ଆଜି ଅନୁଗୋଳରୁ ୨୧ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୮୬ ରେ ।

ଅନୁଗୋଳ(IYA NEWS:28/07/2020):
ଆଜି ଅନୁଗୋଳ ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଂଚଳରୁ ସର୍ବାଧିକ ୧୪ ଜଣ, କଣିହାଁ ବ୍ଲକ୍ ଅଂଚଳର ୩ ଜଣ,ତାଳଚେର ବ୍ଲକ ଅଂଚଳର ୨ ଜଣ ଓ ଅନୁଗୋଳ ବ୍ଲକ୍ ଅଂଚଳର ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଂଚଳର ଗୋଟିଏ ପରିବାରର ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫ ଜଣ ମହିଳା ବୟସ ଯଥାକ୍ରମେ ୪୦,୧୮,୩୫,୨୫ ଓ ୩୫ ବର୍ଷ ଥିବା ବେଳେ ୨ ଜଣ ପୁରୁଷଙ୍କ ବୟସ ୧୩ ଓ ୩୯ ବର୍ଷ । ପୂର୍ବରୁ ଏହି ପରିବାରରୁ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଏମାନେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଏହି ବ୍ଲକର ଏହି ଶିଳ୍ପାଞ୍ଚଳରୁ ଆକ୍ରାନ୍ତ ହୋଇଥିବା ଅନ୍ୟ ୭ ଜଣକ ମଧ୍ୟରେ ଜଣେ ୨୪ ବର୍ଷିୟ ପୁରୁଷ, ୩ ଜଣ ମହିଳା ଯାହାଙ୍କ ବୟସ ଯଥାକ୍ରମେ ୪୪,୧୪ ଓ ୪୫ ବର୍ଷ ଯେଉଁମାନେ କି ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେହିପରି ଏହି ଶିଳ୍ପାଞ୍ଚଳରୁ ଗୋଟିଏ ପରିବାରର ୨ ଜଣକ ମଧ୍ୟରେ ଜଣେ ୬୫ ବର୍ଷିୟା ମହିଳା ଏବଂ ଜଣେ ୧୮ ବର୍ଷିୟା ପୁରୁଷ ଅନ୍ୟ ଆକ୍ରାନ୍ୟଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏହାଛଡା ଏହି ଶିଳ୍ପାଞ୍ଚଳରୁ ଲକ୍ଷଣଯୁକ୍ତ ଜଣେ ୫୩ ବର୍ଷିୟ ପୁରୁଷ ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଣିହା ବ୍ଳକ୍ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ୪୦ ବର୍ଷିୟା ମହିଳା ଏବଂ ଜଣେ ୨୪ ବର୍ଷିୟ ପୁରୁଷ ଗଂଜାମ ଫେରନ୍ତା ହୋଇଥିବା ବେଳେ ୩୪ ବର୍ଷିୟ ପୁରୁଷ ବିଶାଖାପାଟଣାରୁ ଫେରି ସଂଗରୋଧରେ ଥିଲେ । ତାଳଚେର ବ୍ଲକ୍ ଅଂଚଳର ୨ଜଣ ମହିଳା ବୟସ ଯଥାକ୍ରମେ ୮୨ ଓ ୪୩ ବର୍ଷ ଯେଉଁମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ହୋମ କ୍ଵରାଣ୍ଟାଇନରେ ଥିବା ଅବସ୍ଥାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଅନୁଗୋଳ ବ୍ଳକ୍ ଅଂଚଳରୁ ୨ ଜଣ କରୋନା ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଜଣେ ୨୬ ବର୍ଷୟ ପୁରୁଷ ଅନ୍ୟ ଆକ୍ରାନ୍ତକ ସଂସ୍ପର୍ଶରେ ଆସିଥିବାବେଳେ ଜଣେ ୩୯ ବର୍ଷିୟ ପୁରୁଷ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦ ଜଣକୁ ଆଜି ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୨୧ ଜଣ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬ ରେ ପହଞ୍ଚିଲା । ଇତି ମଧ୍ୟରେ ଆଜି ୨୨ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ସ୍ଥାନାନ୍ତର ହୋଇଛନ୍ତି । ପୂର୍ବରୁ ସୁସ୍ଥ ହୋଇଥିବା ୧୪୯କୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୭୧ରେ ପହଂଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Post a Comment

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।