ଆଜି ଅନୁଗୋଳରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ । ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୨୭ରେ ଓ ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୪ ରେ ।

ଅନୁଗୋଳ(IYA NEWS:09/08/2020):
ଆଜି ଅନୁଗୋଳ ଜିଲ୍ଲାରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୨୭ରେ ଓ ଜଣେ ମୃତ୍ୟୁବରଣ କରିଥିବାରୁ କରୋନା ଜନିତ ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୪ ରେ । ଆଜି ଆକ୍ରାନ୍ତ ହୋଇଥିବା ୯ ଜଣକ ମଧ୍ୟରେ ତାଳଚେର ଓ ବଅଁରପାଳ ବ୍ଲକ ଅଂଚଳରୁ ୩ ଜଣ ଲେଖାଏଁ, ଅନୁଗୋଳ ପୌରାଞ୍ଚଳରୁ ୨ ଜଣ ଓ ଜଣେ କଣିହାଁ ବ୍ଲକ ଅଂଚଳର ଅଟନ୍ତି । ତାଳଚେର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ୩୫ ବର୍ଷୀୟ ପୁରୁଷ ତାଳଚେର ଅଂଚଳର ଏକ ହସପିଟାଲରେ ଚିକିତ୍ସାଧିନ ଥିବାବେଳେ ଜଣେ ୨୭ ବର୍ଷିୟ ପୁରୁଷ ଆନ୍ଧ୍ରପ୍ରଦେଶରୁ ଫେରି ହୋମ କ୍ଵରାଣ୍ଟାଇନରେ ଥିଲେ ।ସେହିପରି ଜଣେ ୩୦ ବର୍ଷିୟା ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ବଅଁରପାଳ ବ୍ଳକ୍ ଅଂଚଳର ଏକ ଶିଳ୍ପାଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୬, ୨୮ ଓ ୩୫ ବର୍ଷ ଅଟେ । ୨୬ ବର୍ଷିୟ ପୁରୁଷ ହାଇଦ୍ରାବାଦରୁ ,୨୮ ବର୍ଷୀୟ ପୁରୁଷ ବିହାରରୁ ଓ ୩୫ ବର୍ଷିୟ ପୁରୁଷ ସୁନ୍ଦରଗଡରୁ ଫେରି ଏକ ସଂସ୍କାର କ୍ଵରାଣ୍ଟାଇନରେ ଥିଲେ । ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୨ ଜଣକ ମଧ୍ୟରେ ଜଣେ ୨୬ ବର୍ଷିୟ ପୁରୁଷ ଯାଜପୁର ଓ ଜଣେ ୨୩ ବର୍ଷ ମହିଳା ଗଞ୍ଜାମରୁ ଫେରି ପେଡ୍ କ୍ଵରାଣ୍ଟାଇନରେ ଥିଲେ । ସେହିପରି କଣିହା ବ୍ଳକ୍ ଅଂଚଳର ଏକ ଶିଳ୍ପ‍ାଞ୍ଚଳରୁ ଚିହ୍ନଟ ହୋଇଥିବା ଜଣେ ୨୫ ବର୍ଷିୟ ପୁରୁଷ ଉତ୍ତରପ୍ରଦେଶରୁ ଫେରି ଏକ ସଂସ୍କାର କ୍ଵରାଣ୍ଟାଇନରେ ଥିଲେ । ଏହି ୯ ଜଣ ଆକ୍ରାନ୍ତଙ୍କୁ ଆଜି ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଆଜି ଜିଲ୍ଲାରେ ୪ର୍ଥ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା ଏହି ୪୪ ବର୍ଷିୟା ମହିଳା ତାଳଚେର ବ୍ଲକ୍ ଅଂଚଳର ଓ ସେ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଇତି ମଧ୍ୟରେ ୧୪ଜଣ ସୁସ୍ଥ ହୋଇଛନ୍ତି । ପୂର୍ବରୁ ସୁସ୍ଥ ହୋଇଥିବା ୩୦୫ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୧୯ରେ ପହଞ୍ଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।