କୋଶଳା ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମଙ୍କ ବଦଳି ଦାବିରେ ଅାନ୍ଦୋଳନ ପ୍ରତ୍ୟାହୃତ ।

ଛେଣ୍ଡିପଦା(IYA NEWS:14/07/2020):
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କୋଶଳା ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମଙ୍କ ବଦଳି ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।ସୂଚନାଯୋଗ୍ୟ, ବିପିଏମ ସଞ୍ଜୟ କୁମାର ବେହେରା ଅସହଯୋଗ କରୁଥିବା ଅଭିଯୋଗ କରି କର୍ମଚାରୀମାନେ ତାଙ୍କର ବଦଳି ପାଇଁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଥିଲେ। ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗତକାଲି ସମସ୍ତ କର୍ମଚାରୀ କଳାବ୍ୟାଜ୍‌ ପରିଧାନ କରି କାର୍ଯ୍ୟ କରିବା ସହିତ ଆଜି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ମୁତାବକ ଗତକାଲି ସକାଳୁ ସମସ୍ତ କର୍ମଚାରୀ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ ଆରମ୍ଭ କରିଥିଲେ । ଦିନ ୧୨ଟାରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଅଭୟ କୁମାର ଦାସ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରିବା ପରେ ଉଭୟ ପକ୍ଷରୁ ମିଳିମିଶି କାର୍ଯ୍ୟ ପାଇଁ ସହମତି ପ୍ରକାଶ କରିଥିଲେ ।ଫଳରେ ଆଜି ହେବାକୁ ଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।