ଜିଲ୍ଲାରେ ପ୍ରଥମ : ଅାଠମଲ୍ଲିକ ତହସିଲରେ ୨୪ ଘଣ୍ଟା ମଧ୍ୟରେ କ୍ରେତାଙ୍କୁ ମିଳିଲା ଜମି ପଟ୍ଟା ।

ଅାଠମଲ୍ଲିକ(IYA NEWS:16/07/2020):
ଜମି କିଣିବାର ୨୪ ଘଣ୍ଟା ମଧ୍ୟରେ କ୍ରେତାଙ୍କୁ ନୂଆ ପଟ୍ଟା ଦେଇ ଅନୁଗୋଳ ଜିଲ୍ଲ‍ା ଅାଠମଲ୍ଲିକ ତହସିଲ ରେକର୍ଡ କରିଛି। ରାଜ୍ୟ ସରକାରଙ୍କ ନୂତନ ଭୂସଂସ୍କାର ଆଇନ ଅନୁଯାୟୀ ଜମି କିଣିବାର ସାତ ଦିନ ମଧ୍ୟରେ ନୂଆ ପଟ୍ଟା ଦେବାକୁ ନିର୍ଦେଶ ଦିଆ ଯାଇଛି।ଗୁରୁବାର ଅାଠମଲ୍ଲିକ ତହସିଲ କର୍ମଚାରୀଙ୍କ ଉଦ୍ୟମରୁ ଜଣେ ବ୍ୟକ୍ତି ଚବିଶ ଘଣ୍ଟା ମଧ୍ୟରେ ନୂଆ ପଟ୍ଟା ପାଇଛନ୍ତି। ଅାଠମଲ୍ଲିକ ଠାକୁରଗଡ ଗ୍ରାମର ଶୁଭକାନ୍ତ ପ୍ରଧାନ ଅାଠମଲ୍ଲିକ ତହସିଲ ଅନ୍ତର୍ଗତ ଠାକୁରଗଡ ମୌଜାରେ ଗତକାଲି ଏକ ପ୍ଲଟ କିଣିଥିଲେ ।୨୪ ଘଣ୍ଟା ମଧ୍ୟରେ ଅାଠମଲ୍ଲିକ ତହସିଲଦାର ସ୍ୱରୂପାନନ୍ଦ ସାହୁ,ସବ ରେଜିଷ୍ଟାର ଅଶୋକ ଦେହୁରୀ,ରାଜସ୍ୱ ପରିଦର୍ଶକ ରଶ୍ମି ରଂଜନ ହୋତା,କିରାଣୀ ଅରବିନ୍ଦ ନାୟକ,ପିଅନ କରୁଣା ନାୟକ,କମ୍ପ୍ୟୁଟର ପରିଚାଳକ ବିଶ୍ୱଜିତ ମିଶ୍ର,ଠାକୁରଗଡ ରାଜସ୍ୱ ନୀରିକ୍ଷକ ବିଶ୍ୱଜିତ ସାହୁ,ସୁଜିତ ସାହୁ,ଲୀନାରାଣୀ ଗଡନାୟକ,ଭାଗିରଥୀ ଭୋଇ,ବିଶ୍ୱରଂଜନ ସାହୁଙ୍କ ଉଦ୍ୟମରେ ପଟ୍ଟା ପ୍ରସ୍ତୁତ ହୋଇ ଶୁଭକାନ୍ତ ପ୍ରଧାନଙ୍କୁ ଦିଆଯାଇଥିଲା। 
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।