ଆଜି ଅନୁଗୋଳରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୫୨ ରେ ।

ଅନୁଗୋଳ(IYA NEWS:24/07/2020):
ଆଜି ଅନୁଗୋଳ ଜିଲ୍ଲାରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଅନୁଗୋଳ ବ୍ଲକ୍ ଅଂଚଳରୁ ୨ ଜଣ, ଅନୁଗୋଳ ପୌରାଞ୍ଚଳ,ବଅଁରପାଳ ବ୍ଳକ୍,ତାଳଚେର ବ୍ଲକ୍, ଛେଣ୍ଡିପଦା ବ୍ଳକ୍ ଓ କଣିହାଁ ସ୍ଥିତ ଏକ ଶିଳ୍ପାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ବ୍ଳକ୍ ଅଂଚଳର ୩୪ ଓ ୨୭ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥୁବାରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ପୌରାଞ୍ଚଳରୁ ଜଣେ ୪୯ ବର୍ଷୀୟ ପୁରୁଷ କେରଳରୁ ଫେରି ପେଡ୍ କ୍ୟୁରାଣ୍ଟାଇନରେ ଥିବାବେଳେ ଆଜି ତାଙ୍କର ପଜିଟିଭ ଜଣାପଡିଛି । ବଅଁରପାଳ ବ୍ଳକ୍ ଅଂଚଳର ଜଣେ ୨୨ ବର୍ଷିୟ ପୁରୁଷ ସାମାନ୍ୟ ଲକ୍ଷଣ ଥାଇ ସ୍ଵାବ ନମୁନା ପରିକ୍ଷଣରୁ ପଜିଟିଭ ଜଣାପଡିଛି । ତାଳଚେର ବ୍ଲକ୍ ଅଂଚଳର ୫୨ ବର୍ଷୀୟ ପୁରୁଷ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଛେଣ୍ଡିପଦା ବ୍ଳକ୍ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ସଂଗରୋଧରେ ଥିବା ଗଞ୍ଜାମ ଫେରନ୍ତା ୨୩ ବର୍ଷିୟ ପୁରୁଷ କରୋନା ପଜିଟିଭ ହୋଇଥିବାର ଜଣାପଡିଛି । ସେହିପରି କଣିହାଁ ସ୍ଥିତ ଏକ ଶିଳ୍ପାଞ୍ଚଳରୁ ଜଣେ ୨୬ ବର୍ଷିୟା ମହିଳା ଭଦ୍ରକରୁ ଫେରି ପଜିଟିଭ ହୋଇଥିବାର ଜଣାପଡିଛି । ଏହି ୭ ପଜିଟିଭଙ୍କୁ ଆଜି ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୭ ଜଣ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨ରେ ପହଂଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।