ଆଜି ଅନୁଗୋଳରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୨୮ ରେ ।

ଅନୁଗୋଳ(IYA NEWS:21/07/2020):
ଆଜି ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଂଚଳରୁ ସର୍ବାଧିକ ୧୫ ଜଣ,ବଅଁରପାଳ ବ୍ଳକ୍ ଅଂଚଳରୁ ୮ ଜଣ ଓ କିଶୋରନଗର ବ୍ଲକ୍ ଅଂଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ ଅଂଚଳର ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ୬ ଜଣ ପୁରୁଷ ଯାହାଙ୍କର ବୟସ ୨୩,୨୪,୨୫,୨୮,୨୯ ଓ ୪୧ ବର୍ଷ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ରାଜସ୍ଥାନରୁ ଜଣେ ଆନ୍ଧ୍ରପ୍ରଦେଶରୁ, ଜଣେ ତେଲେଙ୍ଗାନାରୁ , ଜଣେ ଚେନ୍ନାଇ ଓ ଜଣେ ଝାରଖଣ୍ଡରୁ ଫେରି ସଙ୍ଗରୋଧରେ ଥୁଲେ । ତାଳଚେର ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମରୁ ୩ ଜଣ ପୁରୁଷ,୩ ଜଣ ମହିଳା ଓ ୨ ଜଣ ବାଳକ ପଜିଟିଭ ହୋଇଥିବାର ଜଣାପଡିଛି । ଏଥିମଧ୍ୟରୁ ଗୋଟିଏ ପରିବାରର ୫ ଜଣ, ଅନ୍ୟ ଏକ ପରିବାରର ୨ ଜଣ ଓ ଜଣେ ସେହି ଗ୍ରାମର ବାସିନ୍ଦା ଅଟନ୍ତି । ପ୍ରଥମ ୫ ଜଣ ପରିବାରର ସଦସ୍ୟଙ୍କ ମଧ୍ୟରେ ଜଣେ ପୁରୁଷଙ୍କ ବୟସ ୪୮ ବର୍ଷ ହୋଇଥିବାବେଳେ ମହିଳା ୨ ଜଣଙ୍କ ବୟସ ୬୬ ଓ ୩୫ ଓ ବାଳକ ୨ ଜଣଙ୍କ ବୟସ ୫ ଓ ୧୦ ବର୍ଷ ଅଟେ । ୨ୟ ପରିବାରର ସ୍ଵାମୀ ଓ ସ୍ତ୍ରୀଙ୍କ ବୟସ ୫୩ ଓ ୫୨ ବର୍ଷ ହୋଇଥିବାବେଳେ ଆଉ ଜଣେ ସେହି ଗ୍ରାମର ବାସିନ୍ଦା ଯାହାଙ୍କ ବୟସ ୪୦ ବର୍ଷ । ଏମାନେ ସମସ୍ତେ ତାଙ୍କ ଗ୍ରାମକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକରୁ ଫେରିଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି ତାଳଚେର ବ୍ଲକ୍ ଅଂଚଳର ଜଣେ ୫୭ ବର୍ଷ ବୟସର ସରକାରୀ କର୍ମଚାରୀ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ବଅଁରପାଳ ବ୍ଳକ୍ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ପଜିଟିଭ ଚିହ୍ନଟ ହୋଇଥିବା ୫ ଜଣକ ମଧ୍ୟରେ ୨ ଜଣ ପୁରୁଷ ଯାହାଙ୍କ ବୟସ ୨୫ ଓ ୩୦ ବର୍ଷ, ୨ ଜଣ ମହିଳାଙ୍କ ବୟସ ୨୩ ଓ ୨୮ ବର୍ଷ ଓ ଜଣେ ଶିଶୁ କନ୍ୟାଙ୍କ ବୟସ ୨ ବର୍ଷ ଅଟେ । ୨୫ ବର୍ଷିୟ ପୁରୁଷ ଆନ୍ଧ୍ରପ୍ରଦେଶରୁ ଫେରିଥିବାବେଳେ ୩୦ ବର୍ଷୀୟ ପୁରୁଷ ତାମିଲନାଡ଼ୁ ୨୩ ବର୍ଷୀୟା ମହିଳା ତାମିଲନାଡୁ ଓ ୨ ବର୍ଷୀୟ ଶିଶୁ କନ୍ୟା ମଧ୍ୟ ତାମିଲନାଡୁରୁ ଫେରିଛନ୍ତି । ତାମିଲନାଡୁରୁ ଫେରିଥିବା ଏହି ୩ ଜଣ ଗୋଟିଏ ପରିବାରର ଅଟନ୍ତି । ସେହିପରି ଏହି ବ୍ଲକର ଅନ୍ୟ ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ଜଣେ ମହିଳା ଯାହାଙ୍କ ବୟସ ୨୨ ବର୍ଷ ଓ ସେ ଆନ୍ଧ୍ରପ୍ରଦେଶରୁ ଫେରି ସଙ୍ଗରୋଧରେ ଥିଲେ । ଏହି ବଅଁରପାଳ ବ୍ଳକ୍ ଅଂଚଳର ଏକ ଗ୍ରାମର ୨ଜଣ ପୁରୁଷ ଯାହାଙ୍କ ବୟସ ୫୦ ଓ ୩୨ ବର୍ଷ ଅଟେ ସେମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । କିଶୋରନଗର ବ୍ଲକ୍ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ୨ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୯ ବର୍ଷ ଓ ସେ ଗୁଜୁରାଟରୁ ଫେରିଥିବା ବେଳେ ୩୦ ବର୍ଷ ବୟସ୍କ ପୁରୁଷ ଛତିଶଗଡରୁ ଫେରି ସଙ୍ଗରୋଧରେ ଥିଲେ । ସେହିପରି କିଶୋରନଗର ବ୍ଲକ ଅଂଚଳର ଏକ ଗ୍ରାମରୁ ୨ ଜଣ ପୁରୁଷ ଯାହାଙ୍କ ବୟସ ୬୦ ଓ ୨୮ ବର୍ଷ ଅଟେ , ଏମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଏହି ୨୭ ଜଣ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୮ରେ ପହଂଚିଲା । ସମସ୍ତ ଆକ୍ରାନ୍ତକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତିମଧ୍ୟରେ ୧୦ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ଯାଇଛନ୍ତି । ପୂର୍ବରୁ ସୁସ୍ତ ହୋଇଥିବା ୧୨୪ କୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୩୪ ରେ ପହଞ୍ଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।