କିଶୋରନଗର ତହସିଲରେ ଭୂମିହୀନ ହିତାଧିକାରୀଙ୍କୁ ଘରବାରି ପଟ୍ଟା ପ୍ରଦାନ ।

ଅାଠମଲ୍ଲିକ(IYA NEWS:29/07/2020):
ଅନୁଗୋଳ ଜିଲ୍ଲା କିଶୋରନଗର ତହସିଲ ଅନ୍ତର୍ଗତ ୮ଜଣଙ୍କୁ ଅାଜି ପ୍ରଧାନମନ୍ତ୍ରୀ ଆବାସ ଭୂମିହୀନ ହିତାଧିକାରୀଙ୍କୁ ତହସିଲଦାର ଚାରି ଡ଼େସିମିଲ ଘରବାରି ଜମିପଟ୍ଟା ବଣ୍ଟନ କରିଥିବା ଜଣାଯାଇଛି।କିଶୋରନଗର ବ୍ଲକର ବିଭିନ୍ନ ଫଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ୨୪ ଜଣ ହିତାଧିକାରୀ ଭୂମିହୀନ ହୋଇଥିବା ବେଳେ ଘରନିର୍ମାଣ ପାଇଁ ତାଙ୍କଠାରେ ଘରବାରି ଜମିପଟ୍ଟା ମଧ୍ୟ ନଥିବା ଜଣାଯାଇଛି । ବିଡ଼ିଓଙ୍କ ତାଲିକା ମୁତାବକ ତହସିଲଦାର ଡଃ ଲକ୍ଷ୍ମୀପ୍ରସାଦ ସାହୁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ତିନିଜଣଙ୍କୁ ଓ ଅାଜି ୮ଜଣଙ୍କୁ ୪ ଡ଼େସିମିଲ ଘରବାରି ପଟ୍ଟା ଦେଇଥିବା ଜଣାଯାଇଛି । ସମ୍ପ୍ରତି କରୋନା ପରିପ୍ରେକ୍ଷୀରେ ସାମାଜିକ ଦୂରତା ଅବଲମ୍ବନ କରି ତହସିଲଦାର ଶ୍ରୀ ସାହୁ ଅାଜି ରେଭିନ୍ୟୁ ସୁପରଭାଇଜର ମାଧୁରୀ ନାଏକ,ଆରଆଇ ନରହରୀ ସେଠୀ,ଏସ.ଅା୍ର ଏ ନରୋତ୍ତମ ପ୍ରଧାନଙ୍କ ସହ ଯାଇ ଘରବାରି ଜମିପଟ୍ଟା ପ୍ରଦାନ କରିଥିବା ଜଣାଯାଇଛି ।ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ତାଲିକାଭୁକ୍ତ ହିତାଧିକାରାଙ୍କୁ ଘରବାଡି ଜମିପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ସାହୁଙ୍କଠାରୁ ପ୍ରକାଶ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।