ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଅନୁଗୋଳ(IYA NEWS:01/12/2020):
ଅନୁଗୋଳ ଜନ ଶିକ୍ଷଣ ସଂସ୍ଥାନ ଦ୍ଵାରା ଆୟୋଜିତ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନ ଅନୁଗୋଳ ର ନିର୍ଦ୍ଦେଶିକା ଡକ୍ଟର ପ୍ରଜ୍ଞା ଇ.ଭି ମିଶ୍ରଙ୍କ ପୌରହିତ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷକ ଭାବରେ ଯୋଗ ଦେଇ ଶୈଳେନ୍ଦ୍ର ନାରାୟଣ ମହାନ୍ତି କହିଛନ୍ତି ଯେ ବ୍ୟାଙ୍କ ମାନଙ୍କ ସହାୟତାରେ ପ୍ରଦାନ କରାଯାଉଥିବା ବିଭିନ୍ନ ସହାୟତା କୁ ଆମେ କିପରି ସଫଳ ଭାବରେ ରୂପାୟିତ କରିପାରିବା ଏଥି ପାଇଁ ଆମକୁ ନିଜର ଦକ୍ଷତା ପ୍ରତିପାଦନ କରିବା ସଙ୍ଗେସଙ୍ଗେ ବ୍ୟାଙ୍କର ବିଶେଷ ଭାଜନ ହେବା ଆବଶ୍ୟକ।ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଅନ୍ୟତମ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ଜିଲ୍ଲା ଶିଳ୍ପ କେନ୍ଦ୍ର ଅନୁଗୋଳର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ଗଗନ ବିହାରୀ ନାୟକ ସରକାରଙ୍କ କ୍ଷୁଦ୍ର ଲଘୁ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରୀ ପ୍ରୋତ୍ସାହନ ରେ ମିଳୁଥିବା ସହାୟତା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ୟୁକୋ ବ୍ୟାଙ୍କର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ମହେଶ୍ୱର ଗୌଡା କହିଛନ୍ତି ଯେ ସୂଚାର ରୂପେ ପରିଚାଳିତ ଶିଳ୍ପକୁ ବ୍ୟାଙ୍କର ସହାୟତା ମିଳିବାରେ ଅସୁବିଧା ରହିବ ନାହିଁ । ଶିଳ୍ପ ପ୍ରତିଷ୍ଠା କରି ଆତ୍ମ ନୀର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଯୋଗାଇପାରିଲେ ଆମେ ଏକ ଆତ୍ମ ନୀର୍ଭରଶୀଳ ସମାଜ ତିଆରିରେ ସହାୟତା କରିପାରିବା । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଶେଷରେ ଏଡସ ରୋଗ ଉପରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରୋଗ୍ରାମ ଅଫିସର ହିମାଂଶୁ ଶେଖର ନାଥ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସୂଚାର ରୂପରେ ସମ୍ପାଦିତ ହୋଇଥିଲା ।
Report By :- Bhaktiprasad Pradhan
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।