ବଜରଙ୍ଗ ଦଳ ଆଠମଲ୍ଲିକ ପ୍ରଖଣ୍ଡ ପକ୍ଷରୁ ଶ୍ରୀରାମ ମନ୍ଦିର ନିର୍ମାଣ ର ଶିଳାନ୍ୟାସ ଉତ୍ସବକୁ ଗଲା ପବିତ୍ର ମାଟି ଓ ପାଣି।

ଅାଠମଲ୍ଲିକ :(IYANEWS:27/07/2020):
ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଭାରତ ବର୍ଷର ବିଭିନ୍ନ ତୀର୍ଥସ୍ଥଳୀ ଓ ପୂଣ୍ୟଗର୍ଭା ନଦୀର ପବିତ୍ର ମାଟି ଓ ପାଣି ପଠେଇବାକୁ ଆହ୍ୱାନ କରାଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ  ଆଠମଲ୍ଲିକ ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ୱରୀଙ୍କ ପୀଠର ପବିତ୍ର ମାଟି ଏବଂ ମହାନଦୀର ପବିତ୍ର ଜଳ ସଂଗ୍ରହ କରି ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ପ୍ରଖଣ୍ଡ ପକ୍ଷରୁ ଶ୍ରୀ ରାମ ଜନ୍ମଭୂମୀ ଅଯୋଧ୍ୟାକୁ ପବିତ୍ର ମାଟି ଓ ପାଣି ପୋଷ୍ଟ ମାଧ୍ୟମରେ ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ବଜରଙ୍ଗ ଦଳ ର ସଂଗଠନ ମନ୍ତ୍ରୀ ଅସିତ କୁମାର ସାହୁ, ବଜରଙ୍ଗ ଦଳ ସଦସ୍ୟ ସତ୍ୟବ୍ରତ ନାଏକ, ସିବାଶିଷ ରାଉତ , ମନୋରଞ୍ଜନ ମହାପାତ୍ର, ରଜତ ନାଏକ, ପ୍ରତାପ ମାହାର , ରଜତ ଗୁରୁ, ବିଶ୍ୱ ରଞନ ନନ୍ଦ ଓ ଯୁବରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।