ଆଜି ଅନୁଗୋଳରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୦୨ ରେ ।

ଅନୁଗୋଳ(IYA NEWS:29/07/2020):
ଅନୁଗୋଳ ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୮ ଜଣ,ପାଳଲହଡା ବ୍ଳକ୍ ଅଂଚଳରୁ ୭ ଜଣ ଓ ଜଣେ ବଅଁରପାଳ ବ୍ଳକ୍ ଅଂଚଳର । ତାଳଚେର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ଗୋଟିଏ ଗ୍ରାମର । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଯାହାଙ୍କ ବୟସ ୮୭,୬୦ ଓ ୩୬ ବର୍ଷ ହୋଇଥିବାବେଳେ ୪ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୬୫,୫୮,୪୨ ଓ ୪୨ ବର୍ଷ ଅଟେ । ଏମାନେ ସମସ୍ତେ ଏସ୍ ସି ବି ମେଡିକାଲ କଲେଜ କଟକରୁ ଫେରିଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଏହି ବ୍ଲକ୍ ଅଂଚଳର ୮ ନମ୍ବର ଆକ୍ରାନ୍ତ ଜଣକ ଜଣେ ମହିଳା ଯାହାଙ୍କ ବୟସ ୪୦ ବର୍ଷ ଓ ସେ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ପାଲଲହଡା ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୭ ଜଣକ ମଧ୍ୟରେ ୪ ଜଣ ପୁରୁଷ ଯାହାଙ୍କ ବୟସ ୨୦,୩୫,୫୯ ଓ ୭୨ ବର୍ଷ ହୋଇଥିବାବେଳେ ୩ ଜଣ ମହିଳାଙ୍କର ବୟସ ଯଥାକ୍ରମେ ୨୬,୩୩ ଓ ୫୨ ବର୍ଷ ଅଟେ । ଏମାନଙ୍କ ମଧ୍ୟରୁ ୨୦ ବର୍ଷୀୟ ପୁରୁଷ ଜଣକ ତାମିଲନାଡୁର ଫେରି ପାଲଲହଡା ବ୍ଲକର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ଥିଲେ । ୩୫ ବର୍ଷୀୟ ପୁରୁଷ ଆକ୍ରାନ୍ତ ଜଣକ ଜଣେ ସରକାରୀ କର୍ମଚାରୀ ଯିଏକି ବ୍ଲକ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରର ଦାୟିତ୍ୱରେ ଥିଲେ । ଅନ୍ୟ ସମସ୍ତ ୫ ଜଣ ଆକ୍ରାନ୍ତ ଗୋଟିଏ ପରିବାରର ଯେଉଁମାନେ କି ତାଙ୍କ ପରିବାରରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଜଣେ ସଦସ୍ୟଙ୍କ ସଂସ୍ପର୍ଶରେ ଆସିଥିଲେ । ୧୬ ନମ୍ବର ଆକ୍ରାନ୍ତଙ୍କ ବଅଁରପାଳ ବ୍ଳକ୍ ଅଂଚଳର ଜଣେ ୬୫ ବର୍ଷୀୟ ପୁରୁଷ ନିଜ ପରିବାରରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଜଣେ ସଦସ୍ୟଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି ୧୬ ଜଣ ଆକ୍ରାନ୍ତକୁ ମିଶାଇ ସମୁଦାୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୨ରେ ପହଞ୍ଚିଲା । ଆଜି ଏହି ୧୬ ଜଣ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତିମଧ୍ୟରେ ୨୨ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ଯାଇଛନ୍ତି । ପୂର୍ବରୁ ସୁସ୍ଥ ହୋଇଥିବା ୧୭୧ ସୁସ୍ଥଙ୍କୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୯୩ରେ ପହଂଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।