ସଂଗ୍ରାମ କେଶରୀ ପୃଷ୍ଟି ଓଡ଼ିଶା ସାହିତ୍ୟ ଏକାଡେମୀ ସଭ୍ୟ ଭାବରେ ମନୋନୀତ ।

ଅନୁଗୋଳ(IYA NEWS:22/07/2020):
ଅନୁଗୋଳ ଜିଲ୍ଲାର ବିଶିଷ୍ଟ ଶିଶୁ ସାହିତ୍ୟିକ,ସ୍ତମ୍ଭ ଓ ଫିଚର ଲେଖକ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ ଭାବରେ ମନୋନୀତ କରାଯାଇଛି। ଏ ନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଚିଠି ନଂ-୩୯୪୨ ତା ୨୧.୦୭.୨୦୨୦ରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଶ୍ରୀ ପୃଷ୍ଟିଙ୍କୁ ଏହି ନିଯୁକ୍ତି ମିଳିବା ପରେ ଅନୁଗୋଳ ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି।
ଦୀର୍ଘ୨୫ବର୍ଷ ଧରି ସାହିତ୍ୟ ସାଧନା ଜାରି ରଖିଥିବା ଶ୍ରୀ ପୃଷ୍ଟି ଙ୍କ ଅଦ୍ୟାବିଧି ୨୦ଟି ପୁସ୍ତକ ପ୍ରକାଶ ପାଇଥିବା ବେଳେ ସେ ୫୦ରୁ ଉର୍ଦ୍ଧ୍ବ ସାହିତ୍ୟ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ମାନୀତି ହୋଇଛନ୍ତି। ସେ ଜିଲ୍ଲା ସାହିତ୍ୟ ସଂସଦ, ଅନୁଗୋଳ ଓ କିଶୋର ସାହିତ୍ୟ ସଂସଦ ର ସହ ସମ୍ପାଦକ ଦାୟିତ୍ୱ ତୁଲାଉଛନ୍ତି।
 ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସେ ଜିଲ୍ଲାର ସମସ୍ତ କବି ଓ ଲେଖକ ଙ୍କ ସହଯୋଗ କାମନା କରିଛନ୍ତି।ଶ୍ରୀ ସଂଗ୍ରାମ କେଶରୀ ପୃଷ୍ଟି ଙ୍କ ଏହି ସଫଳତା ରେ ଜିଲ୍ଲା ସାହିତ୍ୟ ସଂସଦ, କିଶୋର ସାହିତ୍ୟ ସଂସଦ, ତ୍ରିଧାରା ସାହିତ୍ୟ ସଂସଦ, ଚନ୍ଦ୍ରମା ଶିଶୁ ସାହିତ୍ୟ ସଂସଦ, ସୁଚିତ୍ରା ସାହିତ୍ୟ ସଂସଦ, ପଞ୍ଚଧାର ସାହିତ୍ୟ ସଂସଦ, ଶତାବ୍ଦୀ ସାହିତ୍ୟ ସଂସଦ ଆଦି ବହୁ ଅନୁଷ୍ଠାନର କର୍ମକର୍ତ୍ତା, ସାହିତ୍ୟପ୍ରେମୀ,ସାହିତ୍ୟିକ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
 "ଆଠମଲ୍ଲିକ ର କଥା ଓ କାହାଣୀ ପରି ଏକ ଗବେଷଣାତ୍ମକ ପୁସ୍ତକ ର ସ୍ରଷ୍ଟା ଶ୍ରୀ ପୃଷ୍ଟି ସଂପ୍ରତି ଅନୁଗୋଳ ଜିଲ୍ଲା କିଶୋରନଗର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।