ସାତକୋଶିଆ ଅଭୟାରଣ୍ୟ ୮ଶିକାରୀ ଗିରଫ

ଅନୁଗୋଳ,ବନ୍ତଳା -IYA NEWS(୧୮/୦୭/୨୦୨୦) ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ରୁ ଗତକାଲି ୮ଜଣ ବନ୍ୟଜନ୍ତୁ ଶିକାରି କୁ ଗିରଫ କରିଛି ବନ ବିଭାଗ । ମିଳିଥିବା ସୂଚନା ମୁତାବକ ପମ୍ପାସର ରେଞ୍ଜ ଅଧୀନରେ ଗତ କାଲି ଦିନବେଳା ବନ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଛୋଟ ମୁଣ୍ଡା ରିଜର୍ଭ ଫରେଷ୍ଟ ୩ନମ୍ବର କମ୍ପାଡେ ମେଣ୍ଟ ନିକଟରେ ଶିକାର କରୁଥିବା ସମୟରେ ୮ଜଣ ବନ୍ୟ ଜନ୍ତୁ ଶିକାରି କୁ ଗିରଫ କରିଥିଲା ବନ ବିଭାଗ । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପୁରୁଣା କୋଟ ଥାନା ଅନ୍ତର୍ଗତ ତରଭା ଗାଁ ର ବିଜୟ ଭୋଇ (୨୦) , ଜୟନ୍ତ ଭୋଇ (୩୦) , ସୁଶାନ୍ତ ପ୍ରଧାନ (୨୫) ,ବଡ଼ଖେତା ରଂଜନ ଭୋଇ (୨୫) ,ସିଧେସ୍ୱର ଭୋଇ (୪୦) ,ସୁକାନ୍ତ ଭୋଇ (୩୫) , ମଙ୍ଗୁଳୁ ଭୋଇ (୩୨) ସାଲର ଗ୍ରାମର  ନୀଳକଣ୍ଠ  (୪୭) ଙ୍କୁ ଗିରଫ କରି ଥିବା ବେଳେ ସେ ମାନଙ୍କ ପକ୍ଷରୁ ଗୋଟିଏ ଦେଶୀ ବନ୍ଧୁକ ଓ ଶିକାର ପାଇଁ ବ୍ୟବହୃତ ବାରୁଦ ଜବତ କରିଛି ବନ ବିଭାଗ । ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ସାତକୋଶିଆ ବନଖଣ୍ଡ ଅଧିକାରୀ ରାମାସ୍ୱାମୀ . ପି  ସୂଚନା ଦେଇଛନ୍ତି l
REPORT BY : KAMADEV DEHURY (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।