ଅନୁଗୋଳରୁ ଅାଜି ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ।ପଜିଟିଭ୍ ସଂଖ୍ୟା ପହଞ୍ଚିଲ‍‍ା ୧୫୮ରେ ।

ଅନୁଗୋଳ(IYA NEWS:16/07/2020):
ଅାଜି ଅନୁଗୋଳ ଜିଲ୍ଲାରୁ ବାହାରିଥିବା ୪ଜଣ କରୋନା ପଜିଟିଭ୍ ଙ୍କ ମଧ୍ୟରୁ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ସର୍ବାଧିକ ୩ଜଣ ଓ ତାଳଚେର ବ୍ଲକ ଅଞ୍ଚଳରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଛେଣ୍ଡିପଦା ବ୍ଲକ ଅଞ୍ଚଳର ଜଣେ ୬୫ବର୍ଷ ପୁରୁଷ,ଜଣେ ୪୫ବର୍ଷ ମହିଳା ଓ ଜଣେ ୩ବର୍ଷର ବାଳକ ଜଣେ କରୋନା ଅାକ୍ରାନ୍ତଙ୍କ ସଂସ୍ପର୍ଶରେ ଅାସି ପଜିଟିଭ ହୋଇଥିବାର ଜଣାପଡିଛି ।ସେହିପରି ତାଳଚେର ବ୍ଲକ ଅଞ୍ଚଳର ଜଣେ ୨୪ବର୍ଷୀୟ ପୁରୁଷ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥୁବା ବେଳେ ସେଠାରେ ତାଙ୍କର କରୋନା ସ୍ୱାବ ପରୀକ୍ଷଣରୁ ପଜିଟିଭ ଜଣାପଡିଛି । ଏହି ୪ଜଣଙ୍କୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସ୍ପିଟାଲକୁ ସ୍ତାନାନ୍ତର କରାଯିବ ବୋଲି ଜିଲ୍ଲାପ‍ାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।ଜିଲ୍ଲାରେ ବର୍ତ୍ତମାନ କରୋନା ଅାକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଛି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।