ରାତି ପାହିଲେ ହେବ ଅକ୍ଷୟ ତୃତୀୟା ।ସେବାସମବାୟ ସମିତି ରେ ପହଞ୍ଚି ପାରିଲା ନାହିଁ ବିହନ । ଅଖିମୁଠି ଅନୁକୂଳ କୁ ନେଇ ଚିନ୍ତାରେ ଚାଷୀ

ଅନୁଗୋଳ/ବନ୍ତଳା(IYA NEWS :୨୫/୦୪/୨୦୨୦):
ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟl ଆସିଲେ ଚାଷୀ ମାନଙ୍କ ମନରେ ଭରି ଉଠେ ନୂଆ ଆଶାର ଆଲୋକ।ସକାଳର ପହିଲି କିରଣ ଚାଷୀ ମାନଙ୍କ ଦ୍ୱାରା ନିର୍ମିତ ଗମ୍ଭାରୀ କାଠର ଜୁଆଳି ,ସୁନାରୀ କାଠର ଇଷ,ଖଇର କଣ୍ଟି ,ଶାଳ କାଠରେ ନିର୍ମିତ ଲଙ୍ଗଳ ଓ ମାମୁଁ ଭଣଜା ର ବଳଦ କୁ ନେଇ ପଳାସ କାଠରେ ନିର୍ମିତ ପାଞ୍ଚଣ ଧରି ବାହାରି ପଡେ ନିଜର ଚାଷ କ୍ଷେତକୁ । ପାରମ୍ପରିକ ରୀତିରେ କରାଯାଏ ପୂଜାର୍ଚ୍ଚନା।ପୂଜାର୍ଚ୍ଚନା ପରେ ଗଉଣୀ ରେ ନିଆ ଯାଇଥିବା ବିହନ କୁ ବୁଣି ହଳ କରିଥାଏ କିନ୍ତୁ ଚଳିତ ବର୍ଷ ବିହନ ନ ମିଳିବା ଚିନ୍ତାର ବିଷୟ ପାଲଟିଛି ଚାଷୀଙ୍କ ପାଇଁ।
ସୂଚନା ଥାଉକି ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଏକ ଚାଷୀ ବହୁଳ ଅଞ୍ଚଳ। ଚାଷ ଉପରେ ନିର୍ଭର କରନ୍ତି ୧୫ଟି ପଞ୍ଚାୟତ ଚାଷୀ ।  କରୋନା ମହାମାରୀ ସାରାବିଶ୍ୱ ରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାର ଜାରି କରାଯାଇଥିବା ସାମାଜିକ ଦୂରତା ସହ ମୁହଁରେ ମାକ୍ସ ଦ୍ୱାରା ହିଁ କରୋନା ମହାମାରୀ କୁ ହରାଇବା ପରିବା କିନ୍ତୁ ଚାଷ କାର୍ଯ୍ୟ ରେ ଯେମିତି କୋଣସି ଅସୁବିଧା ନ ହୁଏ ସେଥିପ୍ରତି ରାଜ୍ୟ ସରକାର ଗୁରୁତର ନେଇଛନ୍ତି। ଅନୁଗୋଳ ବ୍ଲକ ରେ ୧୮ ଗୋଟି ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ବିହନ ,ସାର ଯୋଗାଇ ଦିଆଯାଇଥାଏ।କିନ୍ତୁ ଚଳିତ ବର୍ଷ ଲକ ଡାଉନ ଯୋଗୁଁ ଗାଡି ମୋଟର ଚଳାଚଳ ହେଉନଥିବାରୁ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ ମଧ୍ୟ ସରି ନାହିଁ ଅନ୍ୟ ପକ୍ଷରେ ଚାଷୀ ବିହନ କିପରି ପାଇବ ତାକୁ ନେଇ ଚିନ୍ତାରେ ଚାଷୀ କୁଳ। ଅନୁଗୋଳ ବ୍ଲକ ସେବା ସମବାୟ ସମିତି ମଧ୍ୟରେ ରନ୍ତଲେଇ, ଖିଣ୍ଡା, କୁମୁରିସିଂହା, ବଡ଼କେରା,ଖାଲଙ୍ଗା,ଜଗନ୍ନାଥପୁର,ଟାଇଁସି,ଇଙ୍କରବନ୍ଧ,ଖଲାରୀ,ବେଡା ଶାସନ,ବଡ଼କନ୍ତକୁଳ,ସରଧାପୁର,କରାମଙ୍ଗସାହି,ଗଡ଼ତରାସ,ପୁରୁଣାକୋଟ,ପୋକତୁଙ୍ଗା,ହୁଲୁରିସିଂହା ଆଦି ସେବା ସମବାୟ ସମିତିକୁ ପୂଜା, ସ୍ୱର୍ଣ୍ଣ, ସ୍ୱର୍ଣ୍ଣ-୧,କଳାଚମ୍ପା, ପ୍ରତୀକ୍ଷା,ସହଭାଗୀ, ନବୀନ, ବୀଣା, ଧନ ରାଶି ଧାନ ବିହନ ସିଡ୍ସ ନିଗମ ପକ୍ଷରୁ ଯୋଗାଇ ଦିଆଯାଇଥାଏ। ଅନୁଗୋଳ ୧୮ ଟି ସେବା ସମବାୟ ସମିତିରେ ପ୍ରାୟ ୨୦,୦୦୦ କୁଇଣ୍ଟାଲ ବିହନ ଧାନ ଦରକାର ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା କୋଣସି ସମବାୟ ସମିତି କୁ ବିହନ ପହଞ୍ଚି ନ ଥିବା ସମିତି ସମ୍ପାଦକ ମାନେ କହିଛନ୍ତି । ଆମେ ଆମ ତରଫରୁ ସିଡ୍ସ ନିଗମକୁ ଆବଶ୍ୟକ ବିହନ ଚିଠା ଦେଇସାରିଛୁ ବିହନ ଆସିଲେ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ସେବା ସମବାୟସମିତିର ସମ୍ପାଦକ ମାନେ କହିଛନ୍ତି। ଅନ୍ୟ ପଟେ କିଛି ଚାଷୀ କହିଛନ୍ତି ସମିତିରେ ବିହନ ନଆସିଲେ  ଘରେ ସଞ୍ଚିତ ଥିବା ଧାନ କ୍ଷେତରେ ବୁଣି ଅଖି ମୁଠି ଅନୁକୂଳ କରିବୁ।
Report by- Kamdev Dehury ID- 9117
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।