ପଢନ୍ତୁ ସଂପୂର୍ଣ୍ଣ ଖବର : ଆଜି ଅନୁଗୋଳରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୧୮୯ ରେ ।

ଅନୁଗୋଳ(IYA NEWS:19/07/2020):
ଆଜି ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୨୫ ଜଣ କରୋନା ପଜିଟିଭ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ପୌରାଞ୍ଚଳରୁ ୧୨ ଜଣ,ତାଳଚେର ବ୍ଲକ୍ ଅଞ୍ଚଳରୁ ୮ ଜଣ, ଅନୁଗୋଳ ପୌରାଞ୍ଚଳରୁ ୩ ଜଣ,ବଅଁରପାଳ ବ୍ଳକ୍‌ର ଶିଳ୍ପ ସଂସ୍ଥା ଅଂଚଳରୁ ଜଣେ ଓ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ଜଣେ ଚିହ୍ନଟ ହୋଇଛନ୍ତି । ତାଳଚେର ପୌରାଞ୍ଚଳର ୧୨ ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ୨୨ ବର୍ଷୀୟ ଗଞ୍ଜାମ ଫେରନ୍ତା ପୁରୁଷ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ସମ୍ପର୍କୀୟ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଅଟନ୍ତି । ଏହି ୪ ଜଣ ସଦସ୍ୟଙ୍କ ମଧ୍ୟରେ ୨ ଜଣ ପୁରୁଷ ଯାହାଙ୍କ ବୟସ ୬୨ ଓ ୩୪ ବର୍ଷ ବୟସ ହୋଇଥିବା ବେଳେ ୨ ଜଣ ମହିଳାଙ୍କର ବୟସ ୫୨ ଓ ୨୫ ବର୍ଷ ବୟସ ଅଟେ ଏବଂ ସେମାନେ ସମସ୍ତେ ପୌରାଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ସଂଗରୋଧରେ ଥିଲେ । ସେହିପରି ଏହି ପୌରାଞ୍ଚଳର ଜଣେ ୩୨ ବର୍ଷୀୟ ପାରାଦ୍ବୀପ ଫେରନ୍ତା ପୁରୁଷ ଓ ଅନ୍ୟ ୪ ଜଣ ପୁରୁଷ ଯାହାଙ୍କ ବୟସ ୩୭,୩୫,୩୧ ଓ ୪୦ ବର୍ଷ ବୟସ ଅଟେ ଏବଂ ସେମାନେ ମଧ୍ୟ ସେହି ଅସ୍ଥାୟୀ ମେଡିକାଲ ଶିବିରରେ ସଂଗରୋଧରେ ଥିଲେ ।ଭୁବନେଶ୍ବରରେ ରହୁଥିବା ତାଳଚେର ପୌରାଞ୍ଚଳର ଜଣେ ୨୬ ବର୍ଷୀୟା ମହିଳାଙ୍କର ମଧ୍ୟ ପଜିଟିଭ ବାହାରିଛି । ତାଳଚେର ବ୍ଲକ ଅଂଚଳର ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ପୁରୁଷ ଓ ୪ ଜଣ ମହିଳା ଅଟନ୍ତି । ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ମଧ୍ୟରେ ୨ ଜଣ ପୁରୁଷ ଯାହାଙ୍କର ବୟସ ୫୨ ଓ ୨୨ ବର୍ଷ ହୋଇଥିବାବେଳେ ମହିଳା ଜଣଙ୍କର ବୟସ ୪୬ ବର୍ଷ ଯେଉଁମାନେ କି ଗଞ୍ଜାମରୁ ଫେରି ହୋମ କ୍ୱାରେଣ୍ଟାଇନରେ ଥିଲେ । ସେହିପରି ହୋମ କ୍ୱାରାଣ୍ଟାଇନରେ ଥିବା ଜଣେ ୬୫ ବର୍ଷିୟା ମହିଳା ଓ ଜଣେ ୨୪ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାଛଡା ଜଣେ ୩୨ ବର୍ଷୀୟା ମହିଳା ଓ ଅନ୍ୟ ଏକ ପରିବାରର ଜଣେ ୨୬ ବର୍ଷୀୟା ମହିଳା ଓ ଜଣେ ୮ ବର୍ଷର ବାଳକ ବିହାରରୁ ଫେରି ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ପୌରାଞ୍ଚଳରୁ ଗୋଟିଏ ପରିବାରର ୩ ଜଣ - ଜଣେ ୩୪ ବର୍ଷୀୟ ପୁରୁଷ, ଜଣେ ୩୦ ବର୍ଷିୟା ମହିଳା ଓ ୫ ବର୍ଷିୟା ଝିଅ ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍‌ର ଏକ ଶିଳ୍ପ ସଂସ୍ଥା ଅଂଚଳର ଜଣେ ୧୫ ବର୍ଷିୟା ଝିଅ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଥିବାବେଳେ ଛେଣ୍ଡିପଦା ବ୍ଳକ୍ ଅଂଚଳର ଜଣେ ୪୦ ବର୍ଷିୟ ହାଲୁକା ଲକ୍ଷଣଯୁକ୍ତ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଏହି ସମସ୍ତ ୨୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୨୫ଜଣ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୯ରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ଅଂଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେ ଅଂଚଳକୁ ବିଶୋଧନ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ ଚାଲୁ ରହିଛି । ଲୋକମାନେ ଆତଙ୍କିତ ନହୋଇ ସତର୍କତା ଅବଲମ୍ବନ ପୂର୍ବକ ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କ ପିନ୍ଧି ନିଜେ ସୁରକ୍ଷିତ ରହିବା ଏବଂ ଅନ୍ୟକୁ ସୁରକ୍ଷିତ ରହିବାରେ ସହାୟତା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପ୍ରକାଶଥାଉକି ସରକାରଙ୍କ ଦ୍ବାରା ଜିଲ୍ଲାକୁ ୧୫୦ଟି ଆଣ୍ଟିଜେନ୍ କିଟ୍ ଦିଆଯାଇଛି ଯାହାଦ୍ବାରା ଚଳିତ ମାସ ୧୬ ତାରିଖରୁ ଆଜି ପର୍ଯ୍ୟନ୍ତ ୧୦୪ଟି କିଟ୍ ପରିକ୍ଷା କରାଯାଇଛି । ଆଜି ପରୀକ୍ଷା ହୋଇଥିବା ସର୍ବାଧିକ ୪୦ଟି କିଟ୍ ମାଧ୍ୟମରେ ଅନୁଗୋଳ ପୌରାଞ୍ଚଳରୁ ୩ ଜଣ ଓ ବଅଁରପାଳ ଶିଳ୍ପ‍ାଞ୍ଚଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Post a Comment

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।