କେନ୍ଦୁପତ୍ର ବୋଝେଇ କାର ଜବତ

ଅନୁଗୋଳ,ବନ୍ତଳା -IYA NEWS (୧୮/୦୭/୨୦୨୦)  ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ମହିଧର ପୁର ଛକ ନିକଟରୁ ଗୋଟିଏ  କାର ସହ ୫୦ପ୍ୟାକେଟ କେନ୍ଦୁପତ୍ର ଜବତ କରିଛି ବନ୍ତଳା ବନ ବିଭାଗ । ମିଳିଥିବା ସୂଚନା ମୁତାବକ ଆଜି ଦିନ ୧୨ଟା ସମୟରେ ଅନୁଗୋଳ ପଟୁ ଏକ କାର ( OD 05 AE 0005 ) ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ମହିଧର ପୁର ଛକ ନିକଟରେ ଗାଡିଟି ର ଚକା ଫାଟି ଯିବାରୁ ଡ୍ରାଇଭାର ଗାଡିଟିକୁ ଛାଡି ଫେରାର ହୋଇ ଯାଇଥିଲା ।  ଦୀର୍ଘ ସମୟ ଧରି କାର ଟି ଛିଡା ହେବାର ଦେଖି ସ୍ଥାନୀୟ ଲୋକେ ମହିଧର ପୁର ଫାଣ୍ଡି କୁ ଖବର ଦେଇଥିଲେ । ପୋଲିସ ପହଞ୍ଚିଗାଡିକୁ ଜବତ କରିବା ସହିତ ୫୦ପ୍ୟାକେଟ କେନ୍ଦୁପତ୍ର ଗାଡି ଭିତରୁ  ଜବତ କରିଥିଲା ପରେ ଘଟଣା ସ୍ତଳରେ  ବନ୍ତଳା ବନାଞ୍ଚଳ ରେଞ୍ଜର ବିନ୍ଦୁପ୍ରସାଦ ପ୍ରଧାନ ସଦଳବଳେ  ପହଞ୍ଚିବା ପରେ ମହିଧର ପୁର ଫାଣ୍ଡି ପୋଲିସ  ଗାଡି ଓ କେନ୍ଦୁପତ୍ର କୁ ବନ ବିଭାଗ କୁ ହସ୍ତାନ୍ତର କରି ଥିବା ବେଳେ ଘଟଣା ସମ୍ପର୍କରେ ତଦନ୍ତ ଜlରିରହିଛି ବୋଲି ରେଞ୍ଜ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି  ।
Report By- Kamdev Dehury
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।