ଆଜି ଅନୁଗୋଳରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୧୬୪ ରେ ।

ଅନୁଗୋଳ(IYA NEWS:17/07/2020):
ଆଜି ଅନୁଗୋଳ ଜିଲ୍ଲାରୁ ବାହାରିଥିବା ୬ ଜଣ ପଜିଟିଭଙ୍କ ମଧ୍ୟରୁ ଅନୁଗୋଳ ପୌରପାଳିକା ଅଞ୍ଚଳରୁ ସର୍ବାଧିକ ୫ ଜଣ ଓ ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୌରପାଳିକା ଅଂଚଳରୁ ଚିହ୍ନଟ ହୋଇଥିବା ଏହି ୫ ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ଯାହାଙ୍କର ବୟସ ୨୯ ଓ ୨୭ ବର୍ଷ ହୋଇଥିବାବେଳେ ୩ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୨୮,୨୪ ଓ ୨୦ ବର୍ଷ ଅଟେ  ଏମାନେ ସମସ୍ତେ ଗଞ୍ଜାମରୁ ଫେରି ହୋମକ୍ୱାରେଣ୍ଟାଇନରେ ଥିଲେ ।ସେହିପରି ଛେଣ୍ଡିପଦା ବ୍ଳକରୁ ଜଣେ ୨୪ ବର୍ଷୟ ମହିଳା ଯାହାଙ୍କର ଗଞ୍ଜାମ ଫେରନ୍ତା ପଜିଟିଭଙ୍କ ସହ ସମ୍ପର୍କ ରହିବାରୁ ସେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ଏହି ୬ ଜଣ ଆକ୍ରାନ୍ତକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୬ ଜଣ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୪ରେ ପହଞ୍ଚିଛି । ଇତିମଧ୍ୟରେ ଜିଲ୍ଲାରୁ ୧୦ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ଯାଇଛନ୍ତି । ଜିଲ୍ଲାରେ ପୂର୍ବରୁ ସୁସ୍ଥ ହୋଇଥିବା ୯୯ ଜଣକୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୦୯ରେ ପହଂଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।