ତାଳଚେର କୋଭିଡ ହସପିଟାଲକୁ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ ।

ଅନୁଗୋଳ(IYA NEWS:19/07/2020):
ତାଳଚେର କୋଭିଡ ହସପିଟାଲକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଅଚାନକ ପରିଦର୍ଶନ କରି ଏଠାରେ ରୋଗୀମାନଂକୁ ଦିଆଯାଉଥୁବା ଖାଦ୍ୟର ମାନକୁ ଯାଞ୍ଚ କରିଥିଲେ ।ଜିଲ୍ଲାପାଳ ନିଜେ ମଧ୍ୟାହ୍ନ ଭୋଜନ ଖାଇ ଖାଦ୍ୟ ପ୍ରସ୍ତୁତି ଓ ଏହାର ଗୁଣବତ୍ତାକୁ ପରୀକ୍ଷା କରିଥିଲେ । ଏହାଛଡା ଜିଲ୍ଲାପାଳ ହସପିଟାଲରେ କାର୍ଯ୍ୟରତ ଡାକ୍ତର,କର୍ମଚାରୀ ଓ ପାରାମେଡିକାଲ କର୍ମଚାରୀଙ୍କ ସହ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ଉପରେ ଆଲୋଚନା କରିଥିଲେ । ଏହି ୧୫୦ ଶଯ୍ୟା ବିଶିଷ୍ଟ ହସପିଟାଲରେ ଅନୁଗୋଳ ସମେତ ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାର କରୋନା ଆକ୍ରାନ୍ତମାନେ ଚିକିତ୍ସିତ ହେଉଛନ୍ତି । ହସପିଟାଲରେ ଚିକିତ୍ସା ଓ ଖାଦ୍ୟ ଯୋଗାଣ ବ୍ୟବସ୍ଥା ସହ ପାନୀୟ ଜଳ ଯୋଗାଣ,ସଫାସୁତରା ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ ।ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ଅଭୟ କୁମାର ଦାଶଙ୍କ ସମେତ ହସପିଟାଲର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।