ଅନୁଗୋଳ ଜିଲ୍ଲାରେ ୭୫.୨୩% ପ୍ରତିଶତ ପାସ୍ । ପୂର୍ବ ବର୍ଷ ତୁଳନାରେ ପାସ ହାର ଅଧିକ : ଡି.ଇ.ଓ

ଅନୁଗୋଳ(IYA NEWS:29/07/2020):
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲ୍ଲାରେ ମୋଟ ୭୫.୨୩% ଛାତ୍ରଛାତ୍ରୀ ପାସ କରିଛନ୍ତି ।ତେବେ ପୂର୍ବ ବର୍ଷ ଅପେକ୍ଷା ପାସ ହାର ଅଧିକ ପାଇଥିବା ଜିଲ୍ଲା ଶିକ୍ଷାଧିକାରିଣୀ କଳ୍ପନା ବେହେରା ସୂଚନା ଦେଇଛନ୍ତି ।
ଜିଲ୍ଲାରେ ମୋଟ ୨୬୨ଟି ସ୍କୁଲର ୧୬୩୩୨ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମୋଟ ୮୫ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।ସେମାନଙ୍କ ମଧ୍ୟରୁ ମୋଟ ୧୨୧୨୨ ଜଣ କୃତକାର୍ଯ୍ୟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ୫୮୫୯ ଜଣ ଛାତ୍ରୀ ଥିବାବେଳେ ୬୨୬୩ଜଣ ଛାତ୍ର ଅଛନ୍ତି ।ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ୧୦ ଜଣ ଧରାପଡିଛନ୍ତି ଓ ୨୧୯ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ ।ଏଥର ଜିଲ୍ଲାରେ ମୋଟ ୧୬୧୦୩ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇଛି ।
ସେଥିରୁ ୪୨ ପରିକ୍ଷାର୍ଥୀ ଏ-୧ ଗ୍ରେଡ,୨୯୯ ପରୀକ୍ଷାର୍ଥୀ ଏ-୨ ଗ୍ରେଡ,୬୬୨ ପରିକ୍ଷାର୍ଥୀ ବି-୧ ଗ୍ରେଡ,୧୦୩୯ ପରୀକ୍ଷାର୍ଥୀ ବି-୨ ଗ୍ରେଡ,୧୫୧୫ ପରୀକ୍ଷାର୍ଥୀ ସି ଗ୍ରେଡ,୨୪୧୯ ପରୀକ୍ଷାର୍ଥୀ ଡି ଗ୍ରେଡ,୬୧୪୬ ପରୀକ୍ଷାର୍ଥୀ ଇ ଗ୍ରେଡ ରଖି ଛାତ୍ର ଛାତ୍ରୀ ପାସ କରିଛନ୍ତି ଓ ୩୯୮୧ ପରୀକ୍ଷାର୍ଥୀ ଏଫ୍ ଗ୍ରେଡ ରଖିଛନ୍ତି ।ଚଳିତ ବର୍ଷ ଛାତ୍ରୀଙ୍କୁ ପଛରେ ପକାଇ ଛାତ୍ର ଅାଗରେ ଅଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।