Posts

Showing posts from July, 2020

ଆଜି ଅନୁଗୋଳରୁ ୨୧ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୩୬ ରେ - ଜିଲ୍ଲାରେ ୩ୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ।

Image
ଅନୁଗୋଳ(IYA NEWS:31/07/2020): ଆଜି ଅନୁଗୋଳ ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଂଚଳରୁ ୧୦ ଜଣ, ବଅଁରପାଳ ବ୍ଳକ୍ ଅଂଚଳରୁ ୯ଜଣ, କଣିହାଁ ଅଞ୍ଚଳରୁ ଜଣେ ଓ ଅନୁଗୋଳ ବ୍ଳକ୍ ଅଂଚଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।ତାଳଚେର ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ପୁରୁଷ ଯାହାଙ୍କ ବୟସ ୨୩,୨୬,୨୬,୨୭,୩୦ ଓ୫୬ ବର୍ଷ ହୋଇଥିବାବେଳେ ୪ ଜଣ ମହିଳାଙ୍କ ବୟସ ୨୮,୪୫,୪୯ ଓ ୭୫ ବର୍ଷ ଅଟେ । ଏମାନଙ୍କ ମଧ୍ୟରେ ୨୭ ଓ ୩୦ ବର୍ଷିୟ ୨ଜଣ ପୁରୁଷ ତାଳଚେର ସ୍ଥିତ ଏକ ସଂସ୍ଥାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କର ପଜିଟିଭ ବାହାରିଥିଲା । ୨୩ ଓ ୫୬ ବର୍ଷିୟ ୨ ଜଣ ପୁରୁଷ,୭୫ ଓ ୪୫ ବର୍ଷୀୟା ୨ ଜଣ ମହିଳା ଗୋଟିଏ ପରିବାରର ଅଟନ୍ତି ଏବଂ ସେମାନେ କିଛିଦିନ ତଳେ କଟକର ବଡମ୍ବାରୁ ଫେରିଲେ । ୨୮ ବର୍ଷୟ ମହିଳା ପୁନେରୁ ଫେରିଥିବାବେଳେ ୨୬ ବର୍ଷୀୟ ଜଣେ ପୁରୁଷ ରାଜସ୍ଥାନରୁ ଫେରିଥିଲେ । ସେହିପରି ୪୯ ବର୍ଷିୟା ମହିଳା ଓ ୨୬ ବର୍ଷୟ ପୁରୁଷ ତାମିଲନାଡୁରୁ ଫେରି ହୋମ କ୍ଵରାଣ୍ଟାଇନରେ ଥିଲେ । ବଅଁରପାଳ ବ୍ଳକର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ଚିହ୍ନଟ ହୋଇଥିବା ୮ ଜଣଙ୍କ ମଧ୍ୟରେ ୭ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୦,୨୩,୨୪,୨୫,୩୨,୪୬ ଓ ୭୪ ବର୍ଷ ଓ ଜଣେ ମହିଳାଙ୍କର ବୟସ ୭୩ ବର୍ଷ ଅଟେ । ଏମାନଙ୍କ ମଧ୍ୟରୁ ୪୬,୨୫ ଓ ୨୦ ବର୍ଷୟ ପୁରୁଷ ଆନ୍ଧ୍

ଦୁର୍ଘଟଣା ଗ୍ରସ୍ତ ଯୁବକଙ୍କୁ ଭେଟିଲେ ଜନ ପ୍ରିୟ ବିଧାୟକ ରମେଶ ସାଏ ।

Image
ଅନୁଗୋଳ ( IYA NEWS, ୩୧.୦୭.୨୦୨୦ )  : - ଅାଜି କିଶୋରନଗର ବ୍ଲକରେ ବିଧାୟକଙ୍କ ତତ୍ୱାବଧାନରେ ଏକ ରିଭ୍ୟୁ ମିଟିଂ ଚାଲୁଥିଲା । ଗୁଲେନ ବେହେରା(୨୯) ନାମକ ଜଣେ ଯୁବକ କିଶୋରନଗରରୁ ସଞ୍ଜାମୁରା ଫେରୁଥିବା ସମୟରେ ଘୋଷର ବ୍ରିଜ ନିକଟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ କିଶୋରନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଖବର ପାଇବା ମାତ୍ରେ ଆଠମଲ୍ଲିକ ବିଧାୟକ ରମେଶ ସାଏ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତାଙ୍କ ପରିବାରକୁ ଭେଟିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ସତ୍ୟବ୍ରତ ଦାସଙ୍କ ସହ ଉକ୍ତ ଯୁବକଙ୍କ ଉତ୍ତମ ଚିକିତ୍ସା ପାଇଁ ଆଲୋଚନା କରିଥିଲେ ।  IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅଗଷ୍ଟ ୩୧ ଯାଏଁ ଅନୁଗୋଳରେ କରୋନା କଟକଣା; ବଳବତ୍ତର ରହିବ ରାତ୍ରି କାଳୀନ କର୍ଫ୍ୟୁ

Image
ଅନୁଗୋଳ(IYA NEWS:31/07/2020) ଅନୁଗୋଳ ଜିଲ୍ଲାର କରୋନା କଟକଣାରେ କୌଣସି ପରିବର୍ତ୍ତନ ନାହିଁ । ଜିଲ୍ଲାରେ କୌଣସି ନିୟମ କୋହଳ ହେବ ନାହିଁ ବୋଲି ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ଅନଲକ-୩ ରେ ରାତ୍ରିକାଳିନ କର୍ଫ୍ୟୁ ହଟାଇଥିବା ବେଳେ ଅନ୍ୟାନ୍ୟ କଟକଣା ଉପରେ ମଧ୍ୟ ସାମାନ୍ୟ କୋହଳ କରିଥିଲେ ।ତେବେ ଅନୁଗୁଳ ଜିଲ୍ଲାରେ ପୂର୍ବରୁ ଲାଗିଥିବା କଟକଣାରେ କୋୖଣସି ପରିବର୍ତ୍ତନ ହେବ ନାହିଁ କି ରାତ୍ରି କାଳିନ କର୍ଫ୍ୟୁ ମଧ୍ୟ କୋହଳ ହେବ ନାହିଁ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏପରିକି ଜିଲ୍ଲାରେ ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ବଳବତ୍ତର ରହିବା ସହ ଦୋକାନ ବଜାର ସକାଳ ୭ ଟାରୁ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସେ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ପୋଖରୀରେ ବୁଡି ନାବାଳକ ମୃତ,ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ବିଧାୟକ ।

Image
ଅନୁଗୋଳ ( IYA NEWS, ୩୧.୦୭.୨୦୨୦ ) :- ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କଦଳୀମୁଣ୍ଡା ଗ୍ରାମପଞ୍ଚାୟତ ବୁଡିଅାବାହାଳ ଗ୍ରାମର ଦୁଃଶାସନ ନାୟକଙ୍କ ୫ବର୍ଷର ପୁଅ ବିକାଶ ନାୟକ ଅାଜି ସକାଳ ପ୍ରାୟ ୧୦ଟା ସମୟରେ ଗାଁ ପାଖ ପୋଖରୀକୁ ଗାଧୋଇବାକୁ ଯ‍ାଇଥିବା ସମୟରେ ପାଣିରେ ବୁଡି ମୃତ୍ୟୁବରଣ କରିଥିଲା । ଖବର ପାଇ କିଶୋରନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଆଜି ଅନୁଗୋଳରୁ ୧୩ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୧୫ ରେ ।

Image
ଅନୁଗୋଳ(IYA NEWS:30/07/2020): ଜିଲ୍ଲାରୁ ଆଜି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୩ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫ରେ ପହଞ୍ଚିଲା । ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧୧ ଜଣ ଓ ତାଳଚେର ବ୍ଲକ୍ ଅଞ୍ଚଳରୁ ୨ ଜଣ ଆଜି ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଞ୍ଚଳର ଗୋଟିଏ ଗ୍ରାମରୁ କେବଳ ୧୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୭ଜଣ ପୁରୁଷ ଓ ୪ ଜଣ ମହିଳା ଅଟନ୍ତି । ୭ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୭୫ , ୭୪ , ୫୦ , ୪୦ , ୨୨ , ୨୦ ଓ ୧୨ ( ବାଳକ ) ହୋଇଥିବାବେଳେ ୪ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୭୦ , ୬୫ , ୪୫ ଓ ୪୦ ବର୍ଷ ଅଟେ । ଏମାନଙ୍କ ମଧ୍ୟରୁ ୧୦ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଜଣେ ଅନ୍ୟ ଏକ ପରିବାରର ଯେଉଁମାନେ କି ପୂର୍ବରୁ ତାଙ୍କ ପରିବାରରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି ତାଳଚେର ବ୍ଲକରୁ ଆକ୍ରାନ୍ତ ହୋଇଥିବା ୨ ଜଣକ ମଧ୍ୟରେ ଜଣେ ୪୮ ବର୍ଷିୟ ପୁରୁଷ ଓ ୪୪ ବର୍ଷିୟା ମହିଳା ( ସ୍ଵାମୀ ଓ ସ୍ତ୍ରୀ ) ଅଟନ୍ତି । ମହିଳା ଜଣକ ସରକାରୀ କର୍ମଚାରୀ ଭାବେ ଏକ ଅସ୍ଥାୟୀ ମେଡିକାଲ ଶିବିରରେ ଦାୟିତ୍ବ ନିର୍ବାହ କରୁଥିଲେ ।  ଏହି ୧୩ ଜଣ ଆକ୍ରାନ୍ତଙ୍କୁ ଆଜି ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ପଜିଟିଭ ବାହାରିଥି

ମାଟ୍ରିକ ରେଜଲ୍ଟ : ଅନୁଗୋଳ ହାଇସ୍କୁଲରେ ୯୫ ପ୍ରତିଶତ ପାସ୍ ।

Image
ଅନୁଗୋଳ(IYA NEWS:29/07/2020): ମାଟ୍ରିକ ପରୀକ୍ଷାରେ ଅନୁଗୋଳ ହାଇସ୍କୁଲରେ ପାସ୍‌ ହାର ୯୫ ପ୍ରତିଶତ ରହିଛି ମୋଟ୍ ୩୪୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୩୨୮ ଜଣ କୃତକାର୍ଯ୍ୟ ହୋଇଛନ୍ତି ବୋଲି ପ୍ରଧାନଶିକ୍ଷୟିତ୍ରୀ ମଧୁସ୍ମିତା ନନ୍ଦ ସୂଚନା ଦେଇଛନ୍ତି।ଏ-୨ରେ ୨୦ ଜଣ, ବି-୧ରେ ୫୦ ଜଣ, ବି-୨ରେ ୫୧ ଜଣ, ସି’ରେ ୬୮ ଜଣ, ଡି’ ରେ ୭୭ ଜଣ, ଇ’ରେ ୬୨ ଜଣ ପାସ୍ କରିଥିବାବେଳେ କୌଣସି ଛାତ୍ରଛାତ୍ରୀ ଏଫ୍ ଗ୍ରେଡ ଓ ଏ-୧ ଗ୍ରେଡ ରଖିନାହାନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଆଜି ଅନୁଗୋଳରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୦୨ ରେ ।

Image
ଅନୁଗୋଳ(IYA NEWS:29/07/2020): ଅନୁଗୋଳ ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୮ ଜଣ,ପାଳଲହଡା ବ୍ଳକ୍ ଅଂଚଳରୁ ୭ ଜଣ ଓ ଜଣେ ବଅଁରପାଳ ବ୍ଳକ୍ ଅଂଚଳର । ତାଳଚେର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ଗୋଟିଏ ଗ୍ରାମର । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଯାହାଙ୍କ ବୟସ ୮୭,୬୦ ଓ ୩୬ ବର୍ଷ ହୋଇଥିବାବେଳେ ୪ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୬୫,୫୮,୪୨ ଓ ୪୨ ବର୍ଷ ଅଟେ । ଏମାନେ ସମସ୍ତେ ଏସ୍ ସି ବି ମେଡିକାଲ କଲେଜ କଟକରୁ ଫେରିଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଏହି ବ୍ଲକ୍ ଅଂଚଳର ୮ ନମ୍ବର ଆକ୍ରାନ୍ତ ଜଣକ ଜଣେ ମହିଳା ଯାହାଙ୍କ ବୟସ ୪୦ ବର୍ଷ ଓ ସେ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ପାଲଲହଡା ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୭ ଜଣକ ମଧ୍ୟରେ ୪ ଜଣ ପୁରୁଷ ଯାହାଙ୍କ ବୟସ ୨୦,୩୫,୫୯ ଓ ୭୨ ବର୍ଷ ହୋଇଥିବାବେଳେ ୩ ଜଣ ମହିଳାଙ୍କର ବୟସ ଯଥାକ୍ରମେ ୨୬,୩୩ ଓ ୫୨ ବର୍ଷ ଅଟେ । ଏମାନଙ୍କ ମଧ୍ୟରୁ ୨୦ ବର୍ଷୀୟ ପୁରୁଷ ଜଣକ ତାମିଲନାଡୁର ଫେରି ପାଲଲହଡା ବ୍ଲକର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ଥିଲେ । ୩୫ ବର୍ଷୀୟ ପୁରୁଷ ଆକ୍ରାନ୍ତ ଜଣକ ଜଣେ ସରକାରୀ କର୍ମଚାରୀ ଯିଏକି ବ୍ଲକ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରର ଦାୟିତ୍ୱରେ ଥିଲେ । ଅନ୍ୟ ସମସ୍ତ ୫

କିଶୋରନଗର ତହସିଲରେ ଭୂମିହୀନ ହିତାଧିକାରୀଙ୍କୁ ଘରବାରି ପଟ୍ଟା ପ୍ରଦାନ ।

Image
ଅାଠମଲ୍ଲିକ(IYA NEWS:29/07/2020): ଅନୁଗୋଳ ଜିଲ୍ଲା କିଶୋରନଗର ତହସିଲ ଅନ୍ତର୍ଗତ ୮ଜଣଙ୍କୁ ଅାଜି ପ୍ରଧାନମନ୍ତ୍ରୀ ଆବାସ ଭୂମିହୀନ ହିତାଧିକାରୀଙ୍କୁ ତହସିଲଦାର ଚାରି ଡ଼େସିମିଲ ଘରବାରି ଜମିପଟ୍ଟା ବଣ୍ଟନ କରିଥିବା ଜଣାଯାଇଛି।କିଶୋରନଗର ବ୍ଲକର ବିଭିନ୍ନ ଫଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ୨୪ ଜଣ ହିତାଧିକାରୀ ଭୂମିହୀନ ହୋଇଥିବା ବେଳେ ଘରନିର୍ମାଣ ପାଇଁ ତାଙ୍କଠାରେ ଘରବାରି ଜମିପଟ୍ଟା ମଧ୍ୟ ନଥିବା ଜଣାଯାଇଛି । ବିଡ଼ିଓଙ୍କ ତାଲିକା ମୁତାବକ ତହସିଲଦାର ଡଃ ଲକ୍ଷ୍ମୀପ୍ରସାଦ ସାହୁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ତିନିଜଣଙ୍କୁ ଓ ଅାଜି ୮ଜଣଙ୍କୁ ୪ ଡ଼େସିମିଲ ଘରବାରି ପଟ୍ଟା ଦେଇଥିବା ଜଣାଯାଇଛି । ସମ୍ପ୍ରତି କରୋନା ପରିପ୍ରେକ୍ଷୀରେ ସାମାଜିକ ଦୂରତା ଅବଲମ୍ବନ କରି ତହସିଲଦାର ଶ୍ରୀ ସାହୁ ଅାଜି ରେଭିନ୍ୟୁ ସୁପରଭାଇଜର ମାଧୁରୀ ନାଏକ,ଆରଆଇ ନରହରୀ ସେଠୀ,ଏସ.ଅା୍ର ଏ ନରୋତ୍ତମ ପ୍ରଧାନଙ୍କ ସହ ଯାଇ ଘରବାରି ଜମିପଟ୍ଟା ପ୍ରଦାନ କରିଥିବା ଜଣାଯାଇଛି ।ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ତାଲିକାଭୁକ୍ତ ହିତାଧିକାରାଙ୍କୁ ଘରବାଡି ଜମିପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ସାହୁଙ୍କଠାରୁ ପ୍ରକାଶ । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ସୌମ୍ୟରଞ୍ଜନ ଅନୁଗୋଳ ଜିଲ୍ଲା ଟପ୍ପର : ଅାଇଏଏସ ହେବାକୁ ଲକ୍ଷ୍ୟ ।

Image
ଅନୁଗୋଳ(IYA NEWS:29/07/2020): ଅନୁଗୋଳ ସରସ୍ୱତୀ ଶିଶୁ ମନ୍ଦିର ସହବନ୍ଧିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତାଳଚେର ଦେଉଳବେଡା କଲୋରୀର ଛାତ୍ର ସୌମ୍ୟରଂଜନ ସାମନ୍ତ ଚଳିତ ମାଟ୍ରିକ ପରୀକ୍ଷାରେ ୫୭୫ ଅର୍ଥାତ ୯୫.୮୩ % ନମ୍ବର ରଖି ଅନୁଗୋଳ ଜିଲ୍ଲାର ଟପ୍ପର ହୋଇଛନ୍ତି । ସେ ଦୈନିକ ୮ରୁ ୧୦ଘଣ୍ଟା ପରିଶ୍ରମ କରୁଥିଲେ ।ଭବିଷ୍ୟତରେ ଜଣେ ସେ ଅାଇଏଏସ ଅଫିସର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।ଏହି ସଫଳତାର ଶ୍ରେୟ ସେ ବାପା,ପରିବାର ସଦସ୍ୟ,ଗୁରୁମା,ଗୁରୁଜୀଙ୍କୁ ଦେଇଛନ୍ତି । ନିଜ ଉପରେ କଠିନ ପରିଶ୍ରମ ଓ ଭରସା କଲେ ସଫଳତା ନିଶ୍ଚିତ ମିଳିବ ବୋଲି ସୌମ୍ୟରଂଜନ କହିଛନ୍ତି ।ତାଙ୍କ ବାପା ହେମନ୍ତ କୁମାର ସାମନ୍ତ ଜଣେ ଘରୋଇ କମ୍ପାନୀ କର୍ମଚାରୀ ଓ ମା ଅର୍ଣ୍ଣପୂର୍ଣ୍ଣା ସାମନ୍ତ ଜଣେ ଗୃହିଣୀ । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ଚିନ୍ତାପୋଖରୀ ହୋଇଥିବା ବେଳେ ସେ ତାଳଚେର ରେମୁଅାଁ ଅଞ୍ଚଳରେ ରହୁଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅନୁଗୋଳ ସରସ୍ୱତୀ ଶିଶୁ ମନ୍ଦିରର ସଫଳତା ।ସମସ୍ତ ଛାତ୍ରଛାତ୍ରୀ ପାସ୍ ।

Image
ଅନୁଗୋଳ(IYA NEWS:29/07/2020): ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରକାଶିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।ବିଦ୍ୟାଳୟର ଛାତ୍ରୀ ଦେବସ୍ମିତା ସାହୁ ୫୬୪ ନମ୍ବର(୯୪%) ରଖି ବିଦ୍ୟାଳୟର ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି । ଛାତ୍ର ଅାଶୁତୋଷ ସାହୁ ୫୬୩(୯୩.୮୩), ଛାତ୍ରୀ ଅଲିଭା ବେହେରା ୫୬୨(୯୩.୬୬),ଛାତ୍ରୀ ସ୍ୱାତୀ ସୁଚରିତା ପ୍ରଧାନ ୫୫୪ (୯୨.୩୩),ସୌମ୍ୟା ଶୁଭଦର୍ଶିନୀ ୫୪୭(୯୧.୬୬),ମେଘାବତୀ ମିଶ୍ର ୫୪୨(୯୦.୩୩),ଛାତ୍ର ଅସୀତ କୁମାର ନାଥ ୫୪୧(୯୦.୧୬) ପ୍ରମୁଖ ଶତକଡା ୯୦ରୁ ଅଧିକ ନମ୍ବର ରଖି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି ।ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୭ ପରିକ୍ଷାର୍ଥୀ ଏ-୧ ଗ୍ରେଡ, ୩୭ ପରୀକ୍ଷାର୍ଥୀ ଏ-୨ ଗ୍ରେଡ,୪୮ ପରିକ୍ଷାର୍ଥୀ ବି-୧ ଗ୍ରେଡ,୫୪ ପରୀକ୍ଷାର୍ଥୀ ବି-୨ ଗ୍ରେଡ,୨୬ ପରୀକ୍ଷାର୍ଥୀ ସି ଗ୍ରେଡ,୨୫ ପରୀକ୍ଷାର୍ଥୀ ଡି ଗ୍ରେଡ,୧୮ ପରୀକ୍ଷାର୍ଥୀ ଇ ଗ୍ରେଡ ରଖି ଛାତ୍ର ଛାତ୍ରୀ ପାସ କରିଛନ୍ତି ।ଫଳାଫଳକୁ ନେଇ ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା,ପ୍ରଧାନ ଅଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ,ସହ ପ୍ରଧାନ ଅାଚାର୍ଯ୍ୟ ପ୍ରତାପ କୁମାର ରଥ,ବିଦ୍ୟାମନ୍ଦିର ପର୍ଯ୍ୟାୟ ପ୍ରମୁଖ ସ୍ୱର୍ଣ୍ଣମଞ୍ଜରୀ ନାୟକ ତଥା ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତର ଉତ୍ତୋରତ୍ତର କାମନା କରିଛନ

ଅନୁଗୋଳ ଜିଲ୍ଲାରେ ୭୫.୨୩% ପ୍ରତିଶତ ପାସ୍ । ପୂର୍ବ ବର୍ଷ ତୁଳନାରେ ପାସ ହାର ଅଧିକ : ଡି.ଇ.ଓ

Image
ଅନୁଗୋଳ(IYA NEWS:29/07/2020): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲ୍ଲାରେ ମୋଟ ୭୫.୨୩% ଛାତ୍ରଛାତ୍ରୀ ପାସ କରିଛନ୍ତି ।ତେବେ ପୂର୍ବ ବର୍ଷ ଅପେକ୍ଷା ପାସ ହାର ଅଧିକ ପାଇଥିବା ଜିଲ୍ଲା ଶିକ୍ଷାଧିକାରିଣୀ କଳ୍ପନା ବେହେରା ସୂଚନା ଦେଇଛନ୍ତି । ଜିଲ୍ଲାରେ ମୋଟ ୨୬୨ଟି ସ୍କୁଲର ୧୬୩୩୨ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମୋଟ ୮୫ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।ସେମାନଙ୍କ ମଧ୍ୟରୁ ମୋଟ ୧୨୧୨୨ ଜଣ କୃତକାର୍ଯ୍ୟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ୫୮୫୯ ଜଣ ଛାତ୍ରୀ ଥିବାବେଳେ ୬୨୬୩ଜଣ ଛାତ୍ର ଅଛନ୍ତି ।ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ୧୦ ଜଣ ଧରାପଡିଛନ୍ତି ଓ ୨୧୯ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ ।ଏଥର ଜିଲ୍ଲାରେ ମୋଟ ୧୬୧୦୩ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇଛି । ସେଥିରୁ ୪୨ ପରିକ୍ଷାର୍ଥୀ ଏ-୧ ଗ୍ରେଡ,୨୯୯ ପରୀକ୍ଷାର୍ଥୀ ଏ-୨ ଗ୍ରେଡ,୬୬୨ ପରିକ୍ଷାର୍ଥୀ ବି-୧ ଗ୍ରେଡ,୧୦୩୯ ପରୀକ୍ଷାର୍ଥୀ ବି-୨ ଗ୍ରେଡ,୧୫୧୫ ପରୀକ୍ଷାର୍ଥୀ ସି ଗ୍ରେଡ,୨୪୧୯ ପରୀକ୍ଷାର୍ଥୀ ଡି ଗ୍ରେଡ,୬୧୪୬ ପରୀକ୍ଷାର୍ଥୀ ଇ ଗ୍ରେଡ ରଖି ଛାତ୍ର ଛାତ୍ରୀ ପାସ କରିଛନ୍ତି ଓ ୩୯୮୧ ପରୀକ୍ଷାର୍ଥୀ ଏଫ୍ ଗ୍ରେଡ ରଖିଛନ୍ତି ।ଚଳିତ ବର୍ଷ ଛାତ୍ରୀଙ୍କୁ ପଛରେ ପକାଇ ଛାତ୍ର ଅାଗରେ ଅଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ପ୍ରଧାନମନ୍ତ୍ରୀ ଆବାସ ଭୂମିହୀନ ହିତାଧିକାରୀଙ୍କୁ ଘରବାରି ପଟ୍ଟା ପ୍ରଦାନ ।

Image
ଅାଠମଲ୍ଲିକ(IYA NEWS:28/07/2020): ଅନୁଗୋଳ ଜିଲ୍ଲା କିଶୋରନଗର ତହସିଲ ଅନ୍ତର୍ଗତ କେତେକ ପ୍ରଧାନମନ୍ତ୍ରୀ ଆବାସ ଭୂମିହୀନ ହିତାଧିକାରୀଙ୍କୁ ତହସିଲଦାର ଚାରି ଡ଼େସିମିଲ ଘରବାରି ଜମିପଟ୍ଟା ବଣ୍ଟନ କରିଥିବା ଜଣାଯାଇଛି।କିଶୋରନଗର ବ୍ଲକର ବିଭିନ୍ନ ଫଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ୨୪ ଜଣ ହିତାଧିକାରୀ ଭୂମିହୀନ ହୋଇଥିବା ବେଳେ ଘରନିର୍ମାଣ ପାଇଁ ତାଙ୍କଠାରେ ଘରବାରି ଜମିପଟ୍ଟା ମଧ୍ୟ ନଥିବା ଜଣାଯାଇଛି । ବିଡ଼ିଓଙ୍କ ତାଲିକା ମୁତାବକ ତହସିଲଦାର ଡଃ ଲକ୍ଷ୍ମୀପ୍ରସାଦ ସାହୁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ତିନିଜଣଙ୍କୁ ୪ ଡ଼େସିମିଲ ଘରବାରି ପଟ୍ଟା ଦେଇଥିବା ଜଣାଯାଇଛି । ସମ୍ପ୍ରତି କରୋନା ପରିପ୍ରେକ୍ଷୀରେ ସାମାଜିକ ଦୂରତା ଅବଲମ୍ବନ କରି ତହସିଲଦାର ଶ୍ରୀ ସାହୁ ମଙ୍ଗଳବାର ରଣିଆକଟା ଆରଆଇ ସୁନିତା ସାହୁଙ୍କ ସହ ଯାଇ ରଣିଆକଟା ଫଚାୟତ ବାଙ୍କୁଆଳ ଗ୍ରାମର ବଳରାମ ନାୟକ ଓ ଶଶୀଭୂଷଣ ନାୟକ ଏବଂ ରଣିଆକଟା ଗ୍ରାମରପ୍ରମିଳା ଭୋଇଙ୍କୁ ଘରବାରି ଜମିପଟ୍ଟା ପ୍ରଦାନ କରିଥିବା ଜଣାଯାଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ତାଲିକାଭୁକ୍ତ ହିତାଧିକାରାଙ୍କୁ ଘରବାଡି ଜମିପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ସାହୁଙ୍କଠାରୁ ପ୍ରକାଶ । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅନୁଗୋଳ ଜିଲ୍ଲା ଗସ୍ତରେ ପ୍ଲାଜମା ଥେରାପି ପର୍ଯ୍ୟବେକ୍ଷକ ମନ୍ତ୍ରୀ ଅଶୋକ ପଣ୍ଡା । ବିଧାୟକ ମାନଙ୍କୁ ନିର୍ଦ୍ଦେଶ ପ୍ଲାଜମା ଦାନ ପାଇଁ ଉତ୍ସାହିତ କର ।

Image
ଅନୁଗୋଳ(IYA NEWS:28/07/2020): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାର ନିୟନ୍ତ୍ରଣ ଓ ଗୁରୁତର ଆକ୍ରାନ୍ତମାନଂକୁ ସୁସ୍ଥ କରିବା ନିମନ୍ତେ ସରକାର ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଓଡିଶାରେ ୩ୟ ରାଷ୍ଟ୍ର ଭାବେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ କରିଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତମାନେ କିପରି ସ୍ୱତଃ ପ୍ରବୃତ ଭାବେ ପ୍ଲାଜମା ଦାନ କରିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରି ଅଧିକରୁ ଅଧିକ ଜୀବନ ରକ୍ଷାକାରୀ ରକ୍ତ ସଂଗ୍ରହ ନିମନ୍ତେ ପ୍ରତ୍ୟେକ ଜିଲ୍ଲା ପାଇଁ ସରକାର ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ଦାୟିତ୍ବ ଅର୍ପଣ କରିଛନ୍ତି । ଅନୁଗୋଳ ଜିଲ୍ଲା ପାଇଁ ଦାୟିତ୍ବରେ ଥିବା ରାଜ୍ୟ ବିଜ୍ଞାନ ଓ କାରିଗରୀ , ସାଧାରଣ ଉଦ୍ୟୋଗ , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ ଠାରେ ପ୍ଲାଜମା ଥେରାପି ଚିକିତ୍ସା ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟରେ ପ୍ରତିକୂଳ ପରିସ୍ଥିତି ସଙ୍ଗେ ସରକାର କୋଭିଡ ପରିଚାଳନା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । କୋଭିଡ ଯୋଦ୍ଧାମାନଂକର ତ୍ୟାଗପୂତ ସେବା ଓ ନିଷ୍ଠାପର ଦାୟିତ୍ବ ସମ୍ପର୍ଣ୍ଣ ଦ୍ଵାରା ଆମ ରାଜ୍ୟରେ କୋଭିଡ ପରିଚାଳନା ତ୍ବରାନ୍ବିତ ହେଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଅନୁଗୋଳ ଜିଲ୍ଲାରେ ଯେଉଁମା

ଆଜି ଅନୁଗୋଳରୁ ୨୧ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୮୬ ରେ ।

Image
ଅନୁଗୋଳ(IYA NEWS:28/07/2020): ଆଜି ଅନୁଗୋଳ ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଂଚଳରୁ ସର୍ବାଧିକ ୧୪ ଜଣ, କଣିହାଁ ବ୍ଲକ୍ ଅଂଚଳର ୩ ଜଣ,ତାଳଚେର ବ୍ଲକ ଅଂଚଳର ୨ ଜଣ ଓ ଅନୁଗୋଳ ବ୍ଲକ୍ ଅଂଚଳର ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଂଚଳର ଗୋଟିଏ ପରିବାରର ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫ ଜଣ ମହିଳା ବୟସ ଯଥାକ୍ରମେ ୪୦,୧୮,୩୫,୨୫ ଓ ୩୫ ବର୍ଷ ଥିବା ବେଳେ ୨ ଜଣ ପୁରୁଷଙ୍କ ବୟସ ୧୩ ଓ ୩୯ ବର୍ଷ । ପୂର୍ବରୁ ଏହି ପରିବାରରୁ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଏମାନେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଏହି ବ୍ଲକର ଏହି ଶିଳ୍ପାଞ୍ଚଳରୁ ଆକ୍ରାନ୍ତ ହୋଇଥିବା ଅନ୍ୟ ୭ ଜଣକ ମଧ୍ୟରେ ଜଣେ ୨୪ ବର୍ଷିୟ ପୁରୁଷ, ୩ ଜଣ ମହିଳା ଯାହାଙ୍କ ବୟସ ଯଥାକ୍ରମେ ୪୪,୧୪ ଓ ୪୫ ବର୍ଷ ଯେଉଁମାନେ କି ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେହିପରି ଏହି ଶିଳ୍ପାଞ୍ଚଳରୁ ଗୋଟିଏ ପରିବାରର ୨ ଜଣକ ମଧ୍ୟରେ ଜଣେ ୬୫ ବର୍ଷିୟା ମହିଳା ଏବଂ ଜଣେ ୧୮ ବର୍ଷିୟା ପୁରୁଷ ଅନ୍ୟ ଆକ୍ରାନ୍ୟଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏହାଛଡା ଏହି ଶିଳ୍ପାଞ୍ଚଳରୁ ଲକ୍ଷଣଯୁକ୍ତ ଜଣେ ୫୩ ବର୍ଷିୟ ପୁରୁଷ ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଣିହା ବ୍ଳକ୍ ଅଂଚ

ଯୁବଛାତ୍ର କଂଗ୍ରେସ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ l

Image
ଅନୁଗୋଳ(IYA NEWS:28/07/2020): ଅନୁଗୋଳ ବ୍ଲକ ନନ୍ଦପୁର ଗ୍ରାମପଞ୍ଚାୟତ ଯୁବ କଂଗ୍ରେସ ତରଫରୁ  ଯୁବଛାତ୍ର କଂଗ୍ରେସ ନେତା ସ୍ୱାଧୀନ ଦେହୁରୀଙ୍କ ନେତୃତ୍ୱରେ ପଞ୍ଚମହଲା ଠାରୁ କରତପଟା ଯାଇଥିବା ପୂର୍ତ୍ତବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ଅଁଳା, ଜାମୁ, ପିଆଶାଳ, ପଟାସ, ଶିଶୁ ପ୍ରଭୃତି ଚାରା ରୋପଣ କରାଯାଇଛି । ଚାରା ରୋପଣ ସହ ଚାରାର ଯତ୍ନ କିପରି ଆଗାମୀ ଦିନରେ ନିଆଯିବ ସେଥିପ୍ରତି ଅାଲୋଚନା ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ସିଦ୍ଧାନ୍ତ ଦେହୁରୀ, ପିନୁ ପ୍ରଧାନ, ଶ୍ରୀକାନ୍ତ ଦେହୁରୀ, ପ୍ରବୀଣ ପ୍ରଧାନ, ଶୁଭମ ଦେହୁରୀ,ମଞ୍ଜିତ ପ୍ରଧାନ, ତାପସ ବିଶ୍ୱାଳ, ଗୋବିନ୍ଦ ବିଶ୍ୱାଳ, ଜୟନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅନୁଗୋଳ ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପାଙ୍କ ସ୍ପଷ୍ଟୀକରଣ : ବିରୋଧୀ ଦଳର କିଛି ବ୍ୟକ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

Image
ଅନୁଗୋଳ ( IYA NEWS, ୨୮/୦୭/୨୦୨୦ ) : -  ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ଆଜି କିଛି ଯୁବ କଂଗ୍ରେସ କର୍ମୀ ବିରୋଦ୍ଧ କରିଥିବା ଦେଖିବାକୁ ମିଳିଛି। ଏନେଇ ଅନୁଗୋଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ଆଜି ସାମ୍ନାକୁ ଆସିଛି ଯେ ବିରୋଧୀ ଦଳର କିଛି ବ୍ୟକ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ଼ ସ୍ମୃତି ରଞ୍ଜନ ଲେଙ୍କାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ନିନ୍ଦନୀୟ । କିଛି ଯୁବକ କଂଗ୍ରେସର ବ୍ୟାନର ଧରି ବିରୋଧ କରୁଥିଲେ । ସେମାନେ କଂଗ୍ରେସ କିମ୍ବା ଯୁବ କଂଗ୍ରେସର କୌଣସି କାର୍ଯ୍ୟକର୍ତା ନୁହଁନ୍ତି । କିମ୍ବା ଯୁବ କଂଗ୍ରେସ ମେମ୍ବର ସିପ୍ ଗ୍ରହଣ କରି ନାହାନ୍ତି ତଥା ମେମ୍ବର ସିପ୍ ଜନିତ କୌଣସି ପ୍ରମାଣ ତାଙ୍କ ପାଖରେ ନାହିଁ । ବର୍ତ୍ତମାନ ସୃଷ୍ଟି ହୋଇଥିବା କରୋନା ମହାମାରୀ ଭଳି ମାନବ ସମ୍ପଦ ଉପରେ ବିପତ୍ତି ସମୟରେ ଏଭଳି ବିରୋଧି ଦଳଙ୍କର କାର୍ଯ୍ୟକଳାପକୁ ଅନୁଗୋଳ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦୃଢ ନିନ୍ଦା କରାଯାଉଛି ଏବଂ ପ୍ରଦେଶ କଂଗ୍ରେସ ନୂତନ ସଭାପତି ଡ଼ ସ୍ମୃତି ରଞ୍ଜନ ଲେଙ୍କା ଜଣେ ତୃଣମୂଳ ସ୍ତରର ସଂଗଠକ, ଉଚ୍ଚ ଶିକ୍ଷିତ ଯୁବକ ଅଟନ୍ତି । ତାଙ୍କର ନେତୃତ୍ୱରେ ଅନୁଗୋଳ ତଥା ଓଡିଶା ଯୁବ କଂଗ୍ରେସ ସୃଦୁଢ଼ ଏବଂ ଯୁବ ସମାଜ ଓ ସାଧାରଣ ଲୋକଙ୍କ କା

ନୂତନ ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କୁ ଅନୁଗୋଳରେ ବିରୋଦ୍ଧ କରାଯିବା ସହ କୁଶ ପୁତ୍ତଳିକା ଦାହ ।

Image
ଅନୁଗୋଳ ( IYA NEWS : ୨୮/୦୭/୨୦୨୦) :-  ଅନୁଗୋଳ ଜିଲ୍ଲାର କିଛି ଯୁବ କଂଗ୍ରେସ କର୍ମୀମାନଙ୍କ ଦ୍ଵାରା ଓଡିଶା ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ବିରୋଦ୍ଧ କରିବା ସହ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି । ସାଲିସ ମରା ତେଲ ମରା ରାଜନୀତିକୁ ଦୃଢ ବିରୋଦ୍ଧ କରିଛନ୍ତି ଅନୁଗୋଳ ଜିଲ୍ଲାର କିଛି ଯୁବନେତା ଓ କର୍ମି ମାନେ । ନୂତନ ଭାବେ ସଭାପତି ହୋଇଥିବା ନେତାଙ୍କ ର ଶିକ୍ଷାଗତ ଯୋଗ୍ୟତା, ସ୍ଥାୟୀ ବାସିନ୍ଦା, କୌଣସି ସାଂଗଠନିକ କାର୍ଯ୍ୟକ୍ରମ ନାହିଁ ବୋଲି ମଧ୍ୟ ଦାବି ଜଣାଇଥିଲେ । ଆଗାମୀ ଦିନରେ ଜିଲ୍ଲା ରାଜନୀତି ପ୍ରତି ଏହା ଅପୁରଣୀୟ କ୍ଷତି ହେବ ବୋଲି ଅନୁଗୋଳ ଜିଲ୍ଲା ଯୁବ କଂଗ୍ରେସ ଦଳର କିଛି ନେତା ଓ କର୍ମି ମାନେ ଜଣାଇଛନ୍ତି । ଏହାର ତୁରନ୍ତ ବିଚାର କରିବା ସହିତ ନୂତନ ସଭାପତି ଙ୍କୁ ବହିଷ୍କାର କରିବା ପାଇଁ ଦାବି ଜଣାଇଛି ଅନୁଗୋଳ ଯୁବ କଂଗ୍ରେସ । ଆଗାମୀ ଦିନରେ ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କୁ ଅନୁଗୋଳ ଜିଲ୍ଲାରେ ପୁରାଇ ଦିଆଯିବ ନାହିଁ ବୋଲି ମଧ୍ୟ କଂଗ୍ରେସ କର୍ମୀମାନେ ସୂଚନା ଦେଇଛନ୍ତି । REPORT BY : SAMIR SAHOO (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଗୋ ମାଂସ ଖାଇବା ଅଭିଯୋଗରେ ୫ ଜଣଙ୍କୁ ଦଣ୍ଡ ଦେଲେ ଗ୍ରାମବାସୀ ।

Image
ମରିଗଲା ମାନବିକତା, ହଜିଗଲା ମଣିଷ ପଣିଆ ଅନୁଗୋଳ ( IYA NEWS, ୨୮.୦୭.୨୦୨୦ ) : - ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ପଞ୍ଚାୟତର ମହିଧରପଡା ଗ୍ରାମର ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଗୋ ମାଂସ ଖାଇବା ଅଭିଯୋଗରେ ଦଣ୍ଡିତ କରିଛନ୍ତି ଗ୍ରାମବାସୀ । ଯେଉଁଠି ଗୋ ମାତା ମା' ମାନି ଆମ ହିନ୍ଦୁ ସମାଜ ରୀତିନୀତି ଅନୁଯାୟୀ ପୂଜା କରିଥାଏ ସେଠି ଆଜିର ମଣିଷ ତାକୁ ମାରି ମାଂସକୁ ଭକ୍ଷଣ କରୁଥିବା ବଡ଼ ଦୁଃଖର ବିଷୟ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମହିଧରପଡା ଗ୍ରାମରେ । ଗ୍ରାମର ବିଜୁ ଗୋଛାୟତ , ଅଜୟ ଗୋଛାୟତ , ଟିଙ୍ଗା ଗୋଛାୟତ , ବିଟାଙ୍ଗି ଗୋଛାୟତ , ବାବୁ  ଗୋଛାୟତ , ରବିବାର ଚଟିଆ ଗଜି ଗ୍ରାମରୁ ଏକ ବାଛୁରୀ ଛୁଆ କୁ ପାଳିବା ଉଦେଶ୍ୟରେ ୩୦୦ଟଙ୍କାରେ କିଣିଥିଲେ । ପରେ ଦିନ ଦୁଇପ୍ରହରେ ସେହି ବାଛୁରୀ ଛୁଆକୁ ବଣାବିରା ମେଡିକାଲ ନିକଟ ଥିବା ପାହାଡ଼ ନିକଟରେ କାଟିବା ସହିତ ଭୋଜି କରି ଖାଇଥିଲେ  । ପାହାଡ଼ ନିକଟରେ ଛେଳି ଓ ଗାଈ ଚରାଳି ଏହା ଦେଖି ଗ୍ରାମବାସୀଙ୍କୁ ଏହି ସବୁ ଘଟଣା ଜଣାଇ ଥିଲେ । ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବା ପରେ ବାଛୁରି ମାଂସ ଖାଇଥିବା ୫ ଜଣ ଲୋକ ଙ୍କୁ ଗ୍ରାମ ବାସୀ ସୋମବାର ବଣାମୀରାହାଟ ପଡ଼ିଆରେ ଏକ ସଭା କରିଥିଲେ । ଉକ୍ତ ସଭାରେ ମହିଧର ପଡା , ତାଳପଦା , ବଣାମୀରା , ତିନୋଟି ଗ୍ରାମର ଗ୍ରାମବାସୀ ଏକାଠି ହୋଇଥିଲେ । ସର୍ବସାଧାରଣ ସମ୍ମୁଖରେ ଆଣ୍ଠେଇ ଭୁଲ ମାଗିବା ସହିତ ଗ

ଡାକ୍ତରଙ୍କ ବାସଭବନରୁ ଚୋରୀ , ସିସିଟିଭି ରେ କଏଦ : ରୋଗୀ ପାଲଟିଲା ଚୋର

Image
ଅନୁଗୋଳ ( IYA NEWS, ୨୮.୦୭.୨୦୨୦ ) :-  ଗତ ରବିବାର ସକାଳ ସମୟରେ ଅନୁଗୋଳ ଥାନା ଅମଲାପଡା ସ୍ଥିତ ଡାକ୍ତର ଦିପକ ଗଡ଼ନାଏକଙ୍କ ବାସଭବନରୁ ଚୋରି ହୋଇଥିବା ଅଭିଯୋଗ ହୋଇଅଛି । ଡାକ୍ତର ଦିପକ ଗଡ଼ନାଏକଙ୍କ ନିକଟକୁ ଦୁଇ ଜଣ ବ୍ୟକ୍ତି ସକାଳ ୮.୩୦ ମିନିଟ ସମୟରେ ଦୁଇ ଜଣ ବ୍ୟକ୍ତି ( ଜଣେ ପୁରୁଷ ଓ ଜଣେ ମହିଳା ) ଆସିଥିଲେ । ମହିଳା ଜଣଙ୍କ ରୋଗ ବିଷୟରେ ଚିକିତ୍ସା ନିମନ୍ତେ ପରାମର୍ଶ ନେଇଥିଲେ । ଡାକ୍ତର କୌଣସି କାରଣ ନେଇ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ମହିଳା ରୋଗୀ ଜଣଙ୍କ ଡାକ୍ତରଙ୍କ କ୍ୟାସ ଡ୍ର ରୁ ୩୦ ହଜାର ଟଙ୍କା ଚୋରି କରି ନେଇଥିବା ଡାକ୍ତର ଆଜି ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି । Report By :- Nipu Bhutia , IYA NEWS IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ବଜରଙ୍ଗ ଦଳ ଆଠମଲ୍ଲିକ ପ୍ରଖଣ୍ଡ ପକ୍ଷରୁ ଶ୍ରୀରାମ ମନ୍ଦିର ନିର୍ମାଣ ର ଶିଳାନ୍ୟାସ ଉତ୍ସବକୁ ଗଲା ପବିତ୍ର ମାଟି ଓ ପାଣି।

Image
ଅାଠମଲ୍ଲିକ :(IYANEWS:27/07/2020): ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଭାରତ ବର୍ଷର ବିଭିନ୍ନ ତୀର୍ଥସ୍ଥଳୀ ଓ ପୂଣ୍ୟଗର୍ଭା ନଦୀର ପବିତ୍ର ମାଟି ଓ ପାଣି ପଠେଇବାକୁ ଆହ୍ୱାନ କରାଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ  ଆଠମଲ୍ଲିକ ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ୱରୀଙ୍କ ପୀଠର ପବିତ୍ର ମାଟି ଏବଂ ମହାନଦୀର ପବିତ୍ର ଜଳ ସଂଗ୍ରହ କରି ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ପ୍ରଖଣ୍ଡ ପକ୍ଷରୁ ଶ୍ରୀ ରାମ ଜନ୍ମଭୂମୀ ଅଯୋଧ୍ୟାକୁ ପବିତ୍ର ମାଟି ଓ ପାଣି ପୋଷ୍ଟ ମାଧ୍ୟମରେ ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ବଜରଙ୍ଗ ଦଳ ର ସଂଗଠନ ମନ୍ତ୍ରୀ ଅସିତ କୁମାର ସାହୁ, ବଜରଙ୍ଗ ଦଳ ସଦସ୍ୟ ସତ୍ୟବ୍ରତ ନାଏକ, ସିବାଶିଷ ରାଉତ , ମନୋରଞ୍ଜନ ମହାପାତ୍ର, ରଜତ ନାଏକ, ପ୍ରତାପ ମାହାର , ରଜତ ଗୁରୁ, ବିଶ୍ୱ ରଞନ ନନ୍ଦ ଓ ଯୁବରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ସ୍ବିଡେନ୍‌ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ନିଯୁକ୍ତ ହେଲେ ପି.କେ.ମହାନନ୍ଦିଆ, ଶୁଭେଚ୍ଛା ଜଣାଇଲେ ଅାଠମଲ୍ଲିକ ବିଧାୟକ ।

Image
ଅାଠମଲ୍ଲିକ(IYANEWS:27/07/2020): ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆଙ୍କୁ ସ୍ବିଡେନ୍‌ ସରକାରଙ୍କ ପକ୍ଷରୁ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ପ୍ରଦାନ କରାଯାଇଛି। ସ୍ବିଡେନ୍‌ ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିବା ଓଡ଼ିଆ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆଙ୍କୁ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପି.କେ.ମହାନନ୍ଦିଆଙ୍କ ସଫଳତା ରାଜ୍ୟ ପାଇଁ ଗୌରବ ଆଣିଛି। ଆଗାମୀ ଦିନରେ ସେ ଆହୁରି ଖ୍ୟାତି ଅର୍ଜନ କରନ୍ତୁ ବୋଲି ବିଧାୟକ କହିଛନ୍ତି। ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ପରବର୍ତ୍ତି ସମୟରେ ପି.କେ.ମହାନନ୍ଦିଆ ଭାବେ ପରିଚିତ ଲାଭ କରିଛନ୍ତି। ଅନୁଗୋଳ ଜିଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡ଼ା ଗ୍ରାମରେ ୧୯୪୯ରେ ତାଙ୍କର ଜନ୍ମ। ୧୯୭୫ରେ ସ୍ବିଡେନ୍‌ର ଚାର୍‌ଲୋଟ୍‌ ଭୋନ୍‌ଙ୍କ ସହ ଦିଲ୍ଲୀରେ ବିବାହ କରିଥିଲେ। ବିବାହ ପରେ ସ୍ତ୍ରୀଙ୍କୁ ଭେଟିବାକୁ ସାଇକଲ୍‌ ଚଳାଇ ସ୍ବିଡେନ୍‌ ଯାଇଥିଲେ। ୫ ମାସର ସାଇକଲ୍‌ ଯାତ୍ରାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ପି.କେ.ମହାନନ୍ଦିଆ। ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ଜଣେ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆଙ୍କୁ ସ୍ବିଡେନ୍‌ରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି। ଏବେ ତାଙ୍କୁ ସ୍ବିଡେନ୍‌ ସରକ

ଆଜି ଅନୁଗୋଳରୁ ୬ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୬୫ ରେ ।

Image
 ଅନୁଗୋଳ(IYANEWS:27/07/2020): ଆଜି ଅନୁଗୋଳ ଜିଲ୍ଲାରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୪ ଜଣ , ତାଳଚେର ଓ କିଶୋରନଗର ବ୍ଲକ୍ ଅଂଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଠମଲ୍ଲିକ ବ୍ଲକ୍ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ଚିହ୍ନଟ ହୋଇଥୁବା ୪ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୫ , ୩୫ , ୨୮ ଓ ୪୨ ବର୍ଷ ଅଟେ । ଏମାନଂକ ମଧ୍ୟରୁ ୨୫ ଓ ୨୮ ବର୍ଷିୟ ୨ ଜଣ ପୁରୁଷ କର୍ଣ୍ଣାଟକରୁ ଫେରିଥିବାବେଳେ ୩୫ ବର୍ଷିୟ ପୁରୁଷ ଗୁଜୁରାଟ ଓ ୪୨ ବର୍ଷିୟ ପୁରୁଷ ମହାରାଷ୍ଟ୍ରରୁ ଫେରି ସଂଗରୋଧରେ ଥିଲେ । ତାଳଚେର ବ୍ଲକ୍ ଅଂଚଳରୁ ଜଣେ ୨୫ ବର୍ଷୀୟ ଯୁବକ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କିଶୋରନଗର ବ୍ଲକ୍ ଅଂଚଳର ଜଣେ ୬୫ ବର୍ଷିୟା ମହିଳା ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣକୁ ଆଜି ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏଥିସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୫ରେ ପହଂଚିଲା । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ

ସ୍ବିଡେନ ସରକାରଙ୍କ କଳା ବିଭାଗ ପରାମର୍ଶଦାତା ହେଲେ ଅନୁଗୋଳ ମାଟିର ପୁଅ ପି.କେ ମହାନନ୍ଦିଆ ।

Image
ଅନୁଗୋଳ(IYA NEWS:26/07/2020):ସ୍ବିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହୋ‌ଇଛନ୍ତି ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ ମହାନନ୍ଦିଆ। ଶ୍ରୀ ମହାନନ୍ଦିଆ ଏବେ ସ୍ବିଡେନ ଲଳନାଙ୍କୁ ବିବାହ କରି ଏବେ ସେଠ‌ାରେ ରହୁଛନ୍ତି। ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମହାନନ୍ଦିଆ ସ୍କୁଲରେ ପାଠ ପଢ଼ିବା ବେଳେ ଭେଦଭାବର ଶିକାର ହୋଇଥିଲେ। ତଥାପି ଶିକ୍ଷାଠାରୁ ଦୂରେଇ ଯାଇନଥିଲେ। ପାଠ ପଢ଼ା ସହିତ ତାଙ୍କର ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା। ଏହି ଆଗ୍ରହରୁ ସେ ୧୯୭୧ ମସିହାରେ ଦିଲ୍ଲୀର ଏକ ଆର୍ଟ କଲେଜରେ ନାମ ଲେଖାଇଥିଲେ। ଆଉ ତାଙ୍କର ସେହି ଦୁର୍ବଳତା ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା। ତେବେ ସ୍ବିଡେନର ଚାରଲୋଟ ଭୋନ୍ ସଚେଡଭିନ ଦିଲ୍ଲୀ ଆସିଥିବା ବେଳେ ଶ୍ରୀ ମହାନନ୍ଦିଆଙ୍କ ଚିତ୍ରକଳା ଉପରେ ତାଙ୍କର ନଜର ପଡ଼ିବା ପରେ ସେ ପିକେଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଆଉ ଶେଷରେ ଉଭୟ ପ୍ରେମ ବିବାହ କରିଥିଲେ। ବିବାହ ପରେ ଚାରଲୋଟ ସ୍ଵିଡେନ ଫେରି ଯାଇଥିଲେ। ପରେ ୧୯୭୭ ମସିହାରେ ଶ୍ରୀ ମହାନନ୍ଦିଆ ତାଙ୍କର ସବୁ ଜିନିଷ ବିକ୍ରି କରି ଏକ ପୁରୁଣା ସାଇକେଲ କିଣିଥିଲେ ଏବଂ ଦୀର୍ଘ ୫ମାସ କାଳ ସାଇକେଲ ଚଳାଇ ସେ ସ୍ବିଡେନରେ ସ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ସେ ସ୍ବିଡେନର ନାଗରିକତ୍ବ ଗ୍ରହଣ କରି ସେଠାରେ ରହି ଯାଇଥିଲେ।ମହାନନ୍ଦିଅା ପରାମ

ଆଜି ଅନୁଗୋଳରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୫୯ ରେ ।

Image
ଅନୁଗୋଳ(IYA NEWS:26/07/2020): ଆଜି ଅନୁଗୋଳ ଜିଲ୍ଲାରୁ ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ବଅଁରପାଳ ବ୍ଳକ ଅଂଚଳରୁ ୪ ଜଣ ଓ ଜଣେ ଅନୁଗୋଳ ପୌରପାଳିକା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ ଯାହାଙ୍କ ବୟସ ୫୧ ଓ ୩୦ ଓ ଜଣେ ମହିଳାଙ୍କ ବୟସ ୨୩ ବର୍ଷ ଅଟେ । ଏହି ୩ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର ପଜିଟିଭ ବାହାରିବା ଜଣାପଡ଼ିଛି । ସେହିପରି ଏହି ବ୍ଳକ୍ ଅଂଚଳର ଜଣେ ୨୯ ବର୍ଷୀୟ ପୁରୁଷ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପଜିଟିଭ ବାହାରିଛି । ଅନୁଗୋଳ ପୌରପାଳିକା ଅଂଚଳର ଜଣେ ୫୧ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଜଣାପଡିଛି । ଏହି ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଆଜି ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ପଜିଟିଭ ବାହାରିଥିବା ଅଂଚଳକୁ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌରପାଳିକା ନିର୍ବାହୀ ଅଧିକାରୀ ଅଗ୍ନିଶମ ଅଧିକାରୀଙ୍କ ସହ ମିଶି ବିଶୋଧନ କରିବା ସହ କଣ୍ଟ୍ରାକ୍ଟ ଟ୍ରେସିଂ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆଜି ବାହାରିଥିବା ଏହି ୫ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯ରେ ପହଂଚିଲା ।

ଆଜି ଅନୁଗୋଳରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୫୪ ରେ ।

Image
ଅନୁଗୋଳ(IYA NEWS:25/07/2020): ଆଜି ଅନୁଗୋଳ ଜିଲ୍ଲାରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଳଚେର ପୌରାଞ୍ଚଳର ଜଣେ ୨୯ ବର୍ଷୀୟା ମହିଳା ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପଜିଟିଭ ବାହାରିଛି । ସେହିପରି ବଅଁରପାଳ ବ୍ଳକ୍ ଅଂଚଳର ଜଣେ ୨୬ ବର୍ଷୀୟା ମହିଳା ନିଜ ପରିବାରରେ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ୨ ଜଣକ ମଧ୍ୟରୁ ଆଜି ୨ୟ ମହିଳା ଜଣକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୨ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪ ରେ ପହଂଚିଲା । ଇତି ମଧ୍ୟରେ ୨ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ସ୍ଥାନାନ୍ତର ହୋଇଛନ୍ତି । ପୂର୍ବରୁ ସୁସ୍ଥ ହୋଇଥିବା ୧୪୭କୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୪୯ରେ ପହଂଚିଲା । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଆଜି ଅନୁଗୋଳରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୫୨ ରେ ।

Image
ଅନୁଗୋଳ(IYA NEWS:24/07/2020): ଆଜି ଅନୁଗୋଳ ଜିଲ୍ଲାରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଅନୁଗୋଳ ବ୍ଲକ୍ ଅଂଚଳରୁ ୨ ଜଣ, ଅନୁଗୋଳ ପୌରାଞ୍ଚଳ,ବଅଁରପାଳ ବ୍ଳକ୍,ତାଳଚେର ବ୍ଲକ୍, ଛେଣ୍ଡିପଦା ବ୍ଳକ୍ ଓ କଣିହାଁ ସ୍ଥିତ ଏକ ଶିଳ୍ପାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ବ୍ଳକ୍ ଅଂଚଳର ୩୪ ଓ ୨୭ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥୁବାରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ପୌରାଞ୍ଚଳରୁ ଜଣେ ୪୯ ବର୍ଷୀୟ ପୁରୁଷ କେରଳରୁ ଫେରି ପେଡ୍ କ୍ୟୁରାଣ୍ଟାଇନରେ ଥିବାବେଳେ ଆଜି ତାଙ୍କର ପଜିଟିଭ ଜଣାପଡିଛି । ବଅଁରପାଳ ବ୍ଳକ୍ ଅଂଚଳର ଜଣେ ୨୨ ବର୍ଷିୟ ପୁରୁଷ ସାମାନ୍ୟ ଲକ୍ଷଣ ଥାଇ ସ୍ଵାବ ନମୁନା ପରିକ୍ଷଣରୁ ପଜିଟିଭ ଜଣାପଡିଛି । ତାଳଚେର ବ୍ଲକ୍ ଅଂଚଳର ୫୨ ବର୍ଷୀୟ ପୁରୁଷ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଛେଣ୍ଡିପଦା ବ୍ଳକ୍ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ସଂଗରୋଧରେ ଥିବା ଗଞ୍ଜାମ ଫେରନ୍ତା ୨୩ ବର୍ଷିୟ ପୁରୁଷ କରୋନା ପଜିଟିଭ ହୋଇଥିବାର ଜଣାପଡିଛି । ସେହିପରି କଣିହାଁ ସ୍ଥିତ ଏକ ଶିଳ୍ପାଞ୍ଚଳରୁ ଜଣେ ୨୬ ବର୍ଷିୟା ମହିଳା ଭଦ୍ରକରୁ ଫେରି ପଜିଟିଭ ହୋଇଥିବାର ଜଣାପଡିଛି । ଏହି ୭ ପଜିଟିଭଙ୍କୁ ଆଜି ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତ

ଆଜି ଅନୁଗୋଳରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୪୫ ରେ ।

Image
ଅନୁଗୋଳ(IYA NEWS:23/07/2020): ଆଜି ଅନୁଗୋଳ ଜିଲ୍ଲାରୁ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ୍ ସ୍ଥିତ ଏକ ଶିଳ୍ପ‍ାଞ୍ଚଳରୁ ୫ ଜଣ, ଅନୁଗୋଳ ଲ ପୌରାଂଚଳରୁ ୫ ଜଣ ଓ ଅନୁଗୋଳ ବ୍ଳକ୍ ଅଂଚଳରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଂଚଳର ଶିଳ୍ପାଞ୍ଚଳରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା ଅଟନ୍ତି । ପୁରୁଷମାନଙ୍କ ବୟସ ଯଥାକ୍ରମେ ୫୬,୪୪,୬୭ ଓ ୫୭ ବର୍ଷ ହୋଇଥିବା ବେଳେ ମହିଳାଙ୍କ ବୟସ ୪୭ ବର୍ଷ ଓ ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆଣ୍ଟିଜେନ ଟେଷ୍ଟ କରାଯାଇ ଅନୁଗୋଳ ପୌରାଂଚଳର ୫ ଜଣ କରୋନା ପଜିଟିଭକୁ ଚିହ୍ନଟ କରାଯାଇଛି । ସେଥୁମଧ୍ୟରୁ ଜଣେ ମହିଳା ଓ ୪ ଜଣ ପୁରୁଷ ଅଟନ୍ତି । ମହିଳାଙ୍କର ବୟସ ୪୮ ବର୍ଷ ହୋଇଥିବାବେଳେ ପୁରୁଷମାନଙ୍କ ବୟସ ଯଥାକ୍ରମେ ୫୫,୪୧,୪୨ ଓ ୪୫ ବର୍ଷ ଅଟେ ।ସେହିପରି ଅନୁଗୋଳ ବ୍ଳକ୍ ଅଂଚଳର ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଜଣେ ୪୦ ବର୍ଷୀୟା ମହିଳା ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିବାବେଳେ ଅନ୍ୟ ଜଣେ ୩୧ ବର୍ଷୀୟ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଛି ବୋଲି ଜି

ବିଡ଼ିଓ ଙ୍କୁ ଦାବି ପତ୍ର ଦେଲା ଓଡିଶା ଜିପିଏଲଏଫ କର୍ମୀ ସାମ୍ମୁଖ୍ୟ ସଂଘ ।

Image
ଅାଠମଲ୍ଲିକ(IYA NEWS:23/07/2020): ଓଡିଶା ଜିପିଏଲଏଫ କର୍ମୀ ସାମ୍ମୁଖ୍ୟ ସଂଘ ପକ୍ଷରୁ ୫ ଦଫା ଦାବି ସମ୍ବଳିତ ପତ୍ର ଅନୁଗୋଳ ଜିଲ୍ଲା କିଶୋରନଗର ବିଡିଓଙ୍କୁ ସୁଶ୍ରୀ ଅମୃତା ପ୍ରିୟମ୍ବଦାଙ୍କୁ ଅାଜି ପ୍ରଦାନ କରାଯାଇଛି। ଆଗାମୀ ୩ ଦିନ ମଧ୍ୟରେ ଏ ବାବଦରେ ସୁବ୍ୟବସ୍ଥା ନ ହେଲେ ତୃଣମୂଳ ସ୍ତରରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ବାବଦରେ କିଶୋରନଗର ସଂଘ ପକ୍ଷରୁ ବିଡିଓଙ୍କ ସମେତ ପଞ୍ଚାୟତିରାଜ ମନ୍ତ୍ରୀ, ପଞ୍ଚାୟତିରାଜ ସଚିବ,ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକ,ଜିଲ୍ଲାପାଳ, ଓଏଲଏମ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ,ବିପିଏମଙ୍କ ଅବଗତି ନିମନ୍ତେ ଦାବିପତ୍ର ପ୍ରେରଣ କରାଯାଇଥିବା ସଙ୍ଘ ପକ୍ଷରୁ ସୂଚନା ମିଳିଛି।ବିବରଣୀ ଅନୁଯାୟୀ ଓଡିଶା ଜିପିଏଲଏଫ କର୍ମୀ ସାମ୍ମୁଖ୍ୟର ସମସ୍ତ କ୍ୟାଡ଼ର ଓଡ଼ିଶା ଜୀବିକା ମିଶନ ଅଧୀନରେ ଗ୍ରାମ ପଞ୍ଚାୟତ ସ୍ତରରେ ୨୦୧୨ ମସିହାରୁ କାର୍ଯ୍ୟ କରି ଆସୁଛନ୍ତି। ଜିପିଏଲଏଫ କର୍ମୀମାନେ ପଞ୍ଚାୟତ ଅଧୀନରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରିବା କୋଭିଡ-୧୯ରେ ବିଭିନ୍ନ ତାଲିମ ପ୍ରଦାନ କରି ସଚେତନ କରିବା,ସ୍ୱୟଂ ସହାୟକ ଗୋଷ୍ଠୀରେ ଗାଁ ର ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ  ବିତରଣ କରିବା, ସଟଡାଉନ ସମୟରେ ପନିପରିବା ଏବଂ ତେଜରାତି ଘର ଘର ବୁଲି ପ୍ରଦାନ କରିବା ,ମନରେଗା ଯୋଜନାରେ ମୋ ବଗିଚା କାର୍ଯ୍ୟକ୍ରମ ରେ ମୁ

ସଂଗ୍ରାମ କେଶରୀ ପୃଷ୍ଟି ଓଡ଼ିଶା ସାହିତ୍ୟ ଏକାଡେମୀ ସଭ୍ୟ ଭାବରେ ମନୋନୀତ ।

Image
ଅନୁଗୋଳ(IYA NEWS:22/07/2020): ଅନୁଗୋଳ ଜିଲ୍ଲାର ବିଶିଷ୍ଟ ଶିଶୁ ସାହିତ୍ୟିକ,ସ୍ତମ୍ଭ ଓ ଫିଚର ଲେଖକ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ ଭାବରେ ମନୋନୀତ କରାଯାଇଛି। ଏ ନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଚିଠି ନଂ-୩୯୪୨ ତା ୨୧.୦୭.୨୦୨୦ରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଶ୍ରୀ ପୃଷ୍ଟିଙ୍କୁ ଏହି ନିଯୁକ୍ତି ମିଳିବା ପରେ ଅନୁଗୋଳ ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି। ଦୀର୍ଘ୨୫ବର୍ଷ ଧରି ସାହିତ୍ୟ ସାଧନା ଜାରି ରଖିଥିବା ଶ୍ରୀ ପୃଷ୍ଟି ଙ୍କ ଅଦ୍ୟାବିଧି ୨୦ଟି ପୁସ୍ତକ ପ୍ରକାଶ ପାଇଥିବା ବେଳେ ସେ ୫୦ରୁ ଉର୍ଦ୍ଧ୍ବ ସାହିତ୍ୟ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ମାନୀତି ହୋଇଛନ୍ତି। ସେ ଜିଲ୍ଲା ସାହିତ୍ୟ ସଂସଦ, ଅନୁଗୋଳ ଓ କିଶୋର ସାହିତ୍ୟ ସଂସଦ ର ସହ ସମ୍ପାଦକ ଦାୟିତ୍ୱ ତୁଲାଉଛନ୍ତି।  ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସେ ଜିଲ୍ଲାର ସମସ୍ତ କବି ଓ ଲେଖକ ଙ୍କ ସହଯୋଗ କାମନା କରିଛନ୍ତି।ଶ୍ରୀ ସଂଗ୍ରାମ କେଶରୀ ପୃଷ୍ଟି ଙ୍କ ଏହି ସଫଳତା ରେ ଜିଲ୍ଲା ସାହିତ୍ୟ ସଂସଦ, କିଶୋର ସାହିତ୍ୟ ସଂସଦ, ତ୍ରିଧାରା ସାହିତ୍ୟ ସଂସଦ, ଚନ୍ଦ୍ରମା ଶିଶୁ ସାହିତ୍ୟ ସଂସଦ, ସୁଚିତ୍ରା ସାହିତ୍ୟ ସଂସଦ, ପଞ୍ଚଧାର ସାହିତ୍ୟ ସଂସଦ, ଶତାବ୍ଦୀ ସାହିତ୍ୟ ସଂସଦ ଆଦି ବହୁ ଅନୁଷ୍ଠାନର କର୍ମକର୍ତ୍ତା, ସାହିତ୍ୟପ୍ରେମୀ,ସାହିତ

ଆଜି ଅନୁଗୋଳରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୩୩ ରେ ।

Image
ଅନୁଗୋଳ(IYA NEWS:22/07/2020): ଆଜି ଅନୁଗୋଳ ଜିଲ୍ଲାରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରୁ ୩ ଜଣ ଓ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଅନୁଗୋଳ ପୌରାଞ୍ଚଳରୁ ୨ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡରେ ଆଣ୍ଟିଜେନ୍ ଟେଷ୍ଟ କରାଯାଇ ପଜିଟିଭ ହୋଇଥିବାର ଜଣାପଡିଛି । ଏହି ୩ ଜଣକ ମଧ୍ୟରେ ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଓ ଜଣେ ୫୨ ବର୍ଷିୟା ମହିଳା ଗୋଟିଏ ପରିବାରର ସ୍ବାମୀ ସ୍ତ୍ରୀ ହୋଇଥିବାବେଳେ ଆଉ ଜଣେ ୫୦ ବର୍ଷ ମହିଳା ଅନ୍ୟ ଏକ ପରିବାରର ଯେଉଁମାନେ କି ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ସେହିପରି ଛେଣ୍ଡିପଦା ବ୍ଳକ୍ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ଜଣେ ୨୬ ବର୍ଷିୟ ଆନ୍ଧ୍ରପ୍ରଦେଶ ଫେରନ୍ତା ପୁରୁଷ ଓ ଏହି ବ୍ଲକ୍ ଅଂଚଳର ଏକ ଗ୍ରାମରୁ ଜଣେ ୧୪ ବର୍ଷିୟା ବାଳିକା ଯିଏକି ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଏହି ୫ ଜଣକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୩ ରେ ପହଂଚିଲା । ଆକ୍ରାନ୍ତମାନଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହା ମଧ୍ୟରେ କୋଭିଡ ହସପିଟାଲରୁ ୪ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟ

ପ୍ରଦୀପ ହେଲେ ସମ୍ବଲପୁର ସାସଂଦଙ୍କ ଅନୁଗୋଳ ବ୍ଲକ ପ୍ରତିନିଧି ।

Image
ଅନୁଗୋଳ(IYA NEWS:21/07/2020): ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନୀତିଶ ଗଙ୍ଗଦେବ ତାଙ୍କର ଅନୁଗୋଳ ବ୍ଲକ ପାଇଁ ଶ୍ରୀପ୍ରଦୀପ କୁମାର ପ୍ରଧାନଙ୍କୁ ବ୍ଲକ ପ୍ରତିନିଧି ଭାବେ ମନୋନୀତ କରିଛନ୍ତି। ଶ୍ରୀ ପ୍ରଧାନ ଭାରତୀୟ ଜନତା ପାର୍ଟିର ଜଣେ ନିଷ୍ଠାପର କାର୍ଯ୍ୟକର୍ତ୍ତା ଅଟନ୍ତି। ୧୯୯୫ମସିହାରୁ ବିଜେପିରେ ଯୋଗଦାନ କରି ଦଳ ର ସଂଗଠନର ଦାୟିତ୍ୱ ନେଇ ଆସିଛନ୍ତି। ପୂର୍ବରୁ ସେ ଅନୁଗୋଳ ବ୍ଲକର ସାଧାରଣ ସମ୍ପାଦକ ଏବଂ ଦୁଇ ଥର ସଭାପତି ଦାୟିତ୍ୱ ତୁଲାଇବା ସହ ରାଜ୍ୟ ପରିଷଦ ସଦସ୍ୟ ଥିଲେ।ଶ୍ରୀ ପ୍ରଧାନଙ୍କ ଘର ଅନୁଗୋଳ ଜିଲ୍ଲା ଟାଇଁସି ଗ୍ରାମରେ , ପେଷାରେ ଜଣେ ଆଇନଜୀବୀ ଅଟନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ସେବା ମୂଳକ କାର୍ଯ୍ୟରେ ତାଙ୍କର ଯୋଗଦାନ ଥାଏ। ସେ ଜଣେ ସରଳ,ଆମାୟିକ ଏବଂ ମେଳାପି ବ୍ୟକ୍ତି ଅଟନ୍ତି। ସାଂସଦ ନୀତିଶ ଗଙ୍ଗଦେବ ପ୍ରଦୀପ କୁମାର ପ୍ରଧାନଙ୍କୁ ଅନୁଗୋଳ ବ୍ଲକ ପ୍ରତିନିଧି ଭାବେ ମନୋନୀତ କରିଥିବାରୁ ସାତକୋଶିଆର ସମସ୍ତ ଜନସାଧାରଣ ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାଂସଦ ତାଙ୍କ ଉପରେ ଆଶା ପ୍ରକଟ କରିଥିବାରୁ ପ୍ରଦୀପ ପ୍ରଧାନ ସାଂସଦଙ୍କୁ କୃତଜ୍ଞତା ଜଣାଇବା ସହ ବିଶ୍ୱାସ ଏବଂ ଭରଷାକୁ ଅତୁଟ ରଖିବେ ବୋଲି ପ୍ରକାଶ କରିଛନ୍ତି। ଗତକାଲି ସେ ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ସାଂସଦଙ୍କ ପତ୍ର ପ୍ରଦାନ କରିବା ସହ ଜିଲ୍ଲା ସଭାପତି ଡିଲେଶ୍

ଆଜି ଅନୁଗୋଳରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୨୮ ରେ ।

Image
ଅନୁଗୋଳ(IYA NEWS:21/07/2020): ଆଜି ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଂଚଳରୁ ସର୍ବାଧିକ ୧୫ ଜଣ,ବଅଁରପାଳ ବ୍ଳକ୍ ଅଂଚଳରୁ ୮ ଜଣ ଓ କିଶୋରନଗର ବ୍ଲକ୍ ଅଂଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ ଅଂଚଳର ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ୬ ଜଣ ପୁରୁଷ ଯାହାଙ୍କର ବୟସ ୨୩,୨୪,୨୫,୨୮,୨୯ ଓ ୪୧ ବର୍ଷ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ରାଜସ୍ଥାନରୁ ଜଣେ ଆନ୍ଧ୍ରପ୍ରଦେଶରୁ, ଜଣେ ତେଲେଙ୍ଗାନାରୁ , ଜଣେ ଚେନ୍ନାଇ ଓ ଜଣେ ଝାରଖଣ୍ଡରୁ ଫେରି ସଙ୍ଗରୋଧରେ ଥୁଲେ । ତାଳଚେର ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମରୁ ୩ ଜଣ ପୁରୁଷ,୩ ଜଣ ମହିଳା ଓ ୨ ଜଣ ବାଳକ ପଜିଟିଭ ହୋଇଥିବାର ଜଣାପଡିଛି । ଏଥିମଧ୍ୟରୁ ଗୋଟିଏ ପରିବାରର ୫ ଜଣ, ଅନ୍ୟ ଏକ ପରିବାରର ୨ ଜଣ ଓ ଜଣେ ସେହି ଗ୍ରାମର ବାସିନ୍ଦା ଅଟନ୍ତି । ପ୍ରଥମ ୫ ଜଣ ପରିବାରର ସଦସ୍ୟଙ୍କ ମଧ୍ୟରେ ଜଣେ ପୁରୁଷଙ୍କ ବୟସ ୪୮ ବର୍ଷ ହୋଇଥିବାବେଳେ ମହିଳା ୨ ଜଣଙ୍କ ବୟସ ୬୬ ଓ ୩୫ ଓ ବାଳକ ୨ ଜଣଙ୍କ ବୟସ ୫ ଓ ୧୦ ବର୍ଷ ଅଟେ । ୨ୟ ପରିବାରର ସ୍ଵାମୀ ଓ ସ୍ତ୍ରୀଙ୍କ ବୟସ ୫୩ ଓ ୫୨ ବର୍ଷ ହୋଇଥିବାବେଳେ ଆଉ ଜଣେ ସେହି ଗ୍ରାମର ବାସିନ୍ଦା ଯାହାଙ୍କ ବୟସ ୪୦ ବର୍ଷ । ଏମାନେ ସମସ୍ତେ ତାଙ୍କ ଗ୍ରାମକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକରୁ ଫେରିଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେହ

ଆଜି ଅନୁଗୋଳରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୦୧ ରେ ।

Image
ଅନୁଗୋଳ(IYA NEWS:20/07/2020): ଆଜି ଅନୁଗୋଳ ଜିଲ୍ଲାରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ସର୍ବାଧିକ ୫ ଜଣ, ଅନୁଗୋଳ ପୌରାଞ୍ଚଳରୁ ୩ ଜଣ, ଅନୁଗୋଳ ବ୍ଲକ୍, କଣିହାଁ ଶିଳ୍ପାଞ୍ଚଳ, ତାଳଚେର ବ୍ଲକ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଠମଲ୍ଲିକ ବ୍ଲକ୍ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ୨୭,୨୪,୨୦,୩୦ ଓ ୨୦ ବର୍ଷ ବୟସ୍କ ୫ ଜଣ ପୁରୁଷ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ବାଙ୍ଗାଲୋର ଫେରନ୍ତା ହୋଇଥିବା ବେଳେ ଜଣେ ଗୁଜୁରାଟରୁ ଫେରି ଏହି ଅସ୍ଥାୟୀ ମେଡିକାଲ ଶିବିରରେ ସଙ୍ଗରୋଧରେ ଥିଲେ ।ଅନୁଗୋଳ ପୌରଞ୍ଚଳରୁ ଆଜି ୩ ଜଣ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି ଯାହାଙ୍କର ବୟସ ୨୨,୩୨ ଓ ୪୯ ବର୍ଷ ଅଟେ । ଅନୁଗୋଳ ବ୍ଲକ ଅଂଚଳର ଜଣେ ୨୮ ବର୍ଷ ବୟସ୍କ କଲିକତା ଫେରନ୍ତା ପୁରୁଷଙ୍କର ଆଜି ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ ଜଣାପଡିଛି । କଣିହାଁ ଶିଳ୍ପାଞ୍ଚଳରୁ ଜଣେ ୩୧ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ତାଳଚେର ବ୍ଲକ୍ ଅଂଚଳର ଜଣେ ଲକ୍ଷ୍ମଣଯୁକ୍ତ ୪୪ ବର୍ଷିୟା ମହିଳା ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପଜିଟିଭ ବାହାରିଛି । ସେହିପରି ତାଳଚେର ପୌରାଞ୍ଚଳର ଜଣେ ୪୦ ବର୍ଷିୟ ପୁରୁଷ ଭୁବନେଶ

ତାଳଚେର କୋଭିଡ ହସପିଟାଲକୁ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ ।

Image
ଅନୁଗୋଳ(IYA NEWS:19/07/2020): ତାଳଚେର କୋଭିଡ ହସପିଟାଲକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଅଚାନକ ପରିଦର୍ଶନ କରି ଏଠାରେ ରୋଗୀମାନଂକୁ ଦିଆଯାଉଥୁବା ଖାଦ୍ୟର ମାନକୁ ଯାଞ୍ଚ କରିଥିଲେ ।ଜିଲ୍ଲାପାଳ ନିଜେ ମଧ୍ୟାହ୍ନ ଭୋଜନ ଖାଇ ଖାଦ୍ୟ ପ୍ରସ୍ତୁତି ଓ ଏହାର ଗୁଣବତ୍ତାକୁ ପରୀକ୍ଷା କରିଥିଲେ । ଏହାଛଡା ଜିଲ୍ଲାପାଳ ହସପିଟାଲରେ କାର୍ଯ୍ୟରତ ଡାକ୍ତର,କର୍ମଚାରୀ ଓ ପାରାମେଡିକାଲ କର୍ମଚାରୀଙ୍କ ସହ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ଉପରେ ଆଲୋଚନା କରିଥିଲେ । ଏହି ୧୫୦ ଶଯ୍ୟା ବିଶିଷ୍ଟ ହସପିଟାଲରେ ଅନୁଗୋଳ ସମେତ ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାର କରୋନା ଆକ୍ରାନ୍ତମାନେ ଚିକିତ୍ସିତ ହେଉଛନ୍ତି । ହସପିଟାଲରେ ଚିକିତ୍ସା ଓ ଖାଦ୍ୟ ଯୋଗାଣ ବ୍ୟବସ୍ଥା ସହ ପାନୀୟ ଜଳ ଯୋଗାଣ,ସଫାସୁତରା ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ ।ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ଅଭୟ କୁମାର ଦାଶଙ୍କ ସମେତ ହସପିଟାଲର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ପଢନ୍ତୁ ସଂପୂର୍ଣ୍ଣ ଖବର : ଆଜି ଅନୁଗୋଳରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୧୮୯ ରେ ।

Image
ଅନୁଗୋଳ(IYA NEWS:19/07/2020): ଆଜି ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୨୫ ଜଣ କରୋନା ପଜିଟିଭ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ପୌରାଞ୍ଚଳରୁ ୧୨ ଜଣ,ତାଳଚେର ବ୍ଲକ୍ ଅଞ୍ଚଳରୁ ୮ ଜଣ, ଅନୁଗୋଳ ପୌରାଞ୍ଚଳରୁ ୩ ଜଣ,ବଅଁରପାଳ ବ୍ଳକ୍‌ର ଶିଳ୍ପ ସଂସ୍ଥା ଅଂଚଳରୁ ଜଣେ ଓ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ଜଣେ ଚିହ୍ନଟ ହୋଇଛନ୍ତି । ତାଳଚେର ପୌରାଞ୍ଚଳର ୧୨ ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ୨୨ ବର୍ଷୀୟ ଗଞ୍ଜାମ ଫେରନ୍ତା ପୁରୁଷ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ସମ୍ପର୍କୀୟ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଅଟନ୍ତି । ଏହି ୪ ଜଣ ସଦସ୍ୟଙ୍କ ମଧ୍ୟରେ ୨ ଜଣ ପୁରୁଷ ଯାହାଙ୍କ ବୟସ ୬୨ ଓ ୩୪ ବର୍ଷ ବୟସ ହୋଇଥିବା ବେଳେ ୨ ଜଣ ମହିଳାଙ୍କର ବୟସ ୫୨ ଓ ୨୫ ବର୍ଷ ବୟସ ଅଟେ ଏବଂ ସେମାନେ ସମସ୍ତେ ପୌରାଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ସଂଗରୋଧରେ ଥିଲେ । ସେହିପରି ଏହି ପୌରାଞ୍ଚଳର ଜଣେ ୩୨ ବର୍ଷୀୟ ପାରାଦ୍ବୀପ ଫେରନ୍ତା ପୁରୁଷ ଓ ଅନ୍ୟ ୪ ଜଣ ପୁରୁଷ ଯାହାଙ୍କ ବୟସ ୩୭,୩୫,୩୧ ଓ ୪୦ ବର୍ଷ ବୟସ ଅଟେ ଏବଂ ସେମାନେ ମଧ୍ୟ ସେହି ଅସ୍ଥାୟୀ ମେଡିକାଲ ଶିବିରରେ ସଂଗରୋଧରେ ଥିଲେ ।ଭୁବନେଶ୍ବରରେ ରହୁଥିବା ତାଳଚେର ପୌରାଞ୍ଚଳର ଜଣେ ୨୬ ବର୍ଷୀୟା ମହିଳାଙ୍କର ମଧ୍ୟ ପଜିଟିଭ ବାହାରିଛି । ତାଳଚେର ବ୍ଲକ ଅଂଚଳର ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ପୁରୁଷ ଓ ୪ ଜଣ ମହିଳା ଅଟନ୍ତି । ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ମଧ୍ୟରେ ୨ ଜଣ ପୁ

ସାତକୋଶିଆ ରୁ ପୁଣି ୪ଜଣ ଜନ୍ତୁ ଶିକାରୀ ଗିରଫ ।

Image
ଅନୁଗୋଳ,ବନ୍ତଳା -  IYA NEWS (୧୯/୦୭/୨୦୨୦) ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ରୁ  ଆଜି ପୁଣି ଥରେ  ୪ଜଣ   ଜନ୍ତୁ ଶିକାରି କୁ ଗିରଫ କରିଛି ବନ ବିଭାଗ ।  ସୂଚନା ମୁତାବକ ସାତକୋଶିଆ ଅଭୟାରଣ୍ୟ ରୁଦିନକୁ ଦିନ ଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ଜନ୍ତୁ ମାଂସ ଭାଗ ହେଉଥିବାର ଖବର ପାଇ ସାତକୋଶିଆ ବନ ବିଭାଗ ସଦଳବଳେ   ଜଗନ୍ନାଥ ପୁର ଗ୍ରାମ ର ଜନକ ଦେହୁରୀ (୨୦) , ଲିପୁନ ପଲେଇ (୨୩) , ନିସାନାଥ ପଲେଇ (୪୦) , ଯାଦୁ ଦେହୁରୀ (୫୫) ,   ଙ୍କ ଘରେ ଚଡାଉ କରିଥିଲେ । ଅଭିଯୁକ୍ତ ମାନଙ୍କ ପକ୍ଷରୁ   ଡେକିଚି ଭର୍ତି ବାର୍ହା ମାଂସ , ଗୋଟିଏ ପନିକି , କଡେଇ , ଗୋଟିଏ ବନ୍ଧୁକ , ବନ୍ଧୁକ ରେ ବ୍ୟବହୃତ ୩ଟି ବ୍ୟାରେଲ  ଜବତ କରିଥିଲା । ସେହି ପରି ଶିକାର ପାଇଁ ବ୍ୟବହୃତ ୧ କି ଲୋ ବିଦୂତ ତାର , ୨୦ଟି ଏନସୁଲେଟ  ଟାଇନ୍ସି ରିଜର୍ଭ ଫରେଷ୍ଟ  ରୁ ଜବତ କରିଥିଲା । ଅଭିଯୁକ୍ତ ମାନେ  ବିଦ୍ୟୁତ ତାର ସାହାଯ୍ୟରେ ଜନ୍ତୁ ଶିକାର କରି ଆସୁଥିଲେ । ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସାତକୋଶିଆ ବନଖଣ୍ଡ ଅଧିକାରୀ ରାମାସ୍ୱାମୀ . ପି  ସୂଚନା ଦେଇଛନ୍ତି । Report by- Kamdev Dehury IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅନୁଗୋଳ ଯୁବ କଂଗ୍ରେସ ସଭାପତି ହେଲେ ଲୁଟୁ ରଞ୍ଜନ ଥାପା

Image
ଅନୁଗୋଳ (IYA NEWS : ୧୯/୦୭/୨୦୨୦) ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ତରଫରୁ ୧୦ଟି ସାଙ୍ଗଠନିକ ଜିଲ୍ଲାର ନୂତନ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଅନୁଗୋଳ ଜିଲ୍ଲା ସଭାପତି ଭାବେ ଯୁବ କଂଗ୍ରେସ ନେତା ଲୁଟୁ ରଞ୍ଜନ ଥାପାଙ୍କ ନାମକୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଘୋଷଣା କରିଛନ୍ତି। ଶ୍ରୀ ଲୁଟୁ ରଞ୍ଜନ ଥାପା ପୂର୍ବରୁ ରାଜୀବ ଗାନ୍ଧୀ ଛାତ୍ର ସଂଗଠନର ଜିଲ୍ଲା ଉପସଭାପତି, ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ତଥା ଜିଲ୍ଲା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ କଂଗ୍ରେସ ଦଳୀୟ ସଂଗଠନରେ କାର୍ଯ୍ୟ କରିଛନ୍ତି। ବିଭିନ୍ନ ସାଂସ୍କୃତିକ ତଥା ସମାଜସେବା କାର୍ଯ୍ୟକ୍ରମରେ ଯୋଗଦାନ କରି ପୂର୍ବରୁ ନିଜକୁ ପ୍ରତିଷ୍ଠିତ କରାଇଛନ୍ତି। ଉକ୍ତ ନିଯୁକ୍ତି ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ଡ଼ଃ ବିଶ୍ଵରଞ୍ଜନ ମହାନ୍ତି, ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ଃ ସ୍ମୃତିରଞ୍ଜନ ଲେଙ୍କା, ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ବିମଳ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମସ୍ତ ବରିଷ୍ଠ କର୍ମୀ ତଥା ନେତାଙ୍କ ଆଶୀର୍ବାଦ ସହଯୋଗ ତଥା ଯୁବ ଛାତ୍ର ମହିଳା କଂଗ୍ରେସକୁ ସାଙ୍ଗରେ ନେଇ " ମୁଁ ନୁହେଁ ଆମେ " ନାରା ସହିତ କଂଗ୍ରେସ ପାଇଁ କାର୍ଯ୍ୟକରିବାକୁ ନୂତନ ସଭାପତି ଶ୍ରୀ ଥାପା ଆହ୍ବାନ କରିଛନ୍ତି। REPORT BY : SAMIR SAHOO (IYA NEWS) IYA NE

ବିପୁଳ ପରିମାଣର ବିଦେଶୀ ମଦ ଜବତ କଲା ଅବକାରୀ ବିଭାଗ ।

Image
ଅନୁଗୋଳ(IYA NEWS:18/07/2020): ବିପୁଳ ପରିମାଣର ବିଦେଶୀ ମଦ ଜବତ । ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତୁରଙ୍ଗ ଦୁର୍ଗା ବିହାର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ସହ ଏକ କାର୍‌ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି । ସୂଚନାମୁତାବକ, ଏକ କାରରୁ ପ୍ରାୟ ୭୨୦ ବୋତଲ ବିଦେଶୀ ମଦ ଜବତ ହୋଇଛି। ପାଖାପାଖି ୧୨୯.୬୦୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଏକ ମାରୁତି ସ୍ୱିଫ୍ଟ କାରରେ ମଦ ବୋତଲ ଥିବା ବେଳେ ଜବତ ହୋଇଛି  । ଘଟଣାରେ ଜରାସିଂହା ଗାଁ ର ଗଜେନ୍ଦ୍ର ସାହୁ ଏବଂ କୁମଣ୍ଡ ଚଣ୍ଡୀ ବଜାରର ଅଜୟ କୁମାର ବେହେରାଙ୍କୁ ଗିରଫ କରାଯାଇଛି । ସବୁଠାରୁ ବଡ଼ କଥା ହେଲା ଏଗୁଡିକ ଅରୁଣାଚଳ ପ୍ରଦେଶରେ ବିକ୍ରି ପାଇଁ ଅନୁମତି ଲେଖା ଥିବା ବେଳେ ଓଡ଼ିଶାରେ ଏହାର ଲିଙ୍କ ଥିବା ଖବର ଜଣା ପଡ଼ିଛି। ଅନେକ ଦିନରୁ ଏମାନେ ଏହି ମଦକୁ ମାତ୍ର ୫୦ ଟଙ୍କାରେ ଆଣି ଶହ ଶହ ଟଙ୍କାରେ ବିଭିନ୍ନ ଜାଗାକୁ ଚୋରା ଚାଲାଣ କରୁଥିବା ଖବର ମିଳିଛି।  IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

କେନ୍ଦୁପତ୍ର ବୋଝେଇ କାର ଜବତ

Image
ଅନୁଗୋଳ,ବନ୍ତଳା -IYA NEWS (୧୮/୦୭/୨୦୨୦)  ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ମହିଧର ପୁର ଛକ ନିକଟରୁ ଗୋଟିଏ  କାର ସହ ୫୦ପ୍ୟାକେଟ କେନ୍ଦୁପତ୍ର ଜବତ କରିଛି ବନ୍ତଳା ବନ ବିଭାଗ । ମିଳିଥିବା ସୂଚନା ମୁତାବକ ଆଜି ଦିନ ୧୨ଟା ସମୟରେ ଅନୁଗୋଳ ପଟୁ ଏକ କାର ( OD 05 AE 0005 ) ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ମହିଧର ପୁର ଛକ ନିକଟରେ ଗାଡିଟି ର ଚକା ଫାଟି ଯିବାରୁ ଡ୍ରାଇଭାର ଗାଡିଟିକୁ ଛାଡି ଫେରାର ହୋଇ ଯାଇଥିଲା ।  ଦୀର୍ଘ ସମୟ ଧରି କାର ଟି ଛିଡା ହେବାର ଦେଖି ସ୍ଥାନୀୟ ଲୋକେ ମହିଧର ପୁର ଫାଣ୍ଡି କୁ ଖବର ଦେଇଥିଲେ । ପୋଲିସ ପହଞ୍ଚିଗାଡିକୁ ଜବତ କରିବା ସହିତ ୫୦ପ୍ୟାକେଟ କେନ୍ଦୁପତ୍ର ଗାଡି ଭିତରୁ  ଜବତ କରିଥିଲା ପରେ ଘଟଣା ସ୍ତଳରେ  ବନ୍ତଳା ବନାଞ୍ଚଳ ରେଞ୍ଜର ବିନ୍ଦୁପ୍ରସାଦ ପ୍ରଧାନ ସଦଳବଳେ  ପହଞ୍ଚିବା ପରେ ମହିଧର ପୁର ଫାଣ୍ଡି ପୋଲିସ  ଗାଡି ଓ କେନ୍ଦୁପତ୍ର କୁ ବନ ବିଭାଗ କୁ ହସ୍ତାନ୍ତର କରି ଥିବା ବେଳେ ଘଟଣା ସମ୍ପର୍କରେ ତଦନ୍ତ ଜlରିରହିଛି ବୋଲି ରେଞ୍ଜ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି  । Report By- Kamdev Dehury IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ସାତକୋଶିଆ ଅଭୟାରଣ୍ୟ ୮ଶିକାରୀ ଗିରଫ

Image
ଅନୁଗୋଳ,ବନ୍ତଳା -IYA NEWS(୧୮/୦୭/୨୦୨୦) ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ରୁ ଗତକାଲି ୮ଜଣ ବନ୍ୟଜନ୍ତୁ ଶିକାରି କୁ ଗିରଫ କରିଛି ବନ ବିଭାଗ । ମିଳିଥିବା ସୂଚନା ମୁତାବକ ପମ୍ପାସର ରେଞ୍ଜ ଅଧୀନରେ ଗତ କାଲି ଦିନବେଳା ବନ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଛୋଟ ମୁଣ୍ଡା ରିଜର୍ଭ ଫରେଷ୍ଟ ୩ନମ୍ବର କମ୍ପାଡେ ମେଣ୍ଟ ନିକଟରେ ଶିକାର କରୁଥିବା ସମୟରେ ୮ଜଣ ବନ୍ୟ ଜନ୍ତୁ ଶିକାରି କୁ ଗିରଫ କରିଥିଲା ବନ ବିଭାଗ । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପୁରୁଣା କୋଟ ଥାନା ଅନ୍ତର୍ଗତ ତରଭା ଗାଁ ର ବିଜୟ ଭୋଇ (୨୦) , ଜୟନ୍ତ ଭୋଇ (୩୦) , ସୁଶାନ୍ତ ପ୍ରଧାନ (୨୫) ,ବଡ଼ଖେତା ରଂଜନ ଭୋଇ (୨୫) ,ସିଧେସ୍ୱର ଭୋଇ (୪୦) ,ସୁକାନ୍ତ ଭୋଇ (୩୫) , ମଙ୍ଗୁଳୁ ଭୋଇ (୩୨) ସାଲର ଗ୍ରାମର  ନୀଳକଣ୍ଠ  (୪୭) ଙ୍କୁ ଗିରଫ କରି ଥିବା ବେଳେ ସେ ମାନଙ୍କ ପକ୍ଷରୁ ଗୋଟିଏ ଦେଶୀ ବନ୍ଧୁକ ଓ ଶିକାର ପାଇଁ ବ୍ୟବହୃତ ବାରୁଦ ଜବତ କରିଛି ବନ ବିଭାଗ । ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ସାତକୋଶିଆ ବନଖଣ୍ଡ ଅଧିକାରୀ ରାମାସ୍ୱାମୀ . ପି  ସୂଚନା ଦେଇଛନ୍ତି l REPORT BY : KAMADEV DEHURY (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଜିଲ୍ଲାରେ ୨ୟ କରୋନା ମୃତ୍ୟୁ ।

Image
ଅନୁଗୋଳ(IYA NEWS:17/07/2020): ତାଳଚେର ବ୍ଲକ ଅଂଚଳର ଜଣେ ୬୬ ବର୍ଷ ବୟସ୍କ ପୁରୁଷ କର୍କଟ ରୋଗରେ ଆକ୍ରାନ୍ତ ହୋଇ AIIMS ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର କରୋନା ପଜିଟିଭ ବାହାରିଥିଲା ।ଇତିମଧ୍ୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହାସହିତ ଜିଲ୍ଲାରେ କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଆଜି ଅନୁଗୋଳରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୧୬୪ ରେ ।

Image
ଅନୁଗୋଳ(IYA NEWS:17/07/2020): ଆଜି ଅନୁଗୋଳ ଜିଲ୍ଲାରୁ ବାହାରିଥିବା ୬ ଜଣ ପଜିଟିଭଙ୍କ ମଧ୍ୟରୁ ଅନୁଗୋଳ ପୌରପାଳିକା ଅଞ୍ଚଳରୁ ସର୍ବାଧିକ ୫ ଜଣ ଓ ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୌରପାଳିକା ଅଂଚଳରୁ ଚିହ୍ନଟ ହୋଇଥିବା ଏହି ୫ ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ଯାହାଙ୍କର ବୟସ ୨୯ ଓ ୨୭ ବର୍ଷ ହୋଇଥିବାବେଳେ ୩ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୨୮,୨୪ ଓ ୨୦ ବର୍ଷ ଅଟେ  ଏମାନେ ସମସ୍ତେ ଗଞ୍ଜାମରୁ ଫେରି ହୋମକ୍ୱାରେଣ୍ଟାଇନରେ ଥିଲେ ।ସେହିପରି ଛେଣ୍ଡିପଦା ବ୍ଳକରୁ ଜଣେ ୨୪ ବର୍ଷୟ ମହିଳା ଯାହାଙ୍କର ଗଞ୍ଜାମ ଫେରନ୍ତା ପଜିଟିଭଙ୍କ ସହ ସମ୍ପର୍କ ରହିବାରୁ ସେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ଏହି ୬ ଜଣ ଆକ୍ରାନ୍ତକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୬ ଜଣ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୪ରେ ପହଞ୍ଚିଛି । ଇତିମଧ୍ୟରେ ଜିଲ୍ଲାରୁ ୧୦ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ଯାଇଛନ୍ତି । ଜିଲ୍ଲାରେ ପୂର୍ବରୁ ସୁସ୍ଥ ହୋଇଥିବା ୯୯ ଜଣକୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୦୯ରେ ପହଂଚିଲା । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA

ଜିଲ୍ଲାରେ ପ୍ରଥମ : ଅାଠମଲ୍ଲିକ ତହସିଲରେ ୨୪ ଘଣ୍ଟା ମଧ୍ୟରେ କ୍ରେତାଙ୍କୁ ମିଳିଲା ଜମି ପଟ୍ଟା ।

Image
ଅାଠମଲ୍ଲିକ(IYA NEWS:16/07/2020): ଜମି କିଣିବାର ୨୪ ଘଣ୍ଟା ମଧ୍ୟରେ କ୍ରେତାଙ୍କୁ ନୂଆ ପଟ୍ଟା ଦେଇ ଅନୁଗୋଳ ଜିଲ୍ଲ‍ା ଅାଠମଲ୍ଲିକ ତହସିଲ ରେକର୍ଡ କରିଛି। ରାଜ୍ୟ ସରକାରଙ୍କ ନୂତନ ଭୂସଂସ୍କାର ଆଇନ ଅନୁଯାୟୀ ଜମି କିଣିବାର ସାତ ଦିନ ମଧ୍ୟରେ ନୂଆ ପଟ୍ଟା ଦେବାକୁ ନିର୍ଦେଶ ଦିଆ ଯାଇଛି।ଗୁରୁବାର ଅାଠମଲ୍ଲିକ ତହସିଲ କର୍ମଚାରୀଙ୍କ ଉଦ୍ୟମରୁ ଜଣେ ବ୍ୟକ୍ତି ଚବିଶ ଘଣ୍ଟା ମଧ୍ୟରେ ନୂଆ ପଟ୍ଟା ପାଇଛନ୍ତି। ଅାଠମଲ୍ଲିକ ଠାକୁରଗଡ ଗ୍ରାମର ଶୁଭକାନ୍ତ ପ୍ରଧାନ ଅାଠମଲ୍ଲିକ ତହସିଲ ଅନ୍ତର୍ଗତ ଠାକୁରଗଡ ମୌଜାରେ ଗତକାଲି ଏକ ପ୍ଲଟ କିଣିଥିଲେ ।୨୪ ଘଣ୍ଟା ମଧ୍ୟରେ ଅାଠମଲ୍ଲିକ ତହସିଲଦାର ସ୍ୱରୂପାନନ୍ଦ ସାହୁ,ସବ ରେଜିଷ୍ଟାର ଅଶୋକ ଦେହୁରୀ,ରାଜସ୍ୱ ପରିଦର୍ଶକ ରଶ୍ମି ରଂଜନ ହୋତା,କିରାଣୀ ଅରବିନ୍ଦ ନାୟକ,ପିଅନ କରୁଣା ନାୟକ,କମ୍ପ୍ୟୁଟର ପରିଚାଳକ ବିଶ୍ୱଜିତ ମିଶ୍ର,ଠାକୁରଗଡ ରାଜସ୍ୱ ନୀରିକ୍ଷକ ବିଶ୍ୱଜିତ ସାହୁ,ସୁଜିତ ସାହୁ,ଲୀନାରାଣୀ ଗଡନାୟକ,ଭାଗିରଥୀ ଭୋଇ,ବିଶ୍ୱରଂଜନ ସାହୁଙ୍କ ଉଦ୍ୟମରେ ପଟ୍ଟା ପ୍ରସ୍ତୁତ ହୋଇ ଶୁଭକାନ୍ତ ପ୍ରଧାନଙ୍କୁ ଦିଆଯାଇଥିଲା।  IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅନୁଗୋଳରୁ ଅାଜି ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ।ପଜିଟିଭ୍ ସଂଖ୍ୟା ପହଞ୍ଚିଲ‍‍ା ୧୫୮ରେ ।

Image
ଅନୁଗୋଳ(IYA NEWS:16/07/2020): ଅାଜି ଅନୁଗୋଳ ଜିଲ୍ଲାରୁ ବାହାରିଥିବା ୪ଜଣ କରୋନା ପଜିଟିଭ୍ ଙ୍କ ମଧ୍ୟରୁ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ସର୍ବାଧିକ ୩ଜଣ ଓ ତାଳଚେର ବ୍ଲକ ଅଞ୍ଚଳରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଛେଣ୍ଡିପଦା ବ୍ଲକ ଅଞ୍ଚଳର ଜଣେ ୬୫ବର୍ଷ ପୁରୁଷ,ଜଣେ ୪୫ବର୍ଷ ମହିଳା ଓ ଜଣେ ୩ବର୍ଷର ବାଳକ ଜଣେ କରୋନା ଅାକ୍ରାନ୍ତଙ୍କ ସଂସ୍ପର୍ଶରେ ଅାସି ପଜିଟିଭ ହୋଇଥିବାର ଜଣାପଡିଛି ।ସେହିପରି ତାଳଚେର ବ୍ଲକ ଅଞ୍ଚଳର ଜଣେ ୨୪ବର୍ଷୀୟ ପୁରୁଷ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥୁବା ବେଳେ ସେଠାରେ ତାଙ୍କର କରୋନା ସ୍ୱାବ ପରୀକ୍ଷଣରୁ ପଜିଟିଭ ଜଣାପଡିଛି । ଏହି ୪ଜଣଙ୍କୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସ୍ପିଟାଲକୁ ସ୍ତାନାନ୍ତର କରାଯିବ ବୋଲି ଜିଲ୍ଲାପ‍ାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।ଜିଲ୍ଲାରେ ବର୍ତ୍ତମାନ କରୋନା ଅାକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଛି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ଅବକାରୀ ଚଢ଼ଉ : ୧୨୦୦ କେଜି ପୋଚ ଜବତ

Image
ଆଠମଲ୍ଲିକ(IYA NEWS:16/07/2020): ଆଠମଲ୍ଲିକ ଓ ଜିଲା ମୋବାଇଲ ସ୍କ୍ୱାଡ଼ର ସ୍ବତନ୍ତ୍ର ଅବକାରୀ ବିଭାଗ ଟିମ ବୁଧବାର ହଣ୍ଡପା ଥାନା ବୁଦୁଲିମୁଣ୍ଡା ଓ କନ୍ଧରାମୁଣ୍ଡା ଗ୍ରାମ ଜଙ୍ଗଲରେ ଚଢ଼ଉ କରି ୧୨୦୦ କେଜି ପୋଚ ଜବତ କରିବା ସହ ନଷ୍ଟ କରିଛନ୍ତି । ଏଥିସହ ସେଠାରୁ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି । ଏହି ଜଙ୍ଗଲରେ ବେଆଇନ ଭାବେ ଚୋରାରେ ମଦ ରୋଷେଇ ହେଉଥିବା ଖବର ପାଇ ଜିଲା ମୋବାଇଲ ସ୍କ୍ୱାଡ଼ର ନିରୀକ୍ଷକ କରୁଣା ଶଙ୍କର ତିୱାରୀ, ଆଠମଲ୍ଲିକ ଅବକାରୀ ନିରୀକ୍ଷକ ସୁମତି ତ୍ରିପାଠୀ ଚଢ଼ାଉ କରି ପୋଚ ନଷ୍ଟ କରିଥିଲେ। ଚଢାଉ ବେଳେ ମଦ ବ୍ୟବସାୟୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

ବିଧାୟକଙ୍କ ଉଦ୍ୟମରେ ଯାତାୟାତ ଉପଯୋଗୀ ହେଲା ଗ୍ରାମ୍ୟ ରାସ୍ତା

Image
ଅନୁଗୋଳ(IYA NEWS:15/07/2020): ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଉଦ୍ୟମକ୍ରମେ ଅନୁଗୋଳ ବ୍ଲକ୍ ଅନ୍ତୁଳିଆ ପଞ୍ଚାୟତ ତାବଡ଼ା ଗ୍ରାମ୍ୟ ରାସ୍ତାରେ ଯାତାୟାତ ଉପଯୋଗୀ ହୋଇପାରିଛି । ବର୍ଷ ବର୍ଷ ଧରି ଏ ରାସ୍ତା ଖଣ୍ଡିକ ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା। ଗତମାସ ୨୦ ତାରିଖରେ ଗ୍ରାମରେ ଆୟୋଜିତ ଏକ ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଠମଲ୍ଲିକ ବିଧାୟକ ଶ୍ରୀ ସାଏ ଆସିଥିବା ବେଳେ ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ରାସ୍ତା ନିର୍ମାଣ କରାଯିବା ନେଇ ବିଧାୟକ ପ୍ରତିଶ୍ରୁତି ଦେଇଥିବା ବେଳେ ଗତକାଲି ମାଟି ଓ କ୍ରସର ଗୁଣ୍ଡ ପଡ଼ି ରାସ୍ତା ସମତୁଲ ହୋଇଛି । ପରବର୍ତ୍ତୀ ସମୟରେ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀ ଆଶାବାଦୀ ଅଛନ୍ତି ।ରାସ୍ତା ସମତୁଲ ପରେ ଗ୍ରାମବାସୀ ବେଶ ଉତ୍ସାହିତ ଅଛନ୍ତି । IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

କୋଶଳା ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମଙ୍କ ବଦଳି ଦାବିରେ ଅାନ୍ଦୋଳନ ପ୍ରତ୍ୟାହୃତ ।

Image
ଛେଣ୍ଡିପଦା(IYA NEWS:14/07/2020): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କୋଶଳା ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମଙ୍କ ବଦଳି ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।ସୂଚନାଯୋଗ୍ୟ, ବିପିଏମ ସଞ୍ଜୟ କୁମାର ବେହେରା ଅସହଯୋଗ କରୁଥିବା ଅଭିଯୋଗ କରି କର୍ମଚାରୀମାନେ ତାଙ୍କର ବଦଳି ପାଇଁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଥିଲେ। ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗତକାଲି ସମସ୍ତ କର୍ମଚାରୀ କଳାବ୍ୟାଜ୍‌ ପରିଧାନ କରି କାର୍ଯ୍ୟ କରିବା ସହିତ ଆଜି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ମୁତାବକ ଗତକାଲି ସକାଳୁ ସମସ୍ତ କର୍ମଚାରୀ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ ଆରମ୍ଭ କରିଥିଲେ । ଦିନ ୧୨ଟାରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଅଭୟ କୁମାର ଦାସ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରିବା ପରେ ଉଭୟ ପକ୍ଷରୁ ମିଳିମିଶି କାର୍ଯ୍ୟ ପାଇଁ ସହମତି ପ୍ରକାଶ କରିଥିଲେ ।ଫଳରେ ଆଜି ହେବାକୁ ଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର