ନୂତନ ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କୁ ଅନୁଗୋଳରେ ବିରୋଦ୍ଧ କରାଯିବା ସହ କୁଶ ପୁତ୍ତଳିକା ଦାହ ।

ଅନୁଗୋଳ ( IYA NEWS : ୨୮/୦୭/୨୦୨୦) :- 
ଅନୁଗୋଳ ଜିଲ୍ଲାର କିଛି ଯୁବ କଂଗ୍ରେସ କର୍ମୀମାନଙ୍କ ଦ୍ଵାରା ଓଡିଶା ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ବିରୋଦ୍ଧ କରିବା ସହ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି । ସାଲିସ ମରା ତେଲ ମରା ରାଜନୀତିକୁ ଦୃଢ ବିରୋଦ୍ଧ କରିଛନ୍ତି ଅନୁଗୋଳ ଜିଲ୍ଲାର କିଛି ଯୁବନେତା ଓ କର୍ମି ମାନେ । ନୂତନ ଭାବେ ସଭାପତି ହୋଇଥିବା ନେତାଙ୍କ ର ଶିକ୍ଷାଗତ ଯୋଗ୍ୟତା, ସ୍ଥାୟୀ ବାସିନ୍ଦା, କୌଣସି ସାଂଗଠନିକ କାର୍ଯ୍ୟକ୍ରମ ନାହିଁ ବୋଲି ମଧ୍ୟ ଦାବି ଜଣାଇଥିଲେ । ଆଗାମୀ ଦିନରେ ଜିଲ୍ଲା ରାଜନୀତି ପ୍ରତି ଏହା ଅପୁରଣୀୟ କ୍ଷତି ହେବ ବୋଲି ଅନୁଗୋଳ ଜିଲ୍ଲା ଯୁବ କଂଗ୍ରେସ ଦଳର କିଛି ନେତା ଓ କର୍ମି ମାନେ ଜଣାଇଛନ୍ତି । ଏହାର ତୁରନ୍ତ ବିଚାର କରିବା ସହିତ ନୂତନ ସଭାପତି ଙ୍କୁ ବହିଷ୍କାର କରିବା ପାଇଁ ଦାବି ଜଣାଇଛି ଅନୁଗୋଳ ଯୁବ କଂଗ୍ରେସ । ଆଗାମୀ ଦିନରେ ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କୁ ଅନୁଗୋଳ ଜିଲ୍ଲାରେ ପୁରାଇ ଦିଆଯିବ ନାହିଁ ବୋଲି ମଧ୍ୟ କଂଗ୍ରେସ କର୍ମୀମାନେ ସୂଚନା ଦେଇଛନ୍ତି ।
REPORT BY : SAMIR SAHOO (IYA NEWS)
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।