Posts

Showing posts from August, 2020

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାଇକ୍ରୋ କମ୍ପୋଷ୍ଟିଂ ସେଂଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ।

Image
ଆଠମଲ୍ଲିକ(IYA NEWS:01/09/2020):ଆଠମଲ୍ଲିକ ଏନ୍.ଏ.ସି ରେ ସହରବାସୀଙ୍କ ପାଇଁ ନିର୍ମାଣ ହୋଇଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି)କୁ ସୋମବାର ଅପରାହ୍ନ ରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ମାଇକ୍ରୋ କମ୍ପୋଷ୍ଟି ସେଣ୍ଟର ନିର୍ମାଣ ହୋଇଥିବା ସ୍ଥାନରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଏନ୍ଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ଉପସ୍ଥିତ ଥିଲେ । ପ୍ରକାଶଥାଉକି, ମାଇକ୍ରୋ କମ୍ପୋଷ୍ଟି ସେଣ୍ଟରଟି ମୋଟ୍ ୩୮ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି । ଏନ୍.ଏ.ସିରୁ ପ୍ରତ୍ୟେକ ଦିନ ସଂଗ୍ରହ ବର୍ଜ୍ୟବସ୍ତୁକୁ ରାସାୟନିକ ପଦାର୍ଥ ସହ ମିଶ୍ରଣ କରି ଏଥିରୁ ସାର ପ୍ରସ୍ତୁତ କରାଯିବାର କାର୍ଯ୍ୟକ୍ରମ ରହିଛି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଯୁବତୀଙ୍କ ଗଳାକାଟି ହତ୍ୟା ।

Image
ଅାଠମଲ୍ଲିକ(IYA NEWS:01/09/2020):ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଓରଡ଼ା ଗ୍ରାମ ନିକଟ ନାଳ ପାଖରୁ ଗତକାଲି ସକାଳେ ପୁଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। କୌଣସି ଧାରୁଆ ଅସ୍ତ୍ରରେ ଯୁବତୀଙ୍କ ଗଳା କାଟି ନୃଶଂସ ଭାବେ ହତ୍ୟା କରାଯାଇଥିବ‌ାବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।ପୁଲିସ ସୂତ୍ରରୁ ଗତକାଲି ସକାଳେ ଟୁସର ପଞ୍ଚାୟତ ଅନ୍ତର୍ଗତ ଓରଡ଼ା ଗ୍ରାମର କେତେକ ବ୍ୟକ୍ତି ନିକଟ କେରାଣ୍ଡି ନାଳକୁ ‌ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ଜଣେ ଅଜଣା ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଟୁସର ସରପଞ୍ଚ ସତ୍ୟପ୍ରିୟା କର୍ମୀଙ୍କୁ ଜଣାଇଥିଲେ। ତାଙ୍କଠାରୁ ଖବର ପାଇ କିଆକଟା ଥାନା ଆଇଆଇସି ଅନାମ ଲାକ୍ରା, ଏଏସ୍‌ଆଇ ସଞ୍ଜୟ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଯୁବତୀଙ୍କ ବୟସ ପ୍ରାୟ ୨୦ ବର୍ଷ ହୋଇଥିବାବେଳେ ତାଙ୍କ ଗଳାକୁ କୌଣସି ଏକ ଧାରୁଆ ଅସ୍ତ୍ରରେ କଟାଯାଇଥିଲା। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଅନୁସନ୍ଧାନ ପରେ ଯୁବତୀ ଜଣକ କିଶୋରନଗର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ଅଚ୍ୟୁତାନନ୍ଦ ନାୟକଙ୍କ ଝିଅ ସୁଜାତା ନାୟକ ବୋଲି ଜଣାପଡ଼ିଥିଲା। କିଆକଟା ପୁଲିସ ଶବ ଜବତ କରି ବ୍ୟବଚ୍ଛେ

ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ଉଠିଲା ।

Image
ଅନୁଗୋଳ(IYA NEWS:01/09/2020): କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବାରୁ ଏହାକୁ ପ୍ରତିହତ କରିବା ନିମନ୍ତେ , ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ତରଫରୁ ୩୧ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାର ଅନୁପାଳନକୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ମନୋଜ କୁମାର ମହାନ୍ତି ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଚଳିତ ସେପ୍ଟେମ୍ବର ମାସ ୦୧ ତାରିଖରୁ ୩୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟନମେଣ୍ଟ ଜୋନକୁ ଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳ ନିମନ୍ତେ କ୍ରିୟାକଳାପକୁ ପୁନଃ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳଙ୍କ ବିନା ଅନୁମତିରେ କୌଣସି ସ୍ଥାନୀୟ ଅଧିକାରୀ / ଲୋକ ପ୍ରତିନିଧି ଜିଲ୍ଲାର କୌଣସି ସ୍ଥାନରେ ସଟ୍ - ଡ଼ାଉନ୍ କିମ୍ବା ଲକ୍ - ଡାଉନ କରିପାରିବେ ନାହିଁ । ତେବେ ଏହି ସମୟ ମଧ୍ୟରେ ଅନୁଗୁଳ ଜିଲ୍ଲାର ବଜାର ସ୍ୱଭାବିକ ଭାବେ ଖୋଲା ରହିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । ପୂର୍ବରୁ ଏହା ସକାଳ ୬ ଟା ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଖୋଲା ଯାଉଥିଲା । ପୂର୍ବ ନିର୍ଦ୍ଦେଶନାମା ଭଳି ସମସ୍ତ ସିନେମା ହଲ୍ , ସୁଇମିଂ ପୁଲ୍ ,ଆମୋଦ ପ୍ରମୋଦ ପାର୍କ , ଥିଏଟର , ବାର୍ , ପ୍ରେକ୍ଷାଳୟ , ସମାଗମ ପ୍ରକୋଷ୍ଠ ଆଦି ବନ୍ଦ ରହିବ । ଏହା ଛଡ଼ା , ସ

ଅନୁଗୋଳ ଜିଲ୍ଲାରୁ ୧୫ ଜଣ କରୋନା ପଜିଟିଭ ଚିହ୍ନଟ । ସମୁଦାୟ ଅାକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୮୪୪ ରେ ।

Image
ଅନୁଗୋଳ(IYA NEWS:01/09/2020): ଅନୁଗୋଳ ଜିଲ୍ଲାରୁ ସୋମବାର ପୁଣି ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪୪ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଞ୍ଚଳର ୮ ଜଣ ତାଳଚେର ବ୍ଲକ ଅଞ୍ଚଳର ୫ ଜଣ , ଅନୁଗୋଳ ପୌରାଞ୍ଚଳ ଓ କିଶୋରନଗର ଅଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳରୁ ୮ ଜଣ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୨୨,୨୮,୨୯,୩୦,୩୦,୪୦,୪୩ ଓ ୪୬ ବର୍ଷ ଅଟେ । ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ,ଯାହାଙ୍କ ବୟସ ୧୮,୨୩ ଓ ୪୨ ହୋଇଥିବା ବେଳେ ୨ ଜଣ ମହିଳାଙ୍କ ବୟସ ୨୭ ଅଟେ । ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ଜଣେ ୩୨ ବର୍ଷୀୟ ଚିହ୍ନଟ ହୋଇଥିବା ବେଳେ କିଶୋରନଗର ବ୍ଲକର ଜଣେ ୧୭ ବର୍ଷୀୟ ଯୁବକ ଚେନ୍ନାଇରୁ ଫେରି ବ୍ଲକର ଏକ କ୍ଲଷ୍ଟର ଅସ୍ଥାୟୀ ମେଡିକାଲ ଶିବିର ସଙ୍ଘରୋଧରେ ଥିବା ବେଳେ କାରୋନା ପଜିଟିଭ ହୋଇଥିବାର ଜଣା ପଡିଛି । ଏହା ମଧ୍ୟରେ ଆଉ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୪୭୫ ରେ ପହଞ୍ଚିଛି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ବନ୍ୟାରେ ବୁଡିଲା ଟିକରପଡା ଅଞ୍ଚଳ : ୫ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ।

Image
ଅନୁଗୋଳ(IYA NEWS:29/08/2020): ଭୟଙ୍କର ରୂପ ଧାରଣ କରୁଛି ମହାନଦୀ ହୀରାକୁଦ ଜଳଭଣ୍ଡାରରୁ ୪୬ଟି ଗେଟ୍ ରେ ଜଳ ନିଷ୍କାସନ କରାଯାଉଥିବାରୁ ଟିକରପଡ଼ା ଇଲାକାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଶୁକ୍ରବାର ଟିକରପଡ଼ା ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।  ମହାନଦୀ ବନ୍ୟାରେ ଉବୁଟୁବୁ ସାତକୋଶିଆ ଅଞ୍ଚଳ । ୫ଟି ଗାଁ’ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗଇଁଦି, ବେହେରାସାହି, ମଝିପଡା, ଅଣାଖଣି, ରାମି ମୁଣ୍ଡା(ଖ) ଓ ଘାସିସାହି କିଛି ଅଞ୍ଚଳ ଜଳମଗ୍ନ ହୋଇଛି । ଗାଁ’କୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପାଣି ଚାଲୁଛି ।ଗତକାଲି ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଲୋକ ଘରଦ୍ବାର ଛାଡ଼ି ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି । ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ରାଜୀବଗାନ୍ଧୀ ସେବା କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟରେ ବିପନ୍ନ ଙ୍କୁ ଥଇଥାନ କରାଯାଇଛି । ସେହିପରି ମଝିପଡା, ଗଇଁଦି, ବେହେରାସାହି ଓ ରାମି ମୁଣ୍ଡା(ଖ) ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଥିବା ବେଳେ ଡଙ୍ଗାରେ ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି ।  ଟିକରପଡ଼ା ଗାଁରୁ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ଯାଇଥିବା ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବୁଡ଼ି ଯାଇଛି । ପାଣି ଘେରରେ ରହି ଥିବା ଲୋକଙ୍କୁ ବନବିଭାଗ ଓ ପ୍ରଶାସନ ପକ୍ଷରୁ ପକ୍ଷରୁ ସ୍ଥାନ

ଅନୁଗୋଳ ବ୍ଲକ ୯ଟି ପଞ୍ଚାୟତରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ : ଜନପ୍ରତିନିଧି ଦେଉନାହନ୍ତି ନଜର ।

Image
ଅନୁଗୋଳ(IYA NEWS:27/08/2020): ଅନୁଗୋଳ ଜିଲା ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ୯ଟି ପଞ୍ଚାୟତରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଚିକିତ୍ସାସେବା। ଅନୁଗୋଳ ବ୍ଲକର ଜଙ୍ଗଲ ଅଧ୍ୟୁଷିତ ୯ଟି ପଞ୍ଚାୟତର ଗ୍ରାମବାସୀଙ୍କୁ ତ୍ୱରିତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମୋଟ୍‌ ୪ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ହେଲେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ଦିଆ ନ ଯିବା କାରଣରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଅନୁଗୋଳ ବ୍ଲକର ୯ଟି ପଞ୍ଚାୟତର  ପୁରୁଣାକୋଟ,ଜଗନ୍ନାଥପୁର,ଟାଇଁସି ଓ ପୁରୁଣାଗଡରେ ରହିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ଏହି ୪ଟି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରୁ ପୁରୁଣାକୋଟ,ଟାଇଁସି,ପୁରୁଣାଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବା ବେଳେ ଜଗନ୍ନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ନିଯୁକ୍ତି ଅଛନ୍ତି ଓ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଲେଖାଏଁ ଫାର୍ମାସିଷ୍ଟ ନିଯୁକ୍ତି ଅଛନ୍ତି । ତାହାସହ ୱାର୍ଡ ଅାଣ୍ଟେଣ୍ଡାଟ୍ ପୁରୁଣାକୋଟ ଓ ଟାଇଁସି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ନାହାନ୍ତି , ଏ.ଏନ.ଏମ କେବଳ ପୁରୁଣାଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବାବେଳେ ଅନ୍ୟ ୩ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଓ ସୁଇପର ପଦବୀ କେବଳ ପୁରୁଣାକୋଟ ଓ ପୁରୁଣାଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଥିବାବେଳେ ଜଗନ୍ନାଥପୁର ଓ ଟାଇଁସି

ବିଧାୟକଙ୍କ ମହାନତା : ନାଳରେ ଭାସିଯାଉଥିବା ବେଳେ ସାହାଯ୍ୟ କଲେ ବିଧାୟକ ।

Image
ଅାଠମଲ୍ଲିକ(IYA NEWS:26/08/2020): ଗତକାଲି ଅପରାହ୍ନରେ ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ହାତୀଗେଞ୍ଜ ଅଞ୍ଚଳରୁ ଅାଠମଲ୍ଲିକ ଅାମ୍ବସରମୁଣ୍ଡା ପଞ୍ଚାୟତ ପୋଡାପଦର ଗ୍ରାମକୁ କିଛି ଲୋକ କିଛି କାର୍ଯ୍ୟ ପାଇଁ ବୋଲେରୋ ଗାଡିରେ ଯାଇଥିଲେ ।ଯାଇଥିବା ବେଳେ ଠାକୁରଗଡ - ଅାମ୍ବସରମୁଣ୍ଡା ରାସ୍ତାର ଭୂଅାଶୁଣିନାଳି ନାଳର ପ୍ରଖର ସୁଅରେ ପଡିଯାଇଥିଲେ ।ଏହି ଖବର ଶୁଣିବା ମାତ୍ରେ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

୧୫ ଦିନରେ ରାସ୍ତା ମରାମତି ପାଇଁ ଠିକାସଂସ୍ଥାକୁ କଡା ନିର୍ଦ୍ଦେଶ ଦେଲେ ଅାଠମଲ୍ଲିକ ବିଧାୟକ ।

Image
ଅାଠମଲ୍ଲିକ(IYA NEWS:26/08/2020): ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଜାମୁନାଳୀଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ୪୦ କି.ମି ରାସ୍ତାର ଅନେକ ସ୍ଥାନରେ ଶୋଚନୀୟ ହେଇପଡ଼ିଛି। ୫୫ ନମ୍ବର ଜାତୀୟ ରାଜପଥ ୪ ଲେନ୍ ରାସ୍ତା ନିର୍ମାଣ ବିଳମ୍ବ ହେଉଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ନିର୍ମାଣ କରାଯାଉଥିବା ଆସ୍ଥାୟୀ ରାସ୍ତାଗୁଡ଼ିକ କଦର୍ଯ୍ୟ ହୋଇ ପଡ଼ିଥିବା ଯୋଗୁଁ ଦୁର୍ଘଟଣା ଘଟୁଛି । ଉକ୍ତ ଅସ୍ଥାୟୀ ରାସ୍ତାକୁ ୧୫ ଦିନ ମଧ୍ୟରେ ପିଚୁ କରାଯାଇ ମରାମତି କରିବା ପାଇଁ ସୋମବାର ଆଠମଲିକ ବିଧାୟକ ଓ ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ନାକଚି ଡ଼ାକ ବଙ୍ଗଳାଠାରେ ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଆଠମଲ୍ଲିକ ଉପଜିଲାପାଳ ଲଳିତ ମୋହନ ବେହେରା, କିଶୋରନଗର ଅତିରିକ୍ତ ତହସିଲଦାର ଲୋପାମୁଦ୍ରା ରଥ,ନୁନୁକାପଶି ସରପଞ୍ଚ ଜଳଧର ସାହୁ, ଗାଁବଇଣ୍ଡା ସରପଞ୍ଚ ମାନସ ସାହୁ, ହଣ୍ଡପା ସରପଞ୍ଚ ଅମୀୟ ପ୍ରଧାନ, ନାକିଚି ସରପଞ୍ଚ ପ୍ରଶାନ୍ତ ଦିଆଣୀ, ବାମୁର ସରପଞ୍ଚ ବିନୋଦିନୀ ପ୍ରଧାନ, କିଶୋରନଗର ବ୍ଲକ ବିଜେଡି ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ତିମିର ନାୟକ, ଗାୟତ୍ରୀ ଠିକା ସଂସ୍ଥାର ପରିଚାଳକ ଗେଲିଡ଼େରା ପଦ୍ମନାଭଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ। ଏଥିରେ ଉକ୍ତ ଠିକା ସଂସ୍ଥାର କାର୍ଯ୍ୟ ବିଳମ୍ବକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ।ଅଞ୍ଚଳବାସୀ ଅଭିଯୋଗ

ଅାଜି ଅନୁଗୋଳ ଜିଲ୍ଲାରୁ ୪୨ଜଣ କରୋନା ପଜିଟିଭ ଚିହ୍ନଟ । ସମୁଦାୟ ଅାକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୬୯୧ରେ ।

Image
ଅନୁଗୋଳ(IYA NEWS:25/08/2020): ଜିଲ୍ଲାରୁ ଆଜି ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏହି ୪୨ ଆକ୍ରାନ୍ତ ଚିହ୍ନଟ ହେବ ପରେ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୬୯୧ ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଓ ଏହାର ନିକଟସ୍ଥ ଶିଳ୍ପାଞ୍ଚଳରୁ ୨୧ ଜଣ ପୁରୁଷ ଆକ୍ରାନ୍ତ ହୋଇଥିବାର ଜଣା ପଡିଛି । ଏମାନଙ୍କ ମଧ୍ୟରେ ୨ ଜଣ ପରୁଷ ଝାଡଖଣ୍ଡରୁ ଫେରିଥିବା ବେଳେ ୨ ଜଣ ପଶ୍ଚିମବଙ୍ଗ ଓ ଅନ୍ୟ ସମସ୍ତ ୧୭ ଜଣ ଆକ୍ରାନ୍ତ , ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୋଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି କଣିହାଁ ଅଞ୍ଚଳର ୬ ଜଣ ପୁରୁଷ ତାଳଚେର ବ୍ଲକ ଅଞ୍ଚଳର ୫ ଜଣ ପୁରୁଷ ଓ କିଶୋରନଗର ବ୍ଲକ ଅଞ୍ଚଳର ୪ ଜଣ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୋଜିଟିଭ ଚିହ୍ନଟ ହୋଇଛନ୍ତି । ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ପୁରୁଷଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଶିଳ୍ପାଞ୍ଚଳର ହୋଇଥିବା ବେଳେ ବାକି ୨ ଜଣ ବ୍ଲକ ଅଞ୍ଚଳର ଅଛନ୍ତି । ସେହିଭଳି ଅନୁଗୋଳ ପୌରାଞ୍ଚଳ , ଆଠମଲ୍ଲିକ ବ୍ଲକ ଓ ପାଲଲହଡା ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ ପୁରୁଷ ଚିହ୍ନଟ ହୋଇଥିବା ବେଳେ ଏମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୋଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିବା ବେଳେ ଲକ୍ଷଣ ବିହୀନ ଓ ସ୍ୱଳ୍

ଅନୁଗୋଳ ଜିଲ୍ଲାରୁ ଅାଜି ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ : ସମୁଦାୟ ଅାକ୍ରାନ୍ତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଛି ।

Image
ଅନୁଗୋଳ(IYA NEWS:24/08/2020): ଜିଲ୍ଲାରୁ ଆଜି ୧୧ ଜଣ କାରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ ୮ ଜଣ , ତାଳଚେର ପୌରାଞ୍ଚଳରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୮ ଜଣଙ୍କ ମଧ୍ୟରେ ଏକ ଶିଳ୍ପସଂସ୍ଥା ଅଞ୍ଚଳରୁ ୭ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୧ , ୨୧, ୨୪ ,୨୭ , ୩୩ , ୩୮ ଓ ୪୩ । ଏମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କାରୋନା ପଜିଟିଭ ହୋଇଥିବା ବେଳେ ବଅଁରପାଳ ବ୍ଲକ ଅଞ୍ଚଳରୁ ୩୧ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ତାଳଚେର ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରେ ୨ ଜଣ ମହିଳାଙ୍କ ବୟସ ୧୯ ଓ ୩୨ ହୋଇଥିବା ବେଳେ ଜଣେ ୬ ବର୍ଷର ଶିଶୁ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣ ପଡିଛି । ଏମାନେ ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିବା ବେଳେ ଲକ୍ଷଣ ବିହୀନ ଓ ସ୍ୱଳ୍ପ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନକୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆ ଯାଇଛି ।  ଏହା ମଧ୍ୟରେ ୩ ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇ

ଅାଜି ଅନୁଗୋଳ ଜିଲ୍ଲାରୁ ୯ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୬୩୮ରେ ।

Image
ଅନୁଗୋଳ(IYA NEWS:23/08/2020): ଜିଲ୍ଲା ରୁ ଅାଜି ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ରେ ପଜିଟିଭ୍ ଚିହ୍ନଟ ସଂଖ୍ୟା ୬୩୮ ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳ ରୁ ସର୍ବାଧିକ ୪ ଜଣ, ବଅଁରପାଳ ବ୍ଲକ ଅଞ୍ଚଳ ରୁ ୨ ଜଣ, ଅନୁଗୋଳ ବ୍ଲକ, ଅନୁଗୋଳ ପୌରପାଳିକା ଓ କିଶୋର ନଗର ବ୍ଳକ ଅଞ୍ଚଳ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ତାଳଚେର ବ୍ଲକ ଅଞ୍ଚଳ ରୁ ହୋଇଥିବା ୪ ଜଣ ଙ୍କ ମଧ୍ୟରେ ୨ ଜଣ ପୁରୁଷ ଙ୍କ ବୟସ ୪୦ ଓ ୪୨ ବର୍ଷ ହୋଇଥିବା ବେଳେ ଜଣେ ବାଳକ ଙ୍କ ବୟସ ୧୫ ବର୍ଷ ଓ ଜଣେ ମହିଳା ଙ୍କ ବୟସ ୪୧ ବର୍ଷ ଅଟେ। ଏମାନଙ୍କ ମଧ୍ୟରୁ ୪୨ ବର୍ଷିୟ ପୁରୁଷ ଜଣଙ୍କ ଭୁବନେଶ୍ବର ର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଲକ ଅଞ୍ଚଳରୁ ୨ ଜଣ ମଧ୍ଯ ରେ ଜଣେ ୨୦ ବର୍ଷ ଯୁବକ ଓ ଜଣେ ୪୫ ବର୍ଷିୟ ପୁରୁଷ ଅଛନ୍ତି। ସେହିପରି ଅନୁଗୋଳ ବ୍ଲକ ଅଞ୍ଚଳ ରୁ ଜଣ ୩୫ ବର୍ଷୀୟ ପୁରୁଷ ଓ ଅନୁଗୋଳ ପୌରପାଳିକା ରୁ ଜଣ ୩୮ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଥିବା ବେଳେ, କିଶୋର ନଗର ବ୍ଳକ ଅଞ୍ଚଳ ରୁ ଜଣେ ୪୯ ବର୍ଷିୟ ଭୁବନେଶ୍ବର ର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଲକ୍ଷଣ ଯୁକ୍ତ ଆକ୍ରାନ୍ତ ମାନଙ୍କୁ ତାଳଚେର କୋଭିଡି ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯା

ଅାଜି ଅନୁଗୋଳ ଜିଲ୍ଲାରୁ ୧୦ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୬୨୯ରେ ।

Image
ଅନୁଗୋଳ(IYA NEWS:21/08/2020): ଜିଲ୍ଲାରୁ ଆଜି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳରୁ ୩ ଜଣ , ବଅଁରପାଳ  ବ୍ଲକ ଓ କିଶୋରନଗର ବ୍ଲକ ଅଞ୍ଚଳରୁ ୨ ଜଣ ଲେଖାଏଁ , ଅନୁଗୋଳ ବ୍ଲକ, ପାଲଲହଡା ବ୍ଲକ ଓ ଅନୁଗୋଳ ପୋୖରାଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୨ ବର୍ଷୀୟ ପୁରୁଷ ଓ ୨ ଜଣ ମହିଳା ଯାହାଙ୍କ ବୟସ ୩୦ ଓ ୩୨ ଅଟେ । ମହିଳା ୨ ଜଣ ଭୁବନେଶ୍ୱରର ପୃଥକ ପୃଥକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ସମୟରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷଙ୍କ ବୟସ ୬୬ ବର୍ଷ ଓ ଜଣେ ମହିଳାଙ୍କ ବୟସ ୫୭ ବର୍ଷ ଅଟେ । ଏମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । କିଶୋରନଗର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୪୪ ବର୍ଷୀୟ ପୁରୁଷ ଓ ଜଣେ ୫୩ ବର୍ଷୀୟା ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଅନୁଗୋଳ ବ୍ଲକ ଅଞ୍ଚଳର ଜଣେ ୩୨ ବର୍ଷୀୟ ପୁରୁଷ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜିଟିଭ ହୋଇଥିବା ଜଣାପଡିଛି । ସେହିପରି ବ୍ଲକର ଜଣେ ୨୧ ବର୍ଷୀୟା ମହିଳା ଓ ଅନୁଗୁଳ ପୋୖରାଞ୍ଚଳର ଜଣେ ୩୧ ବର୍ଷିଆ ମହିଳା

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

Image
ସୁନ୍ଦରଗଡ଼ ( IYA NEWS , ୨୨-୮-୨୦୨୦ ) : - ଆଏଲା ନୂଆ ଖାଇ ନୂଆ ତିହାର , ବବା ବଡି ସହେତେ ସବୁ ଗୁସିଆଁ ମାନକୁ ପାଦ ଛୁଇଁ କରି ଶହେ ଜୁହାର । ପଶ୍ଚିମ ଓଡିଶାବାସୀର ଲାଗି ଇଟା ଗୁଟେ ବଡେ ନି ବଡ ତିହାର ଆଏ  । ଇଥିର ଲାଗି ଦିନା ଦଶେ ଆଗରୁ ବଡ ବଡ ପୁରଖା ଗୁସିଆଁ ମାନେ ବସି କରି ଲଗନଟେ ବହରାସନ । ଯେନ ଲଗନେ ମା ସମଲେଶ୍ବରୀର ଠାନେ ନୂଆ ଚଉଲ ଭୋଗ ଲାଗସି । ଇଟା ପରିବାର ଭିତ୍ତିକ ତିହାର ଆଏ । ଇ ତିହାର ପୂରା ପରିବାର କେ ଗୁଟେ କରିଦେସି । ଯିଏ ଯେନ ଥାଉ ପଛେ ନୂଆ ଖାଇ ଲଗନ ବାହାରିବା କି ଘରର ଗୁସିଁଆର ଡାକ ଶୁନି କରି ତାର ବତରେ ସଜ ବାଜ ହେଇକରି ଦିନେ ଦୁଇ ଦିନର ଆଗରୁ ଘରକେ ଢୁକିଥିବା । ଇ ତିହାର ଗୁଟେ ଏନତା ତିହାର ଆଏଯେ ଯେତେ ପ୍ରକାରେ ଯେନତେଇ ହିସାବେ ଅପଟ ହେଇଥିଲେ ବି ନୂଆ ଖାଇ ତିହାର ସମକୁ ମିଶେଇ ଦେସି । ବରଷକ ଗୁଟେ ତିହାର ଏନତା ଆଏଯେ ସଭେ ଗୁଟେ ଠାନେ ଜମା ହେଇକରି ଘରର ପୁରଖା ମୁନୁଷ ଆଉ ପୂରା ପରିବାର ସାଙ୍ଗେ ବସିକରି ମା ' ର ପରସାଦ ହିସାବେ ନୂଆଁ ଚାଉଲ ନାଇହେଲେ ନୂଆ ଚୂଡା ଭୋଗ ଲଗେଇ କରି ଖାଏସନ । ନୂଆ ଖାଇ ତିହାର ଆଗରୁ ଘର ଦ୍ବାର ସଫା ସୁତରା କରି ନୂଆ ରଙ୍ଗ ଦେଇକରି ଧୁଇ ପୁଛିକରି ରଖସନ । ଗଣେଷ ପୂଜା ଦିନ ଘର ଦ୍ବାର ଗୁବର ଦେଇକରି ଲିପା ପୁଛା କରିଥିସନ । ଇଟା ଗାଁ ଗଁଲି ମାନକେ ତିହାରର ଅଏନ ଜିନିଷଟା ଆଖି ଝଲସି ଯାଏସି । ନୂଆ ଖାଏବାର ଆଗର ଦିନ ବଜାର ହାଟ କରସନ ଯେ ସବୁ ପ୍ରକାର

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ।

Image
ଅନୁଗୋଳ(IYA NEWS:22/08/2020): ଅନୁଗୋଳ ଜିଲ୍ଲ‍ା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଅାଁଗଡ ଗ୍ରାମର ଦୁଇ ଜଣ ଉଦୟମାନ ଯୁବକ ଜିତେନ୍ଦ୍ର ନାୟକ ଓ ଦୟାସାଗର ଭୁକ୍ତା କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଆରେ ୨ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଭଳି ମହାମାରୀ ସମୟରେ ଦୁଇ ଉଦୟମାନ ଯୁବକଙ୍କର ଏପରି ମହାନ କାର୍ଯ୍ୟକୁ ବିଧାୟକ ଧନ୍ୟବାଦ ଜଣାଇଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

କରୋନା କୁ ହରାଇ ପ୍ଲାଜମା ଦାନକଲେ ଚିତ୍ତରଂଜନ ।

Image
ଅନୁଗୋଳ(IYA NEWS:22/08/2020): କରୋନା ମହାମାରୀରେ ଗୁରୁତର ଆକ୍ରାନ୍ତମାନଙ୍କୁ ପ୍ଲାଜମା ଦାନ କରି ସେମାନଙ୍କୁ ଜୀବନ ଦାନ ଦେବା ଉଦ୍ଦେଶ୍ୟରେ ଅାଜି ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଶୋରନଗର ବ୍ଲକ ଉରୁକୁଳା ଗ୍ରାମପଞ୍ଚାୟତର ୨୫ ବର୍ଷୀୟ ଯୁବକ ଚିତ୍ତରଂଜନ ମାଝି ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପହଞ୍ଚି ଅାଜି ପ୍ଲାଜମା ଦାନ କରିଛନ୍ତି । ପ୍ଲାଜମା ଦାନ ନିମନ୍ତେ କ୍ୟାପିଟାଲ ହସପିଟାଲରେ ପହଞ୍ଚଚିବା ପରେ ରାଜ୍ୟ ବିଜ୍ଞାନ ଓ କାରିଗରୀ,ସାଧାରଣ ଉଦ୍ୟୋଗ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ତଥା ଜିଲ୍ଲା ପ୍ଲାଜମା ଥେରାପି ପର୍ଯ୍ୟବେକ୍ଷକ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।ଚିତ୍ତରଂଜନଙ୍କ ଏହି ମହତ୍ ଓ ମାନବିକତା କାର୍ଯ୍ୟ ପାଇଁ ଅାଠମଲ୍ଲିକ ବିଧାୟକ ସାଧୁବାଦ ସହ କୃତଜ୍ଞତା ଜଣାଇଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅାଜି ଅନୁଗୋଳ ଜିଲ୍ଲାରୁ ୪୦ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୬୧୯ରେ ।

Image
ଅନୁଗୋଳ(IYA NEWS:21/08/2020): ଜିଲ୍ଲାରୁ ଅାଜି ୪୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳର ୧୭ ଜଣ,ତାଳଚେର ବ୍ଲକ ଅଞ୍ଚଳର ୧୧ଜଣ,ଅନୁଗୋଳ ପୌରାଞ୍ଚଳରୁ ୨ଜଣ , ଅନୁଗୋଳ ବ୍ଲକ ଅଞ୍ଚଳରୁ ୫ଜଣ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୯ଜଣ ପୁରୁଷ ଓ ୮ଜଣ ମହିଳା ଅଛନ୍ତି । ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୧ଜଣଙ୍କ ମଧ୍ୟରୁ ୪ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି । ଅନୁଗୋଳ ପୈାରଞ୍ଚଳରୁ ଚିହ୍ନଟ ହୋଇଥିବା ୨ଜଣ ପୁରୁଷଙ୍କ ମଧ୍ୟରୁ ୨ଜଣ ପୃଥକ ଭାବେ ଭୁବନେଶ୍ବରର ଦୁଇଟି ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଅନୁଗୋଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରେ ୪ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ସେହିପରି ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏକ ୱାର୍ଡରୁ ଜଣେ ମହିଳା କରୋନା ପଜିଟିଭ ହୋଇଥିବା ପଡିଛି । ସମସ୍ତ ଲକ୍ଷଣ ବିହିନ ଓ ସ୍ବଳ୍ପ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ନିଜଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯିବା ସହ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେର କୋଭିଡ ହସପିଟାଲରୁ ସୁସ୍ଥ ହ

ଜମି କିଣିବାର ଘଣ୍ଟାଏ ମଧ୍ୟରେ କ୍ରେତାଙ୍କୁ ମିଳିଲା ପଟ୍ଟା ।

Image
କିଶୋରନଗର(IYA NEWS:21/08/2020): ଜମି କିଣିବାର ଘଣ୍ଟାକ ମଧ୍ୟରେ କ୍ରେତାଙ୍କୁ ନୂଆ ପଟ୍ଟା ଦେବାରେ କିଶୋରନଗର ତହସିଲ ଅନୁଗୋଳ ଜିଲ୍ଲାରେ ରେକର୍ଡ କରିଛି। ରାଜ୍ୟ ସରକାରଙ୍କ ନୂତନ ଭୂସଂସ୍କାର ଆଇନ ଅନୁଯାୟୀ ଜମି କିଣିବାର ସାତ ଦିନ ମଧ୍ୟରେ ନୂଆ ପଟ୍ଟା ଦେବାକୁ ନିର୍ଦେଶ ଦିଆଯାଇଛି।ଅାଜି କିଶୋରନଗର ତହସିଲ କର୍ମଚାରୀଙ୍କ ଉଦ୍ୟମରୁ ଜଣେ ବ୍ୟକ୍ତି ଘଣ୍ଟାଏ ମଧ୍ୟରେ ନୂଆ ପଟ୍ଟା ପାଇଛନ୍ତି।କିଶୋରନଗର ବ୍ଲକ ପର୍ଶୁମାଳ ଗ୍ରାମର ସୁଜିତ କୁମାର ସାହୁ କିଶୋରନଗର ତହସିଲ ଅନ୍ତର୍ଗତ ପର୍ଶୁମାଳ ମୌଜାରେ ମହାଦେବ ସାହୁଙ୍କୁ ଠାରୁ ଆଜି ଏକ ପ୍ଲଟ କିଣିଥିଲେ। ଘଣ୍ଟାକ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉଦ୍ୟମରେ ପଟ୍ଟା ପ୍ରସ୍ତୁତ ହୋଇ ସୁଜିତ କୁମାର ସାହୁଙ୍କୁ ଦିଆଯାଇଥିଲା।କିଶୋରନଗର ତହସିଲଦାର ଡଃ ଲକ୍ଷ୍ମୀପ୍ରସାଦ ସାହୁ,ରେଭୁନ୍ୟୁ ଅାସିଷ୍ଟାଣ୍ଟ ସୁଶ୍ରୀମଞ୍ଜରୀ ପ୍ରଧାନ,ରେଜିଷ୍ଟ୍ରେସନ କ୍ଲର୍କ ଅରବିନ୍ଦ ନାୟକ ଓ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ ।  IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଜିଲ୍ଲାରେ ଅାଜି ୯ କରୋନା ଅାକ୍ରାନ୍ତ ଚିହ୍ନଟ । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୯ରେ ପହଞ୍ଚିଲା ।

Image
ଅନୁଗୋଳ(IYA NEWS:20/08/2020): ଅନୁଗୋଳ ଜିଲାରୁ ୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତାଳଚେର ଓ କିଶୋରନଗର ବ୍ଲକର ୪ ଜଣ ଲେଖାଏଁ ଓ ବଅଁରପାଳ ବ୍ଲକର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକରୁ ଚିହ୍ନଟ ହୋଇଥିବା ୪ ଜଣ ଆକ୍ରାନ୍ତ ପୁରୁଷଙ୍କ ବୟସ ଯାଥାକ୍ରମେ ୨୫,୨୨,୨୮ ଓ ୪୨ ବର୍ଷ ଅଟେ । କିଶୋରନଗର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୪ଜଣଙ୍କ ମଧ୍ୟରୁ ୨ଜଣ ପୁରୁଷଙ୍କ ବୟସ ୩୦ ଓ ୧୮ ହୋଇଥିବା ବେଳେ ୨ଜଣ ମହିଳାଙ୍କ ବୟସ ୨୦  ଓ ୩୫ ବର୍ଷ ଅଟେ । ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସେହି ପରି ବଅଁରପାଳ ବ୍ଲକ ଅଞ୍ଚଳର ଏକ ଶିଳ୍ପାଞ୍ଚଳରୁ ଜଣେ  ୪୪ ବର୍ଷିୟା ମହିଳା ଭୁବନେଶ୍ବରର ଏକ ଘରୋଇ ହସିପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ହୋଇଥିବାର ଜଣାପଡିଛି । ଏହି ୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣଙ୍କର ଚିକିତ୍ସା ନିମନ୍ତେ ପଦକ୍ଷେପ ନିଆଯାଇଛି ବୋଲି ଅନୁଗୁଳ ଜିଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେରର କୋଭିଡ ହସପିଟାଲରୁ ସୁସ୍ଥ ହୋଇଥିବା  ୯ ଜଣଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୩୯୨ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୪୦୧ରେ ପହଁଚିଛି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Associat

କିଶୋରନଗରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ।

Image
ଅାଠମଲ୍ଲିକ(IYA NEWS:20/08/2020): ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ସମାଧାନ ଏବଂ ଆସୁଥିବା ବାର୍ଷିକ ଅନୁଦାନର ସଠିକ ବିନିଯୋଗ ଓ ଉଚିତ୍ ମାର୍ଗରେ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଏହି ବୈଠକରେ କିଶୋରନଗର ବ୍ଲକ ଅଧ୍ୟକ୍ଷା, କିଶୋରନଗର ବିଡିଓ ଏବଂ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିବା ସୂଚନା ମିଳିଛି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ହାତ ବଢାଇଲେ ଶିକ୍ଷକ ସଂଘ ।

Image
ଅନୁଗୋଳ(IYA NEWS:20/08/2020): ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅାଠମଲ୍ଲିକ ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ସଂଗଠନ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଅାରେ ୩ଲକ୍ଷ ୯୨ହଜାର ୯୪୫ଟଙ୍କା ଡ୍ରାଫ୍ଟ ମାଧ୍ୟମରେ ପ୍ରଦାନ କରିଛନ୍ତି ।ଏହି ଡ୍ରାଫ୍ଟ ପ୍ରଦାନ ସମୟରେ ସଂଗଠନର ସଭାପତି,ସଂପାଦକ,କାର୍ଯ୍ୟନିର୍ବାହୀ ସଂପାଦକ,ଶିକ୍ଷକଙ୍କ ସହ ବହୁ ସି.ଅାର.ସି.ସି ଉପସ୍ଥିତ ଥିଲେ । ଶିକ୍ଷକ ମାନଙ୍କ ଏଭଳି ଦାନକୁ ବିଧାୟକ ଧନ୍ୟବାଦ ଜଣାଇଛନ୍ତି  । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଜିଲ୍ଲାରୁ ଅାଜି ୨୨ କରୋନା ଅାକ୍ରାନ୍ତ ଚିହ୍ନଟ । ସମୁଦାୟ ଅାକ୍ରାନ୍ତଙ୍କ ସଂଖ୍ୟା ୫୭୦ ।

Image
ଅନୁଗୋଳ(IYA NEWS:19/08/2020): ଅନୁଗୋଳ ଜିଲ୍ଲାରୁ ଆଜି ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୨ ଜଣଙ୍କ ମଧ୍ୟରେ କଣିହାଁ ବ୍ଲକରୁ ସର୍ବାଧିକ ୧୧ ଜଣ , ଅନୁଗୋଳ ପୌରାଞ୍ଚଳରୁ ୫ ଜଣ ବଅଁରପାଳ ବ୍ଲକ ଅଞ୍ଚଳରୁ ୩ ଜଣ , ପାଲଲହଡ଼ା ବ୍ଲକ ଅଞ୍ଚଳରୁ ୨ ଜଣ ଓ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଣିହାଁ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ଏକ ଶିଳ୍ପସଂସ୍ଥାରୁ ୨ ଜଣ ଓ ଅବଶିଷ୍ଟ ୯ ଜଣ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସମସ୍ତ ୧୧ ଜଣ ଆକ୍ରାନ୍ତଙ୍କ ମଧରୁ ୭ ଜଣ ମହିଳା ଓ ୩ ଜଣ ପୁରୁଷ ଓ ଜଣେ ୧୦ ବର୍ଷର ବାଳକ ଅଟନ୍ତି । ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ହୋଇଛନ୍ତି । ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩  ଜଣ ମହିଳା ଓ ଜଣେ ପୁରୁଷ ଓ ଜଣେ ୬ ବର୍ଷର ଶିଶୁକନ୍ୟା ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ମହିଳା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କରୋନା ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୪ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନେ ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।ପାଲଲହଡ଼ା ବ୍ଲକ ଅଞ୍ଚଳରୁ ଚିହ୍ନ

ମଣ୍ଡପରେ ଗଣେଶ ପୂଜା ବନ୍ଦ ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ବାରା ନିର୍ଦ୍ଦେଶନାମା ଜାରି

Image
ଅନୁଗୋଳ(IYA NEWS:19/08/2020): ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ବିଘ୍ନରାଜ ଗଣେଶଙ୍କର ମଣ୍ଡପରେ ହେଉଥିବା ପୂଜାକୁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅନୁମତି ଦିଆଯିବନାହିଁ । ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇ ଜିଲ୍ଲା ପ୍ରଶାସନ ତରଫରୁ ଏହି ପଦକ୍ଷେପ ନିଆଯାଇଛି । ଏହି ପୂଜାକୁ ନିକ ନିଜ ଘରେ ସୀମିତ ୪ରୁ ୫ଜଣ ସଦସ୍ୟ ସଦସ୍ୟଙ୍କୁ ନେଇ କୋଭିଡ - ୧୯ ନିର୍ଦ୍ଦେଶନାମା ଅନୁପାଳନ ଆଧାରରେ ପୂଜା କରାଯାଇପାରିବ । ଏହି ନିର୍ଦ୍ଦେଶନାମାର ଅବମାନନା କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଟିକରପଡା ବନ୍ୟାଞ୍ଚଳ ପରିଦର୍ଶନ କଲେ ଅାଠମଲ୍ଲିକ ବିଧାୟକ ।

Image
ଅନୁଗୋଳ(IYA NEWS:19/08/2020): ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଟିକରପଡାରେ ଅାଜି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ବିଧାୟକ ପ୍ରଥମେ ମଝିପଡା,ଗଇଁଦି,ବେହେର‍ସାହି ଓ ପରେ ଟିକରପଡା ଅଞ୍ଚଳ ଅାଦି ବୁଲି ଦେଖିଥିଲେ । ବର୍ତ୍ତମାନ କୌଣସି ବନ୍ୟା ହେବା ସ୍ଥିତି ସମ୍ଭାବନା ନାହିଁ କିନ୍ତୁ ବନ୍ୟା ହେବାର ସମ୍ଭାବନା ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ସହ ଖୁବଶୀଘ୍ର ଟିକରପଡାରେ ଏକ ବନ୍ୟା ଅାଶ୍ରୟସ୍ଥଳୀ ହେବା ନେଇ ସରକାରଙ୍କ ନିକଟରେ ଦାବି ଜଣାଯାଇଛି ବୋଲି ବିଧାୟକ ସାଏ କହିଛନ୍ତି । ପରିଦର୍ଶନରେ ତାଙ୍କ ସହ ଅନୁଗୋଳ ତହସିଲଦାର ନେହେରୁ ମାଝ ,ଟିକରପଡା ସମିତିସଭ୍ୟ,ପୁରୁଣ‍ାକୋଟ ସମିତିସଭ୍ୟ,ଜଗନ୍ନାଥପୁର ସରପଞ୍ଚ,ଶରଧାପୁର ସରପଞ୍ଚଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଯୁବ ସ୍ୱାଭିମାନ ଦିବସରେ ରକ୍ତଦାନ ଶିବିର । ୩୦ ୟୁନିଟ ରକ୍ତ ସଂଗ୍ରହ ।

Image
ଠାକୁରଗଡ(IYA NEWS : 19/08/2020): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ର ସାମାଜିକ ସଂଗଠନ ଠାକୁରଗଡ଼ ୟୁଥ ପାୱାର ପକ୍ଷରୁ ସ୍ୱାଭିମାନ ଦିବସ ଅବସରରେ ଆମ ଓଡିଶା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଠାକୁରଗଡ଼ ପଂଚାୟତ ଦୀନବନ୍ଧୁପୁର ୟୁପି ସ୍କୁଲରେ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଅାଠମଲ୍ଲିକ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାଏ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଶିବିର ରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବିଧାୟକଙ୍କ ସାନ ଭାଇ ଚୌଧୁରୀ ଚରଣ ସାଏ ନିଜେ ରକ୍ତଦାନ କରି ରକ୍ତ ଦାତା ଙ୍କୁ ଉତ୍ସାହ କରିଥିଲେ l ଆଗରୁ ଏହି ଠାକୁରଗଡ଼ ୟୁଥ ପାୱାର ଆମ ଓଡିଶା ଆନୁକୂଲ୍ୟରେ ୧୮୭ ୟୁନିଟ ରକ୍ତ ସଂଗ୍ରହ କରି  ଆଠମଲ୍ଲିକର ରେକର୍ଡ ଭଙ୍ଗ କରିଥିଲେ କିନ୍ତୁ କରୋନା କଟକଣା ପାଇଁ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ଡ଼ାକ୍ତର ପ୍ରଜ୍ଞା ପରମିତା ପ୍ରଧାନ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଷ୍ଟାଫ ନର୍ସ ସ୍ନିଗ୍ଧାରାଣୀ ସିଂହ, ରବୀନ୍ଦ୍ର ନାଥ ମହାନ୍ତି, କିଶୋର ଚନ୍ଦ୍ର ଗଡ଼ନାୟକ, ସୁଶାନ୍ତ କୁମାର ସାହୁ, ଗୋବିନ୍ଦ ବେହେରା, ଶ୍ରୀତମ ବେହେରା ରକ୍ତ ସଂଗ୍ରହ କରିଥିଲେ । ଆମ ଓଡିଶା ବ୍ଲକ ସଂଯୋଜଗ ଶ୍ରୀକାନ୍ତ ମିଶ୍ର ଏବଂ ଠାକୁରଗଡ଼ ସମ୍ବାଦ ପ୍ରତିନିଧି ଶୁଭକାନ୍ତ ପ୍ରଧାନ ଶିବିର ପରିଚାଳନା କରିଥିଲେ । ଠାକୁରଗଡ଼ ୟୁଥ ପାୱାର ର ସଭାପତି ସୁନୀଲ କୁମାର ସାହୁ, ଉପ ସଭାପତି ଦିଲ୍ଲୀପ ଖୁ

ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ।

Image
ଅନୁଗୋଳ(IYA NEWS:19/08/2020): କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ବ୍ଲକ ଜାମୁନାଳୀଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଏହାର ମରାମତି ପାଇଁ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବଇଣ୍ଡା ନାଗରିକ ମଞ୍ଚ ପକ୍ଷରୁ ରଣଜିତ ପଟ୍ଟନାୟକ, ସରପଞ୍ଚ ଜଳଧର ସାହୁ, ପୂର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ, ଶିକ୍ଷାବିତ୍ ବିଚିତ୍ରାନନ୍ଦ ସାହୁ, ବେଣୁଧର ଦେହୁରୀ, ପବନ ଅଗ୍ରୱାଲା ପ୍ରମୁଖ ଦାବିପତ୍ରରେ ଦର୍ଶାଇଛନ୍ତି ଯେ, ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ହେଉଛି। ଜମି ଚିହ୍ନଟ ଠିକ୍ ଭାବେ କରାଯାଉନାହିଁ । ବଇଣ୍ଡା, ନୁନୁକାପଶି, କଦଳୀମୁଣ୍ଡା ଆଦି ଅଞ୍ଚଳରେ ୨ବର୍ଷ ହେବ ଉଚ୍ଛେଦ ସରିଥିଲେ ବି ରାସ୍ତା ନିର୍ମାଣ ହେଉନାହିଁ । ୫ ଶହରୁ ଅଧୁକ ଉଠାଦୋକାନୀ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କ୍ଷତିପୂରଣ ଦିଆଯାଉନାହିଁ। ବଇଣ୍ଡାଠାରୁ ଲୁହାମୁଣ୍ଡା ପର୍ଯ୍ୟନ୍ତ ୪ କି.ମି. ରାସ୍ତା କଦର୍ଯ୍ୟ ହୋଇପଡ଼ିଛି। ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲାପାଳଙ୍କୁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଆଠମଲ୍ଲିକରେ ନୂଆଁ ଉପଜିଲ୍ଲାପାଳଙ୍କ ଯୋଗଦାନ ।

Image
ଆଠମଲ୍ଲିକ(IYA NEWS:19/08/2020): ଆଠମଲ୍ଲିକର ନୂତନ ଉପଜିଲ୍ଲାପାଳ ରୂପେ ଲଳିତ ମୋହନ ବେହେରା ଗତକାଲି ଯୋଗ ଦେଇଛନ୍ତି। ସେ ସମ୍ବଲପୁର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ରୂପେ କାର୍ଯ୍ୟରତ ଥିଲେ । ଉପଜିଲ୍ଲାପାଳ ଶ୍ରୀ ବେହେରା ଭାରପ୍ରାପ୍ତ ଉପଜିଲ୍ଲାପାଳ ତଥା ବିଡ଼ିଓ ସଞ୍ଜୟ ଆଚାର୍ଯ୍ୟଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ । ସହକାରୀ ଜିଲ୍ଲାପାଳ ଲମ୍ବୋଦର ମାର୍ଣ୍ଡି, ଅତିରିକ୍ତ ତହସିଲଦାର ଅଶୋକ ଦେହୁରୀ, ମୁଖ୍ୟ କିରାଣି ମିଲୁ ଭୁକ୍ତା, ଅମିୟ ତ୍ରିପାଠୀ ଉପସ୍ଥିତ ଥିଲେ । ଶ୍ରୀ ବେହେରା ପୂର୍ବରୁ ଆଠମଲ୍ଲିକ ତହସିଲଦାର, ଉପନିବନ୍ଧକ ଓ କିଶୋରନଗର ତହସିଲଦାର ଥିଲେ।  IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଆଜି ଅନୁଗୋଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ:ପଜିଟିିଭ ସଂଖ୍ୟା ପହଞ୍ଚିଲା ୫୪୮ ରେ ।

Image
ଅନୁଗୋଳ(IYA NEWS:18/08/2020): ଆଜି ଅନୁଗୋଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଞ୍ଚଳରୁ ୪ ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୩ ଜଣ, ଅନୁଗୋଳ ପୌରାଞ୍ଚଳରୁ ୩ ଜଣ, ଅନୁଗୁଳ ବ୍ଲକ ଅଞ୍ଚଳରୁ ୩ ଜଣ, କିଶୋରନଗର ବ୍ଲକ ଅଞ୍ଚଳରୁ ୨ ଜଣ, କଣିହାଁ, ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ଚାରିଜଣ ଯାକ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୯,୩୬,୪୫ ଓ ୫୨ ବର୍ଷ ଅଟେ।ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଚିହ୍ନଟ ତିନିଜଣଙ୍କ ମଧ୍ୟରେ ଦୁଇଜଣ ମହିଳାଙ୍କ ବୟସ ୨୯ ଓ ୫୦ ବର୍ଷ ହୋଇଥିବା ବେଳେ ଜଣେ ପୁରୁଷଙ୍କ ବୟସ ୩୨ ବର୍ଷ ଅଟେ। ଅନୁଗୋଳ ପୌରାଞ୍ଚଳରୁ ଆକ୍ରାନ୍ତ ହୋଇଥିବା ତିନିଜଣଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଯାହାଙ୍କ ବୟସ ୨୬ ଓ ୪୯ ଏବଂ ସେମାନେ ଦୁଇଟି ପୃଥକ ପେଡ କ୍ୱାରେଣ୍ଟଟାଇନରେ ରହିଥିବା ବେଳେ ତାଙ୍କର ପଜିଟିିଭ ବାହାରିଥିବା ଜଣାପଡିଛି। ସେହିପରି ଅନ୍ୟ ଜଣେ ୫୨ ବର୍ଷୀୟ ପୁରୁଷ ପୌରାଞ୍ଚଳରୁ ଆକ୍ରାନ୍ତ ହୋଇଛନ୍ତି। ଅନୁଗୋଳ ବ୍ଲକ ଅଞ୍ଚଳର ତିନିଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୮,୫୬ ଓ ୬୦ ବର୍ଷ ଅଟେ।ଏମାନେ ସମସ୍ତେ ଭୁବନେଶ୍ୱରର ପୃଥକ ପୃଥକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜିଟିଭ ହୋଇଥିବା ଜଣାପଡିଛି ।କିଶୋରନଗର ବ୍ଲକ ଅଞ୍ଚଳରୁ ଚିହ୍ନଟ ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୨ ବର୍ଷୀୟ ପୁରୁଷ

ଆଜି ଅନୁଗୋଳରେ ୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ । ପଜିଟିଭ ସଂଖ୍ୟା ପହଁଚିଲା ୫୩୧ ।

Image
ଅନୁଗୋଳ(IYA NEWS:17/08/2020): ଆଜି ଅନୁଗୋଳ ଜିଲ୍ଲାରୁ ୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ଆକ୍ରାନ୍ତ ଙ୍କ ସଂଖ୍ୟା ୫୩୧ ରେ ପହଁଚିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଲକ ଅଂଚଳରୁ ୨ ଜଣ,ଅନୁଗୋଳ ବ୍ଲକ ଅନୁଗୋଳ ପୌରାଞ୍ଚଳ,ତାଳଚେର ବ୍ଲକ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଁଏ ଚିହ୍ନଟ ହୋଇଛନ୍ତି । ଛେଣ୍ଡିପଦା ବ୍ଲକ ଅଂଚଳର ଏକ ଶିଳ୍ପାଞ୍ଚଳରୁ ଜଣେ ୪୭ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସେହିପରି ଏହି ବ୍ଲକ ଅଂଚଳର ଅସ୍ଥାୟୀ ମେଡିକାଲ ଶିବିରରୁ ଜଣେ ୨୧ ବର୍ଷିୟ ଯୁବକ ହରିୟାନା ରୁ ଫେରି ସଙ୍ଗରୋଧରେ ଥିବା ବେଳେ ତାଙ୍କର ପଜିଟିଭ୍ ବାହାରିଛି । ଅନୁଗୋଳ ବ୍ଲକ ଅଂଚଳର ଜଣେ ୫୬ ବର୍ଷିୟ ପୁରୁଷ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କରୋନା ପଜିଟିଭ୍ ଜଣାପଡିଛନ୍ତି । ଅନୁଗୋଳ ପୌରାଂଚଳର ଜଣେ ୪୨ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଜଣାପଡିଛି । ତାଳଚେର ବ୍ଲକ ଅଂଚଳର ଜଣେ ୪୨ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ତାଳଚେର ପୌରାଂଚଳର ଜଣେ ୧୦ ବର୍ଷିୟା ବାଳିକା ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭି୍ ଚିହ୍ନଟ ହୋଇଛନ୍ତି । ଏହି ୦୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦୫ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ପଦକ୍ଷେପ ନିଆଯ

ଆଜି ଅନୁଗୋଳରୁ ୫୦ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୫୨୫ ରେ ।ମୃତ ସଂଖ୍ୟା ପହଞ୍ଚିଲା ୭ରେ ।

Image
ଅନୁଗୋଳ(IYA NEWS:16/08/2020): ଜିଲ୍ଲାରୁ ଆଜି ୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୫ ଜଣ, ଅନୁଗୋଳ ବ୍ଲକ ଅଞ୍ଚଳରୁ ୧୪ ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୧୦ ଜଣ, ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୭ ଜଣ ଓ କଣିହାଁ ବ୍ଲକ ଅଞ୍ଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ତାଳଚେର ବ୍ଳକ ଅଞ୍ଚଳରୁ ୨ ଜଣ ଓ ଅନୁଗୋଳ ପୌରାଞ୍ଚଳରୁ ଜଣେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ୧୫ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି । ଏମାନଙ୍କ ମଧ୍ୟରେ ଏକ ଶିଳ୍ପାଞ୍ଚଳରୁ କେବଳ ୧୩ ଜଣ (୮ ପୁରୁଷ ଓ ୫ ମହିଳା) ଅଛନ୍ତି ।  ଅନୁଗୋଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ୧୪ ଜଣଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୫ ଜଣ ମହିଳା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ୧୦ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ଅନ୍ୟ ୨ ଜଣ ୫୧ ଓ ୪୩ ବର୍ଷୀୟ ଆକ୍ରାନ୍ତ ପୁରୁଷ ଭୁବନେଶ୍ୱରର ପୃଥକ ପୃଥକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ପଜିଟିିଭ ଚିହ୍ନଟ ହୋଇ ମୃତ୍ୟୁ ବରଣ କରିଛନ୍ତି । ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ଚିହ୍ନଟ ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ସେହିପରି କଣିହାଁ ବ୍ଳକ ଅଞ୍ଚଳରୁ ଚିହ୍ନଟ ୪ ଜଣଙ୍କ ମଧ୍ୟରେ ଏକ ଶିଳ୍ପାଞ୍ଚଳରୁ ଗୋଟିଏ ପରିବାରର ସ୍ୱାମୀ,

ଆଜି ଅନୁଗୋଳରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୭୫ରେ ।

Image
ଅନୁଗୋଳ(IYA NEWS:14/08/2020):  ଆଜି ଅନୁଗୋଳ ଜିଲ୍ଲାରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଂଚଳରୁ ସର୍ବାଧିକ ୭ ଜଣ, ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ, ଅନୁଗୋଳ,କଣିହାଁ ଓ ବଅଁରପାଳ ବ୍ଳକ୍ ଅଂଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୧୮,୧୮,୨୨,୨୩,୨୬ ଓ ୫୨ ବର୍ଷ ହୋଇଥିବା ବେଳେ ଜଣେ ମହିଳାଙ୍କ ବୟସ ୫୯ ବର୍ଷ ଅଟେ | ଏହି ମହିଳା ଜଣଙ୍କ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ପଜିଟିଭ ହୋଇଛନ୍ତି । ସେହିପରି ୬ ଜଣ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି ।ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତ ପୁରୁଷଙ୍କ ବୟସ ଯଥାକ୍ରମେ ୪୦ ଓ ୪୦ ବର୍ଷ ହୋଇଥିବାବେଳେ ସେମାନେ ପଶ୍ଚିମବଙ୍ଗରୁ ଆସି ବ୍ଳକର ଏକ ପ୍ରକଳ୍ପରେ କାର୍ଯ୍ୟରତ ଅବସ୍ଥାରେ ପଜିଟିଭ ହୋଇଛନ୍ତି । ଅନୁଗୋଳ ବ୍ଳକ୍ ଅଂଚଳରୁ ଜଣେ ୩୧ ବର୍ଷୟ ମହିଳା ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ପଜିଟିଭ ହୋଇଛନ୍ତି । କଣିହାଁ ବ୍ଳକ୍ ଅଂଚଳରେ ଚିହ୍ନଟ ହୋଇଥିବା ଜଣେ ୫୮ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଂଚଳରେ ଚିହ୍ନଟ ହୋଇଥିବା ଜଣେ

ଆଜି ଅନୁଗୋଳରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୬୩ରେ ।

Image
ଅନୁଗୋଳ(IYA NEWS:13/08/2020):  ଜିଲ୍ଲାରୁ ଆଜି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ପାଲଲହଡା ବ୍ଲକ ଅଞ୍ଚଳରୁ ସର୍ବାଧିକ ୫ ଜଣ , କଣିହାଁ ଓ ତାଳଚେର ବ୍ଲକ ଅଞ୍ଚଳରୁ ୨ ଜଣ ଲେଖାଏଁ ଓ ଜଣେ ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ପାଲଲହଡା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୪୮ , ୩୨ ଓ ୩୪ ବର୍ଷ ହୋଇଥିବା ବେଳେ ୨ ଜଣ ମହିଳାଙ୍କ ବୟସ ୨୫ ଓ ୫୨ ବର୍ଷ ଅଟେ । ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । କଣିହାଁ ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ ଜଣ ପୁରୁଷଙ୍କ ବୟସ ୪୫ ଓ ୩୬ ବର୍ଷ ଓ ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ତାଳଚେର ବ୍ଲକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ ଜଣକ ମଧ୍ୟରେ ଜଣେ ୩୦ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ବେଳେ ଜଣେ ୫୪ ବର୍ଷିୟ ପୁରୁଷ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର କରୋନା ପଜିଟିଭ ଜଣାପଡିଛି । ସେହିପରି ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣେ ୨୬ ବର୍ଷିୟ ପୁରୁଷ ପଶ୍ଚିମବଙ୍ଗରୁ ଫେରି ଏକ କ୍ଲଷ୍ଟର ଅସ୍ଥାୟୀ ମେଡିକାଲ ଶିବିରରେ ସଙ୍ଗରୋଧରେ ଥିଲେ । ଆଜି ଆକ୍ରାନ୍ତ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଚ

ଆଜି ଅନୁଗୋଳରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୫୩ରେ ।

Image
ଅନୁଗୋଳ(IYA NEWS:12/08/2020): ଆଜି ଅନୁଗୋଳ ଜିଲ୍ଲାରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହିତ ପଜିଟିଭ ସଂଖ୍ୟା ୪୫୩ରେ ପହଂଚିଛି ।ସେମାନଙ୍କ ମଧ୍ୟରେ ଅନୁଗୋଳ ବ୍ଲକ୍ ଅଂଚଳରୁ ୬ ଜଣ, ତାଳଚେର ବ୍ଲକ୍ ଅଂଚଳରୁ ୨ ଜଣ, କିଶୋରନଗର ,କଣିହାଁ ଓ ପାଳଲହଡା ବ୍ଳକ୍ ଅଂଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ବ୍ଳକର ୨ଟି କ୍ଲଷ୍ଟର ଅସ୍ଥାୟୀ ମେଡିକାଲ ଶିବିରରୁ ଚିହ୍ନଟ ହୋଇଥିବା ୫ ଜଣ ପୁରୁଷଙ୍କ ମଧ୍ୟରେ ଜଣେ ୨୩ ବର୍ଷିୟ ପୁରୁଷ ବାଙ୍ଗାଲୋରରୁ ,ଜଣେ ୫୦ ବର୍ଷିୟ ପୁରୁଷ ବାଙ୍ଗାଲୋରରୁ,ଜଣେ ୪୩ ବର୍ଷିୟ ପୁରୁଷ ଗୋଆରୁ,ଜଣେ ୨୨ ବର୍ଷିୟ ପୁରୁଷ ହରିୟାନାରୁ ଓ ଜଣେ ୪୮ ବର୍ଷୟ ପୁରୁଷ ଦିଲ୍ଲୀରୁ ଫେରି ସଙ୍ଗରୋଧରେ ଥିବା ସମୟରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳ ବ୍ଳକରୁ ଜଣେ ୭୪ ବର୍ଷିୟ ପୁରୁଷ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର କରୋନା ପଜିଟିଭ ଜଣାପଡିଛି ।ତାଳଚେର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୨ ଜଣକ ମଧ୍ୟରେ ଜଣେ ୫୧ ବର୍ଷୀୟ ପୁରୁଷ ଢେଙ୍କାନାଳ ଯାଇ କାମ କରୁଥୁବାବେଳେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ ୨୯ ବର୍ଷିୟ ମହିଳା ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର କରୋନା ପଜିଟିଭ ଜଣାପଡିଛି । କିଶୋରନଗର ବ୍ଳକ୍ ଅଂଚଳର ଏକ କ୍ଲଷ୍ଟର ଅସ୍ଥାୟୀ ମେଡିକ

ଆଜି ଅନୁଗୋଳରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୪୨ରେ - ସୁସ୍ଥ ହେଲେ ୧୪ ଜଣ ।

Image
ଅନୁଗୋଳ(IYA NEWS:11/08/2020): ଆଜି ଅନୁଗୋଳ ଜିଲ୍ଲାରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍, କଣିହାଁ ବ୍ଳକ୍ ଓ ତାଳଚେର ପୌରାଞ୍ଚଳରୁ ୩ ଜଣ ଲେଖାଏଁ ଓ ଅନୁଗୋଳ ବ୍ଳକ୍ ଅଂଚଳରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାକ ମଧ୍ୟରେ ଜଣେ ୨୮ ଓ ଜଣେ ୧୮ ବର୍ଷିୟ ପୁରୁଷ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପଜିଟିଭ ହୋଇଥିବାର ଜଣାପଡିଛି । ଅନ୍ୟ ଜଣେ ବଅଁରପାଳ ଶିଳ୍ପାଞ୍ଚଳର ୨୭ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । କଣିହାଁ ବ୍ଲକର ଏକ ଶିଳ୍ପାଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୫ ବର୍ଷିୟା ମହିଳା,ଜଣେ ୧୫ ବର୍ଷିୟା ବାଳିକା ଓ ଜଣେ ୪ ବର୍ଷୟ ଶିଶୁ ପୁତ୍ର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଳଚେର ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ମଧ୍ୟରେ ୨ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୧୮ ଓ ୫୦ ବର୍ଷ ହୋଇଥିବାବେଳେ ଜଣେ ମହିଳାଙ୍କ ବୟସ ୪୫ ବର୍ଷ ଅଟେ ।ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳ ବ୍ଲକରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଯାକ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୩ ଓ ୪୧ ବ

ଆଜି ଅନୁଗୋଳରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୩୧ରେ - ସୁସ୍ଥ ହେଲେ ୧୧ ଜଣ ।

Image
ଅନୁଗୋଳ(IYA NEWS:10/08/2020): ଆଜି ଅନୁଗୋଳ ଜିଲ୍ଲାରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ପୌରାଞ୍ଚଳରୁ ୨ ଜଣ ଓ ବଅଁରପାଳ ଓ ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଅନୁଗୋଳ ପୌରାଞ୍ଚଳରୁ ଜଣେ ୨୨ ବର୍ଷିୟ ପୁରୁଷ ଓ ଜଣେ ୫୫ ବର୍ଷିୟା ମହିଳା କଟକରୁ ଫେରି ହୋମ କ୍ଵରାଣ୍ଟାଇନ୍ ଥିବା ଅବସ୍ଥାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଂଚଳର ଜଣେ ୨୯ ବର୍ଷିୟ ପୁରୁଷ ମହାରାଷ୍ଟ୍ରରୁ ଫେରି ହୋମ କ୍ୟୁରାଣ୍ଟାଇନରେ ଥାଇ ପଜିଟିଭ ହୋଇଥିବାବେଳେ ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ଜଣେ ୨୩ ବର୍ଷିୟ ପୁରୁଷ ଗୁଜୁରାଟରୁ ଫେରି ହୋମ କ୍ଵରାଣ୍ଟାଇନ୍ ଥିବା ଅବସ୍ଥାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୪ ଜଣ ଆକ୍ରାନ୍ତକୁ ଆଜି ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ୧୧ଜଣ ସୁସ୍ଥ ହୋଇ ନିଜ ଘରେ isolation ରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୩୧୯ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୩୦ ରେ ପହଂଚିଲା । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଆଜି ଅନୁଗୋଳରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ । ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୨୭ରେ ଓ ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୪ ରେ ।

Image
ଅନୁଗୋଳ(IYA NEWS:09/08/2020): ଆଜି ଅନୁଗୋଳ ଜିଲ୍ଲାରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୨୭ରେ ଓ ଜଣେ ମୃତ୍ୟୁବରଣ କରିଥିବାରୁ କରୋନା ଜନିତ ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୪ ରେ । ଆଜି ଆକ୍ରାନ୍ତ ହୋଇଥିବା ୯ ଜଣକ ମଧ୍ୟରେ ତାଳଚେର ଓ ବଅଁରପାଳ ବ୍ଲକ ଅଂଚଳରୁ ୩ ଜଣ ଲେଖାଏଁ, ଅନୁଗୋଳ ପୌରାଞ୍ଚଳରୁ ୨ ଜଣ ଓ ଜଣେ କଣିହାଁ ବ୍ଲକ ଅଂଚଳର ଅଟନ୍ତି । ତାଳଚେର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ୩୫ ବର୍ଷୀୟ ପୁରୁଷ ତାଳଚେର ଅଂଚଳର ଏକ ହସପିଟାଲରେ ଚିକିତ୍ସାଧିନ ଥିବାବେଳେ ଜଣେ ୨୭ ବର୍ଷିୟ ପୁରୁଷ ଆନ୍ଧ୍ରପ୍ରଦେଶରୁ ଫେରି ହୋମ କ୍ଵରାଣ୍ଟାଇନରେ ଥିଲେ ।ସେହିପରି ଜଣେ ୩୦ ବର୍ଷିୟା ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ବଅଁରପାଳ ବ୍ଳକ୍ ଅଂଚଳର ଏକ ଶିଳ୍ପାଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୬, ୨୮ ଓ ୩୫ ବର୍ଷ ଅଟେ । ୨୬ ବର୍ଷିୟ ପୁରୁଷ ହାଇଦ୍ରାବାଦରୁ ,୨୮ ବର୍ଷୀୟ ପୁରୁଷ ବିହାରରୁ ଓ ୩୫ ବର୍ଷିୟ ପୁରୁଷ ସୁନ୍ଦରଗଡରୁ ଫେରି ଏକ ସଂସ୍କାର କ୍ଵରାଣ୍ଟାଇନରେ ଥିଲେ । ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୨ ଜଣକ ମଧ୍ୟରେ ଜଣେ ୨୬ ବର୍ଷିୟ ପୁରୁଷ ଯାଜପୁର ଓ ଜଣେ ୨୩ ବର୍ଷ ମହିଳା ଗଞ୍ଜାମରୁ ଫେରି ପେଡ୍ କ୍ଵରାଣ୍ଟାଇନରେ ଥିଲେ । ସେହିପରି କଣିହା ବ୍ଳକ୍ ଅଂଚଳର ଏକ ଶିଳ୍ପ‍ାଞ୍ଚଳରୁ ଚିହ୍ନଟ ହୋ

ଆଜି ଅନୁଗୋଳରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ - ସୁସ୍ଥ ହେଲେ ୩୮ ଜଣ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୧୮ରେ ।

Image
ଅନୁଗୋଳ(IYA NEWS:08/08/2020): ଆଜି ଅନୁଗୋଳ ଜିଲ୍ଲାରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବଅଁରପାଳ ବ୍ଳକ୍ ଅଂଚଳରୁ ସର୍ବାଧିକ ୧୦ ଜଣ, ଅନୁଗୋଳ ବ୍ଳକ୍ ଅଂଚଳରୁ ୫ ଜଣ,ତାଳଚେର ବ୍ଲକ୍ ଅଂଚଳରୁ ୩ ଜଣ,ପାଳଲହଡା ବ୍ଳକ୍ ଅଂଚଳରୁ ୨ ଜଣ,ଅନୁଗୋଳ ପୌରାଂଚଳରୁ ୨ ଜଣ ଓ ଜଣେ କିଶୋରନଗର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଛନ୍ତି ।ବଅଁରପାଳ ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୧୦ ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୫,୨୫,୨୭,୩୩,୩୯ ଓ ୫୦ ବର୍ଷ ହୋଇଥିବାବେଳେ ୩ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୩୦,୩୦,୨୦ ଓ ଜଣେ ବାଳକ ବୟସ ୧୩ ବର୍ଷ ଅଟେ । ୩୦ ବର୍ଷିୟା ମହିଳା ଜଣଙ୍କ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ହୋଇଥିବାର ଜଣାପଡିଛି । ଅବଶିଷ୍ଟ ୯ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି ।ଅନୁଗୋଳ ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୨୬,୩୯,୬୦ ଓ ୭୦ ବର୍ଷ ହୋଇଥିବାବେଳେ ଜଣେ ପୁରୁଷଙ୍କ ବୟସ ୨୩ ବର୍ଷ ଅଟେ । ୨୬,୩୯ ଓ ୬୦ ବର୍ଷିୟା ମହିଳା ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୭୦ ବର୍ଷିୟା ମହିଳା ଜଣଙ୍କ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୨୩ ବର୍ଷିୟ ପୁରୁଷ ଜଣକ ଭୁବନେଶ୍ବରର ଏକ ସରକାରୀ

ପ୍ଲାଜମା ଦାନ ନିମନ୍ତେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପହଂଚିଲେ ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୪ ଜଣ ଆକ୍ରାନ୍ତ ।

Image
ଅନୁଗୋଳ(IYA NEWS:07/08/2020): କରୋନା ମହାମାରୀରେ ଗୁରୁତର ଆକ୍ରାନ୍ତମାନଙ୍କୁ ପ୍ଲାଜମା ଦାନ କରି ସେମାନଙ୍କୁ ଜୀବନ ଦାନ ଦେବା ଉଦ୍ଦେଶ୍ୟରେ ଅନୁଗୋଳ ଜିଲ୍ଲାରୁ ଆଜି ୪ ଜଣ ବଦାନ୍ୟ ବ୍ୟକ୍ତି ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପହଞ୍ଚିଛନ୍ତି । ବଅଁରପାଳ ବ୍ଳକରୁ ୨ ଜଣ, ଆଠମଲ୍ଲିକ ଓ କିଶୋରନଗର ବ୍ଲକରୁ ଜଣେ ଲେଖାଏଁ ଆଜି ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଦାନ ପୂର୍ବରୁ ସେମାନଙ୍କର ଆନୁସଂଗୀକ ରକ୍ତ ପରୀକ୍ଷା କରାଇଛନ୍ତି । ସମସ୍ତଙ୍କ ପାଇଁ ପାନ୍ଥନିବାସରେ ୨ ଦିନ ପାଇଁ ରହିବା ସହ ସମସ୍ତ ପ୍ରକାର ଆନୁସଂଗୀକ ବ୍ୟବସ୍ଥା କରାଯାଇଛି । ପ୍ଲାଜମା ଦାନ ନିମନ୍ତେ ଏହି ୪ ଜଣ କ୍ୟାପିଟାଲ ହସପିଟାଲରେ ପହଂଚିବା ପରେ ରାଜ୍ୟ ବିଜ୍ଞାନ ଓ କାରିଗରୀ,ସାଧାରଣ ଉଦ୍ୟୋଗ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଏହି ମହତ୍ ଓ ମାନବିକତା କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ଲ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ୪ ଜଣ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କ ସହିତ ୨ ଜଣ ନୋଡାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅଗଷ୍ଟ ମାସ ୮ ଓ ୯ ତାରିଖ ଅନୁଗୋଳ ଜିଲ୍ଲାରେ ସଟଡାଉନ ରହିବ ନାହିଁ

Image
 ଅନୁଗୋଳ(IYA NEWS:07/08/2020): ଚଳିତ ମାସର ଦ୍ଵିତୀୟ ଶନିବାର ଓ ରବିବାର (୮ ଓ ୯ ) ତାରିଖ ଅନୁଗୋଳ ଜିଲ୍ଲାରେ ସଟଡାଉନ ରହିବ ନାହିଁ। ମାସର ଅନ୍ୟ ଶନିବାର ଓ ରବିବାର ଗୁଡିକରେ ସଟଡାଉନ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ସମୟରେ ନିଆଯିବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନ ଆଦି ପୂର୍ବପରି ସକାଳ ୭ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଖୋଲା ରହିବେ। ଏ ସୂଚନା ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଜରିଆରେ ଦିଆଯାଇଛି। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅନୁଗୋଳର ଝିଅ ପ୍ରତ୍ୟୁଷାଙ୍କୁ ମିସ୍ ଭର୍ଚ୍ୟୁଅାଲ ଇନକ୍ଲ୍ୟୁସନ ମଡେଲ - ମୁକୁଟ ।

Image
ଅନୁଗୋଳ(IYA NEWS:06:08:2020): ଏକାଗ୍ରତା ହିଁ ମଣିଷ କୁ ଆଣିଥାଏ ସଫଳତା । ପଙ୍କରେ ପଦ୍ମ । ଅନୁଗୋଳର ପ୍ରତ୍ୟୁଷା ଅମାନ୍ତ ଆଜି ଅନୁଗୋଳ ପାଇଁ ଗର୍ବିତ ।ମିସ୍ ଭର୍ଚ୍ୟୁଅାଲ ଇନକ୍ଲ୍ୟସନ ମଡେଲ - ୨୦୨୦ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ପ୍ରତ୍ୟୁଷା । ବାପା ଭୂଷଣରେ ଜଣେ କର୍ମଚାରୀ ହୋଇଥିବାବେଳେ ମା ଗୃହିଣୀ ।ପ୍ରତ୍ୟୁଷା ଅନୁଗୋଳ ଜିଲ୍ଲାର ଏକ ଘରୋଇ କଲେଜରେ ଇଂରାଜୀର ବିଭାଗର ପ୍ରଧ୍ୟାପକ ଭାବେ କାମ କରନ୍ତି । ନିଜ ମଡେଲିଙ୍ଗ,ଅାଙ୍କରିଙ୍ଗ୍ ନିଶାପାଇଁ ତାଙ୍କୁ ଏହି ସଫଳତା ଆଣିଦେଇଛି।ଏହି ପ୍ରତିଯୋଗିତା ଗ୍ଲୋବାଲ ବ୍ୟୁଟି ଇଣ୍ଟରନେସନାଲ ସଂସ୍ଥା,ଦି ପ୍ରୋ ମହୋତ୍ସବ ଇଭେଣ୍ଟ ବାଏ ଅମରେଶ ଅର୍ଗାନାଇଜେସନ ଓ ଉଇ ଫର ୟୁ ଅର୍ଗାନାଇଜେସନର ମିଳିତ ଅାନୁକୁଲ୍ୟରେ ଅାୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଓଡିଶା,ଛତିଶଗଡ,ଅାସାମ,ଝାରଖଣ୍ଡ,କର୍ଣ୍ଣାଟକ ରୁ ୬୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ବିଭିନ୍ନ ରାଜ୍ୟର ୬୩ ଜଣଙ୍କୁ ମଧ୍ୟରୁ ପ୍ରତ୍ୟୁଷାଙ୍କୁ ବିଜେତା ଘୋଷଣା କରାଯାଇଛି ।ସେହି ପ୍ରତିଯୋଗିତା ଅନଲାଇନ ମାଧ୍ୟମରେ ୫ଟି ରାଉଣ୍ଡ - ଇଣ୍ଟରଡକ୍ସନ ରାଉଣ୍ଡ,ଟ୍ୟାଲେଣ୍ଟ ରାଉଣ୍ଡ,ରେମ୍ପ ୱାକ ରାଉଣ୍ଡ,ମିସ୍ ଫୋଟ ସେଣ୍ଡିଙ୍ଗ ରାଉଣ୍ଡ ଓ କୋଭିଡ -୧୯ ଅାୱାରନେସ ରାଉଣ୍ଡକୁ ନେଇ ଅନୁଷ୍ଠିତ ହୋଇଥିଲା ।ସେହି ରାଉଣ୍ଡ ମଧ୍ୟରୁ କୋଭିଡ -୧୯ ଅାୱାରନେସ ରାଉଣ୍ଡ,ଇଣ୍ଟରଡକ୍ସନ ରାଉଣ୍ଡ,ଟ୍ୟାଲେଣ୍ଟ ରାଉଣ୍ଡରେ

ଆଜି ଅନୁଗୋଳରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୯୫ରେ ।

Image
ଅନୁଗୋଳ(IYA NEWS:06/08/2020): ଆଜି ଅନୁଗୋଳ ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ ଅଂଚଳରୁ ୫ ଜଣ,କଣିହାଁ ବ୍ଳକ୍ ଅଂଚଳରୁ ୩ ଜଣ ଓ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।ବଅଁରପାଳ ବ୍ଳକ୍ ଅଂଚଳର ଏକ ଶିଳ୍ପ ସଂସ୍ଥାରୁ ୫ ଜଣକ ମଧ୍ୟରେ ୪ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୩୦,୩୩,୩୭ ଓ ୬୩ ବର୍ଷ ମହିଳାଙ୍କ ବୟସ ୨୫ ବର୍ଷ । ଏମାନଙ୍କ ମଧ୍ୟରୁ ୩୭ ବର୍ଷୀୟ ପୁରୁଷ ଏବଂ ୨୫ ବର୍ଷୀୟା ମହିଳା ପଶ୍ଚିମବଙ୍ଗରୁ ଫେରି ହୋମ କ୍ଵରାଣ୍ଟାଇନରେ ଥିଲେ । ୩୦,୩୩ ଓ ୬୩ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । କଣିହାଁ ବ୍ଳକ୍ ଅଂଚଳର ଏକ ଶିଳ୍ପାଞ୍ଚଳର ୩ ଜଣକ ମଧ୍ୟରୁ ୨ ଜଣ ପୁରୁଷ ବୟସ ଯଥାକ୍ରମେ ୩୨ ଓ ୨୯ ବର୍ଷ ଏବଂ ଜଣେ ମହିଳାଙ୍କ ବୟସ ୨୬ ବର୍ଷ ଅଟେ । ଏମାନେ ସମସ୍ତେ ତେଲେଙ୍ଗାନାରୁ ଫେରି ହୋମ କ୍ଵରାଣ୍ଟାଇନରେ ଥିବା ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ କରୋନା ପଜିଟିଭଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ପୁରୁଷ କେଉଁଝରରୁ ଫେରିବା ବେଳେ ଅନ୍ୟ ଜଣେ ୭୫ ବର୍ଷୀୟ ପୁରୁଷ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଚିକିତ୍ସାଳୟର କୋଭିଡ ହସପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ନିଜ ଘରେ Isolation ରେ ରହିଛନ୍ତି ୯ ଜଣ ଆକ୍ରାନ୍ତଙ୍କୁ ଆଜି ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍

ଆଜି ଅନୁଗୋଳରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ।ସୁସ୍ଥ ହେଲେ ୨୨ ଜଣ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୮୫ ରେ ।

Image
ଅନୁଗୋଳ(IYA NEWS:05/08/2020): ଆଜି ଅନୁଗୋଳ ଜିଲ୍ଲାରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେବଳ ବଅଁରପାଳ ବ୍ଳକ୍ ଅଂଚଳରୁ ସମସ୍ତ ୧୧ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଯାହାଙ୍କ ବୟସ ୩୮,୪୨, ୪୮ ଓ ୫୦ ବର୍ଷ ହୋଇଥିବାବେଳେ ୫ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୨୬, ୩୫,୪୦,୬୦ଓ ୭୨ । ଏହାଛଡା ସେମାନଂକ ମଧ୍ୟରେ ଜଣେ ୧୬ ବର୍ଷର ବାଳକ ଓ ଜଣେ ୫ ବର୍ଷର ବାଳିକା ଅଛନ୍ତି । ଏମାନେ ସମସ୍ତେ ସେହି ଗ୍ରାମର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଏହି ୧୧ ପଜିଟିଭକୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୮୫ ରେ ପହଂଚିଲା । ଏହି ୧୧ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେର କୋଭିଡ ହସପିଟାଲରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ୨୨ ଜଣକ ମଧ୍ୟରୁ ୨୦ ଜଣକୁ ନିଜ ଘରେ Isolation ରେ ରହିବାକୁ ପରାମର୍ଶ ଦିଆଯାଇଥିବାବେଳେ ୨ ଜଣଙ୍କୁ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ପଠାଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୨୩୯ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୬୧ ରେ ପହଂଚିଲା । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱ

ଆଜି ଅନୁଗୋଳରୁ ୧୭ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୭୪ ରେ ।

Image
ଅନୁଗୋଳ(IYA NEWS:04/08/2020): ଆଜି ଅନୁଗୋଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବଅଁରପାଳ ଓ କିଶୋରନଗର ବ୍ଳକରୁ ୫ ଜଣ ଲେଖାଏଁ, ଅନୁଗୋଳ ପୌରାଞ୍ଚଳରୁ ୩ ଜଣ, ତାଳଚେର ଓ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ ଅଂଚଳରୁ ଚିହ୍ନଟ ହୋଇଥିବା ୫ ଜଣକ ମଧ୍ୟରେ ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୧୮,୪୦ ଓ ୬୫ ହୋଇଥିବାବେଳେ ୨ ଜଣ ମହିଳାଙ୍କ ବୟସ ୨୮ ଓ ୫୭ ବର୍ଷ ଅଟେ । ଏମାନେ ସମସ୍ତେ ତାଙ୍କ ଗ୍ରାମର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । କିଶୋରନଗର ବ୍ଲକ୍ ଅଂଚଳର ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୦,୨୫,୩୦,୨୭ ବର୍ଷ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳକ ଅଛନ୍ତି । ୨୫,୨୭ ବର୍ଷୀୟ ପୁରୁଷ ଓ ୧୨ ବର୍ଷର ବାଳକ ଗୋଟିଏ ପରିବାରର ଓ ସେମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ସେହିପରି ତାମିଲନାଡୁ ଫେରନ୍ତା ୨୦ ବର୍ଷୀୟ ପୁରୁଷ ଓ କଲିକତା ଫେରନ୍ତା ୩୦ ବର୍ଷୀୟ ପୁରୁଷ ଏହି ବ୍ଲକର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ସଂଗରୋଧରେ ଥିବାବେଳେ ସେମାନଙ୍କର ପଜିଟିଭ ବାହାରିଛି । ଅନୁଗୋଳ ପୌରାଂଚଳର ୨ଟି କ୍ୱାରାଣ୍ଟାଇନରେ ରହୁଥିବା ୩ ଜଣଙ୍କ ମଧ୍ୟରେ ଜଣେ ୪୨ ବର୍ଷିୟ , ଜଣେ ୧୮ ବର୍ଷୀୟ ଓ ଜଣେ ୨୮ ବର୍ଷୀୟ ପୁରୁଷ ଅଟନ୍ତି । ୪୨ ବର୍

ଆଜି ଅନୁଗୋଳରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୫୭ ରେ ।

Image
ଅନୁଗୋଳ(IYA NEWS:03/08/2020): ଆଜି ଅନୁଗୋଳ ଜିଲ୍ଲାରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ୍ ଅଂଚଳରୁ ୯ ଜଣ,ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ ଓ ତାଳଚେର ବ୍ଲକ ଅଂଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକରୁ ଚିହ୍ନଟ ହୋଇଥିବା ୯ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୭ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୧୯,୨୦,୨୧,୨୪,୩୧,୪୨ ଓ ୪୯ ବର୍ଷ ହୋଇଥିବାବେଳେ ୨ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୩୭ ଓ ୪୫ ବର୍ଷ ଅଟେ । ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଯାହାଙ୍କ ବୟସ ୪୫ ବର୍ଷ ଓ ଜଣେ ବାଳକଙ୍କ ବୟସ ୧୧ ବର୍ଷ ଅଟେ। ଏମାନେ କିଛିଦିନ ତଳେ ଗଜପତି ଜିଲ୍ଲାରୁ ଫେରି ହୋମ କ୍ୱାରାଣ୍ଟାଇନରେ ଥିଲେ । ସେହିପରି ତାଳଚେର ବ୍ଲକରୁ ଚିହ୍ନଟ ହୋଇଥିବା ୪୪ ବର୍ଷିୟା ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଏହି ୧୨ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେର କୋଭିଡ ହସପିଟାଲରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇଥୁବା ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ନିଜ ଘରେ Isol

ଆଜି ଅନୁଗୋଳରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୪୫ ରେ ।

Image
ଅନୁଗୋଳ(IYA NEWS:02/08/2020):  ଆଜି ଅନୁଗୋଳ ଜିଲ୍ଲାରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତାଳଚେର ବ୍ଲକ୍ ଅଂଚଳରୁ ସର୍ବାଧିକ ୫ ଜଣ ଓ ଜଣେ ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୪,୪୫ ଓ ୫୨ ବର୍ଷ ଅଟେ । ଏହି ୩ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଏହି ବ୍ଲକ୍ ଅଂଚଳର ଜଣେ ୨୦ ବର୍ଷିୟ ପୁରୁଷ ତାଙ୍କ ପରିବାରରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଜଣେ ସଦସ୍ୟଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତ ଏହି ବ୍ଲକ୍ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ଥିବା ଜଣେ ୩୫ ବର୍ଷିୟ ଉତ୍ତରପ୍ରଦେଶ ଫେରନ୍ତା ପୁରୁଷ ଯିଏକି ସଂଗରୋଧରେ ଥିବାବେଳେ ତାଙ୍କର ପଜିଟିଭ୍ ବାହାରିଛି । ସେହିପରି ଅନୁଗୋଳ ପୌରାଂଚଳରୁ ଜଣେ ୫୫ ବର୍ଷୀୟ ଲକ୍ଷଣଯୁକ୍ତ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ପଜିଟିଭ ଜଣାପଡିଛନ୍ତି । ଆଜି ଚିହ୍ନଟ ହୋଇଥିବା ୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଂଚିଲା । ଏହି ୬ ଜଣ ଆକ୍ରାନ୍ତଙ୍କୁ ଆଜି ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେର କୋଭିଡ ହସ

ଖରିଫ ଧାନ ସଂଗ୍ରହ ପାଇଁ ଟାଇଁସି ସେବା ସମବାୟ ସମିତିରେ ଅାରମ୍ଭ ହେଲା ଚାଷୀ ପଞ୍ଜିକରଣ ପ୍ରକ୍ରିୟା ।

Image
ଅନୁଗୋଳ(IYA NEWS:02/08/2020): ସର୍ବନିମ୍ନ ସହାୟକ ମୂଲ୍ୟରେ ଚଳିତ ବର୍ଷରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟା ଅଗଷ୍ଟ ୧ ତାରିଖରୁ ଆରମ୍ଭ କରାଯାଇଛି ।ସେହିପରି ଅନୁଗୋଳ ଜିଲ୍ଲ‍ା ଟାଇଁସି ସେବା ସମବାୟ ସମିତିରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ରବିବାର ଠାରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଅାରମ୍ଭ ହୋଇଛି । ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ନୂତନ ଚାଷୀ ଯେପରି ସେମାନଙ୍କର ନାମ ପଞ୍ଜିକରଣ କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବା ସହିତ ଚାଷୀମାନଙ୍କର ଏକ ନିର୍ଭୁଲ ନାମ ପଞ୍ଜିକରଣ ତାଲିକା ପ୍ରସ୍ତୁତ କରାଯିବ ବୋଲି ସମବାୟ ସମିତି ସଂପାଦକ ଗୁଣନିଧି ପ୍ରଧାନ କହିଛନ୍ତି ।ପ୍ରଥମ ଦିନରେ ୧୦ ଜଣ ଚାଷୀ ନବୀକରଣ ଫର୍ମ ପଞ୍ଜିକରଣ କରିଛନ୍ତି । ସମିତି ସଂପାଦକ ଶ୍ରୀପ୍ରଧାନ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିବାକୁ ଚାଷୀ ମାନଙ୍କୁ ନିବେଦନ କରିଛନ୍ତି ।  ସରକାରଙ୍କ ନିୟମାନୁଯାୟୀ ଅଗଷ୍ଟ ୧ ତାରିଖରୁ ୩୧ ତାରିଖ ମଧ୍ୟରେ ଚାଷୀମାନଙ୍କ ନିକଟରୁ ଆବେଦନପତ୍ର ଗ୍ରହଣ କରାଯିବ । ଇଚ୍ଛୁକ ଚାଷୀମାନେ ନିର୍ଦ୍ଦିଷ୍ଟ ଆବେଦନପତ୍ର ପୂରଣ କରି ସମସ୍ତ ତଥ୍ୟ ସହ ସମବାୟ ସମିତିରେ ଦାଖଲ କରିପାରିବେ । ଅଗଷ୍ଟ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ନବୀକରଣ ଫର୍ମ ଏବଂ ନୂତନ ନାମ ପଞ୍ଜିକରଣ ଫର୍ମ ଚାଷୀମାନଙ୍କ ନିମନ୍ତେ ପ୍ୟାକ୍‌‌ସ ଆଦିରେ ଉପଲବ୍ଧ ହେବ । ଯେଉଁମାନେ

ଆଜି ଅନୁଗୋଳରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୩୯ ରେ ।

Image
ଅନୁଗୋଳ(IYA NEWS:01/08/2020): ଆଜି ଅନୁଗୋଳ ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୯ରେ ପହଂଚିଛି । ଏହି ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ ୨ ଜଣ ଓ କଣିହାଁ ବ୍ଳକ୍ ଅଂଚଳରୁ ଜଣେ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତ ପୁରୁଷଙ୍କ ମଧ୍ୟରୁ ଜଣେ ୨୩ ବର୍ଷୀୟ ତାମିଲନାଡୁ ଫେରନ୍ତା ପୁରୁଷ ଏକ ଅସ୍ଥାୟୀ ମେଡିକାଲ ଶିବିରରେ ସଙ୍ଗରୋଧରେ ଥିଲେ । ଏହି ବ୍ଲକର ୨ୟ ଆକ୍ରାନ୍ତ ଜଣଙ୍କ ୩୮ ବର୍ଷୟ ପୁରୁଷ ଯିଏକି ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସେହିପରି କଣିହାଁ ବ୍ଳକ୍ ଅଂଚଳର ଜଣେ ୪୨ ବର୍ଷିୟ ପୁରୁଷ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଂକର ପଜିଟିଭ ବାହାରିଛି । ଏହି ୩ ଜଣଙ୍କ ମଧ୍ୟରୁ ବଅଁରପାଳ ବ୍ଳକ୍ ଅଂଚଳର ୨ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ଆଜି ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜକୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେର କୋଭିଡ ହସପିଟାଲରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ୬ ଜଣଙ୍କୁ ନିଜ ଘରେ Isolation ରେ ରହିବାକୁ ପରାମର୍ଶ ଦିଆଯାଇଛି ।ପୂର୍ବରୁ ସୁସ୍ଥ ହୋଇଥିବା ୨୨୦ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୨୬ ରେ ପହଂଚିଲା । IYA NEWS ( Visit Us :- www