ଅନୁଗୋଳ ଯୁବ କଂଗ୍ରେସ ସଭାପତି ହେଲେ ଲୁଟୁ ରଞ୍ଜନ ଥାପା

ଅନୁଗୋଳ (IYA NEWS : ୧୯/୦୭/୨୦୨୦)
ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ତରଫରୁ ୧୦ଟି ସାଙ୍ଗଠନିକ ଜିଲ୍ଲାର ନୂତନ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଅନୁଗୋଳ ଜିଲ୍ଲା ସଭାପତି ଭାବେ ଯୁବ କଂଗ୍ରେସ ନେତା ଲୁଟୁ ରଞ୍ଜନ ଥାପାଙ୍କ ନାମକୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଘୋଷଣା କରିଛନ୍ତି। ଶ୍ରୀ ଲୁଟୁ ରଞ୍ଜନ ଥାପା ପୂର୍ବରୁ ରାଜୀବ ଗାନ୍ଧୀ ଛାତ୍ର ସଂଗଠନର ଜିଲ୍ଲା ଉପସଭାପତି, ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ତଥା ଜିଲ୍ଲା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ କଂଗ୍ରେସ ଦଳୀୟ ସଂଗଠନରେ କାର୍ଯ୍ୟ କରିଛନ୍ତି। ବିଭିନ୍ନ ସାଂସ୍କୃତିକ ତଥା ସମାଜସେବା କାର୍ଯ୍ୟକ୍ରମରେ ଯୋଗଦାନ କରି ପୂର୍ବରୁ ନିଜକୁ ପ୍ରତିଷ୍ଠିତ କରାଇଛନ୍ତି। ଉକ୍ତ ନିଯୁକ୍ତି ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ଡ଼ଃ ବିଶ୍ଵରଞ୍ଜନ ମହାନ୍ତି, ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ଃ ସ୍ମୃତିରଞ୍ଜନ ଲେଙ୍କା, ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ବିମଳ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମସ୍ତ ବରିଷ୍ଠ କର୍ମୀ ତଥା ନେତାଙ୍କ ଆଶୀର୍ବାଦ ସହଯୋଗ ତଥା ଯୁବ ଛାତ୍ର ମହିଳା କଂଗ୍ରେସକୁ ସାଙ୍ଗରେ ନେଇ " ମୁଁ ନୁହେଁ ଆମେ " ନାରା ସହିତ କଂଗ୍ରେସ ପାଇଁ କାର୍ଯ୍ୟକରିବାକୁ ନୂତନ ସଭାପତି ଶ୍ରୀ ଥାପା ଆହ୍ବାନ କରିଛନ୍ତି।
REPORT BY : SAMIR SAHOO (IYA NEWS)
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।