ବିଧାୟକଙ୍କ ଉଦ୍ୟମରେ ଯାତାୟାତ ଉପଯୋଗୀ ହେଲା ଗ୍ରାମ୍ୟ ରାସ୍ତା

ଅନୁଗୋଳ(IYA NEWS:15/07/2020):
ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଉଦ୍ୟମକ୍ରମେ ଅନୁଗୋଳ ବ୍ଲକ୍ ଅନ୍ତୁଳିଆ ପଞ୍ଚାୟତ ତାବଡ଼ା ଗ୍ରାମ୍ୟ ରାସ୍ତାରେ ଯାତାୟାତ ଉପଯୋଗୀ ହୋଇପାରିଛି । ବର୍ଷ ବର୍ଷ ଧରି ଏ ରାସ୍ତା ଖଣ୍ଡିକ ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା। ଗତମାସ ୨୦ ତାରିଖରେ
ଗ୍ରାମରେ ଆୟୋଜିତ ଏକ ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଠମଲ୍ଲିକ ବିଧାୟକ ଶ୍ରୀ ସାଏ ଆସିଥିବା ବେଳେ ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ରାସ୍ତା ନିର୍ମାଣ କରାଯିବା ନେଇ ବିଧାୟକ ପ୍ରତିଶ୍ରୁତି ଦେଇଥିବା ବେଳେ ଗତକାଲି ମାଟି ଓ କ୍ରସର ଗୁଣ୍ଡ ପଡ଼ି ରାସ୍ତା ସମତୁଲ ହୋଇଛି । ପରବର୍ତ୍ତୀ ସମୟରେ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀ ଆଶାବାଦୀ ଅଛନ୍ତି ।ରାସ୍ତା ସମତୁଲ ପରେ ଗ୍ରାମବାସୀ ବେଶ ଉତ୍ସାହିତ ଅଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।