ପ୍ରଦୀପ ହେଲେ ସମ୍ବଲପୁର ସାସଂଦଙ୍କ ଅନୁଗୋଳ ବ୍ଲକ ପ୍ରତିନିଧି ।

ଅନୁଗୋଳ(IYA NEWS:21/07/2020):
ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନୀତିଶ ଗଙ୍ଗଦେବ ତାଙ୍କର ଅନୁଗୋଳ ବ୍ଲକ ପାଇଁ ଶ୍ରୀପ୍ରଦୀପ କୁମାର ପ୍ରଧାନଙ୍କୁ ବ୍ଲକ ପ୍ରତିନିଧି ଭାବେ ମନୋନୀତ କରିଛନ୍ତି। ଶ୍ରୀ ପ୍ରଧାନ ଭାରତୀୟ ଜନତା ପାର୍ଟିର ଜଣେ ନିଷ୍ଠାପର କାର୍ଯ୍ୟକର୍ତ୍ତା ଅଟନ୍ତି। ୧୯୯୫ମସିହାରୁ ବିଜେପିରେ ଯୋଗଦାନ କରି ଦଳ ର ସଂଗଠନର ଦାୟିତ୍ୱ ନେଇ ଆସିଛନ୍ତି। ପୂର୍ବରୁ ସେ ଅନୁଗୋଳ ବ୍ଲକର ସାଧାରଣ ସମ୍ପାଦକ ଏବଂ ଦୁଇ ଥର ସଭାପତି ଦାୟିତ୍ୱ ତୁଲାଇବା ସହ ରାଜ୍ୟ ପରିଷଦ ସଦସ୍ୟ ଥିଲେ।ଶ୍ରୀ ପ୍ରଧାନଙ୍କ ଘର ଅନୁଗୋଳ ଜିଲ୍ଲା ଟାଇଁସି ଗ୍ରାମରେ , ପେଷାରେ ଜଣେ ଆଇନଜୀବୀ ଅଟନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ସେବା ମୂଳକ କାର୍ଯ୍ୟରେ ତାଙ୍କର ଯୋଗଦାନ ଥାଏ। ସେ ଜଣେ ସରଳ,ଆମାୟିକ ଏବଂ ମେଳାପି ବ୍ୟକ୍ତି ଅଟନ୍ତି। ସାଂସଦ ନୀତିଶ ଗଙ୍ଗଦେବ ପ୍ରଦୀପ କୁମାର ପ୍ରଧାନଙ୍କୁ ଅନୁଗୋଳ ବ୍ଲକ ପ୍ରତିନିଧି ଭାବେ ମନୋନୀତ କରିଥିବାରୁ ସାତକୋଶିଆର ସମସ୍ତ ଜନସାଧାରଣ ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାଂସଦ ତାଙ୍କ ଉପରେ ଆଶା ପ୍ରକଟ କରିଥିବାରୁ ପ୍ରଦୀପ ପ୍ରଧାନ ସାଂସଦଙ୍କୁ କୃତଜ୍ଞତା ଜଣାଇବା ସହ ବିଶ୍ୱାସ ଏବଂ ଭରଷାକୁ ଅତୁଟ ରଖିବେ ବୋଲି ପ୍ରକାଶ କରିଛନ୍ତି। ଗତକାଲି ସେ ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ସାଂସଦଙ୍କ ପତ୍ର ପ୍ରଦାନ କରିବା ସହ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ସାତକୋଶିଆ ମଣ୍ଡଳ ସଭାପତି ବିରଜା ଜାନୀ, ରାଜ୍ୟ ପରିଷଦ ସଦସ୍ୟା ଝୁନୁବାଳା ସାହୁ, ପୁରୁଣାକୋଟ ସରପଞ୍ଚ ଅନନ୍ତ ବାସୁଦେବ ମହାନ୍ତି ,ଲିଟନ ସାହୁ,ଜନାର୍ଦ୍ଦନ ସାହୁ,ପ୍ରଶାନ୍ତ ଦାସ,ପ୍ରଭାତ ମିଶ୍ରଙ୍କ ସହ ଅନେକ ବିଜେପି କାର୍ଯ୍ୟକର୍ତ୍ତା ତାଙ୍କ ସହିତ ଯାଇ ତାଙ୍କୁ ସ୍ବାଗତ ଏବଂ ସମ୍ବର୍ଦ୍ଧନା ଜଣାଇଥିଲେ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।