Posts

Showing posts from December, 2020

ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ।

Image
ଅନୁଗୋଳ(IYA NEWS:04/12/2020): କିଶୋରନଗର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଉ.ପ୍ରା. ବିଦ୍ୟାଳୟ ପରିସରରେ  ଶତାଧିକ ଶିକ୍ଷକଙ୍କ ଗହଣରେ କିଶୋରନଗର ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଦେହୁରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଧଉରାପାଲି କ୍ଲଷ୍ଟର ତରଫରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସି.ଆର.ସି.ସି. ଶ୍ରୀଯୁକ୍ତ ସୁଦାମ ଚରଣ ପ୍ରଧାନ ପୌରୋହିତ୍ୟ କରିଥିବା ବେଳେ ଦୋହଲି ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହରିବନ୍ଧୁ ପ୍ରଧାନ ଓ ବଏଜା ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୟାନନ୍ଦ ସାହୁ ଅତିଥି ରୂପେ ଯୋଗ ଦେଇଥିଲେ । ବିଦାୟୀ ଶିକ୍ଷକ ସୁଧାଂଶୁ ଶେଖର ଦେହୁରୀ ଦୀର୍ଘ ୨୨ ବର୍ଷ କାଳ ବିଭିନ୍ନ ସମୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ , ହରିପୁର ରୋଡ଼ ଆନୁକୂଲ୍ୟରେ ବ୍ଲକ ସଂପାଦକ , ଜିଲ୍ଲା ସମ୍ପାଦକ ଓ ରାଜ୍ୟ ସହ-ସଂପାଦକ ଭାବେ କାର୍ଯ୍ୟ କରି ଶିକ୍ଷକ ସମାଜର ଉନ୍ନତି ପାଇଁ ଅଶେଷ କାର୍ଯ୍ୟ କରି ଅଛନ୍ତି ବୋଲି ଶ୍ରୀଯୁକ୍ତ ହରିବନ୍ଧୁ ପ୍ରଧାନ ତାଙ୍କ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ। ଶ୍ରୀଯୁକ୍ତ ଜୟାନନ୍ଦ ସାହୁ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଶ୍ରୀ ଦେହୁରୀଙ୍କ ସାଂଗଠନିକ ଦୃଢତା ଯୋଗୁଁ ଆଜି ମଧ୍ୟ ରାଜ୍ୟର ପ୍ରତ୍ୟେକ ଶିକ୍ଷକ ସଂଗଠନ କିଶୋରନଗର  ବ୍ଲକ ସଂଘର ପ୍ରଶଂସା କରୁଅଛନ୍ତି। ଅଶ୍ରୁଳ ପରିବେଶ ମଧ୍ୟରେ

ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ।

Image
ଅନୁଗୋଳ(IYA NEWS:02/12/2020): ବୁଧବାର ପି.ଟି.ସି ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ପଟ୍ଟନାୟକଙ୍କ ଚାକିରୀ ରୁ ଅବସର ଗ୍ରହଣ ଉଦ୍ଦେଶ୍ୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ନୂତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଦାର ବେହେରାଙ୍କ ପୌରହିତ୍ୟ ରେ ଏସ.ଏସ.ଡି.ସି ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ଦାସ,ଏସ.ଏମ.ସି ସଭାପତି ଶ୍ରୀମତୀ ଗୀତାମୟୀ ମହାପାତ୍ର ଏବଂ ମୋ ସ୍କୁଲ ଅଭିଯାନ ସଭାପତି ଶ୍ରୀଯୁକ୍ତ ସୁକାନ୍ତ ମାଝୀ,ସଂପାଦକ ସୁଜିତ ପଟ୍ଟନାୟକ ଓ ସଂଯୋଜକ ସୌରୀ ରଂଜନ ପଣ୍ଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ଯୋଗଦାନ କରିଥିବା ସମସ୍ତ ଉପରୋକ୍ତ ଅତିଥିଗଣ ବିଦାୟୀ ଶିକ୍ଷୟତ୍ରୀ ଭାରତୀ ପଟ୍ଟନାୟକଙ୍କ ସମୟାନୁବର୍ତ୍ତିତା ଓ କର୍ମଠ ଗୁଣ ର ଭୂୟସୀ ପ୍ରଶଂସା କରିବା ସହି ଏହି ଦୁଇ ଗୁଣ କୁ ଜୀବନରେ ପାଳନ କଲେ ସବୁ କ୍ଷେତ୍ରରେ ଜୟଲାଭ କରାଯାଇପାରିବ ବୋଲି ମତ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶାନ୍ତନୁ କୁମାର ସାହୁ ସଭା ସଂଯୋଜନା କରିବା ସହ ସାମୂହିକ ଭାବରେ ବିଦାୟୀ ଶିକ୍ଷିକା ଙ୍କ ମଙ୍ଗଳ ନିମନ୍ତେ ପ୍ରାର୍ଥନା ଓ କାମନା କରିଥିଲେ। Report By :- Bhaktiprasad Pradhan IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Image
ଅନୁଗୋଳ(IYA NEWS:01/12/2020): ଅନୁଗୋଳ ଜନ ଶିକ୍ଷଣ ସଂସ୍ଥାନ ଦ୍ଵାରା ଆୟୋଜିତ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନ ଅନୁଗୋଳ ର ନିର୍ଦ୍ଦେଶିକା ଡକ୍ଟର ପ୍ରଜ୍ଞା ଇ.ଭି ମିଶ୍ରଙ୍କ ପୌରହିତ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷକ ଭାବରେ ଯୋଗ ଦେଇ ଶୈଳେନ୍ଦ୍ର ନାରାୟଣ ମହାନ୍ତି କହିଛନ୍ତି ଯେ ବ୍ୟାଙ୍କ ମାନଙ୍କ ସହାୟତାରେ ପ୍ରଦାନ କରାଯାଉଥିବା ବିଭିନ୍ନ ସହାୟତା କୁ ଆମେ କିପରି ସଫଳ ଭାବରେ ରୂପାୟିତ କରିପାରିବା ଏଥି ପାଇଁ ଆମକୁ ନିଜର ଦକ୍ଷତା ପ୍ରତିପାଦନ କରିବା ସଙ୍ଗେସଙ୍ଗେ ବ୍ୟାଙ୍କର ବିଶେଷ ଭାଜନ ହେବା ଆବଶ୍ୟକ।ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଅନ୍ୟତମ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ଜିଲ୍ଲା ଶିଳ୍ପ କେନ୍ଦ୍ର ଅନୁଗୋଳର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ଗଗନ ବିହାରୀ ନାୟକ ସରକାରଙ୍କ କ୍ଷୁଦ୍ର ଲଘୁ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରୀ ପ୍ରୋତ୍ସାହନ ରେ ମିଳୁଥିବା ସହାୟତା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ୟୁକୋ ବ୍ୟାଙ୍କର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ମହେଶ୍ୱର ଗୌଡା କହିଛନ୍ତି ଯେ ସୂଚାର ରୂପେ ପରିଚାଳିତ ଶିଳ୍ପକୁ ବ୍ୟାଙ୍କର ସହାୟତା ମିଳିବାରେ ଅସୁବିଧା ରହିବ ନାହିଁ । ଶିଳ୍ପ ପ୍ରତିଷ୍ଠା କରି ଆତ୍ମ ନୀର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଯୋଗାଇପାରିଲେ ଆମେ ଏକ ଆତ୍ମ ନୀର୍ଭରଶୀଳ ସମାଜ ତିଆରିରେ ସହାୟ