ବିଡ଼ିଓ ଙ୍କୁ ଦାବି ପତ୍ର ଦେଲା ଓଡିଶା ଜିପିଏଲଏଫ କର୍ମୀ ସାମ୍ମୁଖ୍ୟ ସଂଘ ।

ଅାଠମଲ୍ଲିକ(IYA NEWS:23/07/2020):
ଓଡିଶା ଜିପିଏଲଏଫ କର୍ମୀ ସାମ୍ମୁଖ୍ୟ ସଂଘ ପକ୍ଷରୁ ୫ ଦଫା ଦାବି ସମ୍ବଳିତ ପତ୍ର ଅନୁଗୋଳ ଜିଲ୍ଲା କିଶୋରନଗର ବିଡିଓଙ୍କୁ ସୁଶ୍ରୀ ଅମୃତା ପ୍ରିୟମ୍ବଦାଙ୍କୁ ଅାଜି ପ୍ରଦାନ କରାଯାଇଛି। ଆଗାମୀ ୩ ଦିନ ମଧ୍ୟରେ ଏ ବାବଦରେ ସୁବ୍ୟବସ୍ଥା ନ ହେଲେ ତୃଣମୂଳ ସ୍ତରରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ବାବଦରେ କିଶୋରନଗର ସଂଘ ପକ୍ଷରୁ ବିଡିଓଙ୍କ ସମେତ ପଞ୍ଚାୟତିରାଜ ମନ୍ତ୍ରୀ, ପଞ୍ଚାୟତିରାଜ ସଚିବ,ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକ,ଜିଲ୍ଲାପାଳ, ଓଏଲଏମ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ,ବିପିଏମଙ୍କ ଅବଗତି ନିମନ୍ତେ ଦାବିପତ୍ର ପ୍ରେରଣ କରାଯାଇଥିବା ସଙ୍ଘ ପକ୍ଷରୁ ସୂଚନା ମିଳିଛି।ବିବରଣୀ ଅନୁଯାୟୀ ଓଡିଶା ଜିପିଏଲଏଫ କର୍ମୀ ସାମ୍ମୁଖ୍ୟର ସମସ୍ତ କ୍ୟାଡ଼ର ଓଡ଼ିଶା ଜୀବିକା ମିଶନ ଅଧୀନରେ ଗ୍ରାମ ପଞ୍ଚାୟତ ସ୍ତରରେ ୨୦୧୨ ମସିହାରୁ କାର୍ଯ୍ୟ କରି ଆସୁଛନ୍ତି। ଜିପିଏଲଏଫ କର୍ମୀମାନେ ପଞ୍ଚାୟତ ଅଧୀନରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରିବା କୋଭିଡ-୧୯ରେ ବିଭିନ୍ନ ତାଲିମ ପ୍ରଦାନ କରି ସଚେତନ କରିବା,ସ୍ୱୟଂ ସହାୟକ ଗୋଷ୍ଠୀରେ ଗାଁ ର ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ  ବିତରଣ କରିବା, ସଟଡାଉନ ସମୟରେ ପନିପରିବା ଏବଂ ତେଜରାତି ଘର ଘର ବୁଲି ପ୍ରଦାନ କରିବା ,ମନରେଗା ଯୋଜନାରେ ମୋ ବଗିଚା କାର୍ଯ୍ୟକ୍ରମ ରେ ମୁଖ୍ୟ ହିତାଧିକାରୀଙ୍କୁ ସାମିଲ କରି ସେମାନଙ୍କୁ ସେବା ଯୋଗାଇବା ଭଳି ବହୁ ଦାୟିତ୍ୱ ତୁଲାଉଛନ୍ତି।ଏତେ ସବୁ କାର୍ଯ୍ୟ ସମ୍ପାଦନ କରୁଥିଲେ ମଧ୍ୟ ସରକାର ସେମାନଙ୍କୁ କୌଣସି ଶ୍ରେୟ ଦେଉନାହାନ୍ତି। ତେଣୁ ଜିପିଏଲଏଫ  କର୍ମୀ ମାନଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ ସହିତ ଓଏଲଏମ ର କର୍ମକର୍ତ୍ତା ରୂପେ ପରିଗଣିତ କରିବା।କରୋନା ଯୋଦ୍ଧାର ମାନ୍ୟତା ଦେବା ସେମାନଙ୍କୁ ସମ୍ମାନୀତ କରିବା,ଜୀବନବୀମା ଏବଂ ସେମାନଙ୍କ ଭବିଷ୍ୟତ ସୁରକ୍ଷା ଉପରେ ଧ୍ୟାନ ଦେବା,ଓଏଲଏମ ଦ୍ଵାରା ସୃଷ୍ଟି ହୋଇଥିବା ସମସ୍ତ ନିଯୁକ୍ତି ରେ କ୍ୟାଡ଼ର ମାନଙ୍କୁ ଅଗ୍ରାଧିକାର ଦେବା ଭଳି ଦାବି ମାନ ଉପସ୍ଥାପନା କରିଛନ୍ତି।ଏଥିରେ ଏମ.ବି.କେ ଲିଲା ବିଶ୍ୱାଳ,ଗୀତାଞ୍ଜଳୀ ସାହୁ,ମିତାଞ୍ଜଳୀ ସାହୁ,ସରୋଜିନୀ ପ୍ରଧାନ,ସି.ଅାର.ପି ଅସ୍ମିତା ସାହୁ ପ୍ରମୁଖ ସାମିଲ ଥିଲେ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

  1. Kama karibe mbk crp but sreya nebe aww, government ra a prakar pakshyapatar niti gote bibekhina, miukha bhalia anubhaba karaa

    ReplyDelete

Post a Comment

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।