ସ୍ବିଡେନ୍‌ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ନିଯୁକ୍ତ ହେଲେ ପି.କେ.ମହାନନ୍ଦିଆ, ଶୁଭେଚ୍ଛା ଜଣାଇଲେ ଅାଠମଲ୍ଲିକ ବିଧାୟକ ।

ଅାଠମଲ୍ଲିକ(IYANEWS:27/07/2020):
ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆଙ୍କୁ ସ୍ବିଡେନ୍‌ ସରକାରଙ୍କ ପକ୍ଷରୁ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ପ୍ରଦାନ କରାଯାଇଛି। ସ୍ବିଡେନ୍‌ ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିବା ଓଡ଼ିଆ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆଙ୍କୁ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପି.କେ.ମହାନନ୍ଦିଆଙ୍କ ସଫଳତା ରାଜ୍ୟ ପାଇଁ ଗୌରବ ଆଣିଛି। ଆଗାମୀ ଦିନରେ ସେ ଆହୁରି ଖ୍ୟାତି ଅର୍ଜନ କରନ୍ତୁ ବୋଲି ବିଧାୟକ କହିଛନ୍ତି।
ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ପରବର୍ତ୍ତି ସମୟରେ ପି.କେ.ମହାନନ୍ଦିଆ ଭାବେ ପରିଚିତ ଲାଭ କରିଛନ୍ତି। ଅନୁଗୋଳ ଜିଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡ଼ା ଗ୍ରାମରେ ୧୯୪୯ରେ ତାଙ୍କର ଜନ୍ମ। ୧୯୭୫ରେ ସ୍ବିଡେନ୍‌ର ଚାର୍‌ଲୋଟ୍‌ ଭୋନ୍‌ଙ୍କ ସହ ଦିଲ୍ଲୀରେ ବିବାହ କରିଥିଲେ। ବିବାହ ପରେ ସ୍ତ୍ରୀଙ୍କୁ ଭେଟିବାକୁ ସାଇକଲ୍‌ ଚଳାଇ ସ୍ବିଡେନ୍‌ ଯାଇଥିଲେ। ୫ ମାସର ସାଇକଲ୍‌ ଯାତ୍ରାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ପି.କେ.ମହାନନ୍ଦିଆ। ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ଜଣେ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆଙ୍କୁ ସ୍ବିଡେନ୍‌ରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି। ଏବେ ତାଙ୍କୁ ସ୍ବିଡେନ୍‌ ସରକାରଙ୍କ ପକ୍ଷରୁ କଳା ପରାମର୍ଶଦାତା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।