ଅନୁଗୋଳ ସରସ୍ୱତୀ ଶିଶୁ ମନ୍ଦିରର ସଫଳତା ।ସମସ୍ତ ଛାତ୍ରଛାତ୍ରୀ ପାସ୍ ।

ଅନୁଗୋଳ(IYA NEWS:29/07/2020):
ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରକାଶିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।ବିଦ୍ୟାଳୟର ଛାତ୍ରୀ ଦେବସ୍ମିତା ସାହୁ ୫୬୪ ନମ୍ବର(୯୪%) ରଖି ବିଦ୍ୟାଳୟର ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି । ଛାତ୍ର ଅାଶୁତୋଷ ସାହୁ ୫୬୩(୯୩.୮୩), ଛାତ୍ରୀ ଅଲିଭା ବେହେରା ୫୬୨(୯୩.୬୬),ଛାତ୍ରୀ ସ୍ୱାତୀ ସୁଚରିତା ପ୍ରଧାନ ୫୫୪ (୯୨.୩୩),ସୌମ୍ୟା ଶୁଭଦର୍ଶିନୀ ୫୪୭(୯୧.୬୬),ମେଘାବତୀ ମିଶ୍ର ୫୪୨(୯୦.୩୩),ଛାତ୍ର ଅସୀତ କୁମାର ନାଥ ୫୪୧(୯୦.୧୬) ପ୍ରମୁଖ ଶତକଡା ୯୦ରୁ ଅଧିକ ନମ୍ବର ରଖି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି ।ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୭ ପରିକ୍ଷାର୍ଥୀ ଏ-୧ ଗ୍ରେଡ, ୩୭ ପରୀକ୍ଷାର୍ଥୀ ଏ-୨ ଗ୍ରେଡ,୪୮ ପରିକ୍ଷାର୍ଥୀ ବି-୧ ଗ୍ରେଡ,୫୪ ପରୀକ୍ଷାର୍ଥୀ ବି-୨ ଗ୍ରେଡ,୨୬ ପରୀକ୍ଷାର୍ଥୀ ସି ଗ୍ରେଡ,୨୫ ପରୀକ୍ଷାର୍ଥୀ ଡି ଗ୍ରେଡ,୧୮ ପରୀକ୍ଷାର୍ଥୀ ଇ ଗ୍ରେଡ ରଖି ଛାତ୍ର ଛାତ୍ରୀ ପାସ କରିଛନ୍ତି ।ଫଳାଫଳକୁ ନେଇ ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା,ପ୍ରଧାନ ଅଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ,ସହ ପ୍ରଧାନ ଅାଚାର୍ଯ୍ୟ ପ୍ରତାପ କୁମାର ରଥ,ବିଦ୍ୟାମନ୍ଦିର ପର୍ଯ୍ୟାୟ ପ୍ରମୁଖ ସ୍ୱର୍ଣ୍ଣମଞ୍ଜରୀ ନାୟକ ତଥା ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତର ଉତ୍ତୋରତ୍ତର କାମନା କରିଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।