ଗୋ ମାଂସ ଖାଇବା ଅଭିଯୋଗରେ ୫ ଜଣଙ୍କୁ ଦଣ୍ଡ ଦେଲେ ଗ୍ରାମବାସୀ ।

ମରିଗଲା ମାନବିକତା, ହଜିଗଲା ମଣିଷ ପଣିଆ
ଅନୁଗୋଳ ( IYA NEWS, ୨୮.୦୭.୨୦୨୦ ) : - ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ପଞ୍ଚାୟତର ମହିଧରପଡା ଗ୍ରାମର ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଗୋ ମାଂସ ଖାଇବା ଅଭିଯୋଗରେ ଦଣ୍ଡିତ କରିଛନ୍ତି ଗ୍ରାମବାସୀ । ଯେଉଁଠି ଗୋ ମାତା ମା' ମାନି ଆମ ହିନ୍ଦୁ ସମାଜ ରୀତିନୀତି ଅନୁଯାୟୀ ପୂଜା କରିଥାଏ ସେଠି ଆଜିର ମଣିଷ ତାକୁ ମାରି ମାଂସକୁ ଭକ୍ଷଣ କରୁଥିବା ବଡ଼ ଦୁଃଖର ବିଷୟ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମହିଧରପଡା ଗ୍ରାମରେ । ଗ୍ରାମର ବିଜୁ ଗୋଛାୟତ , ଅଜୟ ଗୋଛାୟତ , ଟିଙ୍ଗା ଗୋଛାୟତ , ବିଟାଙ୍ଗି ଗୋଛାୟତ , ବାବୁ  ଗୋଛାୟତ , ରବିବାର ଚଟିଆ ଗଜି ଗ୍ରାମରୁ ଏକ ବାଛୁରୀ ଛୁଆ କୁ ପାଳିବା ଉଦେଶ୍ୟରେ ୩୦୦ଟଙ୍କାରେ କିଣିଥିଲେ । ପରେ ଦିନ ଦୁଇପ୍ରହରେ ସେହି ବାଛୁରୀ ଛୁଆକୁ ବଣାବିରା ମେଡିକାଲ ନିକଟ ଥିବା ପାହାଡ଼ ନିକଟରେ କାଟିବା ସହିତ ଭୋଜି କରି ଖାଇଥିଲେ  । ପାହାଡ଼ ନିକଟରେ ଛେଳି ଓ ଗାଈ ଚରାଳି ଏହା ଦେଖି ଗ୍ରାମବାସୀଙ୍କୁ ଏହି ସବୁ ଘଟଣା ଜଣାଇ ଥିଲେ । ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବା ପରେ ବାଛୁରି ମାଂସ ଖାଇଥିବା ୫ ଜଣ ଲୋକ ଙ୍କୁ ଗ୍ରାମ ବାସୀ ସୋମବାର ବଣାମୀରାହାଟ ପଡ଼ିଆରେ ଏକ ସଭା କରିଥିଲେ । ଉକ୍ତ ସଭାରେ ମହିଧର ପଡା , ତାଳପଦା , ବଣାମୀରା , ତିନୋଟି ଗ୍ରାମର ଗ୍ରାମବାସୀ ଏକାଠି ହୋଇଥିଲେ । ସର୍ବସାଧାରଣ ସମ୍ମୁଖରେ ଆଣ୍ଠେଇ ଭୁଲ ମାଗିବା ସହିତ ଗୋ ମାଂସ ଖାଇଥିବା କଥାକୁ ସ୍ୱୀକାର କଲେ । ପରେ ସେମାନେ କାନରେ ଗୁଡି ଦେଇ ସଭା ଚାରିପାଖ ବୁଲିଥିଲେ ।  ତିନୋଟି ଗ୍ରାମର ନିଷ୍ପତ୍ତି କ୍ରମେ ଗୋ ମାଂସ ଖାଇଥିବା ବ୍ୟକ୍ତି ଙ୍କୁ ଜାତି ହେବା ସହିତ ସୁଚି ହେବେ , ଦେଉଳ ଦର୍ଶନ କରିବେ ଏବଂ ଯେଉଁ ମନ୍ଦିରରେ ଦର୍ଶନ କରିବେ ସେହି ମନ୍ଦିରକୁ ଗୋଟିଏ ଘଣ୍ଟ ଦେବେ ବୋଲି ଗ୍ରାମ ସଭାରେ ନିଷ୍ପତ୍ତି ହୋଇଥିଲା । ଏହି ଗ୍ରାମ ସଭାରେ  ମହିଧରପଡା ଗ୍ରାମ ସଭାପତି ଶରତଚନ୍ଦ୍ର ବେହେରା , ୱାର୍ଡ ମେମ୍ବର ଶିଶିର ବେହେରା , ଈଶ୍ୱର ନାଏକ , ବତିଷ୍ଟ ବେହେରା , ତାଳପଦା ଗ୍ରାମର ନିତ୍ୟାନନ୍ଦ ପ୍ରଧାନ , ବଣାମୀରା ଗ୍ରାମର ପ୍ରଫୁଲ ଦାସ , ହେମନ୍ତ ନାଏକ , ଗୋବିନ୍ଦ ନାଏକ ଓ ଅନ୍ୟ ଗ୍ରାମବାସୀଙ୍କ ଉପସ୍ଥିତ ଥିଲେ ।
Report By : - Kamdev Dehury , IYA NEWS
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।