ଅନୁଗୋଳ ଜିଲ୍ଲା ଗସ୍ତରେ ପ୍ଲାଜମା ଥେରାପି ପର୍ଯ୍ୟବେକ୍ଷକ ମନ୍ତ୍ରୀ ଅଶୋକ ପଣ୍ଡା । ବିଧାୟକ ମାନଙ୍କୁ ନିର୍ଦ୍ଦେଶ ପ୍ଲାଜମା ଦାନ ପାଇଁ ଉତ୍ସାହିତ କର ।

ଅନୁଗୋଳ(IYA NEWS:28/07/2020):
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାର ନିୟନ୍ତ୍ରଣ ଓ ଗୁରୁତର ଆକ୍ରାନ୍ତମାନଂକୁ ସୁସ୍ଥ କରିବା ନିମନ୍ତେ ସରକାର ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଓଡିଶାରେ ୩ୟ ରାଷ୍ଟ୍ର ଭାବେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ କରିଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତମାନେ କିପରି ସ୍ୱତଃ ପ୍ରବୃତ ଭାବେ ପ୍ଲାଜମା ଦାନ କରିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରି ଅଧିକରୁ ଅଧିକ ଜୀବନ ରକ୍ଷାକାରୀ ରକ୍ତ ସଂଗ୍ରହ ନିମନ୍ତେ ପ୍ରତ୍ୟେକ ଜିଲ୍ଲା ପାଇଁ ସରକାର ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ଦାୟିତ୍ବ ଅର୍ପଣ କରିଛନ୍ତି । ଅନୁଗୋଳ ଜିଲ୍ଲା ପାଇଁ ଦାୟିତ୍ବରେ ଥିବା ରାଜ୍ୟ ବିଜ୍ଞାନ ଓ କାରିଗରୀ , ସାଧାରଣ ଉଦ୍ୟୋଗ , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ ଠାରେ ପ୍ଲାଜମା ଥେରାପି ଚିକିତ୍ସା ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟରେ ପ୍ରତିକୂଳ ପରିସ୍ଥିତି ସଙ୍ଗେ ସରକାର କୋଭିଡ ପରିଚାଳନା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । କୋଭିଡ ଯୋଦ୍ଧାମାନଂକର ତ୍ୟାଗପୂତ ସେବା ଓ ନିଷ୍ଠାପର ଦାୟିତ୍ବ ସମ୍ପର୍ଣ୍ଣ ଦ୍ଵାରା ଆମ ରାଜ୍ୟରେ କୋଭିଡ ପରିଚାଳନା ତ୍ବରାନ୍ବିତ ହେଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଅନୁଗୋଳ ଜିଲ୍ଲାରେ ଯେଉଁମାନେ ପ୍ଲାଜମା ଦାନ କରିବେ ସେମାନଂକୁ ସଠିକ୍ ଭାବେ ଚିହ୍ନଟ କରିବା ନିମନ୍ତେ ଏକ ମେଡିକାଲ ଦଳ ଗଠନ କରିବା ସହ ସୁସ୍ଥ ହୋଇଥିବା କରୋନା ପଜିଟିଭମାନଂକୁ ନେଇ ଏକ ହ୍ଵାଟ୍ସ୍ ଆପ୍ ଗ୍ରୁପ୍ କରି ସେମାନଂକ ସହିତ ଯୋଗାଯୋଗ ରଖିବାକୁ ମନ୍ତ୍ରୀ ଜିଲ୍ଲାପାଳକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ କୋଭିଡ ପରିଚାଳନା ରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଉଦ୍ୟମକୁ ମନ୍ତ୍ରୀ ପ୍ରଶଂସା କରିଥିଲେ । ନିଜ ନିଜ ବିଧାନ ସଭା କ୍ଷେତ୍ର ସୁସ୍ଥ ହୋଇ ଥିବା କରୋନା ଆକ୍ରାନ୍ତମାନଂକୁ ପ୍ଲାଜମା ଦାନ ନିମନ୍ତେ ଉତ୍ସାହିତ କରିବାକୁ ଉପସ୍ଥିତ ବିଧାୟକମାନଂକୁ ମନ୍ତ୍ରୀ ଅନୁରୋଧ କରିଥିଲେ । ଅନୁଗୋଳ ଜିଲ୍ଲା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପ୍ଲାଜମା ବ୍ୟାଙ୍କରେ ଇଛୁକ ସୁସ୍ଥ ବ୍ୟକ୍ତିମାନେ ଏହି ରକ୍ତଦାନ କରିବେ । ଯେଉଁମାନେ ପ୍ଲାଜମା ଦାନ କରିବେ ସେମାନଂକ ପାଇଁ ଭୁବନେଶ୍ବର ଠାରେ ୨ ଦିନ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ଜିଲ୍ଲା ପ୍ରଶାସନ ତରଫରୁ ୨ ଜଣ ନୋଡାଲ ଅଫିସର ସେମାନଂକୁ ନେବା ଆଣିବା ଦାୟିତ୍ବରେ ରହିବେ । ଏହାଛଡା ଅନୁଗୋଳରେ ଜିଲ୍ଲା ଖଣିଜ ପାଣ୍ଠିରେ ଏକ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ନିମନ୍ତେ ଜିଲ୍ଲାପାଳ ସରକାରଂକୁ ପ୍ରସ୍ତାବ ଦେବା ସହ ବିଭିନ୍ନ ଆନୁସଂଗିକ ବ୍ୟବସ୍ଥା ଓ ତାଲିମ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅନୁଗୋଳରେ ଖୁବ୍ ଶିଘ୍ର ପ୍ରତିଷ୍ଠା ହେବ ଏକ Science Park । ଏଥିପାଇଁ ଆବଶ୍ୟକ ଯାଗା ଯୋଗାଇ ଦେବାକୁ ମନ୍ତ୍ରୀ ଜିଲ୍ଲାପାଳକୁ ପରାମର୍ଶ ଦେଇଛନ୍ତି । ସେହିପରି ଜିଲ୍ଲାରେ ଭିନ୍ନକ୍ଷମମାନଂକର ସର୍ବେକ୍ଷଣ , କୃତିମ ଅଙ୍ଗପ୍ରତ୍ୟଙ୍ଗ ରୋପଣ ଓ ସେମାନଂକର ଦକ୍ଷତା ବୃଦ୍ଧି ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ । ଏହି ବୈଠକରେ ଅନୁଗୋଳ ବିଧାୟକ ତଥା ଓଡିଶା ବିଧାନସଭା ଉପ- ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ , ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ , ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା , ଆଠମଲ୍ଲିକ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ ଓ ପାଳଲହଡା ବିଧାୟକ ଶ୍ରୀ ମୁକେଶ କୁମାର ପାଲ ପ୍ରମୁଖ ଯୋଗ ଦେଇ ଅନୁଗୋଳ ଜିଲ୍ଲାରେ ରାଜ୍ୟ ସରକାରଂକ ପ୍ଲାଜମା ଥେରାପି ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ପ୍ରକାଶ କରିବା ସହ ସରକାରଂକର କୋଭିଡ ପରିଚାଳନାରେ ଜିଲ୍ଲା ପ୍ରଶାସନର ଭୁମିକା ସନ୍ତୋଷଜନକ ବୋଲି ପ୍ରକାଶ କରିଥିଲେ । ନିଜ ବିଧାନସଭା କ୍ଷେତ୍ରରୁ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନଂକୁ ପ୍ଲାଜମା ଦାନ ନିମନ୍ତେ ସେମାନେ ପ୍ରବର୍ତ୍ତାଇବେ ବୋଲି ମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଜିଲ୍ଲାରେ ପ୍ଲାଜମା ଥେରାପି ବ୍ୟବସ୍ଥା ସରକାରଂକର ଏକ ଅଭିନବ ପ୍ରୟାସ ବୋଲି ପ୍ରକାଶ କରିଥିଲେ । ଗୁରୁତର କରୋନା ଆକ୍ରାନ୍ତ ଙ୍କ ପାଇଁ ପ୍ଲାଜମା ଥେରାପି ଏକ ଜୀବନରକ୍ଷାକାରୀ ଚିକିତ୍ସା ପଦ୍ଧତି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ବୈଠକରେ ଅନୁଗୋଳ ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ଜଗମୋହନ ମୀନା ଯୋଗ ଦେଇ ସରକାରଂକ ଦ୍ଵାରା ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ବ୍ୟବସ୍ଥାରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନେ ମାନବିକତା ପ୍ରଦର୍ଶନ ପୂର୍ବକ ଆଗେଇ ଆସିବାକୁ ଆହ୍ବାନ କରିଥିଲେ । ଏହାଛଡା ସେ କୋଭିଡ ପରିଚାଳନା ସମୟରେ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଓ ଜୋରିମାନା ଆଦାୟ ପୋଲିସ ପ୍ରଶାସନ ପାଇଁ ଏକ କଷ୍ଟଦାୟକ ଘଟଣା ଥିଲା ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ଅଭୟ କୁମାର ଦାଶ ଏହି ବୈଠକରେ ଯୋଗ ଦେଇ କରୋନା ଚିହ୍ନଟ ଓ ଏହାର ବ୍ୟବସ୍ଥା ଏବଂ ପ୍ଲାଜମା ଥେରାପି ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଜିଲ୍ଲାରେ - ୪ ଗୋଟି ଟିମ୍ ଦ୍ଵାରା ୧୩ହଜାର ୭୧୬ଟି RT - PCR ସ୍ଵାବ ନମୁନା , ୧୨୦୦ଟି ଆଣ୍ଟିଜେନ୍ ଓ ୨୬ଟି ଝୁନାଟ୍ ( TRUENAT ) କୋଭିଡ ପରିକ୍ଷା କରାଯାଇଛି । ଆଜି ସୁଦ୍ଧା ସମୁଦାୟ ୨୮୬ଟି ପଜିଟିଭ ମଧ୍ୟରୁ ତାଳଚେର କୋଭିଡ ହସପିଟାଲରେ ୭୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ପ୍ଲାଜମା ହେଉଛି ରକ୍ତର ଏକ ଅଂଶ । ଜଣେ ଆକ୍ରାନ୍ତଙ୍କର ସ୍ବାବ ନମୁନା ସଂଗ୍ରହର ୨୮ ଦିନ ପରେ ପ୍ଲାଜମା ସଂଗ୍ରହ ହୋଇପାରିବ । ଯେଉଁମାନେ ଏହି ପ୍ଲାଜମା ଦାନ କରିବେ ସେମାନଂକର ବୟସ ୧୮ ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ l ସେମାନଂକର ମଧୁମେହ ଓ ଅନ୍ୟାନ୍ୟ ଜଟିଳ ରୋଗ ନଥିବ । ଜଣେ ସୁସ୍ଥ ବ୍ୟକ୍ତି ୨୦୦ ମି.ଲି ପ୍ଲାଜମା ଦେଇପାରିବ ଓ ସେଥିରେ ୨ ଜଣ ଗୁରୁତର କରୋନା ରୋଗୀଙ୍କର ଚିକିତ୍ସା ହୋଇପାରିବ । ପ୍ଲାଜମା ଦାନ କରୁଥିବା ସମସ୍ତ ସୁସ୍ଥ ବ୍ୟକ୍ତିଙ୍କର ବ୍ଳଡ଼ ଗ୍ରୁପୀଂ ହେବା ସହ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୁଳକ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ବୈଠକରେ ଜିଲ୍ଲାରୁ ୨ ଟି ଶିଳ୍ପ ସଂସ୍ଥାରୁ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ୮ ଜଣ ତାଳଚେର କୋଭିଡ ହସପିଟାଲରେ ପାଇଥିବା ଉତ୍ତମ ଚିକିତ୍ସା ସେବାର ଅନୁଭୁତି ସମ୍ପର୍କରେ ମନ୍ତ୍ରୀକୁ ଅବଗତ କରିବା ସହ ନିଜେ ପ୍ଲାଜମା ଦାନ କରି ଗୁରୁତର କରୋନା ରୋଗୀକୁ ମୃତ୍ୟୁମୁଖରୁ ବଂଚାଇବାକୁ ସମ୍ମତି ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନ୍ୟମାନଂକ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ , ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ , ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।