ସାତକୋଶିଆ ରୁ ପୁଣି ୪ଜଣ ଜନ୍ତୁ ଶିକାରୀ ଗିରଫ ।

ଅନୁଗୋଳ,ବନ୍ତଳା -  IYA NEWS (୧୯/୦୭/୨୦୨୦) ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ରୁ  ଆଜି ପୁଣି ଥରେ  ୪ଜଣ   ଜନ୍ତୁ ଶିକାରି କୁ ଗିରଫ କରିଛି ବନ ବିଭାଗ ।  ସୂଚନା ମୁତାବକ ସାତକୋଶିଆ ଅଭୟାରଣ୍ୟ ରୁଦିନକୁ ଦିନ ଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ଜନ୍ତୁ ମାଂସ ଭାଗ ହେଉଥିବାର ଖବର ପାଇ ସାତକୋଶିଆ ବନ ବିଭାଗ ସଦଳବଳେ   ଜଗନ୍ନାଥ ପୁର ଗ୍ରାମ ର ଜନକ ଦେହୁରୀ (୨୦) , ଲିପୁନ ପଲେଇ (୨୩) , ନିସାନାଥ ପଲେଇ (୪୦) , ଯାଦୁ ଦେହୁରୀ (୫୫) ,   ଙ୍କ ଘରେ ଚଡାଉ କରିଥିଲେ । ଅଭିଯୁକ୍ତ ମାନଙ୍କ ପକ୍ଷରୁ   ଡେକିଚି ଭର୍ତି ବାର୍ହା ମାଂସ , ଗୋଟିଏ ପନିକି , କଡେଇ , ଗୋଟିଏ ବନ୍ଧୁକ , ବନ୍ଧୁକ ରେ ବ୍ୟବହୃତ ୩ଟି ବ୍ୟାରେଲ  ଜବତ କରିଥିଲା । ସେହି ପରି ଶିକାର ପାଇଁ ବ୍ୟବହୃତ ୧ କି ଲୋ ବିଦୂତ ତାର , ୨୦ଟି ଏନସୁଲେଟ  ଟାଇନ୍ସି ରିଜର୍ଭ ଫରେଷ୍ଟ  ରୁ ଜବତ କରିଥିଲା । ଅଭିଯୁକ୍ତ ମାନେ  ବିଦ୍ୟୁତ ତାର ସାହାଯ୍ୟରେ ଜନ୍ତୁ ଶିକାର କରି ଆସୁଥିଲେ । ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସାତକୋଶିଆ ବନଖଣ୍ଡ ଅଧିକାରୀ ରାମାସ୍ୱାମୀ . ପି  ସୂଚନା ଦେଇଛନ୍ତି ।
Report by- Kamdev Dehury
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।