ସୌମ୍ୟରଞ୍ଜନ ଅନୁଗୋଳ ଜିଲ୍ଲା ଟପ୍ପର : ଅାଇଏଏସ ହେବାକୁ ଲକ୍ଷ୍ୟ ।

ଅନୁଗୋଳ(IYA NEWS:29/07/2020):
ଅନୁଗୋଳ ସରସ୍ୱତୀ ଶିଶୁ ମନ୍ଦିର ସହବନ୍ଧିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତାଳଚେର ଦେଉଳବେଡା କଲୋରୀର ଛାତ୍ର ସୌମ୍ୟରଂଜନ ସାମନ୍ତ ଚଳିତ ମାଟ୍ରିକ ପରୀକ୍ଷାରେ ୫୭୫ ଅର୍ଥାତ ୯୫.୮୩ % ନମ୍ବର ରଖି ଅନୁଗୋଳ ଜିଲ୍ଲାର ଟପ୍ପର ହୋଇଛନ୍ତି । ସେ ଦୈନିକ ୮ରୁ ୧୦ଘଣ୍ଟା ପରିଶ୍ରମ କରୁଥିଲେ ।ଭବିଷ୍ୟତରେ ଜଣେ ସେ ଅାଇଏଏସ ଅଫିସର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।ଏହି ସଫଳତାର ଶ୍ରେୟ ସେ ବାପା,ପରିବାର ସଦସ୍ୟ,ଗୁରୁମା,ଗୁରୁଜୀଙ୍କୁ ଦେଇଛନ୍ତି । ନିଜ ଉପରେ କଠିନ ପରିଶ୍ରମ ଓ ଭରସା କଲେ ସଫଳତା ନିଶ୍ଚିତ ମିଳିବ ବୋଲି ସୌମ୍ୟରଂଜନ କହିଛନ୍ତି ।ତାଙ୍କ ବାପା ହେମନ୍ତ କୁମାର ସାମନ୍ତ ଜଣେ ଘରୋଇ କମ୍ପାନୀ କର୍ମଚାରୀ ଓ ମା ଅର୍ଣ୍ଣପୂର୍ଣ୍ଣା ସାମନ୍ତ ଜଣେ ଗୃହିଣୀ । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ଚିନ୍ତାପୋଖରୀ ହୋଇଥିବା ବେଳେ ସେ ତାଳଚେର ରେମୁଅାଁ ଅଞ୍ଚଳରେ ରହୁଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Post a Comment

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।