ଆଜି ଅନୁଗୋଳରୁ ୨୧ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୩୬ ରେ - ଜିଲ୍ଲାରେ ୩ୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ।

ଅନୁଗୋଳ(IYA NEWS:31/07/2020):
ଆଜି ଅନୁଗୋଳ ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଂଚଳରୁ ୧୦ ଜଣ, ବଅଁରପାଳ ବ୍ଳକ୍ ଅଂଚଳରୁ ୯ଜଣ, କଣିହାଁ ଅଞ୍ଚଳରୁ ଜଣେ ଓ ଅନୁଗୋଳ ବ୍ଳକ୍ ଅଂଚଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।ତାଳଚେର ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ପୁରୁଷ ଯାହାଙ୍କ ବୟସ ୨୩,୨୬,୨୬,୨୭,୩୦ ଓ୫୬ ବର୍ଷ ହୋଇଥିବାବେଳେ ୪ ଜଣ ମହିଳାଙ୍କ ବୟସ ୨୮,୪୫,୪୯ ଓ ୭୫ ବର୍ଷ ଅଟେ । ଏମାନଙ୍କ ମଧ୍ୟରେ ୨୭ ଓ ୩୦ ବର୍ଷିୟ ୨ଜଣ ପୁରୁଷ ତାଳଚେର ସ୍ଥିତ ଏକ ସଂସ୍ଥାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କର ପଜିଟିଭ ବାହାରିଥିଲା । ୨୩ ଓ ୫୬ ବର୍ଷିୟ ୨ ଜଣ ପୁରୁଷ,୭୫ ଓ ୪୫ ବର୍ଷୀୟା ୨ ଜଣ ମହିଳା ଗୋଟିଏ ପରିବାରର ଅଟନ୍ତି ଏବଂ ସେମାନେ କିଛିଦିନ ତଳେ କଟକର ବଡମ୍ବାରୁ ଫେରିଲେ । ୨୮ ବର୍ଷୟ ମହିଳା ପୁନେରୁ ଫେରିଥିବାବେଳେ ୨୬ ବର୍ଷୀୟ ଜଣେ ପୁରୁଷ ରାଜସ୍ଥାନରୁ ଫେରିଥିଲେ । ସେହିପରି ୪୯ ବର୍ଷିୟା ମହିଳା ଓ ୨୬ ବର୍ଷୟ ପୁରୁଷ ତାମିଲନାଡୁରୁ ଫେରି ହୋମ କ୍ଵରାଣ୍ଟାଇନରେ ଥିଲେ । ବଅଁରପାଳ ବ୍ଳକର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ଚିହ୍ନଟ ହୋଇଥିବା ୮ ଜଣଙ୍କ ମଧ୍ୟରେ ୭ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୦,୨୩,୨୪,୨୫,୩୨,୪୬ ଓ ୭୪ ବର୍ଷ ଓ ଜଣେ ମହିଳାଙ୍କର ବୟସ ୭୩ ବର୍ଷ ଅଟେ । ଏମାନଙ୍କ ମଧ୍ୟରୁ ୪୬,୨୫ ଓ ୨୦ ବର୍ଷୟ ପୁରୁଷ ଆନ୍ଧ୍ରପ୍ରଦେଶରୁ ଫେରିବାବେଳେ ୨୩ ଓ ୨୪ ବର୍ଷୀୟ ପୁରୁଷ କର୍ଣ୍ଣାଟକରୁ ଫେରିଥିଲେ । ସେହିପରି ଜଣେ ୩୨ ବର୍ଷିୟ ପୁରୁଷ ମଧ୍ୟପ୍ରଦେଶରୁ ଫେରିବାବେଳେ ୭୪ ବର୍ଷୀୟ ଜଣେ ପୁରୁଷ ଓ ୭୩ ବର୍ଷିୟା ଜଣେ ମହିଳା ଗୟା (ବିହାର)ରୁ ଫେରିଥିଲେ । ଏହି ବ୍ଲକ ଅଂଚଳର ୯ମ ଆକ୍ରାନ୍ତ ଜଣଙ୍କ ଜଣେ ୬୩ ବର୍ଷିୟ ପୁରୁଷ ଗତକାଲି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଂକର ଆଣ୍ଟିଜେନ୍ ପରିକ୍ଷା କରାଯାଇ କରୋନା ପଜିଟିଭ ଜଣାପଡିଥିଲା । ତାକୁ ଅଧିକ ଚିକିତ୍ସା ନିମନ୍ତେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକକୁ ସ୍ଥାନାନ୍ତର କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।ସେହିପରି କଣିହାଁ ବ୍ଳକ୍ ଅଂଚଳରୁ ଜଣେ ୩୬ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଅନୁଗୋଳ ବ୍ଳକ୍ ଅଂଚଳର ଜଣେ ୩୨ ବର୍ଷିୟ ପୁରୁଷ କଟକସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୧ ଜଣକ ମଧ୍ୟରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଆଉ ଜଣେ କଟକର ଘରୋଇ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟ ୧୯ ଜଣ ଆକ୍ରାନ୍ତଙ୍କୁ ଆଜି ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତିମଧ୍ୟରେ ୪ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ସ୍ଥାନାନ୍ତର ହୋଇଛନ୍ତି । ପୂର୍ବରୁ ସୁସ୍ଥ ହୋଇଥିବା ୨୧୬ ଜଣକୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୨୦ରେ ପହଂଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।