ଅନୁଗୋଳ ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପାଙ୍କ ସ୍ପଷ୍ଟୀକରଣ : ବିରୋଧୀ ଦଳର କିଛି ବ୍ୟକ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଅନୁଗୋଳ ( IYA NEWS, ୨୮/୦୭/୨୦୨୦ ) : - 
ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ଆଜି କିଛି ଯୁବ କଂଗ୍ରେସ କର୍ମୀ ବିରୋଦ୍ଧ କରିଥିବା ଦେଖିବାକୁ ମିଳିଛି। ଏନେଇ ଅନୁଗୋଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ଆଜି ସାମ୍ନାକୁ ଆସିଛି ଯେ ବିରୋଧୀ ଦଳର କିଛି ବ୍ୟକ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ଼ ସ୍ମୃତି ରଞ୍ଜନ ଲେଙ୍କାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ନିନ୍ଦନୀୟ । କିଛି ଯୁବକ କଂଗ୍ରେସର ବ୍ୟାନର ଧରି ବିରୋଧ କରୁଥିଲେ । ସେମାନେ କଂଗ୍ରେସ କିମ୍ବା ଯୁବ କଂଗ୍ରେସର କୌଣସି କାର୍ଯ୍ୟକର୍ତା ନୁହଁନ୍ତି । କିମ୍ବା ଯୁବ କଂଗ୍ରେସ ମେମ୍ବର ସିପ୍ ଗ୍ରହଣ କରି ନାହାନ୍ତି ତଥା ମେମ୍ବର ସିପ୍ ଜନିତ କୌଣସି ପ୍ରମାଣ ତାଙ୍କ ପାଖରେ ନାହିଁ । ବର୍ତ୍ତମାନ ସୃଷ୍ଟି ହୋଇଥିବା କରୋନା ମହାମାରୀ ଭଳି ମାନବ ସମ୍ପଦ ଉପରେ ବିପତ୍ତି ସମୟରେ ଏଭଳି ବିରୋଧି ଦଳଙ୍କର କାର୍ଯ୍ୟକଳାପକୁ ଅନୁଗୋଳ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦୃଢ ନିନ୍ଦା କରାଯାଉଛି ଏବଂ ପ୍ରଦେଶ କଂଗ୍ରେସ ନୂତନ ସଭାପତି ଡ଼ ସ୍ମୃତି ରଞ୍ଜନ ଲେଙ୍କା ଜଣେ ତୃଣମୂଳ ସ୍ତରର ସଂଗଠକ, ଉଚ୍ଚ ଶିକ୍ଷିତ ଯୁବକ ଅଟନ୍ତି । ତାଙ୍କର ନେତୃତ୍ୱରେ ଅନୁଗୋଳ ତଥା ଓଡିଶା ଯୁବ କଂଗ୍ରେସ ସୃଦୁଢ଼ ଏବଂ ଯୁବ ସମାଜ ଓ ସାଧାରଣ ଲୋକଙ୍କ କାର୍ଯ୍ୟ କରିବା ସହିତ ଆଗାମୀ ଦିନରେ ଆଦୃତ ହେବ ବୋଲି ଅନୁଗୋଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ।
REPORT BY : SAMIR SAHOO (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।