ବିପୁଳ ପରିମାଣର ବିଦେଶୀ ମଦ ଜବତ କଲା ଅବକାରୀ ବିଭାଗ ।

ଅନୁଗୋଳ(IYA NEWS:18/07/2020):
ବିପୁଳ ପରିମାଣର ବିଦେଶୀ ମଦ ଜବତ । ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତୁରଙ୍ଗ ଦୁର୍ଗା ବିହାର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ସହ ଏକ କାର୍‌ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି ।
ସୂଚନାମୁତାବକ, ଏକ କାରରୁ ପ୍ରାୟ ୭୨୦ ବୋତଲ ବିଦେଶୀ ମଦ ଜବତ ହୋଇଛି। ପାଖାପାଖି ୧୨୯.୬୦୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଏକ ମାରୁତି ସ୍ୱିଫ୍ଟ କାରରେ ମଦ ବୋତଲ ଥିବା ବେଳେ ଜବତ ହୋଇଛି  । ଘଟଣାରେ ଜରାସିଂହା ଗାଁ ର ଗଜେନ୍ଦ୍ର ସାହୁ ଏବଂ କୁମଣ୍ଡ ଚଣ୍ଡୀ ବଜାରର ଅଜୟ କୁମାର ବେହେରାଙ୍କୁ ଗିରଫ କରାଯାଇଛି । ସବୁଠାରୁ ବଡ଼ କଥା ହେଲା ଏଗୁଡିକ ଅରୁଣାଚଳ ପ୍ରଦେଶରେ ବିକ୍ରି ପାଇଁ ଅନୁମତି ଲେଖା ଥିବା ବେଳେ ଓଡ଼ିଶାରେ ଏହାର ଲିଙ୍କ ଥିବା ଖବର ଜଣା ପଡ଼ିଛି। ଅନେକ ଦିନରୁ ଏମାନେ ଏହି ମଦକୁ ମାତ୍ର ୫୦ ଟଙ୍କାରେ ଆଣି ଶହ ଶହ ଟଙ୍କାରେ ବିଭିନ୍ନ ଜାଗାକୁ ଚୋରା ଚାଲାଣ କରୁଥିବା ଖବର ମିଳିଛି। 
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।