବଶ୍ୟକ । Report By :- Bhaktiprasad Pradhan*   *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତ

ଭଲ ଖବର: ରାଜ୍ୟ ବାହାରେ ଫସିରହିଥିବା ପ୍ରବାସୀ ଓଡିଆ ଶ୍ରମିକଙ୍କୁ ବହୁ ପ୍ରଚେଷ୍ଟା ପରେ ସରକାରୀ ଓ ବ୍ୟକ୍ତିଗତ ସହାୟତା ଯୋଗାଇବାରେ ସଫଳ ହେଲେ ଯୁବ ସମାଜସେବୀ। ଭିଡିଓ ମାଧ୍ୟମରେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ଶ୍ରମିକ।

Image
ଅାଠମଲ୍ଲିକ(IYA NEWS:25/04/2020): କରୋନା ପାଇଁ ସାରା ଦେଶରେ ଲକଡାଉନ ଯୋଗୁଁ ରାଜ୍ୟ ବାହାରେ ଅଟକି ରହିଛନ୍ତି ହଜାର ହଜାର ଶ୍ରମିକ ଭାଇ, ଯେଉଁମାନେ କି ଦିନେ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଯାଇ ସେଠାରେ ଥିବା କମ୍ପାନୀ ଗୁଡିକରେ ବର୍ଷ ବର୍ଷ ଧରି କାମ କରି ଆସୁଛନ୍ତି। ଲକଡାଉନ ପରେ  କମ୍ପାନୀ ବନ୍ଦ ଯୋଗୁଁ , ଏହି ଶ୍ରମିକ ଭାଇମାନେ କିଛି କାମ ନ ପାଇ ଭୋକ ଉପାସରେ ପଡି ବହୁତ ଖରାପ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏହି କିଛି ଦିନ ତଳେ, ଏପରି ଏକ ଦୁଃଖଦାୟକ ଭିଡିଓ ହ୍ଵାଟ୍ସଆପ ଓ ଫେସବୁକରେ ଘୁରି ବୁଲୁଥିଲା, ଯେଉଁଥିରେ କି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଓ କିଶୋର ନଗର ବ୍ଲକର କଦଳୀ ମୁଣ୍ଡା, ଜଇରାଟ, ଟୁସର ଆଦି ପଞ୍ଚାୟତର ପ୍ରାୟ ୨୦ଜଣରୁ ଉର୍ଦ୍ଧ ଓଡ଼ିଆ ଶ୍ରମିକ ଭାଇମାନେ ଖାଦ୍ୟ, ପାନୀୟ ଏବଂ ଅତ୍ୟାବଶ୍ୟକ ଜିନିଷ ଅଭାବରେ ଗୋଟିଏ ଜାଗାରେ ପଡିରହିଥିବା ନେଇ, କିଛି ସାହାଯ୍ୟ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଭିଡିଓ ମାଧ୍ୟମରେ ଅନୁରୋଧ କରୁଥିଲେ। ଅନୁଗୋଳ ଜିଲ୍ଲାର ଯୁବ ସମାଜସେବୀ ଶଶାଙ୍କ ଶେଖର ପ୍ରଧାନ ଏହି ଭିଡିଓଟିକୁ ଦେଖିବା ପରେ ସେମାନଙ୍କୁ ଯୋଗାଯୋଗ କରି ତାଙ୍କ ଦୁଃଖ ଦୁର୍ଦ୍ଦଶା କଥା ବୁଝିବା ସହ, ସଙ୍ଗେ ସଙ୍ଗେ ସେମାନଙ୍କ ଆକାଉଣ୍ଟକୁ ୧୦୦୦୦/- ଟଙ୍କା ପଠାଇ ଥିଲେ। ଏଥି ସହିତ ସେମାନଙ୍କୁ ଉଦ୍ଧାର ଓ ସେମାନଙ୍କ ପାଖରେ କିପରି ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପହଞ୍ଚି ପାରିବ

ଜିଲ୍ଲାରେ ଦୋକାନ ବଜାର ଖୋଲିବା ନେଇ ଜିଲ୍ଲାପାଳଙ୍କ ପ୍ରେସ ବିଜ୍ଞପ୍ତି

Image
ଅନୁଗୋଳ(IYA NEWS:25/04/2020) : ଓଡିଶା ସରକାରଙ୍କ ପରିବର୍ତ୍ତିତ ନିର୍ଦ୍ଦେଶନାମା ଅନୁଯାୟୀ, କେବଳ ମ୍ୟୁନିସିପାଲଟି ଅଂଚଳ ବାହାରେ ଥିବା ସମସ୍ତ ଦୋକାନ ( ମଲ୍ ବ୍ୟତୀତ) ଖୋଲା ରହିବ ।ଏବଂ ଏହି ଦୋକାନ ୫୦% କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । ଦୋକାନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାସ୍କ ବ୍ୟବହାର କରିବେ ଏବଂ ଦୋକାନ ଆଗରେ ସାମାଜିକ ଦୂରତ୍ୱ ବଜାୟ ରହିବ । ମ୍ୟୁନିସିପାଲିଟି ଅଞ୍ଚଳ ମଧ୍ୟରେ ପୂର୍ବ ନିର୍ଦ୍ଦେଶନାମା ଅନୁଯାୟୀ ଖୋଲା ଯାଇଥିବା ଦୋକାନ ପୂର୍ବପରି ଖୋଲା ରହିବ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ଦୋକାନ ପୂର୍ବ ନିର୍ଦ୍ଧାରୀତ ସମୟ ସକାଳ ୬ ଟା ରୁ ଦିନ ୧. ୦୦ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏଥିରେ ବ୍ୟତିକ୍ରମ ହେଲେ disaster management ଆକ୍ଟ, ୨୦୦୫ ର ଦଫା ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ଅନୁଗୋଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ପ୍ରେମ ବିବାହ ହେଲା କାଳ ! ମହିଳାଙ୍କ ମୃତ୍ୟୁ ସନ୍ଦେହ ଘେରରେ

Image
ଅନୁଗୋଳ ( IYA NEWS, ୨୫.୦୪.୨୦୨୦ ) : - ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଝିଅ ନାମ ଅର୍ଚ୍ଚନା (ଟୁଇଁ) । ସେ ଭଲପାଇ ନନ୍ଦପୁର ପଞ୍ଚାୟତ ମାଧପୁର ଗ୍ରାମରରେ ଲୁଚି ବାହାଘର ହୋଇଥିଲେ । ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ସେ ଅନୁଗୋଳ ହାତିଶାଳପଡାରେ ଘରଭଡା ନେଇ ଏକ ବିଉଟି ପାଲର ଦେଇଥିଲେ । କିନ୍ତୁ ହଟାଥ ତା ୨୨.୦୪.୨୦୨୦ ରିଖରେ ତାଙ୍କର ମୃତ୍ୟୁ ହୋଇଛି । ଅର୍ଚ୍ଚନାଙ୍କର ମୃତ୍ୟୁ ପରେ ତାଙ୍କ ସ୍ବାମୀ ଙ୍କ ପରିବାର କାହାକୁ ନଜଣେଇ ପୋଡି ଦେଇଛନ୍ତି । ଅର୍ଚ୍ଚନାର ମୃତ୍ୟୁ ଘଟଣା ୨୩ ତାରିଖରେ ଧୀର ଧୀରେ ପୋକତୁଙ୍ଗା ଓ ନନ୍ଦପୁର ପଞ୍ଚାୟତ ବାସୀ ଜାଣିବାକୁ ପାଇଲେ । ଏ ନେଇ ଝିଅର ବାପ ହର ପରିବାର ପକ୍ଷରୁ ଥାନାରେ ମଧ୍ୟ ଅଭିଯୋଗ କରି ନାହାଁନ୍ତି । ଯେ ହେତୁ ଭଲ ପାଇ ଘରୁ ପଳାଇଲା, ସେଥିପାଇଁ ବାପଘର ଲୋକ ହାଣ୍ଡି ପକାଇଦେଇଥିଲେ । ତେବେ ଅର୍ଚ୍ଚନାର ମୃତ୍ୟୁ କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।ମୃତ୍ୟୁର କାରଣ ବର୍ତ୍ତମାନ ଅସ୍ପଷ୍ଟ । ତାକୁ ହତ୍ୟା କରାଯାଇ ତରବରିଆ ଭାବରେ ପୋଡି ଦିଆଯାଇଛି ବୋଲି ନନ୍ଦପୁର ଓ ପୋକତୁଙ୍ଗା ପଞ୍ଚାୟତ ଅଞ୍ଚଳରେ ଜୋର ଆଲୋଚନା ହେଉଛି ।ପୋଲିସ ଏହା ଉପରେ ତଦନ୍ତ କରି ପ୍ରକୃତ ରହସ୍ୟ ପର୍ଦାଫାସ କରିବା ପାଇଁ ଦାବି କରିଛନ୍ତି । ଜୋର ଧରିଲା ସାମାଜିକ ଗଣ ମାଧ୍ୟମରେ ଚର୍ଚ୍ଚା ।  ସାଧାରଣ ଲୋକଙ୍କ ପ୍ରଶ୍ନ ? ୧-ଅର୍ଚ୍ଚନାଙ୍କ ମୃତ୍ୟୁ ବିଷୟରେ ତାଙ୍କ ସ୍ବାମୀଙ୍କ ପରିବାର ପକ

ପ୍ରବାସରେ ରହିଥିବା ଓଡିଅା ଶ୍ରମିକଙ୍କୁ ଯୁବ ସମାଜସେବୀଙ୍କ ସହାୟତା । ଭିଡିଓ ମାଧ୍ୟମରେ କୃତଜ୍ଞତା ଜଣାଇଲେ ଶ୍ରମିକ ।

Image
ଅନୁଗୋଳ(IYA NEWS:25/04/2020): କରୋନାକୁ ରୋକିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି ।ଏହି ସମୟରେ ବସ,ଟ୍ରେନ ଓ ବିମାନସେବା ବନ୍ଦ ରହିଛି ।ଏଭଳି ପରିସ୍ଥିତିରେ ପେଟ ପାଟଣା ଲାଗି ଅନୁଗୋଳ ଜିଲ୍ଲା କିଶୋରନଗର ଅଞ୍ଚଳର ୨୦ରୁ ଉର୍ଦ୍ଦ୍ୱ ଶ୍ରମିକ ମହାରାଷ୍ଟ୍ରର ଜଲଗାଁଓ ସ୍ଥିତ ଜୟଶ୍ରୀ ନାମକ ଏକ ଘରୋଇ କମ୍ପାନୀକୁ କାମକରିବାକୁ ଯାଇଥିବା ବେଳେ ସେଠାରେ ଫସି ରହିଛନ୍ତି । ସରକାରଙ୍କ ନିର୍ଦ୍ଦେଶ କ୍ରମରେ କମ୍ପାନୀ ବନ୍ଦ ହୋଇଗଲା । କର୍ମଚାରୀ ମାନଙ୍କ ହାତ ଖାଲି ହୋଇଗଲା ।ଶ୍ରମିକ ମାନେ ନିଜସ୍ୱ କିଛି ସଞ୍ଚିତ ଅର୍ଥରେ ପେଟକୁ ଦାନା ଯୋଗାଇଲେ ସତ,ଶେଷକୁ ଅର୍ଥାଭାବରୁ ତାହା ମଧ୍ୟ ବନ୍ଦ ହୋଇଗଲା ।ଘରକୁ ଫେରିବାର ସବୁ ବାଟ ବନ୍ଦ ହୋଇଯାଇଥିଲା ତାଙ୍କୁ ।ସୁତରାଂ ସେହି ଶ୍ରମିକ ମାନେ ତାଙ୍କ ଅସୁବିଧାର ସୁବିଧା ପାଇବା ସହ  ଉଦ୍ଧାର ପାଇଁ ଫେସବୁକରେ ଏକ ଭିଡିଓ ମାଧ୍ୟମରେ ଗୁହାରି ଜଣାଇଥିଲେ । ସୋସିଅାଲ ମିଡିଅାରେ ଘୂରିବୁଲୁଥିବା ଦାଦନଶ୍ରମିକଙ୍କ ଦୁଃଖଭରା ଭିଡିଓ ଉପରେ ନଜର ପଡିଥିଲା ଅନୁଗୋଳ ଜିଲ୍ଲାର ଯୁବ ସାମାଜିକ କର୍ମୀ ଶଶାଙ୍କ ଶେଖର ପ୍ରଧାନଙ୍କର ।ସେ ସେମାନଙ୍କୁ ସାହାର୍ଯ୍ୟ ପାଇଁ ବଢାଇଥିଲେ ସହାୟତାର ହାତ ।ପ୍ରଥମ କରି ଚଳିବା ପାଇଁ ଯୁବ ସମାଜିକ କର୍ମୀ ସେହି ଶ୍ରମିକମାନଙ୍କ ପାଖକୁ ତାଙ୍କ ବ୍ୟାଙ୍କ ଖାତାରେ ୧୦ହଜାର ଟଙ୍କା ଅର୍ଥ ରାଶି ପ୍ରେରଣ କରିଥିଲେ । ପ୍ରେରଣ କରିବା ପରେ ଶ୍ରମିକ ମାନେ ସେହି ଟଙ୍କାର

ଅନୁଗୋଳର ପ୍ରତିଷ୍ଠିତ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମେତ ୪୩ ଗିରଫ ।

Image
ଅନୁଗୋଳ ( IYA NEWS, ୨୪.୦୪.୨୦୨୦ ) : -  ଅନୁଗୋଳ ସହର ନିକଟରେ ଥିବା କରଡାଗାଡିଆର ଠାରେ ଏକ ଦେଶୀ ମଦ ଭାଟି ଉପରେ ଅନୁଗୋଳ ପୋଲିସ ଟିମ ଚଢାଉ କରି ପ୍ରଚୁର ପରିମାଣରେ ମଦ ଜବତ କରିଛି । ଲକଡାଉନ ସମୟରେ ଆଇନକୁ ଉଲଂଘନ କରି ମଦ ବେପାର  କରୁଥିବା ଅଭିଯୋଗରେ ଅନୁଗୋଳର ପ୍ରତିଷ୍ଠିତ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସହ ୪୩ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ କରୋନା ମହାମାରୀ ପାଇଁ ସରକାର ମଦ ପ୍ରସ୍ତୁତ ଓ ବିକ୍ରି ଉପରେ କଟକଣା କରାଯାଇଅଛି । ଉକ୍ତ ନିୟମକୁ ନମାନି ଅନୁଗୋଳ କରଡାଗାଡିଆ ପାଖ ମଦ ଭାଟିରେ ବେଆଇନ ଭାବେ ମଦ ତିଆରି କରି ବେପାର କରାଯାଉଥିବା ସୂଚନା ମିଳିଥିଲା। ବିଶେଷ ସୂତ୍ରରୁ ଅନୁଗୋଳ ପୋଲିସ ଆଜି ସକାଳ ୩ ଟା ବେଳେ ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ ସାହୁ,  ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ  ଚଢାଉ କରିଥିଲେ । ଚଢାଉ ବେଳେ ସେଠାରୁ ୪୪୪୦ ଲିଟର ଦେଶୀ ମଦ , ୬ ହଜାର ଲିଟର ପୋଚ ଜବତ କରିଥିଲା । ଏହା ସହ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମେତ ସେଠାରେ ଥିବା କର୍ମଚାରୀ ଏବଂ ମଦ ବ୍ୟବସାୟୀଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୧୮ ଟି ମୋଟରସାଇକେଲ , ୨୧ ଟି ମୋବାଇଲ, ଗୋଟିଏ ଅଟୋ ଏବଂ ଗୋଟିଏ ଫୋର୍ଡ ଏଣ୍ଡଭର ଗାଡି ଜବତ କରିଥିଲା । IYA NEWS ( Visit Us :- www.iyanews.com ) / ( Like Us : - Indian Youth Associat

ବଜ୍ରପାତରେ ଚାଲିଗଲା ଦୁଇଟି ଜୀବନ

Image
ଅନୁଗୋଳ (IYA NEWS : ୨୪/୦୪/୨୦୨୦) ଅନୁଗୋଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅପରାହ୍ନ ସମୟରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା। କେତେକ ସ୍ଥାନରେ ଘଡଘଡି ସାଙ୍ଗକୁ କୁଆପଥର ବୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା। ଏହି କାଳବୈଶାଖୀ ସମୟରେ ବଜ୍ରାଘାତରେ ଦୁଇଟି ଅମୁଲ୍ୟ ଜୀବନ ଚାଲିଯାଇଛି। ଅନୁଗୋଳ ବ୍ଲକ ବାଳୁଅକଟା ପଞ୍ଚାୟତ ସ୍ଥିତ ବାଳୁଅକଟା ଗ୍ରାମର ଓ ବନ୍ତଳା ଅନ୍ତର୍ଗତ ବାରଗୌଣିଆ ପଞ୍ଚାୟତ ବନ୍ଦାଣପଶି ଗାଁର ଅକାଳରେ ଚାଲି ଯାଇଛି ଦୁଇଟି ଜୀବନ। ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ବାଳୁଅକଟା ଗାଁର ନାରାୟଣ ସାହୁ ଓ ବନ୍ଦାଣପଶି ଗାଁର ବାବାଜୀ ସାହୁଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ଦୁହିଁକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। IYA NEWS ( VISIT US :- www.iyanews.com ) ( LIKE US :- www.fb.com/iyanews - IYA News ) #ସାଧାରଣ_ଜନତାର_ସ୍ୱର

IYA NEWSରେ ଖବର ପ୍ରକାଶ ପାଇବା ପରେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ତାଳଚେର ବସ ମାଲିକ ସଂଘ ସଭାପତି

Image
ଅନୁଗୋଳ ( IYA NEWS, ୨୪.୦୪.୨୦୨୦ ) : -  ଗତ କାଲି ସାମାଜିକ ଗଣ ମାଧ୍ୟମରେ ଦୃଷ୍ଟିହୀନ ବ୍ୟକ୍ତି ମାନେ ଖାଦ୍ୟ ଅଭାବରେ ଥିବା ନେଇ ସୂଚନା ପ୍ରକାଶ କରାଯାଇଥିଲା । ଏ ବିଷୟକୁ ହୃଦୟଙ୍ଗମ କରି ସାହାଯ୍ୟର ହାତ ବଢ଼ାଇଲେ ତାଳଚେର ବସ ମାଲିକ ସଙ୍ଘ ସଭାପତି ଓ ସମାଜ ସେବୀ ବାପି ମହାନ୍ତି । ଅନୁଗୋଳ ଜିଲ୍ଲା ସୁସୁଡା ଗ୍ରାମ ପଞ୍ଚାୟତ ଗୋପୀନାଥପୁର ନିକଟରେ ଏକାଧିକ ଅନ୍ଧ ବ୍ୟକ୍ତିଙ୍କ ପାଇଁ ଏକ ଟ୍ରଷ୍ଟ " କେଦାର ଗୈରୀ ଭୋକେଶନାଲ ଟ୍ରେନିଂ ସେଣ୍ଟର" ତଥା ଦୃଷ୍ଟିହୀନ ଆଶ୍ରମ ଫାଉଣ୍ଡର ପ୍ରଶାନ୍ତ ବେହେରାଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଅଛି । ସଭାପତି ଅରୁନ ରାଉତ ଏବଂ ସମ୍ପାଦକ ରାନୁ ପ୍ରିୟା ନାୟକଙ୍କ ସୁପ୍ରଚେଷ୍ଟାରେ ଟ୍ରଷ୍ଟ ଗଠନ କରାଯାଇଥିଲେ ମଧ୍ୟ ଉକ୍ତ ଟ୍ରଷ୍ଟ କୁ ସରକାରୀ ସହାୟତା ସାତ ସପନ । ମାତ୍ର ଉକ୍ତ ଆଶ୍ରମ ପ୍ରତି ନା ଅଛି ସରକାରୀ ସହାୟତା ନା କୌଣସି ବ୍ୟବସ୍ଥା । ଅବ୍ୟବସ୍ଥା ମଧ୍ୟରେ ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି ଗରିବ ଅସହାୟ ଦୃଷ୍ଟିହିନ ବ୍ୟକ୍ତି ବିଶେଷ ଗଣ । ଭୟଙ୍କର ମହାମାରୀ କରୋନା କବଳରେ ସାରା ବିଶ୍ୱ ପ୍ରଭାବିତ ଥିବା ବେଳେ ସମାଜରେ ଅସହାୟମାନେ ଅବହେଳିତ ଅବସ୍ଥାରେ ଜୀବନ ବିତାଉଥିବା ବେଳେ ତାଙ୍କ ପ୍ରତି ମନ ଭାବ ନେଇ ତାଳଚେର ବସ ମାଲିକ ସଂଘର ସଭାପତି ଇଞ୍ଜିନିୟର. ଶ୍ରୀକାନ୍ତ କୁମାର ପାଣିଙ୍କ ନିର୍ଦେଶ କ୍ରମେ ତାଳଚେର ବସ ମାଲିକ ସଂଘର ସାଧାରଣ ସମ୍ପାଦକ ସୁମନ ବେହେର

ବିଜୁ ଯୁବ ଜନତା ଦଳ ଛେଣ୍ଡିପଦା ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ । ୯୦ ୟୁନିଟ୍ ରକ୍ତ ସଂଗ୍ରହ ।

Image
ଅନୁଗୋଳ(IYA NEWS:24/04/2020): ବିଜୁ ଯୁବ ଜନତା ଦଳ ଛେଣ୍ଡିପଦା ପକ୍ଷରୁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବାଲିପଟା ଠାରେ ରକ୍ତଦାନ ଶିବିର " ଜିବନ ବିନ୍ଦୁ " ଅନୁଷ୍ଠିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ ବିଧାୟକ ଛେଣ୍ଡିପଦା ସୁଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଜିଲ୍ଲା ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ ଓ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଦେହୁରୀଙ୍କ  ନେତୃତ୍ୱରେ ଆୟୋଜିତ ଏହି ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ୯୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା।ଶିବିରରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଥିଲା ଓ ବିଜୁ ଯୁବ ଜନତା ଦଳ ଦ୍ବାରା ରକ୍ତଦାତା ମାନଙ୍କୁ , ଗ୍ରାମୀଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ତିଆରି ୨୦୦ ମାସ୍କ ବଣ୍ଟନ କରାଯାଇଥିଲା । କରୋନା ମହାମାରୀର ପ୍ରଭାବ ଯୋଗୁଁ ବିଭିନ୍ନ ଡାକ୍ତରଖାନାରେ ରକ୍ତ ଅଭାବ ଦେଖାଦେଇଛି, ଏହିଭଳି ଘଡି ସନ୍ଧି ମୁହୂର୍ତ୍ତରେ ଛେଣ୍ଡିପଦା ଯୁବ ବିଜେଡିର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।  ଯୁବ ବିଜେଡି ଦ୍ବାରା ଆଗାମୀ ଦିନରେ କ୍ରମାଗତ ଭାବେ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ଯୁବ ବିଜେଡି ସଭାପତି ସୂଚନା ଦେଇଛନ୍ତି । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଶ୍ରୀଧର ଗଡନାୟକ, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କମାର ସାହୁ , ବାଲ

ଘର ଘର ବୁଲି ଛାତ୍ର ଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ ।

Image
ଅାଠମଲ୍ଲିକ(IYA NEWS:24/04/2020): କିଶୋରନଗର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷକ ସଂଗ୍ରାମ କେଶରୀ ପୃଷ୍ଟି ଓ ଶୁଭ୍ରଜିତ ବେହେରା ଘର ଘର ବୁଲି ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକ ବଣ୍ଟନ କରିଛନ୍ତି। ସାରା ରାଜ୍ୟରେ କରୋନା ପାଇଁ ରାଜ୍ୟ ସରକାର ଜୁନମାସ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ଏହି ପୁସ୍ତକ ଯୋଗାଇ ଦେଇଥିବାରୁ ଲକ ଡାଉନ୍ ସମୟରେ ପିଲାମାନେ ଘରେ ପାଠ ପଢି ପାରିବେ ବୋଲି ଶିକ୍ଷକ ସଂଗ୍ରାମ କେଶରୀ ପୃଷ୍ଟି ପ୍ରକାଶ କରିଛନ୍ତି।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ବିଜୁ ଯୁବ ଜନତା ଦଳ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ ।

Image
ଅନୁଗୋଳ(IYA NEWS:24/04/2020): ଅନୁଗୋଳ ଜିଲ୍ଲା ସୁଶୁଡା ପଞ୍ଚାୟତର ଆଙ୍କୁଲା ଗ୍ରାମରେ ଥିବା କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ରରେ ବିଜୁ ଯୁବ ଜନତା ଦଳ ତରଫରୁ ୫୦ କେ.ଜି ଚାଉଳ, ୫ କେ.ଜି ଡାଲି ,ଅତ୍ୟାବଶ୍ୟକସାମଗ୍ରୀ ଓ ଶୁଖିଲା ଖାଦ୍ୟ ଯୋଗେଇ ଦିଆଯାଇଛି।ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଦୀନେଶ ପ୍ରଧାନ ଓ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଙ୍କ ଉପସ୍ଥିତିରେ ସମସ୍ତ ଅନ୍ତେବାସୀଙ୍କ ସହିତ ଆଲୋଚନା କରି , ଲକ ଡାଉନ୍ ସମାପ୍ତ ହେବା ପର୍ଯ୍ୟନ୍ତ ବିଜୁ ଯୁବ ଜନତା ଦଳ ଦ୍ବାରା ଯଥା ସମ୍ଭବ ସହଯୋଗ ଜାରୀ ରଖିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି ସମୟରେ ଯୁବ ବିଜେଡି ସାଧାରଣ ସଂପାଦକ ଚନ୍ଦ୍ରକାନ୍ତ ପ୍ରଧାନ,ସପେନ୍ଦ୍ର ସାହୁ,ଆଦିତ୍ୟ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ |  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ । https://chat.whatsapp.com/IfiL7zjJYZ3DNtSZGPwzg35

ପୁରାତନ ଛାତ୍ରଙ୍କ ମାସ୍କ ଓ ସାବୁନ ବଣ୍ଟନ

Image
ଅାଠମଲ୍ଲିକ(IYA NEWS:24/02/2020): ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ୨୦୦୨ବର୍ଷ ର ଛାତ୍ର ମାନେ ମାସ୍କ ଏବଂ ସାବୁନ ବଣ୍ଟନ କରିଛନ୍ତି।କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ ନପିନ୍ଧିଲେ ଫାଇନ ଦେବାକୁ ପଡୁଛି ଗରିବ ଲୋକ ଟିଏ ମାସ୍କ ଟିଏ କିଣି ନପାରି ଗାମୁଛା ମୁହଁ ରେ ବାନ୍ଧି ଯିବା ଆସିବା କରୁଛି । ଏହାକୁ ଆଖି ଆଗରେ ରଖି ଆଗେଇ ଆସିଛନ୍ତି ଠାକୁରଗଡ ଉଚ୍ଚ ବିଦ୍ୟାଳୟ ର ପୁରାତନଛାତ୍ର ମାନେ।ଲକ ଡାଉନ ଯୋଗୁଁ ସବୁ ପୁରୁଣା ସାଙ୍ଗ ମାନେ ଏକାଠି ହୋଇ ଠାକୁରଗଡ ସାପ୍ତାହିକ ହାଟ, ଅଲେଖପୁର, ଯୋଗୀବନ୍ଧ, ରାଣୀବନ୍ଧ ବିଭିନ୍ନ ଅଂଚଳରେ ୫୦୦ ମାସ୍କ ଓ ୫୦୦ ସାବୁନ ବଣ୍ଟନ କରିଛନ୍ତି ।ମଇମୁରା ସରପଞ୍ଚ ସତ୍ୟାନନ୍ଦ ରାଉତ ୨୦୦୨ ବର୍ଷ ଛାତ୍ର ଏବଂ ରଘୁନାଥ ରଣା ନେତୃତ୍ୱ ରେ ଅନ୍ୟ ସାଙ୍ଗ ଅଜିତ ପୃଷ୍ଟି, ସୁଜିତ ବିଶ୍ୱାଳ, ବିପିନ ସାହୁ, କୁଶ କଥାର, ପ୍ରଭଞ୍ଜନ ବିଶ୍ଵାଳ, ରବୀନ୍ଦ୍ର ପ୍ରଧାନ  ମାନେ ଉପସ୍ଥିତ ଥିଲେ। ବିଭିନ୍ନ ସ୍ଥାନରେ ସମାଜସେବୀ ଏମିତି କାମ କରନ୍ତି କିନ୍ତୁ ପୁରୁଣା ବନ୍ଧୁ ମାନଙ୍କ ଏପରି ମହତ୍ୱପୂର୍ଣ୍ଣ କାମକୁ ଅଞ୍ଚଳରେ ପ୍ରଶଂସା ର ସୁଅ ଛୁଟିଛି ।  *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)* ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ । ବିଦ୍ର : ଯେଉଁ ପାଠକ ପାଠିକା ମାନ

କରୋନା ଯୁଦ୍ଧରୁ ମିଳୁନି ସମୟ : ବାହାଘର ଘୁଞ୍ଚାଇଦେଲେ ମହିଳ‍ା ପୋଲିସ ଅଧିକାରୀ,ପ୍ରଶଂସା କଲେ ଡି.ଜି.ପି

Image
ଅାଠମଲ୍ଲିକ(IYA NEWS:24/04/2020): ତିନି ଦିନ ପରେ ପ୍ରତୀକ୍ଷାର ଅନ୍ତ ଘଟିଥାନ୍ତା । ଅାଉ ୩ଦିନପରେ ହୋଇଥାନ୍ତା ବାହାଘର ।ହେଲେ ବିଶ୍ୱ ମହାମାରୀ କରୋନା ଯୋଗୁଁ ସବୁ ହୋଇଯାଇଛି ଓଲଟପାଲଟ । ତେବେ ନିଜ ବ୍ୟକ୍ତିଗତ କାର୍ଯ୍ୟ ଅାଉ ଅନ୍ୟଟି ଦେଶ ସେବା ମଧ୍ୟରୁ ଦ୍ୱିତୀୟଟିକୁ ବାଛିଛନ୍ତି ଜଣେ ମହିଳା ପୋଲିସ ଅଧିକାରୀ । ନିଜ ବିବାହକୁ ଘୁଞ୍ଚାଇ ଉଦାହରଣ ସାଜିଛନ୍ତି । ଏହି ମହିଳା ପୋଲିସ ଅଧିକାରୀ ଜଣଙ୍କ ହେଉଛନ୍ତି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନାର ସବ ଇନ୍ସିପେକ୍ଟର ଦେବଯାନୀ ଛତର । ତାଙ୍କ ଘର ବରଗଡ ଜିଲ୍ଲା ସୋହେଲା ଅଞ୍ଚଳରେ । ୨୦୧୭ ବ୍ୟାଚ ଏସ.ଆଇ. ହୋଇଥିବା ବେଳେ ଅନୁଗୋଳ ଜିଲ୍ଲାରେ ପ୍ରଥମ ପୋଷ୍ଟିଂ ପାଇଥିଲେ ।ଏପ୍ରିଲ ୨୭ ତାରିଖରେ ହେବାକୁ ଥିବା ତାଙ୍କ ବାହାଘରକୁ ସେ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଥିଲେ ।ଦେଶ ପାଇଁ କର୍ତ୍ତବ୍ୟ ଆଗ ଅନ୍ୟ କାମ ସବୁ ପଛେ ବୋଲି ଦେବଯାନୀ କହିବା ସହ ଦେଶରୁ ମହାମାରୀ କରୋନା ସମସ୍ୟା ବିଦା ହେବା ପରେ ହିଁ ବାହାଘର ହେବ ବୋଲି କହିଛନ୍ତି । ଆଉ ତାଙ୍କର ଏଭଳି କାର୍ଯ୍ୟ ପାଇଁ ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଥିବା ବେଳେ ରାଜ୍ୟ ପୋଲିସ ମହାନିର୍ଦେଶକ ମଧ୍ୟ ପ୍ରଶଂସା କରିଛନ୍ତି । ପୋଲିସ ମହାନିର୍ଦେଶକ ଅଭୟ ଟ୍ଵିଟ କରି କହିଛନ୍ତିଯେ ମୁଁ ଅନୁଗୋଳ ଗସ୍ତରେ ଯାଇଥିବା ବେଳେ ଜିଲ୍ଲା ଅାରକ୍ଷୀ ଅଧିକ୍ଷକଙ୍କ ଠାରୁ ବାହାଘର କଥା ଜାଣିବାକୁ ପାଇଥିଲି ଓ ଦେବଯାନୀ

ପ୍ଲାଣ୍ଟ ସାଇଡ୍ ମାନବ ସମ୍ବଳ ଅଧିକାରୀଙ୍କ ଅବହେଳା ଯୋଗୁଁ ତାତିଲେ ଠିକାଶ୍ରମିକ।

Image
ଅନୁଗୋଳ (IYA NEWS: ୨୩/୦୪/୨୦୨୦) ବଅଁରପାଳ ବ୍ଲକ ଅନ୍ତର୍ଗତ ରାଷ୍ଟ୍ରାୟତ କମ୍ପାନୀ ନାଲକୋ କାରଖାନା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ ତା୨୨.୦୪.୨୦୨୦ ରିଖ ଦିନ ନାଲକୋ ସୁରକ୍ଷା କର୍ମୀ ୫.୨୦ ଘଟିକା ସମୟରେ ଫାଟକ ପାଖରେ ଠିଆ ହୋଇଥିବା ସମୟରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ସୁରକ୍ଷା କର୍ମୀ ଙ୍କୁ ପଚାରିଥିଲେ କି, କାହିଁକି ଫାଟକ ଖୋଲାଯାଉ ନାହିଁ। ସଙ୍ଗେ ସଙ୍ଗେ ସୁରକ୍ଷା କର୍ମୀ ଜଣଙ୍କ ଠିକା ଶ୍ରମିକଙ୍କୁ ଗାଳି ଗୁଲଜ କରିବା ସହିତ ୬ଟା ନବାଜିବା ପର୍ଯ୍ୟନ୍ତ ଫାଟକ ଖୋଲା ଯିବ ନାହିଁ ବୋଲି ସୁରକ୍ଷା କର୍ମୀଙ୍କୁ ରୋକଠୋକ ଶୁଣାଇଥିଲେ । ଠିକା ଶ୍ରମିକ ଜଣଙ୍କ କହିଥିଲେ କି ଆମର କାର୍ଯ୍ୟର ଅଧ ଘଣ୍ଟାଏ ପୂର୍ବରୁ ଛୁଟି ହୁଏ ବୋଲି କହିଥିଲେ । ସୁରକ୍ଷା କର୍ମୀ ଜଣକ ଏଥିରେ ଉତ୍ତ୍ୟକ୍ତ ହୋଇ ଠିକା ଶ୍ରମିକଙ୍କୁ ଗାଳି ଗୁଲଜ କରିବା ସହିତ ଫାଟକ କୁ ବନ୍ଦ କରିଦେଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ସମସ୍ତ ଠିକା ଶ୍ରମିକ ମାନେ ଆଜି ସକାଳେ କେହି କାର୍ଯ୍ୟ କୁ ନ ଯାଇ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଖବର ପାଇ ସମସ୍ତ ଶ୍ରମିକ ସଂଗଠନ, ନାଲକୋ ଥାନା ଅଧିକାରିଣୀ, ନାଲକୋ ପ୍ରଶାସନ, ସୁରକ୍ଷା ଦାଇତ୍ଵରେ ଥିବା  ଆସିଷ୍ଟାଣ୍ଟ କମାଣ୍ଡର ଅଧିକାରୀ, ଗାଳିଗୁଲଜ କରିଥିବା ସୁରକ୍ଷା କର୍ମୀ ଓ ଶ୍ରମିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା  ହେଲା ପରେ

'' ହମ " ଗ୍ରୁପ ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

Image
ଅନୁଗୋଳ (IYA NEWS : ୨୩/୦୪/୨୦୨୦) ମହାମାରୀ କରୋନା ଦିନକୁ ଦିନ ଯେତେ ଭୟାବହ ହେବାକୁ ଲାଗିଛି, ସେତିକି ସଚେତନତା କାର୍ଯ୍ୟକ୍ରମ ମାନ ସରକାରଙ୍କ ତରଫରୁ ହାତକୁ ନିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଅନୁଗୋଳର " ହମ " ଗ୍ରୁପ (Graduates/Bcom-Year 2008) ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ କରାଯାଇଛି। ୨୦୦୦ ମାସ୍କ, ୫୦୦ ପ୍ୟାକେଟ ବିସ୍କୁଟ, ୫୦୦ ସାବୁନ ' ହମ ' ଗ୍ରୁପ ତରଫରୁ ଲୋକମାନଙ୍କୁ ବଣ୍ଟନ କରାଯିବା ସହ ସାମାଜିକ ଦୂରତ୍ୱ, ସାବୁନ ରେ ହାତ ଧୋଇବା ସହ ଲକ ଡାଉନରେ ଜରୋରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ଅନୁଗୋଳ ଷ୍ଟାଡିୟମ ରୁ ବାହାରି ହରିମୌରୀ ଛକ, ସାପ୍ତାହିକ ହାଟ, ମାଟିଆସାହି ଓ ମିଶ୍ରପଡା ଛକରେ କରାଯାଇଥିଲା। ଗତ କିଛିଦିନ ତଳେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୨ ହଜାର ୨୨୨ ଟଙ୍କା ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କୁ ଏକ ଡ୍ରାଫ୍ଟ ମାଧ୍ୟମରେ ପ୍ରଦାନ କରିଥିଲେ। କରୋନା ମୁକାବିଲା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି  " ହମ "ଗ୍ରୁପର ସଦସ୍ୟ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଞ୍ଜୀବ କୁମାର ମାଣ୍ଡୋଠିଆ, ବିଜୟ କୁମାର ଅଗ୍ରୱାଲ, ଅଶୋକ ପ୍ରଧାନ, ସୂର୍ଯ୍ୟକାନ୍ତ ମହାନ୍ତ, ଦିଲ୍ଲୀପ ସାମନ୍ତ, ନିର୍ଣ୍ଣୟ ନାୟକ, ବିନଲ ଅଗ୍ରୱା

ପିଏମ କେୟାର ଫଣ୍ଡକୁ ଦାନ ସମସ୍ତ ଙ୍କର କର୍ତ୍ତବ୍ୟ ହେଉ:ସୁଦର୍ଶନ ଗୋୟେଲ ବିଜେପି ରାଜ୍ୟ କୋଷାଧ୍ୟକ୍ଷ

Image
ଅନୁଗୋଳ/ତାଳଚେର :ତା ୨୩/୦୪/୨୦୨୦:  IYA NEWS ବିଜେପି ଅନୁଗୁଳ ଜିଲ୍ଲାର ବୈଠକରେ ଆଜି ରାଜ୍ୟ କୋଷାଧ୍ୟକ୍ଷ ତଥା ପିଏମ କେୟାର ଫଣ୍ଡ ର ରାଜ୍ୟ ସଂଯୋଜକ ସୁଦର୍ଶନ ଗୋୟେଲ ଯୋଗ ଦେଇ ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଚାଗ୍ରହ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟତମ ପିଏମ କେୟାର ଫଣ୍ଡରେ ସମସ୍ତ କାର୍ଯ୍ୟକର୍ତା ଦାନ କରିବା ସହ ନିଜ ନିଜ ପରିବାର, ଏବଂ ଦଳ ମତ ନିର୍ବିଶେଷରେ ସମସ୍ତଙ୍କୁ ସବୁ ବର୍ଗର ଲୋକଙ୍କୁ ଦାନ କରିବାକୁ ପ୍ରବତାଇବା କୁ ଆହ୍ୱାନ ଦେଇଥିଲେ।ଏବଂ ଦେଶର ଏଭଳି ଏକ ପରିସ୍ଥିତି ରେ ପିଏମ କେୟାର କୁ ଦାନ ରାଷ୍ଟ୍ରୀୟ କର୍ତ୍ତବ୍ୟ ହେଉ ବୋଲି ସେ ପ୍ରକାଶ କରିଥିଲେ।ପ୍ରତେକ କାର୍ଯ୍ୟକର୍ତା ଅନ୍ୟୁନ ୪୦ ଜଣ ଙ୍କ ସହ ଯୋଗାଯୋଗ କରି ଦାନ କରିବାକୁ ସେ ପ୍ରକାଶ କରିଥିଲେ।ବର୍ତ୍ତମାନ ସମସ୍ତ ବିଧାନସଭା କ୍ଷେତ୍ରରେ ଅନ୍ୟୁନ ୧୦ ହଜାର ଜଣ ଏବଂ ରାଜ୍ୟରେ୧୫ ଲକ୍ଷ ଲୋକ ଦାନ କରିବା ଲକ୍ଷ ରଖାଯାଇ ଥିବାର ସେ ପ୍ରକାଶ କରିଥିଲେ।ଅନୁଗୁଳ ଜିଲ୍ଲା ର ସମସ୍ତ ୩୧ ଟି ମଣ୍ଡଳ ର ପିଏମ କେୟାର ଫଣ୍ଡ ର ସଂଯୋଜକ ମାନେ ଉପସ୍ଥିତ ଥିଲେ।ଆଜି ର ଏହି ବୈଠକରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପ୍ରାକ୍ତନ ସାଂସଦ  ରବିନାରାୟଣ ପାଣି, ବିଧାନସଭା  କ୍ଷେତ୍ରର ନେତା ଅଶୋକ ମହାନ୍ତି,,ପ୍ରତାପ ପ୍ରଧାନ, ଭାଗିରଥି ପ୍ରଧାନ, ଅଗସ୍ତି ବେହେରା,ପିଏମ କେୟାର

ଅନୁଗୋଳ ଜିଲ୍ଲ‍‍ା ଲୋକକଳ‍ା ରାବଣ ଛାୟାକୁ ମିଳିଲା କେନ୍ଦ୍ରୀୟ କଳା ସଂସ୍କୃତି ମାନ୍ୟତା ।

Image
ଅନୁଗୋଳ(IYANEWS:୨୨/୦୪/୨୦୨୦): ତିନି ଓଡ଼ିଆ ପରମ୍ପରା କୁ କେନ୍ଦ୍ରୀୟ ମାନ୍ୟତା,ତିନୋଟି ସାଂସ୍କୃତିକ ପରମ୍ପରାକୁ ସ୍ଥାନ ବେଳେ କେନ୍ଦ୍ରସରକାର କେନ୍ଦ୍ରୀୟ ଐତିହ୍ୟ ତାଲିକାରେ ଅନୁଗୋଳ ପାଲଲହଡା ଅଞ୍ଚଳର ଲୋକକଳା ରାବଣ ଛାୟାକୁ ସାମିଲ କରାଯାଇଛି। ଓଡ଼ିଶାରେ ପ୍ରଚଳିତ ଛାୟା ନାଟକ ହିଁ  ରାବଣ ଛାୟା ଭାବରେ ପରିଚିତ । ରାମାୟଣର କଥାବସ୍ତୁ ଓ ନାଟକରେ ରାବଣ ମୁଖ୍ୟ ଭୂମିକା ନେଉଥିବାରୁ ଆଉମଧ୍ୟ 'ଛାୟା' ଶବ୍ଦଟି ଆମ ଚଳଣିରେ ଅଶୁଭଦାୟକ ହୋଇଥିବାରୁ ଏହି ଛାୟା ନାଟକର ନାମକୁ 'ରାବଣ ଛାୟା' ରଖାଯାଇଛି । ଓଡ଼ିଶାର ବିରଳ ଲୋକକଳା ପରମ୍ପରାରେ ଏହା ସ୍ୱତନ୍ତ୍ର ସ୍ଥାନ ନେଇଛି । ଆମ ଦେଶ ଭାରତରେ ମଧ୍ୟ ଛାୟା ନାଟକର ପରମ୍ପରା ଅତି ପ୍ରାଚୀନ । ମହାଭାରତ ସମୟରୁ ଏହାର ପ୍ରଚଳନର ପ୍ରମାଣ ମିଳେ । ଗବେଷକମାନେ ମତ ଦିଅନ୍ତି କି, ରାବଣ ଦେବୀ ସୀତାଙ୍କୁ ପୁଷ୍ପକ ବିମାନରେ ସମୁଦ୍ର ଉପର ଦେଇ ହରଣ କରିନେଉଥିବା ବେଳେ ସୀତା ରାବଣର ଛାୟାକୁ ସମୁଦ୍ରଜଳରେ ଦେଖି ତାଙ୍କର ଭବିଷ୍ୟତ କିଭଳି ଦୁଃଖମୟ ହେବାକୁ ଯାଉଛି ତାହାର ସୂଚନା ପାଇଥିଲେ । ରାବଣର ଛାୟା ଦେବୀ ସୀତାଙ୍କ ଜୀବନକୁ ପ୍ରଭାବିତ କରିଥିବାରୁ ଏହି ଲୋକକଳାକୁ 'ରାବଣ ଛାୟା' ନାମରେ ନାମିତ କରାଯାଇଛି । ପାଲଲହଡାର ଲୋକକଳା ଭାବେ ପରିଚିତ ରାବଣ ଛାୟାକୁ କେନ୍ଦ୍ରୀୟ କଳା ସଂସ୍କୃତି ମାନ୍ୟତା ମିଳିଥିବାରୁ ପାଲଲହଡା ଅଂଚଳରେ ଆନନ୍ଦ ଖ